ଦୀର୍ଘବର୍ଷ ପରେ ଗାଁ ଲୋକ ଦେଖିବାକୁ ପାଇଲେ କଂକ୍ରିଟ୍‌ ରାସ୍ତା, ଖେଳିଗଲା ଆନନ୍ଦ

ଧର୍ମଶାଳା,୨୫ା୧୦(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ନିର୍ବାଚନମଣ୍ଡଳୀର ଉତ୍ତରପ୍ରତାପ ପଞ୍ଚାୟତର ଜଳେଶ୍ୱରପୁର ଗାଁରେ ସ୍ବାଧୀନତାର ଦୀର୍ଘବର୍ଷ ପରେ
ନୂଆ କରି କଂକ୍ରିଟ ରାସ୍ତା ନିର୍ମାଣ ହୋଇଛି। ଯାହାକୁ ନେଇ ସ୍ଥାନୀୟ ଲୋକେ ଲୋକେ ବେଶ୍‌ ଆନନ୍ଦିତ ହୋଇଛନ୍ତି। କହିଛନ୍ତି, ରାସ୍ତାର ଅବସ୍ଥା ଅତି ଶୋଚନୀୟ ଥିଲା। ଆଣ୍ଠୁଏ ଉଚ୍ଚର କାଦୁଅ ରାସ୍ତାରେ ବିତୁଥିଲା ଜୀବନ। ବିଭିନ୍ନ ସମସ୍ୟା ମଧ୍ୟରେ ଜୀବନ କାଟୁଥିଲେ। ବିଧାୟକଙ୍କ ପ୍ରୟାସ କ୍ରମେ ନୂତନ ରାସ୍ତା ନିର୍ମାଣ ହେବାରୁ ପାଣି କାଦୁଅରୁ ରକ୍ଷା ପାଇଛନ୍ତି। ଏହି ଗାଁରେ ପାଖାପାଖି ହଜାରରୁ ଊର୍ଦ୍ଧ୍ୱ ଲୋକେ ବସବାସ କରୁଥିବା ବେଳେ ମୁଖ୍ୟ ସମସ୍ୟା ଥିଲା ଗାଁ ରାସ୍ତା । ଗାଁ ମଧ୍ୟକୁ ଗୋଟିଏ ଗାଡ଼ି ପଶି ପାରୁ ନ ଥିଲା। ସ୍ବାସ୍ଥ୍ୟ ସମସ୍ୟା ହେଲେ ଆମ୍ବୁଲାନ୍ସ ଆସି ଦୂରରେ ରହୁଥିଲା ଏବଂ ରୋଗୀକୁ ଟେକି ନେଇ ଗାଡ଼ିରେ ଭର୍ତ୍ତି କରିବାକୁ ପଡୁଥିଲା। ମେଡିକାଲରେ ପହଞ୍ଚିଲା ବେଳକୁ ରୋଗୀ ଅବସ୍ଥା ମଧ୍ୟ ଗୁରୁତର ହୋଇ ପଡ଼ୁଥିଲା। ସେହିପରି ଛୋଟ ଛୋଟ ପିଲାମାନେ ମଧ୍ୟ ସ୍କୁଲ, ଟ୍ୟୁସନ ଯିବା ବେଳେ ପାଣି କାଦୁଅରେ ପଶି ଯିବାକୁ ପଡୁଥିଲା। ଅନେକ ସମୟରେ ଗୋଡ଼ ଖସି ପଡ଼ି ଖଣ୍ଡିଆ ଖାବରା ହୋଇ ମେଡିକାଲ ଯିବାକୁ ପଡୁଥିଲା। ବର୍ଷା ଦିନେ ପାଣି ଜମି ରହୁଥିଲା, ଥଣ୍ଡା ଜ୍ବର ଭଳି ରୋଗ ପଛ ଛାଡ଼ୁ ନ ଥିଲା। କେବଳ ଏତିକି ନୁହେଁ ବରଂ ମଶା, ମାଛି ଓ ସରୀସୃପଙ୍କ ପାଇଁ ସନ୍ଧ୍ୟା ହେଲେ ଘର କବାଟ ପକେଇ ଘରେ ରହିବାକୁ ପଡୁଥିଲା। ଏ ବିଷୟରେ ଅନେକ ଥର ଲୋକେ ପ୍ରଶାସନ ଦୃଷ୍ଟି ଆକର୍ଷଣ କରିଥିଲେ ବି କୌଣସି ସୁଫଳ ମିଳି ନ ଥିଲା।

ରାଜନୈତିକ ଦୃଷ୍ଟିକୋଣରୁ ମଧ୍ୟ ପୂର୍ବ ସରକାର ଏହା ଉପରେ ଦୃଷ୍ଟି ଦେଇ ନ ଥିଲେ। ଗାଁର ଶୁକଦେବ ବେହେରା, ସାନନ୍ଦ ସାହୁ, ପ୍ରହଲ୍ଲାଦ ସ୍ବାଇଁ ଏବଂ ମହିଳା ଲକ୍ଷ୍ମୀପ୍ରିୟା ସାହୁ ପ୍ରମୁଖ କହିଛନ୍ତି। ଧର୍ମଶାଳାକୁ ବିକାଶର ପ୍ରୟୋଗଶାଳା କୁହାଯାଉଥିବା ବେଳେ ସ୍ଥାନୀୟ ନେତା ଓ କର୍ମୀମାନେ କେବଳ ନିଜର ବିକାଶ କରିଛନ୍ତି। ସାଧାରଣ ଲୋକଙ୍କ କଥା ବୁଝିବା ପାଇଁ ସମୟ ନ ଥାଏ। ନିର୍ବାଚନ ପୂର୍ବରୁ ଅନେକ ନେତା ଆସି ପ୍ରତିଶ୍ରୁତି ଦେଇ ଚାଲି ଯାଆନ୍ତି କିନ୍ତୁ ସମସ୍ୟାର ସମାଧାନ ହୋଇ ପାରୁ ନ ଥିଲା। ଚଳିତ ନିର୍ବାଚନ ପୂର୍ବରୁ ବର୍ତ୍ତମାନର ବିଧାୟକ ହିମାଂଶୁ ଶେଖର ସାହୁ ଗାଁକୁ ଆସି ସ୍ଥିତି ଦେଖିଥିଲେ ଏବଂ ପ୍ରତିଶ୍ରୁତି ମଧ୍ୟ ଦେଇ ଯାଇଥିଲେ। ଯାହା ନିର୍ବାଚନ ୧୫ମାସ ପରେ କରି ଦେଖାଇଛନ୍ତି। ତେଣୁ ଗ୍ରାମବାସୀ ବିଧାୟକ ଏବଂ ମୁଖ୍ୟମନ୍ତ୍ରୀ
ମୋହନ ଚରଣ ମାଝୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ପୁରାଣ କଥାରେ ସୃଷ୍ଟିତତ୍ତ୍ୱ

ଆମ ଦେଶରେ ଆମେ ଯେତେବେଳେ ସୃଷ୍ଟିର ପୌରାଣିକ କଥା ସମ୍ପର୍କରେ ବିଚାର କରୁ, ସେତେବେଳେ ସଂସ୍କୃତ କାହାଣୀ ଉପସ୍ଥାପନ କରିଥାଉ। ବିଶେଷକରି ବିଷ୍ଣୁ ଅନନ୍ତନାଗ ଉପରେ ଶୟନ…

୫ଦିନ ଝଡ଼ବର୍ଷା, କୁଆପଥର ମାଡ଼: ସତର୍କ ସୂଚନା ଜାରି

ଭୁବନେଶ୍ୱର,୧୯ା୩(ଅନୁରାଧା ମହାରଣା):ରାଜ୍ୟରେ କାଳବୈଶାଖୀ ପ୍ରଭାବରେ ବିଭିନ୍ନ ଜିଲାରେ ବର୍ଷା ସହ ଝଡପବନ ହେଉଥିବା ବେଳେ ଆଗାମୀ ୫ ଦିନ ଯାଏ ଏପରି ସ୍ଥିତି ଜାରି ରହିବ। ଏନେଇ…

‘ଏସ୍‌ଓପି’ ନ ମାନିଲେ ଦରମା ବନ୍ଦ: ସବୁ ବିଭାଗକୁ ତାଗିଦ୍‌, ଛଟେଇ ପ୍ରକ୍ରିୟା ଆରମ୍ଭ…

ଭୁବନେଶ୍ୱର,୧୯ା୩ (ରବିନାରାୟଣ ଜେନା):ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ କାର୍ଯ୍ୟରତ ପରାମର୍ଶଦାତାଙ୍କ ଛଟେଇ ପ୍ରକ୍ରିୟା ଆରମ୍ଭ ହୋଇଛି। ଅର୍ଥ ବିଭାଗ ପକ୍ଷରୁ ଫେବୃଆରୀ ୧୭ରେ ଏନେଇ ଏକ ଉଚ୍ଚସ୍ତରୀୟ…

ପାରାଦୀପରେ ଲାଗିଲା ତୈଳ ଜାହାଜ: ମିଳିଲା ବଡ଼ ଆଶ୍ୱସ୍ତି, ହର୍ମୁଜ ଦେଇ…

ପାରାଦୀପ,୧୯।୩(ଶରତ ରାଉତ):ଯୁଦ୍ଧ ପ୍ରଭାବିତ ଦେଶ ଓମାନ୍‌ରୁ ଏକ ଅଶୋଧିତ ତୈଳ ବୋଝେଇ ଜାହାଜ ମେରାଇନ ଟ୍ୟାଙ୍କର(ଏମ୍‌ଟି)ଫ୍ଲୋରା ପାରାଦୀପ ବନ୍ଦର ସିଙ୍ଗଲ ପଏଣ୍ଟ ମୋରିଂସିଷ୍ଟମ(ଏସ୍‌ପିଏମ୍‌) ୩ରେ ବୁଧବାର ଲାଗିଛି।…

ଇରାନ୍‌ ଗୋଇନ୍ଦା ମନ୍ତ୍ରୀଙ୍କୁ ହତ୍ୟା

ତେଲ୍‌ ଆଭିଭ୍‌ ,୧୯ା୩: ଇରାନ୍‌କୁ ବୁଧବାର ପୁଣି ଶକ୍ତ ଧକ୍କା ଲାଗିଛି। ଇସ୍ରାଏଲ ଆକ୍ରମଣରେ ଇରାନ୍‌ର ଗୋଇନ୍ଦା ବିଭାଗ ମନ୍ତ୍ରୀ ଇସ୍‌ମାଇଲ ଖାତିବ୍‌ ନିହତ ହୋଇଛନ୍ତି। ମଙ୍ଗଳବାର…

ବିଶ୍ୱ ବଜାରରେ ତେଲ ନିଆଁ: ୯୫ ଦେଶରେ ମହଙ୍ଗା ହେଲା ପେଟ୍ରୋଲ, ଭାରତରେ…

ନୂଆଦିଲ୍ଲୀ/ୱାଶିଂଟନ,୧୮।୩: ୨୦୨୬ ଫେବୃଆରୀ ଶେଷ ଭାଗରେ ଇରାନ ଉପରେ ଆମେରିକା ଏବଂ ଇସ୍ରାଏଲର ମିଳିତ ଆକ୍ରମଣ ପରେ ବିଶ୍ୱ ଶକ୍ତି ବଜାର (Global Energy Market) ରେ…

ମା’ ସମଲେଶ୍ୱରୀଙ୍କ ବାସନ୍ତୀକ ନବରାତ୍ର ପୂଜା ଆରମ୍ଭ: ସମ୍ପନ୍ନ ହେଲା ପାରମ୍ପରିକ ‘ଖଣ୍ଡାଧୁଆ’ ନୀତି

ବରଗଡ଼, ୧୮/୩ (ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ପୀଠରେ ପବିତ୍ର ଚୈତ୍ର ନବରାତ୍ର ବା ବାସନ୍ତୀକ ନବରାତ୍ର ପୂଜା ପାଇଁ ଶୁଭାରମ୍ଭ…

ଭାରତରେ ଡାଉନ ହେଲା ସୋସିଆଲ ମିଡିଆ ପ୍ଲାଟଫର୍ମ X, ହଜାର ହଜାର ୟୁଜର୍ସ…

ବୁଧବାର ସନ୍ଧ୍ୟାରେ ଭାରତରେ ସୋସିଆଲ ମିଡିଆ ପ୍ଲାଟଫର୍ମ X ହଠାତ୍ ଠପ୍ ହୋଇଯାଇଥିଲା । ଯାହା ଫଳରେ ଅନେକ ଉପଭୋକ୍ତା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଡାଉନଡିଟେକ୍ଟର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri