ତାଙ୍କ ଅନ୍ତେ

ଛୋଟ ଥିଲାବେଳେ, ତାଙ୍କ ଆଙ୍ଗୁଠି ଧରି ଚାଲିଲାବେଳେ ଲାଗୁଥିଲା ସେହି ଆଙ୍ଗୁଠିଠାରୁ ବଡ଼ ସାହାରା ଆଉ କିଛି ନାହିଁ। ତାଙ୍କ କାନ୍ଧରେ ବସି ବୁଲିଲାବେଳେ ଲାଗୁଥିଲା ଦୁନିଆର ସର୍ବୋଚ୍ଚ ଆସନରେ ବସି ଉଚ୍ଚମନା ହେବାର ଅଭିଳାଷକୁ ପୂର୍ଣ୍ଣ କରୁଥିଲି। ତାଙ୍କ ସହ ସାଇକେଲରେ ଗଲାବେଳେ ଲାଗୁଥିଲା ଜୀବନର ପ୍ରଗତି ରଥରେ ବସିଛିି। ତାଙ୍କ ଦୁଇ ବାହୁ ଛାୟା ତଳେ ରହି ଉପଲବ୍ଧି କରୁଥିଲି ପୃଥିବୀର ସବୁଠାରୁ ସୁରକ୍ଷିତ ସ୍ଥାନର ମହତ୍ତ୍ୱକୁ। ଆଉ ସେ ମୋ ସାଙ୍ଗରେ ଥିଲେ ମନେହୁଏ ମୁଁ ମାର୍ଜିତ, ଶୃଙ୍ଖଳିତ, ନୀତିନିଷ୍ଠ, ଦାୟିତ୍ୱବାନ୍‌ ତଥା ସଫଳତା ଆଡ଼କୁ ଅଗ୍ରସର ହେବାରେ ଲାଗିଛି। ତାଙ୍କ ଅନୁଶାସନର ଫଳସ୍ବରୂପ ପ୍ରଶଂସା ମୁଁ ପାଇଛି। ସେ ମୋ ବାପା। ବାଳୁତ ଚପଳାମିରେ ବେଳେବେଳେ ଭାବିନିଏ ସେ ଶୋଇପଡ଼ିଲେ କେତେ ମଜା ସତେ। ନା ଥାଏ ଆକଟ ନା ଥାଏ ଅସୁବିଧା। ତାଙ୍କ ଶୋଇବା ସମୟଟା କାଳେ ମୋ ସ୍ବାଧୀନତାର ସ୍ବାଦ ପାଇଁ ପ୍ରକୃଷ୍ଟ ସମୟ ବୋଧହୁଏ। କିନ୍ତୁ ଯେତେବେଳେ ବାପା ଚିର ନିଦ୍ରାରେ ଶୋଇପଡ଼ିଲେ, ତା’ପରେ ଭାବୁଛି ବାଲ୍ୟ ଚପଳାମିରେ ଭାବୁଥିବା କଥାକୁ। ସେ ତ ସ୍ବାଧୀନତା ନ ଥିଲା, ବରଂ ଥିଲା ମୋ ସାମୟିକ ଆନନ୍ଦର ମରୀଚିକା।
ବାପା ଥିଲେ ମନରେ ଆସୁଥିବା ସବୁ ଇଚ୍ଛା ପୂରଣ ହେବାର ଦୃଢ଼ବିଶ୍ୱାସ ରୁହେ, କିନ୍ତୁ ସେ ନ ଥିଲେ ମନରେ ଆଶା ଥାଏ ସତ, କିନ୍ତୁ ଦୃଢ଼ତା କମିଯାଏ। ନିଜ ଉପରେ ଭରସା ପାଏନା। ଆହ୍ବାନ, ପ୍ରତିବନ୍ଧକ, ଅସୁବିଧାକୁ ସାମ୍ନାରେ ଦେଖି ମନ ଭିତରଟା ଦୁର୍ବଳତାରେ ଭରି ହୋଇଯାଏ। ଏବେ ଜାଣିପାରୁଛି ଫରକ। ସେ ଥିଲାବେଳ ଆଉ ବର୍ତ୍ତମାନ ଭିତରେ। ଯେପରି ଯୋଜନା କରିବାକୁ, ତାକୁ କାର୍ଯ୍ୟକାରୀ କରିବାକୁ, ପରିବାରର ଭାର ବୋହିବାକୁ, ନିଜ କାନ୍ଧ ପର୍ଯ୍ୟାପ୍ତ ନୁହେଁ। ସାଙ୍ଗରେ ଠିଆ ହେବାକୁ ବାପା ନାହାନ୍ତି ସିନା, ସେ ଯେମିତି ଗଢ଼ିଛନ୍ତି ସେମିତି ଓ ସେତିକି ଶକ୍ତିରେ ମୁଁ ଆଗକୁ ବଢ଼ିବାକୁ ଚେଷ୍ଟା କରୁଛି। ଅନୁଭବ ହେଉଛି ବାପା ଥାଆନ୍ତେ କି ଏ ସବୁର ଚିନ୍ତା ନଥାନ୍ତା। ସେ କ’ଣ ତାହା ସେ ଥିଲାବେଳେ ଜଣାପଡୁ ନ ଥିଲା। କାରଣ ସେ ତ ସବୁ ବୁଝୁଥିଲେ। ପ୍ରତିବଦଳରେ ସେ ଚାହଁୁଥିଲେ ଟିକେ ସମ୍ମାନ ଓ ଶ୍ରଦ୍ଧା। ସନ୍ତାନଙ୍କ ଅଳିଅର୍ଦ୍ଦଳିଠାରୁ ଘରର ପ୍ରତ୍ୟେକ ଆବଶ୍ୟକତା ପୂରଣ କରୁକରୁ ନିଜକୁ ଅବହେଳିତ କରିଦେଉଥିଲେ ସିନା, କିନ୍ତୁ କିଛି କହୁନଥିଲେ କି କହିବାକୁ ଦେଉନଥିଲେ। ବରଂ ଏହା କହୁଥିଲେ ଯେ ମୋ ଅନ୍ତେ ମୋ ସନ୍ତାନମାନେ ମୋଠାରୁ ଅଧିକ ଉନ୍ନତ ଓ ବିକଶିତ ହେବେ। ସନ୍ତାନ ଭାବରେ ବୁଝି ହେଉ ନ ଥିଲା ବାପାଙ୍କ ଅନ୍ତ ଯେ ଆନ୍ତରିକ ସହାୟତା, ଶକ୍ତି, ସହଯୋଗ, ମାର୍ଗଦର୍ଶନର ଅନ୍ତ ବୋଲି। କାରଣ ଏମିତି ଲୋକଟିଏ କେହିନାହିଁ, ଯିଏ ବିନା ସ୍ବାର୍ଥରେ, ବିନା ଅର୍ଥରେ, ବିନା ଉଦ୍ଦେଶ୍ୟରେ, ମୋ ପାଇଁ, ମୋ ପାଖରେ ଠିଆ ହେଉଥିବ ସବୁ ସମୟରେ, ସବୁ ପରିସ୍ଥିତିରେ।
ବାପାଙ୍କ ଅନ୍ତେ ତାଙ୍କୁ ବେଶି ଭାବୁଛି, ତାଙ୍କ ଅନୁପସ୍ଥିତିକୁ ଅନୁଭବ କରୁଛି। ସେ ଥିଲାଯାଏ ଅନୁଭବ ହେଉ ନ ଥିଲା, ସେ କ’ଣ କରନ୍ତି, କ’ଣ ଭରନ୍ତି, କ’ଣ ଗ୍ରହଣ କରନ୍ତି। ଯେତେଲୋକ ନିଜର ହୁଅନ୍ତୁ ପଛେ ବାପାଙ୍କ ଅନ୍ତେ ତାଙ୍କ ସ୍ଥାନ ପରିପୂରଣ ହୋଇପାରେ ନାହିଁ, ଏହାହିଁ ବିଡ଼ମ୍ବନା। ସେ ଥିଲାବେଳେ ଜାଣିବାକୁ ଦିଅନ୍ତି ନାହିଁ ଯେ ସେ କେତେ କଷ୍ଟରେ ଅଛନ୍ତି, ଦୁଃଖରେ ଅଛନ୍ତି, ଦାରିଦ୍ର୍ୟକୁ ମୁକାବିଲା କରୁଛନ୍ତି ଓ ପ୍ରତିବନ୍ଧକଗୁଡ଼ିକୁ ଦୂର କରିବାକୁ କ’ଣ ପ୍ରୟାସ କରୁଛନ୍ତି। ଏ ସବୁର ଆଢ଼ୁଆଳରେ ବାପା କେବଳ ଶାର୍ଟପ୍ୟାଣ୍ଟ ଓ ଘଣ୍ଟାପିନ୍ଧା ମଣିଷଟିଏ। ଯାହା ସବୁ ସେ ପିନ୍ଧିଥାନ୍ତି, ତାହାର ମୂଲ୍ୟ ସନ୍ତାନ ପାଇଁ ବହୁତ ଅଧିକ, କିନ୍ତୁ ବଜାରରେ ସବୁଠାରୁ କମ୍‌। ତଥାପି ବାପା ପୂରଣ କରିଆସୁଥିଲେ ଅନ୍ୟମାନଙ୍କ ଡ୍ରେସ, ଜୋତା, ଘଣ୍ଟା ଇତ୍ୟାଦିର ଆବଶ୍ୟକତା। ଏବେ ଏସବୁ ମୋତେ ପସନ୍ଦ କରିବାକୁ ପଡୁଛି। ଖର୍ଚ୍ଚ ବି କରିବାକୁ ପଡୁଛି। ରୋଜଗାରର କଷ୍ଟ ଓ ମୂଲ୍ୟ ବୁଝିପାରୁଛି। ଆମେ ଏକାଠି ଥିଲୁ ଗୋଟିଏ ଛତା ତଳେ। ଖାଉଥିଲୁ, ବସୁଥିଲୁ, ଖେଳୁଥିଲୁ। ଏବେ ଏସବୁ ପରିଚାଳନା କରିବା କେତେ କଷ୍ଟ, ତାହା ବୁଝିପାରୁଛି।
ଏବେ ସେ ହାତ ଆଉ ନାହିଁ, ଯାହାକୁ ଧରି ଖୁସିରେ ଡେଇଁଡେଇଁ ଚାଲିବି। ସେ କାନ୍ଧ ଆଉ ନାହିଁ, ଯାହା ଉପରେ ବସି ଉଚ୍ଚମନା ହେବି। ତାଙ୍କ ମାର୍ଗଦର୍ଶନ ନାହିଁ, ଯାହା ବଳରେ କଣ୍ଟକିତ ପଥ ଅତିକ୍ରମ କରିବି। ତାଙ୍କ ଘଣ୍ଟା ଏଠି ସେମିତି ପଡ଼ିରହିଛି, କିନ୍ତୁ ସେ ସମୟ ଚାଲିଯାଇଛି, ଯାହାକୁ ମନେପକାଇ ଆଖି ଛଳଛଳ ହୋଇଯାଉଛି। ସେ ଶାର୍ଟପ୍ୟାଣ୍ଟ ସେମିତି ଆଲଣାରେ ପଡ଼ିଛି, କେହି ନ ଥିଲାବେଳେ ତାକୁ ଆଉଁଶି ଦେଉଛି। ସତେଯେମିତି ତାଙ୍କ ସାଇକେଲଟା ମୋତେ କହୁଛି- ଧନରେ, ମୋ ପିଠିରେ ତୁ ଟିକେ ବସିପଡ଼, ମୋତେ ଚଲାଇନେ, ତୋ ହାତରୁ ମୁଁ ତୋ ବାପାଙ୍କ ସ୍ପର୍ଶକୁ ଅନୁଭବ କରିପାରିବି। ତାଙ୍କ ଜୋତା ହଳକ ଦେଖିଲେ ନିଜ ମୁଣ୍ଡରେ ଥୋଇଦେବାକୁ ଇଚ୍ଛା ହେଉଛି। ଏମିତି ଫଟାଜୋତା ପିନ୍ଧି ସେ ଚାଲୁଥିଲେ ଆଉ ମୁଁ ତାଙ୍କ କାନ୍ଧରେ ବସି ଖୁସି ସାଉଁଟୁଥିଲି ବୋଲି ଫଟାଜୋତାରେ ପାଦର କଷ୍ଟକୁ ଅନୁଭବ କରିପାରୁନଥିଲି। ବାସ୍ତବିକ ବାପାଙ୍କ ଅନ୍ତେ ବାପାଙ୍କ ହୃଦୟ, ମନର ପୃଷ୍ଠାସବୁକୁ ପଢ଼ିବା ଭାରି ସହଜ। କିନ୍ତୁ ସେ ଥିଲାବେଳେ ଏସବୁ ଜାଣିବାରେ ମୋର ଆଗ୍ରହ ନଥିଲା। ହୁଏତ ତାଙ୍କ ଇଚ୍ଛା ମୁତାବକ ସବୁ କ୍ଷେତ୍ରରେ ନିଜକୁ ରାଜିକରାଇ ତାଙ୍କ ସହ ଚାଲିଥିଲେ ଆଜି ଏତେ ଅନୁତାପ କରୁନଥାନ୍ତି। ସେ ତ ସବୁ ମୋ ଭଲ ପାଇଁ କହୁଥିଲେ ଓ କରୁଥିଲେ। କେବଳ ମୁଁ ତାଙ୍କ ଆକଟ, ଗାଳି, କଟୁକଥାକୁ ଭୁଲ ବୁଝୁଥିଲି। ଆଜି ସମାଜରେ ବାପାମାନଙ୍କୁ ଦେଖିଲେ ମୋ ବାପାଙ୍କ ସହ କାଟିଥିବା ପୁରୁଣାଦିନଗୁଡ଼ିକ ମନେପଡ଼ିଯାଏ। ଏହା ଅଧିକାଂଶ ସନ୍ତାନଙ୍କ ଜୀବନରେ ଘଟେ ଜାଣିଲା ବେଳକୁ ନେଡ଼ିଗୁଡ଼ କହୁଣିରେ। ବେଳହୁଁ ବାପାଙ୍କୁ ବୁଝିବାର କଥା। ତାଙ୍କୁ ସମ୍ମାନ, ଶ୍ରଦ୍ଧା ଦେଇ ତାଙ୍କ ଆଶୀର୍ବାଦ ନେବା କର୍ତ୍ତବ୍ୟ ଆମର। କିଏ ଜାଣିଛି କାଲି କ’ଣ ଘଟିବ? ତାଙ୍କ ଅନ୍ତେ ଆମକୁ କେତେ ଧୈର୍ଯ୍ୟ ରଖିବାକୁ ପଡ଼ିବ।

ଶୁଭନାରାୟଣ ଶତପଥୀ
ବିଜିପୁର, ବ୍ରହ୍ମଗିରି, ପୁରୀ
ମୋ: ୯୪୩୮୪୩୨୦୨୩


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନ କରିବ ବଡ଼ ଆକ୍ରମଣ, ଡରିଲାଣି ଆମେରିକା!

ଓ଼୍ବାଶିଂଟନ,୧୯।୩: ଆମେରିକାର ଜାତୀୟ ଗୁପ୍ତଚର ନିର୍ଦ୍ଦେଶକ ତୁଲସୀ ଗାବାର୍ଡ ବୁଧବାର ପାକିସ୍ତାନକୁ ଆମେରିକା ସାମ୍ନା କରୁଥିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପରମାଣୁ ବିପଦ ମଧ୍ୟରୁ ଗୋଟିଏ ଭାବରେ ଚିହ୍ନଟ…

ଲୋକ ସଭାରେ ରେଳସେବା ସମସ୍ୟା ପ୍ରସଙ୍ଗ ଉଠାଇଲେ ବରଗଡ଼ ଏମ୍‌ପି

ବରଗଡ଼,୧୯।୩(ପ୍ରେମାନନ୍ଦ ଖମାରୀ):ବରଗଡ଼ ଲୋକ ସଭା ନିର୍ବାଚନମଣ୍ଡଳୀର ଜନସାଧାରଣଙ୍କ ବିଭିନ୍ନ ସମସ୍ୟାକୁ ଗୁରୁବାର ବରଗଡ଼ ଏମ୍‌ପି ପ୍ରଦୀପ ପୁରୋହିତ ଲୋକ ସଭାରେ ଉଠାଇଛନ୍ତି। ବିଶେଷକରି ରେଳସେବାର ବିକାଶ ଓ…

ବାସନ୍ତୀକ ନବରାତ୍ର ପୂଜା: ଶୈଳପୁତ୍ରୀ ବେଶରେ ଦର୍ଶନ ଦେଲେ ମା’ ସମଲେଶ୍ବରୀ

ବରଗଡ଼,୧୯।୩(ପ୍ରେମାନନ୍ଦ ଖମାରୀ): ଆଜି ଚୈତ୍ର ଅମାବାସ୍ୟା ଯୁକ୍ତ ପ୍ରତିପଦା। ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା’ ସମଲେଇଙ୍କ ବାସନ୍ତୀକ ନବରାତ୍ର ପୂଜା ଆରମ୍ଭ ହୋଇଛି। ପ୍ରଥମ ଦିବସରେ ଦେବୀଙ୍କ…

ମହାପ୍ରଭୁଙ୍କ ଜମିର ଧାନବିକ୍ରି ପଞ୍ଜୀକରଣକୁ ନା: ଏବେଠାରୁ ଘାରିଲାଣି ଧାନବିକ୍ରି ଚିନ୍ତା

ବରଗଡ଼,୧୯।୩(ପ୍ରେମାନନ୍ଦ ଖମାରୀ): ରବିଧାନ ସଂଗ୍ରହ ପ୍ରକ୍ରିୟା ପାଇଁ ଚାଷୀଙ୍କ ଧାନବିକ୍ରି ପଞ୍ଜୀକରଣ ଚାଲିଛି। ଶୁକ୍ରବାର ଏଥିପାଇଁ ଆବେଦନ ଅବଧି ସରିଯିବ। ଅନ୍ୟପଟେ ବରଗଡ଼ ଜିଲାର ଅନେକ ଚାଷୀ…

ପୁରାଣ କଥାରେ ସୃଷ୍ଟିତତ୍ତ୍ୱ

ଆମ ଦେଶରେ ଆମେ ଯେତେବେଳେ ସୃଷ୍ଟିର ପୌରାଣିକ କଥା ସମ୍ପର୍କରେ ବିଚାର କରୁ, ସେତେବେଳେ ସଂସ୍କୃତ କାହାଣୀ ଉପସ୍ଥାପନ କରିଥାଉ। ବିଶେଷକରି ବିଷ୍ଣୁ ଅନନ୍ତନାଗ ଉପରେ ଶୟନ…

୫ଦିନ ଝଡ଼ବର୍ଷା, କୁଆପଥର ମାଡ଼: ସତର୍କ ସୂଚନା ଜାରି

ଭୁବନେଶ୍ୱର,୧୯ା୩(ଅନୁରାଧା ମହାରଣା):ରାଜ୍ୟରେ କାଳବୈଶାଖୀ ପ୍ରଭାବରେ ବିଭିନ୍ନ ଜିଲାରେ ବର୍ଷା ସହ ଝଡପବନ ହେଉଥିବା ବେଳେ ଆଗାମୀ ୫ ଦିନ ଯାଏ ଏପରି ସ୍ଥିତି ଜାରି ରହିବ। ଏନେଇ…

‘ଏସ୍‌ଓପି’ ନ ମାନିଲେ ଦରମା ବନ୍ଦ: ସବୁ ବିଭାଗକୁ ତାଗିଦ୍‌, ଛଟେଇ ପ୍ରକ୍ରିୟା ଆରମ୍ଭ…

ଭୁବନେଶ୍ୱର,୧୯ା୩ (ରବିନାରାୟଣ ଜେନା):ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ କାର୍ଯ୍ୟରତ ପରାମର୍ଶଦାତାଙ୍କ ଛଟେଇ ପ୍ରକ୍ରିୟା ଆରମ୍ଭ ହୋଇଛି। ଅର୍ଥ ବିଭାଗ ପକ୍ଷରୁ ଫେବୃଆରୀ ୧୭ରେ ଏନେଇ ଏକ ଉଚ୍ଚସ୍ତରୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri