Posted inଖେଳ

କୋହଲିଙ୍କ ଅବସର ପରେ ଏହି ଖେଳାଳିଙ୍କ ଚମକିବ ଭାଗ୍ୟ: ଏବେ ଟିମ୍‌ ଇଣ୍ଡିଆରେ ସ୍ଥାନ ପକ୍କା

ନୂଆଦିଲ୍ଲୀ,୧୨।୫: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ଏବଂ ଷ୍ଟାର ବ୍ୟାଟସମ୍ୟାନ ବିରାଟ କୋହଲି ଟେଷ୍ଟ କ୍ରିକେଟରୁ ଅବସର ନେଇଛନ୍ତି। ସୋମବାର ବିରାଟ ଟେଷ୍ଟରୁ ଅବସର ଘୋଷଣା କରିଛନ୍ତି। ଏବେ ପ୍ରଶ୍ନ ହେଉଛି ଟେଷ୍ଟ ଦଳରେ ବିରାଟଙ୍କ ସ୍ଥାନ କିଏ ନେବେ?

ବିରାଟଙ୍କ ସ୍ଥାନ ନେବା ପାଇଁ ଅନେକ ଦାବିଦାର ଅଛନ୍ତି। ଏଥିରେ ପ୍ରତିଯୋଗୀମାନେ ଅଛନ୍ତି ରଜତ ପାଟିଦାର, ସରଫରାଜ ଖାନ ଏବଂ ଶ୍ରେୟାସ ଆୟର। କିନ୍ତୁ ଏହି ଖେଳାଳିମାନଙ୍କ ମଧ୍ୟରୁ ଜଣଙ୍କର ଭାଗ୍ୟ ଚମକିବାକୁ ଯାଉଛି। ସେ ହେଉଛନ୍ତି ଆୟର। ବିରାଟ କୋହଲି ଟେଷ୍ଟ କ୍ରିକେଟରେ ପ୍ରାୟତଃ ଚତୁର୍ଥ ନମ୍ବରରେ ବ୍ୟାଟିଂ କରୁଥିଲେ। ଦଳ ଏବେ ଏପରି ଜଣେ ବ୍ୟାଟସମ୍ୟାନଙ୍କୁ ଖୋଜୁଛି ଯିଏ ଦୀର୍ଘ ସମୟ ପର୍ଯ୍ୟନ୍ତ ଚତୁର୍ଥ ନମ୍ବରରେ ଭଲ ପ୍ରଦର୍ଶନ କରିପାରିବେ। ଶ୍ରେୟସ ଆୟର ଚୟନକର୍ତ୍ତାଙ୍କ ପ୍ରଥମ ପସନ୍ଦ ହୋଇପାରନ୍ତି। ଆୟର ଦିନିକିଆରେ ଚତୁର୍ଥ ନମ୍ବରରେ ମଧ୍ୟ ବ୍ୟାଟିଂ କରନ୍ତି ଏବଂ ଏହି ସ୍ଥାନରେ ତାଙ୍କର ରେକର୍ଡ ମଧ୍ୟ ଭଲ।

ଭାରତକୁ ଆଇସିସି ଚାମ୍ପିଅନ୍ସ ଟ୍ରଫି ଜିତିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ଶ୍ରେୟସ ଆୟର ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ବିରାଟ କୋହଲିଙ୍କ ସ୍ଥାନରେ ଚତୁର୍ଥ ନମ୍ବରରେ ଖେଳିପାରନ୍ତି। ଆୟର ମଧ୍ୟ ବହୁତ ଭଲ ଫର୍ମରେ ଅଛନ୍ତି। ଆଇପିଏଲ ୨୦୨୫ରେ ଆୟରଙ୍କ ବ୍ୟାଟ ଏପର୍ଯ୍ୟନ୍ତ ୪୦୫ ରନ କରିଛି। ଆୟର ଭାରତ ପାଇଁ ୭୦ଟି ଦିନିକିଆ, ୫୧ଟି ଟି-୨୦ ଆନ୍ତର୍ଜାତୀୟ ଏବଂ ୧୪ଟି ଟେଷ୍ଟ ମ୍ୟାଚ ଖେଳିଛନ୍ତି। ସେ ଦିନିକିଆରେ ଚତୁର୍ଥ ନମ୍ବରରେ ଚମତ୍କାର ପ୍ରଦର୍ଶନ କରନ୍ତି।

ବିରାଟ କୋହଲି ଟେଷ୍ଟ କ୍ରିକେଟରେ ୩୦ଟି ଶତକ ହାସଲ କରିଛନ୍ତି। ବିରାଟ ଟେଷ୍ଟରେ ୭ଟି ଦ୍ୱିଶତକ ଏବଂ ୩୦ଟି ଶତକ ମାରିଥିଲେ। ସେ ଭାରତ ପାଇଁ ଟେଷ୍ଟରେ ଚତୁର୍ଥ ସର୍ବାଧିକ ରନ ସ୍କୋରର। ଟେଷ୍ଟରେ ବିରାଟଙ୍କ ତୁଳନାରେ କେବଳ ତିନି ଜଣ ଭାରତୀୟ ବ୍ୟାଟସମ୍ୟାନ ଅଧିକ ଶତକ ହାସଲ କରିପାରିଛନ୍ତି।

ବିରାଟ ୧୨୩ଟି ଟେଷ୍ଟ ମ୍ୟାଚ ଖେଳି ୯୨୩୦ ରନ କରିଛନ୍ତି। ସେ ୨୦୧୧ ମସିହାରେ ତାଙ୍କର ଟେଷ୍ଟ ଡେବ୍ୟୁ କରିଥିଲେ ଏବଂ ୨୦୨୫ ମସିହାରେ ତାଙ୍କର ଶେଷ ଟେଷ୍ଟ ଖେଳିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଇସଲାମାବାଦ ବୈଠକ ପୂର୍ବରୁ ତେହରାନକୁ ବଡ଼ ଅଲ୍ଟିମେଟମ୍‌ ଦେଲେ ଟ୍ରମ୍ପ, ଭୟରେ ଥରହର ଇରାନ

ତେହରାନ୍‌,୧୦।୪: ହର୍ମୁଜ ପ୍ରଣାଳୀ ଉପରେ ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ଏବଂ ଉତ୍ତେଜନା ମଧ୍ୟରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗୁରୁବାର ସ୍ପଷ୍ଟ କରିଛନ୍ତି ଯେ ତେଲ…

ଅନନ୍ତ ଅମ୍ବାନୀଙ୍କ ଜନ୍ମଦିନରେ ବଡ଼ ଘୋଷଣା: କିସ୍‌ ଶିକ୍ଷାନୁଷ୍ଠାନର ଛାତ୍ରୀଛାତ୍ରଙ୍କ ପାଇଁ ରିଲାଏନ୍ସର ଚାକିରି ସୁଯୋଗ

ଭୁବନେଶ୍ୱର,୯ା୪(ଅନୁରାଧା ମହାରଣା): ଅନନ୍ତ ଅମ୍ବାନୀଙ୍କ ଜନ୍ମଦିନ ଅବସରରେ ଭୁବନେଶ୍ୱରସ୍ଥିତ କିସ୍‌ ଶିକ୍ଷାନୁଷ୍ଠାନର ଛାତ୍ରୀଛାତ୍ରଙ୍କ ପାଇଁ ରିଲାଏନ୍ସର ଚାକିରି ସୁଯୋଗ, ଚଳିତ ଶିକ୍ଷାବର୍ଷରେ କିସ୍‌ ଛାତ୍ରୀଛାତ୍ରଙ୍କ ପାଇଁ ଛାତ୍ରବୃତ୍ତି,…

ମାସେ ଘୁଞ୍ଚିଲା ଓଟିଇଟି-୨୦୨୬ ଅନଲାଇନ୍‌ ଆବେଦନ ସମୟସୀମା

ଭୁବନେଶ୍ୱର,୧୦।୪: ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ)ଦ୍ୱାରା ପରିଚାଳିତ ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା(ଓଟିଇଟି-୨୦୨୬)ଅନଲାଇନ୍‌ ଆବେଦନ ସମୟସୀମା ମେ’ ୯ ତାରିଖ ଯାଏ ବୃଦ୍ଧି କରାଯାଇଛି। ପୂର୍ବରୁ ଏହାର…

ନୀରୋଗ ସ୍ବାସ୍ଥ୍ୟ ପାଇଁ ହୋମିଓପାଥି

ହୋମିଓପାଥି ଚିକିତ୍ସାର ଜନକ ଭାବେ ବିବେଚିତ ଡା. ସାମୁଏଲ ହ୍ୟାନିମାନ ୧୭୯୬ ଏପ୍ରିଲ ୧୦ ରେ ଜନ୍ମଗ୍ରହଣ କରିଥିଲେ। ସେହି ବିଶିଷ୍ଟ ଡାକ୍ତରଙ୍କ ଜନ୍ମଦିନ ଅବସରରେ ପ୍ରତିବର୍ଷ…

ଗୋଟିଏ ସ୍ଥାନରେ ୩ବର୍ଷ ରହି ପାରିବେନି ପୋଲିସ ବାବୁ, ତଥ୍ୟ ମାଗିଲେ ସରକାର

ଭୁବନେଶ୍ବର,୧୦।୪: ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏକ ନୂଆ ବିଜ୍ଞପ୍ତି ଜାରି ହୋଇଛି। ଏଣିକି ଗୋଟିଏ ସ୍ଥାନରେ ୩ବର୍ଷ ରହି ପାରିବେ ନାହିଁ ପୋଲିସ । ସେହିପରି…

ମେଣ୍ଟ ଭାଙ୍ଗିଲେ ଓୱାଇସି, ବଡ଼ ଘୋଷଣା କରି କହିଲେ ପଶ୍ଚିମବଙ୍ଗ ନିର୍ବାଚନରେ ଏକାକୀ ଲଢିବ AIMIM

ନୂଆଦିଲ୍ଲୀ,୧୦।୪: ୨୦୨୬ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ, AIMIM ମୁଖ୍ୟ ଅସଦୁଦ୍ଦିନ ଓୱାଇସି ହୁମାୟୁନ କବୀରଙ୍କ ଦଳ ସହିତ ତାଙ୍କର ମେଣ୍ଟକୁ ଭାଙ୍ଗିବାକୁ ଘୋଷଣା କରିଛନ୍ତି। ସେ…

ଫୁଲବାଣୀରୁ ବେଙ୍ଗାଲୁରୁକୁ ଗଞ୍ଜେଇ ଚାଲାଣ କରୁଥିଲେ ଭାଇ-ଭଉଣୀ, ଅଚାନକ ପହଞ୍ଚିଗଲା ପୋଲିସ, ତା’ପରେ…

ଛତ୍ରପୁର, ୧୦।୪(ଦିଲ୍ଲୀପ ସାମଲ): ବେଆଇନ ଭାବେ ଫୁଲବାଣୀରୁ ବେଙ୍ଗାଲୁରୁ ଗଞ୍ଜେଇ ଚୋରାଚାଲାଣ ବେଳେ ମାଡି ବସିଲା ଛତ୍ରପୁର ଅବକାରୀ ଭ୍ରାମ୍ୟମାଣ ଥାନା । ଗୁରୁବାର ଅପରାହ୍ନରେ ଏକ…

ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା ପରେ ପ୍ରତାରଣା, ସମ୍ପର୍କୀୟଙ୍କ ଘରେ ୩ ଦିନ ରଖି…

ନନ୍ଦାହାଣ୍ଡି,୧୦।୪ (ପ୍ରତୀପ କୁମାର ଦାଶ): ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା ପରେ ଯୁବତୀଙ୍କୁ ଛାଡି ଜଣେ ଯୁବକ ଫେରାର ହୋଇଯାଇଥିବା ନେଇ ନବରଙ୍ଗପୁର ଥାନାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri