Posted inଜାତୀୟ

ଜୋଷୀମଠ ପରେ କର୍ଣ୍ଣପ୍ରୟାଗ

ଚମୋଲି/ନୂଆଦିଲ୍ଲୀ,୧୧ା୧: ଉତ୍ତରାଖଣ୍ଡର ଜୋଷୀମଠ ପରେ କର୍ଣ୍ଣପ୍ରୟାଗରେ ମଧ୍ୟ ମାଟି ଫାଟି ଅଁା କଲାଣି। ସହରର ବହୁଗୁଣା ନଗରରେ ଥିବା ୫୦ ଘରର କାନ୍ଥରେ ଫାଟ ସୃଷ୍ଟି ହୋଇଛି। ଏଥିସହ କେତେକ ସ୍ଥାନରେ ଭୂସ୍ଫଳନ ମଧ୍ୟ ହୋଇଛି। ଏହାକୁ ଦୃଷ୍ଟିରେ ରଖି କର୍ଣ୍ଣପ୍ରୟାଗବାସୀ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମିଙ୍କୁ ଭେଟି ସରକାରୀ ସହାୟତା ଲୋଡ଼ିଛନ୍ତି।
ଜୋଷୀମଠରେ ଗତ ସପ୍ତାହରୁ ଲଗାତର ଭାବେ ରାସ୍ତାଘାଟ, ମନ୍ଦିର, ଶିକ୍ଷାନୁଷ୍ଠାନ ଓ ଲୋକଙ୍କ ଘର କାନ୍ଥରେ ସୃଷ୍ଟି ହୋଇଥିବା ଫାଟର ବ୍ୟବଧାନ ବଢ଼ିବାରେ ଲାଗିଛି। ଆଗକୁ ଅଧିକ ବିପଦ ଆଶଙ୍କା କରି ଜୋଷୀମଠକୁ ଭୂସ୍ଖଳନପ୍ରବଣ ଅଞ୍ଚଳ ଘୋଷଣା କରାଯାଇଛି। ବହୁ ପରିବାର ନିଜ ଭିଟାମାଟି ଛାଡ଼ି ସରକାରଙ୍କ ପକ୍ଷରୁ ନିର୍ମାଣ କରାଯାଇଥିବା ଅସ୍ଥାୟୀ ଶିବିରଗୁଡ଼ିକରେ ଆଶ୍ରୟ ନେଇଛନ୍ତି। ଜୋଷୀମଠବାସୀଙ୍କ ଦୁଃଖ ନ ଯାଉଣୁ ଅନ୍ୟତମ ଆଧ୍ୟାମତ୍ିକ ପୀଠ କର୍ଣ୍ଣପ୍ରୟାଗରେ ମଧ୍ୟ ଅନୁରୂପ ସଙ୍କଟ ଉପୁଜିଲାଣି। କର୍ଣ୍ଣପ୍ରୟାଗର ଉପର ବଜାର ଓ୍ବାର୍ଡରେ ରହୁଥିବା ୩୦ ପରିବାର ପ୍ରତି ଫାଟ ବିପତ୍ତି ମାଡ଼ିଆସିଛି। ସେମାନେ ରାଜ୍ୟ ସରକାରଙ୍କୁ ସହାୟତା ମାଗିଛନ୍ତି। ଇତିମଧ୍ୟରେ ଚମୋଲି ଜିଲା ବିପର୍ଯ୍ୟୟ ପ୍ରଶମନ କର୍ତ୍ତୃପକ୍ଷ ଏକ ବୁଲେଟିନ୍‌ ଜାରି କରିଛନ୍ତି। ଜୋଷୀମଠ ଟାଉନ୍‌ର ୬୭୮ ବିଲ୍ଡିଂରେ ଫାଟ ସୃଷ୍ଟି ହୋଇଛି। ସୁରକ୍ଷା ଦୃଷ୍ଟିରୁ ୮୧ ପରିବାରକୁ ଅସ୍ଥାୟୀ ଭାବେ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଜୋଷୀମଠ ଅଞ୍ଚଳର ୨୧୩ଟି ରୁମ୍‌କୁ ଅସ୍ଥାୟୀ ବାସୋପଯୋଗୀ ଭାବେ ଚିହ୍ନଟ କରାଯାଇଛି, ଯେଉଁଠି ୧,୧୯୧ ଜଣଙ୍କୁ ରଖାଯାଇପାରିବ। ଏଥିସହ ସହର ବାହାରେ ଥିବା ପିପଲକୋଟିରେ ୪୯୧ ରୁମ୍‌/ହଲ୍‌ ଚିହ୍ନଟ କରାଯାଇଛି, ଯାହାର ଧାରଣ କ୍ଷମତା ୨,୨୦୫। ପ୍ରଭାବିତ ଲୋକଙ୍କୁ ଜିଲା ପ୍ରଶାସନ ଖାଦ୍ୟ ପୁଡ଼ିଆ, କମ୍ବଳ ଓ ଅନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦେଇଛି। ଏଥିସହ ପ୍ରତି ପରିବାରକୁ ୫,୦୦୦ ଟଙ୍କା ଲେଖାଏ ସହାୟତା ପ୍ରଦାନ କରାଯାଇଛି। ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବଳ (ଏସ୍‌ଡିଆର୍‌ଏଫ୍‌) ଯବାନମାନେ ବିପଦପୂର୍ଣ୍ଣ କୋଠାଗୁଡ଼ିକୁ ଭାଙ୍ଗିବା ପାଇଁ ଅଭିଯାନ ଚଳାଇଛନ୍ତି। ପ୍ରଥମ ପର୍ଯ୍ୟାୟରେ ହୋଟେଲ ମଲାରି ଇନ୍‌ ଏବଂ ମାଉଣ୍ଟ ଭ୍ୟୁକୁ ବୁଲ୍‌ଡୋଜର ଲଗାଇ ଭାଙ୍ଗିବା ପ୍ରକ୍ରିୟା ଆରମ୍ଭ କରାଯାଇଛି। ଇତିମଧ୍ୟରେ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ନ୍ୟାଶନାଲ ଥର୍ମାଲ ପାଓ୍ବାର କର୍ପୋରେଶନ (ଏନ୍‌ଟିପିସି)ର ତପୋବନ-ବିଷ୍ଣୁଗଡ଼ ଜଳବିଦ୍ୟୁତ୍‌ ପ୍ରକଳ୍ପକୁ ବିରୋଧ କରି ସ୍ଥାନୀୟ ଲୋକେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଭୂବିଜ୍ଞାନ ମନ୍ତ୍ରୀ ଜିତେନ୍ଦ୍ର ସିଂ କହିଛନ୍ତି, ଜୋଷୀମଠରେ ବୁଧବାର କେନ୍ଦ୍ର ସରକାରଙ୍କ ପକ୍ଷରୁ ମାଇକ୍ରୋ ସେସ୍‌ମିକ୍‌ ଅବ୍‌ଜର୍ଭେଶନ୍‌ ସିଷ୍ଟମ୍‌ ପ୍ରତିଷ୍ଠା କରାଯିବ। ଏହାଦ୍ୱାରା ସମ୍ପୃକ୍ତ ଅଞ୍ଚଳରେ ଭୂସ୍ଖଳନର କାରଣ ସମ୍ପର୍କରେ ଗବେଷଣା କରାଯାଇପାରିବ। ଭାରତର ପ୍ରାକୃତିକ ବିପର୍ଯ୍ୟୟର ମାନବୀୟ ପରିଣାମ ଦ୍ରୁତଗତିରେ ବୃଦ୍ଧିପାଉଛି। ଏଥିପାଇଁ ଉପଯୁକ୍ତ ପ୍ରଶମନ ରଣନୀତି ପ୍ରସ୍ତୁତ କରାଯିବା ଜରୁରୀ ହୋଇପଡ଼ିଛି। ଗତ ୨ ବର୍ଷ ମଧ୍ୟରେ ଭୂବିଜ୍ଞାନ ମନ୍ତ୍ରଣାଳୟ ଦେଶରେ ୩୭ଟି ସେସ୍‌ମୋଲୋଜିକାଲ୍‌ ସେଣ୍ଟର ପ୍ରତିଷ୍ଠା କରିଛି, ଯହିଁରୁ ଭୂକମ୍ପ ଓ ଭୂସ୍କଳନ ସମ୍ପର୍କିତ ବିସ୍ତୃତ ଡେଟାବେସ୍‌ ପ୍ରସ୍ତୁତ କରାଯାଇପାରିବ। ଆଗାମୀ ୫ ବର୍ଷରେ ଏପରି ଶତାଧିକ ସେଣ୍ଟର ପ୍ରତିଷ୍ଠା ପାଇଁ କେନ୍ଦ୍ର ସରକାର ଲକ୍ଷ୍ୟ ରଖିଥିବା ଜିତେନ୍ଦ୍ର ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri