ନାଳ ଖୋଳି ଛାଡ଼ିଦେଲେ, ଲୋକେ ହନ୍ତସନ୍ତ

ପାରଳାଖେମୁଣ୍ଡି, ୧୧ା୯ (ଗିରିଧାରୀ ପରିଛା): ଗଜପତି ଜିଲା ଗୋଷାଣି ବ୍ଲକ ଗାରବନ୍ଧ ଗ୍ରାମର କୁମୁଟି ସାହିରେ ଡ୍ରେନ ନିର୍ମାଣ ନିମନ୍ତେ ଦୀର୍ଘ ପାଞ୍ଚମାସ ହେଲା ନାଳ ଖୋଳି ଛାଡି ଦିଆଯାଇଛି । ବର୍ତ୍ତମାନ ସୁଦ୍ଧା କାମ ଶେଷ ହେବାର ନାଁ ଗନ୍ଧ ନାହିଁ। ଏପରି ସ୍ଥଳରେ ଲୋକେ ନିଜ ଘରକୁ ଯିବା ପାଇଁ କାଠ ପଟା କିମ୍ବା ଅନ୍ୟ କୌଣସି ପ୍ଲେଟ ପକାଇ ଯାତାୟତ କରୁଛନ୍ତି । ନାଳଗୁଡିକୁ ଖୋଳି ଛାଡିଦେଇଥିବା ଯୋଗୁଁ ମଶା ମାଛିଙ୍କ ଉପଦ୍ରବ ବଢିବାରେ ଲାଗିଛି। ଡେଙ୍ଗୁ, ମ୍ୟାଲେରିଆ ସଂକ୍ରମଣ ଉପୁଜିବାର ଆଶଙ୍କା ରହିଥିବାକୁ ସାହିବାସିନ୍ଦାଙ୍କ ମନରେ ଭୟ ସଂଚାର ହୋଇଛି।
ପ୍ରକାଶ ଯେ, ୫ମ ଏସଏଫସି ୨୦୨୧-୨୨ରେ ୨ଲକ୍ଷ ୨୦ ହଜାର ଟଙ୍କା ବ୍ୟୟ ଅଟକଳରେ କୁମୁଟିସାହିର ଗୋଟିଏ ପାଶର୍‌ବ ଡ୍ରେନ ନିର୍ମାଣ ଏବଂ ତା’ ଉପରେ ସିମେଣ୍ଟ ଢାଙ୍କୁଣି ପକାଯାଇ କାମ ଆରମ୍ଭ ହୋଇଥିଲା । ଏଥିଲାଗି ସାହିରେ ଗୋଟିଏ ପାଶର୍‌ବରେ ନାଳ ଖୋଳାଯାଇଥିଲା। ହେଲେ ସାହିର ଅଧା ପର୍ଯ୍ୟନ୍ତ କାମ ହୋଇଥିଲ ମଧ୍ୟ କୌଣସି କାରଣରୁ ଅବଶିଷ୍ଟ କାମକୁ ସମ୍ପୂର୍ଣ୍ଣ ଛାଡ଼ି ଦିଆଯାଇଛି। ତେବେ କେଉଁ କାରଣରୁ ଏହି ନାଳ କାମ ଅଧାରେ ଅଟକିଛି କାହା ପାଖରେ ଉତ୍ତର ନାହିଁ । ଏପରି ସ୍ଥଳେ ଯେଉଁମାନଙ୍କ ଘର ଆଗରେ ନାଳ କାମ ହୋଇନି ସେମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ନାଳରେ ପାଣି ଜମି ରହିବା ସହ ମଶା ମାଛି ଉପଦ୍ରବ ବଢିଥିବା ଏବଂ ନିଜ ଘରକୁ ଯିବାରେ ନାନାଦି ଅସୁବିଧାର ସମ୍ମୁଖୀନ ହେଉଥିବା କହିଛନ୍ତି। ସାହି ବାସିନ୍ଦା ମଧ୍ୟ ଗାଡି ମୋଟର ନେଇ ଯିବା ପାଇଁ ଅସୁବିଧା ଭୋଗୁଥିବା ଜଣାଇଛନ୍ତି। ଏନେଇ ଗାରବନ୍ଧ ସରପଞ୍ଚ ପି.ଅଶୋକ କୁମାରଙ୍କୁ ପଚରାଯିବାରେ ଜଣାଇଛନ୍ତି ଯେ, ଆସନ୍ତା କିଛି ଦିନ ମଧ୍ୟରେ ବାକିଥିବା କାମ ଆରମ୍ଭ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri