ଦିଲ୍ଲୀ ପରେ ମହାରାଷ୍ଟ୍ରକୁ ଅକ୍ସିଜେନ ଯୋଗାଇଲା ଓଡ଼ିଶା

ଭୁବନେଶ୍ୱର,୨୨।୪: ମହାରାଷ୍ଟରେ କରୋନା ସ୍ଥିତି ଭୟାବହ ରହିଛି। ଏଭଳିସ୍ଥିତିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସହଯୋଗର ହାତ ବଢାଇଛନ୍ତି। ଦିଲ୍ଲୀ ପରେ ମହାରାଷ୍ଟ୍ରକୁ ଅକ୍ସିଜେନ ଯୋଗାଇଛି ଓଡ଼ିଶା ସରକାର। ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣା ପରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକେର ବିପଦ ବେଳେ ବନ୍ଧୁତାର ହାତ ବଢାଇଥିବା ନେଇ ମୁଖ୍ୟମନ୍ତ୍ରୀ ନବୀନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ମହାରାଷ୍ଟ୍ରରେ ଅକ୍ସିଜେନ ସଂକଟ ଦେଖା ଦେଇଛି । ସଂକ୍ରମିତଙ୍କ ପାଇଁ ସମ୍ପର୍କୀୟ ଅକ୍ସିଜେନ ସିଲିଣ୍ଡର ଧରି ମେଡିକାଲ ଆଗରେ ଲାଇନ ଲଗାଇଛନ୍ତି।