Posted inଜାତୀୟ

ଜୋଷୀମଠ ପରେ କର୍ଣ୍ଣପ୍ରୟାଗ

ଚମୋଲି/ନୂଆଦିଲ୍ଲୀ,୧୧ା୧: ଉତ୍ତରାଖଣ୍ଡର ଜୋଷୀମଠ ପରେ କର୍ଣ୍ଣପ୍ରୟାଗରେ ମଧ୍ୟ ମାଟି ଫାଟି ଅଁା କଲାଣି। ସହରର ବହୁଗୁଣା ନଗରରେ ଥିବା ୫୦ ଘରର କାନ୍ଥରେ ଫାଟ ସୃଷ୍ଟି ହୋଇଛି। ଏଥିସହ କେତେକ ସ୍ଥାନରେ ଭୂସ୍ଫଳନ ମଧ୍ୟ ହୋଇଛି। ଏହାକୁ ଦୃଷ୍ଟିରେ ରଖି କର୍ଣ୍ଣପ୍ରୟାଗବାସୀ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମିଙ୍କୁ ଭେଟି ସରକାରୀ ସହାୟତା ଲୋଡ଼ିଛନ୍ତି।
ଜୋଷୀମଠରେ ଗତ ସପ୍ତାହରୁ ଲଗାତର ଭାବେ ରାସ୍ତାଘାଟ, ମନ୍ଦିର, ଶିକ୍ଷାନୁଷ୍ଠାନ ଓ ଲୋକଙ୍କ ଘର କାନ୍ଥରେ ସୃଷ୍ଟି ହୋଇଥିବା ଫାଟର ବ୍ୟବଧାନ ବଢ଼ିବାରେ ଲାଗିଛି। ଆଗକୁ ଅଧିକ ବିପଦ ଆଶଙ୍କା କରି ଜୋଷୀମଠକୁ ଭୂସ୍ଖଳନପ୍ରବଣ ଅଞ୍ଚଳ ଘୋଷଣା କରାଯାଇଛି। ବହୁ ପରିବାର ନିଜ ଭିଟାମାଟି ଛାଡ଼ି ସରକାରଙ୍କ ପକ୍ଷରୁ ନିର୍ମାଣ କରାଯାଇଥିବା ଅସ୍ଥାୟୀ ଶିବିରଗୁଡ଼ିକରେ ଆଶ୍ରୟ ନେଇଛନ୍ତି। ଜୋଷୀମଠବାସୀଙ୍କ ଦୁଃଖ ନ ଯାଉଣୁ ଅନ୍ୟତମ ଆଧ୍ୟାମତ୍ିକ ପୀଠ କର୍ଣ୍ଣପ୍ରୟାଗରେ ମଧ୍ୟ ଅନୁରୂପ ସଙ୍କଟ ଉପୁଜିଲାଣି। କର୍ଣ୍ଣପ୍ରୟାଗର ଉପର ବଜାର ଓ୍ବାର୍ଡରେ ରହୁଥିବା ୩୦ ପରିବାର ପ୍ରତି ଫାଟ ବିପତ୍ତି ମାଡ଼ିଆସିଛି। ସେମାନେ ରାଜ୍ୟ ସରକାରଙ୍କୁ ସହାୟତା ମାଗିଛନ୍ତି। ଇତିମଧ୍ୟରେ ଚମୋଲି ଜିଲା ବିପର୍ଯ୍ୟୟ ପ୍ରଶମନ କର୍ତ୍ତୃପକ୍ଷ ଏକ ବୁଲେଟିନ୍‌ ଜାରି କରିଛନ୍ତି। ଜୋଷୀମଠ ଟାଉନ୍‌ର ୬୭୮ ବିଲ୍ଡିଂରେ ଫାଟ ସୃଷ୍ଟି ହୋଇଛି। ସୁରକ୍ଷା ଦୃଷ୍ଟିରୁ ୮୧ ପରିବାରକୁ ଅସ୍ଥାୟୀ ଭାବେ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଜୋଷୀମଠ ଅଞ୍ଚଳର ୨୧୩ଟି ରୁମ୍‌କୁ ଅସ୍ଥାୟୀ ବାସୋପଯୋଗୀ ଭାବେ ଚିହ୍ନଟ କରାଯାଇଛି, ଯେଉଁଠି ୧,୧୯୧ ଜଣଙ୍କୁ ରଖାଯାଇପାରିବ। ଏଥିସହ ସହର ବାହାରେ ଥିବା ପିପଲକୋଟିରେ ୪୯୧ ରୁମ୍‌/ହଲ୍‌ ଚିହ୍ନଟ କରାଯାଇଛି, ଯାହାର ଧାରଣ କ୍ଷମତା ୨,୨୦୫। ପ୍ରଭାବିତ ଲୋକଙ୍କୁ ଜିଲା ପ୍ରଶାସନ ଖାଦ୍ୟ ପୁଡ଼ିଆ, କମ୍ବଳ ଓ ଅନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦେଇଛି। ଏଥିସହ ପ୍ରତି ପରିବାରକୁ ୫,୦୦୦ ଟଙ୍କା ଲେଖାଏ ସହାୟତା ପ୍ରଦାନ କରାଯାଇଛି। ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବଳ (ଏସ୍‌ଡିଆର୍‌ଏଫ୍‌) ଯବାନମାନେ ବିପଦପୂର୍ଣ୍ଣ କୋଠାଗୁଡ଼ିକୁ ଭାଙ୍ଗିବା ପାଇଁ ଅଭିଯାନ ଚଳାଇଛନ୍ତି। ପ୍ରଥମ ପର୍ଯ୍ୟାୟରେ ହୋଟେଲ ମଲାରି ଇନ୍‌ ଏବଂ ମାଉଣ୍ଟ ଭ୍ୟୁକୁ ବୁଲ୍‌ଡୋଜର ଲଗାଇ ଭାଙ୍ଗିବା ପ୍ରକ୍ରିୟା ଆରମ୍ଭ କରାଯାଇଛି। ଇତିମଧ୍ୟରେ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ନ୍ୟାଶନାଲ ଥର୍ମାଲ ପାଓ୍ବାର କର୍ପୋରେଶନ (ଏନ୍‌ଟିପିସି)ର ତପୋବନ-ବିଷ୍ଣୁଗଡ଼ ଜଳବିଦ୍ୟୁତ୍‌ ପ୍ରକଳ୍ପକୁ ବିରୋଧ କରି ସ୍ଥାନୀୟ ଲୋକେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଭୂବିଜ୍ଞାନ ମନ୍ତ୍ରୀ ଜିତେନ୍ଦ୍ର ସିଂ କହିଛନ୍ତି, ଜୋଷୀମଠରେ ବୁଧବାର କେନ୍ଦ୍ର ସରକାରଙ୍କ ପକ୍ଷରୁ ମାଇକ୍ରୋ ସେସ୍‌ମିକ୍‌ ଅବ୍‌ଜର୍ଭେଶନ୍‌ ସିଷ୍ଟମ୍‌ ପ୍ରତିଷ୍ଠା କରାଯିବ। ଏହାଦ୍ୱାରା ସମ୍ପୃକ୍ତ ଅଞ୍ଚଳରେ ଭୂସ୍ଖଳନର କାରଣ ସମ୍ପର୍କରେ ଗବେଷଣା କରାଯାଇପାରିବ। ଭାରତର ପ୍ରାକୃତିକ ବିପର୍ଯ୍ୟୟର ମାନବୀୟ ପରିଣାମ ଦ୍ରୁତଗତିରେ ବୃଦ୍ଧିପାଉଛି। ଏଥିପାଇଁ ଉପଯୁକ୍ତ ପ୍ରଶମନ ରଣନୀତି ପ୍ରସ୍ତୁତ କରାଯିବା ଜରୁରୀ ହୋଇପଡ଼ିଛି। ଗତ ୨ ବର୍ଷ ମଧ୍ୟରେ ଭୂବିଜ୍ଞାନ ମନ୍ତ୍ରଣାଳୟ ଦେଶରେ ୩୭ଟି ସେସ୍‌ମୋଲୋଜିକାଲ୍‌ ସେଣ୍ଟର ପ୍ରତିଷ୍ଠା କରିଛି, ଯହିଁରୁ ଭୂକମ୍ପ ଓ ଭୂସ୍କଳନ ସମ୍ପର୍କିତ ବିସ୍ତୃତ ଡେଟାବେସ୍‌ ପ୍ରସ୍ତୁତ କରାଯାଇପାରିବ। ଆଗାମୀ ୫ ବର୍ଷରେ ଏପରି ଶତାଧିକ ସେଣ୍ଟର ପ୍ରତିଷ୍ଠା ପାଇଁ କେନ୍ଦ୍ର ସରକାର ଲକ୍ଷ୍ୟ ରଖିଥିବା ଜିତେନ୍ଦ୍ର ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ଅଧିନାୟକ ପଦରୁ ଗିଲ୍‌ ହେବେ ବିଦା! ତାଙ୍କ ସ୍ଥାନରେ ଏହି ଖେଳାଳିଙ୍କୁ ମିଳିବ ଅଧିନାୟକତ୍ୱ, ବଡ଼ ଖୁଲାସା

ନୂଆଦିଲ୍ଲୀ,୨୨।୧୨: କ୍ରିକେଟର ଶୁବମନ ଗିଲ୍‌ଙ୍କ ପାଇଁ ସମସ୍ୟା ବଢ଼ିବା ପରି ମନେ ହେଉଛି। ତାଙ୍କୁ ପ୍ରଥମେ ଟେଷ୍ଟ ଦଳର ଅଧିନାୟକ ଏବଂ ପରେ ଚଳିତ ବର୍ଷ...

ଭୟଙ୍କର ଦୁର୍ଘଟଣା: ଏକାବେଳକେ ୨ ବାଇକ୍‌କୁ ଧକ୍କା ଦେଲା କାର୍‌,ପରେ…

ଗଞ୍ଜାମ,୨୨।୧୨(ଅନାଥ ତରାଇ): ଗଞ୍ଜାମ ବ୍ଲକ ପୋଇରାସୀ ପଞ୍ଚାୟତର କାଇଁଚପୁର ନିକଟରେ ସୋମବାର ଭୟଙ୍କର ଦୁର୍ଘଟଣା ଘଟିଛି। ଏକ କାର (ନଂ ଓଡ଼ି୦୭ଏପି୪୪୩୩) ଦୃତ ଗତିରେ ଆସି...

୩ ଲକ୍ଷ ପାର୍‌ କରିବ ସୁନା ଦାମ୍‌! ଆମେରିକୀୟ ଅର୍ଥନୀତିଜ୍ଞଙ୍କ ବଡ଼ ଆକଳନ

ନୂଆଦିଲ୍ଲୀ,୨୨।୧୨: ଆମେରିକୀୟ ଅର୍ଥନୀତିଜ୍ଞ ଏବଂ ପ୍ରସିଦ୍ଧ ବଜାର ରଣନୀତିଜ୍ଞ ଏଡ ୟାରଡେନି ବିଶ୍ୱାସ କରନ୍ତି ଯେ ଏହି ଦଶନ୍ଧିର ଶେଷ ସୁଦ୍ଧା ସୁନାରେ ଏକ ଗୁରୁତ୍ୱପୂର୍ଣ୍ଣ...

ସଫେଇ କରିବାକୁ କହି ମହିଳାଙ୍କଠାରୁ ସୁନା ଚେନ୍‌ ଲୁଟିନେଲେ ଯୁବକ, ଆଉ ତା’ପରେ…

ବଲାଙ୍ଗୀର, ୨୨।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହର ତେଲିଗୋଠପଡାଠାରେ ସଫେଇ ନାଁରେ ଦୁଇ ଜଣ ଯୁବକ ଜଣେ ମହିଳାଙ୍କଠାରୁ ସୁନା ଚେନ୍‌ ଲୁଟି ଫେରାର୍‌ ହୋଇଯାଇଛନ୍ତି।...

ଏକାଠି ଜିଇଁବା ଏକାଠି ମରିବା….ସ୍ବାମୀ ମୃତ୍ୟୁର ୬ ଘଣ୍ଟା ପରେ ଦୁନିଆରୁ ବିଦାୟ ନେଲେ ସ୍ତ୍ରୀ

ନୂଆଦିଲ୍ଲୀ,୨୨।୧୨: କୁହାଯାଏ ଯେ ପ୍ରକୃତ ପ୍ରେମ ଜୀବନସାରା ରହିଥାଏ । ସମସ୍ତିପୁର ଜିଲ୍ଲାର ରୋସେରାର ଏହି ହୃଦୟ ବିଦାରକ ଘଟଣା ଏହାର ପ୍ରମାଣ ଦେଉଛି ।...

ହୋଟେଲ ଭମର୍ସ ସିଲ୍‌ କଲା ପୌର ପ୍ରଶାସନ

ବଲାଙ୍ଗୀର,୨୨।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୌର ପ୍ରଶାସନ ପକ୍ଷରୁ ସୋମବାର ସ୍ଥାନୀୟ ହୋଟେଲ ଭମର୍ସକୁ ସିଲ୍‌ କରାଯାଇଛି। ପୌର ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ବେହେରାଙ୍କ...

ଆଉ ୨ ଦିନ ପରେ କ୍ରିସ୍‌ମାସ

ଭୁବନେଶ୍ୱର,୧୯ା୧୨- ଆସନ୍ତା ୨୫ ତାରିଖ ଗୁରୁବାର ବଡ଼ଦିନ ବା କ୍ରିସ୍‌ମସ। ଭୁବନେଶ୍ୱରରେ ଥିବା କ୍ୟାଥୋଲିକ୍‌ ଓ ବାପଟିଷ୍ଟ ଚର୍ଚ୍ଚରେ ଖ୍ରୀଷ୍ଟ ଧର୍ମାବଲମ୍ୱୀମାନେ ଏକାଠି ହୋଇ ପ୍ରଭୁ...

ସମ୍ବିତଙ୍କୁ ସମର୍ଥନ କଲେ ପ୍ରମିଳା ମଲ୍ଲିକ, କହିଲେ ପାଣ୍ଡିଆନ୍‌ ଆମ….

ଭୁବନେଶ୍ୱର,୨୨।୧୨:  ପାଣ୍ଡିଆନଙ୍କୁ ନେଇ ବିଜେଡି ନେତା ସମ୍ବିତ ରାଉତରାୟ ଦେଇଥିବା ବୟାନକୁ ସମର୍ଥନ କଲେ ବିରୋଧୀଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ । ସମ୍ବିତ ଯାହା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri