ସମସ୍ୟା ଶୁଣି ସମାଧାନ ପ୍ରତିଶ୍ରୁତି ଦେଲେ ସଚିବ

ନବରଙ୍ଗପୁର ,୧୮।୩(ବି.ପ୍ର.): ୨ଦିନିଆ ନବରଙ୍ଗପୁର ଜିଲା ଗସ୍ତରେ ୫-ଟି ସଚିବ ଭି.କେ. ପାଣ୍ଡିଆନ ଆସିଛନ୍ତି। ପାଣ୍ଡିଆନଙ୍କ ସହ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ସଚିବ ରୂପା ରୋଷନ ସାହୁ, କ୍ରୀଡ଼ା ସଚିବ ଭିନାଲ କ୍ରିଷ୍ଣା ଗସ୍ତ କରିଛନ୍ତି। ନବରଙ୍ଗପୁର ଓ କୋରାପୁଟ ଜିଲାର ପ୍ରାୟ ୫୦ କଲେଜର ଅଧ୍ୟାପକ ଓ ଛାତ୍ରୀଛାତ୍ରମାନେ ଆସି ସାକ୍ଷାତ କରି କଲେଜର ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ସମସ୍ୟା ସମାଧାନ ପାଇଁ ସେ ପ୍ରତିଶ୍ରୁତି ଦେଇଥିବା ଛାତ୍ରୀଛାତ୍ର ପ୍ରକାଶ କରିଛନ୍ତି।
ସେହିପରି ଜିଲାର ସବୁ ସ୍ଥାନରୁ ବିଭିନ୍ନ ଧର୍ମ, ଜାତି ଓ ବର୍ଗର ଲୋକ ପ୍ରତିନିଧି ଯାଇ ସେମାନଙ୍କ ଦାବି ସମ୍ପର୍କରେ ସଚିବଙ୍କ ସହ ଆଲୋଚନା କରିଥିଲେ। ଆଲୋଚନା ବେଳେ ଜିଲାପାଳ ଡ. କୋମଳଲୋଚନ ମିଶ୍ର, ଅତିରିକ୍ତ ଜିଲାପାଳ ଭାସ୍କର ରଇତ ଉପସ୍ଥିତ ରହିଥିଲେ। ସନ୍ଧ୍ୟା ପ୍ରାୟ ୫.୩୦ରେ ସଚିବ ନବରଙ୍ଗପୁର ସର୍କିଟ ହାଉସରେ ପହଞ୍ଚତ୍ଥିଲେ। କୋରାପୁଟ ଓ ନବରଙ୍ଗପୁର ଜିଲାର ଶତାଧିକ ସଂଖ୍ୟାରେ ବିଭିନ୍ନ ସଂସ୍ଥାର ହଜାର ହଜାର ସଂଖ୍ୟାରେ ଛାତ୍ରୀଛାତ୍ର, ଅଧ୍ୟାପକ, ବିଭିନ୍ନ ଧର୍ମ, ଜାତି ଓ ବର୍ଗର ଲୋକେ ନିଜ ଦାବି ନେଇ ତାଙ୍କୁ ସାକ୍ଷାତ କରିଥିଲେ। ସେହି ସମୟରେ ସେଠାରେ ରାଜ୍ୟ ବିଜେଡି ସଙ୍ଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ପୂର୍ବତନ ମନ୍ତ୍ରୀ ରବି ନନ୍ଦ, ବିଜେଡି ଜିଲା ପର୍ଯ୍ୟବେକ୍ଷକ ଈଶ୍ବର ପାଣିଗ୍ରାହୀଙ୍କ ସମେତ ଜିଲାର ବିଭିନ୍ନ ପ୍ରାନ୍ତରୁ ବରିଷ୍ଠ ବିଜେଡି ନେତା ଉପସ୍ଥିତ ଥିଲେ। ସ୍ଥାନୀୟ ଅଧିଷ୍ଠାତ୍ରୀ ଦେବୀ ମାଁ ଭଣ୍ଡାର ଘରଣୀ ମନ୍ଦିରରେ ଦର୍ଶନ ପରେ ଅନ୍ବେଷା ହଷ୍ଟେଲରେ ଛାତ୍ରୀଛାତ୍ରଙ୍କ ସହ ଭାବବିନିମୟ ସହ ଭୋଜନ କରିବେ ବୋଲି ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଷାକ୍ତ ଛତୁଖାଇ ୮ ଅସୁସ୍ଥ

ରାୟଗଡା ଅଫିସ୍‌, ୧୯।୫- ରାୟଗଡା ଜିଲା କାଶୀପୁର ବ୍ଲକ୍‌ ଗୋଡିବାଲିଠାରେ ବିଷାକ୍ତ ଛତୁଖାଇ ୮ଜଣ ଶ୍ରମିକ ଅସୁସ୍ଥ ହୋଇପଡିଛନ୍ତି । ସେମାନଙ୍କୁ ପ୍ରଥମେ ମାଣ୍ଡିବିଶି ପ୍ରାଥମିକ...

କରୋନା ନେଇ ଜରୁରୀ ବୈଠକ: କାର୍ଯ୍ୟରେ ଅବହେଳା ନେଇ ଏଏନ୍‌ଏମ୍‌ଙ୍କୁ ନିଲମ୍ବନ କଲେ ଜିଲାପାଳ

ଭବାନୀପାଟଣା,୨୧।୩(ଡି.ଏନ୍‌.ଏ.): ସାରା ବିଶ୍ୱରେ କରୋନା ଆତଙ୍କ ଖେଳାଇଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରୁଛନ୍ତି। ଏଭଳି ପରିସ୍ଥିତିରେ...

ଦୁର୍ଘଟଣାରେ ୨ ପରୀକ୍ଷାର୍ଥୀଙ୍କ ଜୀବନ ଗଲା

କେନ୍ଦୁଝର,୨୬ା୯(ସ୍ବ.ପ୍ର.): କେନ୍ଦୁଝର ଜିଲାର ପୃଥକ୍‌ ସ୍ଥାନରେ ରବିବାର ସଡ଼କ ଦୁର୍ଘଟଣାରେ ୨ପରୀକ୍ଷାର୍ଥୀଙ୍କ ସମେତ ୩ ଜଣଙ୍କ ମୃତ୍ୟୁ ଘଟିଛି। ଟାଉନ ଥାନା ଅଧୀନ ରାମଚନ୍ଦ୍ରପୁର ନିକଟରେ...

କଚ୍ଚା ଘର ଭୁଶୁଡ଼ି ବୃଦ୍ଧ ଗୁରୁତର

କେନ୍ଦୁଝର, ୨୩ା୫(ସ୍ବ.ପ୍ର./ଡି.ଏନ.ଏ.)-କେନ୍ଦୁଝରଗଡ ପୌରପାଳିକା ୧୫ନମ୍ବର ୱାର୍ଡ ଅନ୍ତର୍ଗତ ମାଧପୁର କୃଷି ବିଭାଗ ଫାର୍ମ ପୋଖରୀ ନିକଟରେ ଥିବା ଏକ କଚ୍ଚା ଘର ଭୁଶୁଡି ଜଣେ ବୃଦ୍ଧ...

ଅନୁମତି ମିଳିଲେ ଲୋକ ମହୋତ୍ସବ ନିଷ୍ପତ୍ତି

ତାଳଚେର,୨୧।୩(ନି.ପ୍ର.): ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳାଙ୍କ ବାର୍ଷିକ ଯାତ୍ରା ଓ ୨୦ ତମ ଲୋକ ମହୋତ୍ସବ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଶୁକ୍ରବାର ଗୋପାଳପ୍ରସାଦସ୍ଥିତ ପୀଠ...

ନାଲ୍‌କୋରେ ଧର୍ମଘଟର ପ୍ରଭାବ

ବଅଁରପାଳ,୨୬ା୧୧(ଡି.ଏନ.ଏ.)- କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନ ବିରୋଧୀ ନୀତି ବିରୋଧରେ କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନଗୁଡ଼ିକ ପକ୍ଷରୁ ଗୁରୁବାର ଦିଆଯାଇଥିବା ଦେଶବ୍ୟାପୀ ଧର୍ମଘଟର ପ୍ରଭାବ ଅନୁଗୋଳ ଜିଲାରେ...

ବଡ଼ଭାଇଙ୍କ ମୃତଦେହ ଦେଖି ସାନଭାଇଙ୍କ ମୃତ୍ୟୁ

ବାଲୁଗାଁ,୨୭।୧୦(ଡି.ଏନ.ଏ.): ବଡ଼ଭାଇଙ୍କ ମୃତ୍ୟୁ ଖବର ପାଇ ଦୁଃଖରେ ମ୍ରିୟମାଣ ହୋଇଗଲେ ସାନଭାଇ। ଭାଇଙ୍କ ମୃତଦେହ ଦେଖି ଚେତା ହରାଇଲେ ସେ। ଡାକ୍ତରଖାନା ନେବା ବାଟରେ ମୃତ୍ୟୁ...

ହାତଗଣ୍ଠି ପୂର୍ବରୁ ଉଠିଲା କୋକେଇ

ଭଦ୍ରକ ଅଫିସ,୧୮।୬: ଶୁକ୍ରବାର ଥିଲା ବାହାଘର। ଏନେଇ ଘରେ ଚାଲିଥିଲା ପ୍ରସ୍ତୁତି। ବେଶ୍‌ ଖୁସି ଥିଲେ ପରିବାର ଲୋକ। ହେଲେ ବିଧିର ବିଧାନ ଥିଲା ଭିନ୍ନ।...

Advertisement
Archives

Model This Week