ଭୁବନେଶ୍ୱର,୨୬।୫: ଭାଙ୍ଗୁଛି ବିଜେଡି। ଦେବାଶିଷଙ୍କ ପରେ ବିଜେଡି ଛାଡି ପାରନ୍ତି ଆଉ କିଛି ଏମ୍ପି। ଏନେଇ ଭାଜପା ନେତା ଦାବି କରିଛନ୍ତି। ବିଶେଷ କରି ଉପକୂଳ ଓଡ଼ିଶାର ଜଣେ ଦୁଇ ଜଣ ପ୍ରଭାବଶାଳୀ ରାଜ୍ୟ ସଭା ଏମ୍ପି ଏବେ ଭାଜପା ଶିବିର ସହ ନିୟମିତ ଯୋଗାଯୋଗରେ ଥିବା ଚର୍ଚ୍ଚା ହେଉଛି। ଆସନ୍ତା ୫-୭ ଦିନ ଭିତରେ ବଡ଼ ସୂଚନା ଆସିପାରେ।
ଭାଜପା ଏମପି ରବୀନ୍ଦ୍ର ବେହେରା କାହା ନାଁ ନ ନେଇ ସୂଚନା ଦେଇ କହିଛନ୍ତି, ଉପକୂଳ ଅଞ୍ଚଳର ଜଣେ ବିଜେଡି ଏମ୍ପି ଯୋଗ ଦେବା ନେଇ ଫାଇନାଲ। ଉଭୟ ରାଜ୍ୟ ଓ ଦିଲ୍ଲୀ ନେତୃତ୍ୱଙ୍କ ସହ ସେ କଥା ହୋଇ ସାରିଛନ୍ତି। ସପ୍ତାହେ ଭିତରେ ବିଜେଡି ଛାଡ଼ିବେ, ଯୋଗାଯୋଗରେ ଅଛନ୍ତି। ବିଜେଡିରେ ଗଣତନ୍ତ୍ର ନାହିଁ, ନେତାଙ୍କୁ ସମ୍ମାନ ନାହିଁ। ତେଣୁ ସେମାନେ ବୀତସ୍ପୃହ ହୋଇ ବିଜେଡି ଛାଡୁଛନ୍ତି। ଲୋଭ ଓ ଲାଭ ଆଶାରେ ସେମାନେ ଆସୁନାହାନ୍ତି। ଭାଜପା ଆଦର୍ଶରେ ଅନୁପ୍ରାଣିତ ହୋଇ ସେମାନେ ଦଳକୁ ଆସୁଛନ୍ତି। ବିଜେଡି ପୂରା ଶୂନ ହୋଇଯିବ, ଇତିହାସ ପାଲଟିବ ବୋଲି ଭାଜପା ଏମପି କହିଛନ୍ତି।