ହସ୍ପିଟାଲ୍‌ରେ ଭିଡ଼,ଶ୍ମଶାନଘାଟରେ ନାହିଁ ଜାଗା: କରୋନା ପରେ ଚାଇନାରେ ବ୍ୟାପୁଛି ଆଉ ଏକ ବିପଜ୍ଜନକ ଭାଇରସ୍‌

ବେଜିଂ,୩।୧:୨୦୨୦ରେ ବିଶ୍ୱକୁ ଆସିଥିବା କରୋନା ମହାମାରୀ ପରେ ଚାଇନାରେ ଆଉ ଏକ ବିପଜ୍ଜନକ ଭାଇରସ୍‌ ମାଡ଼ିବାରେ ଲାଗିଛି। ହ୍ୟୁମାନ୍‌ ମେଟାନ୍ୟୁମୋଭାଇରସ (ଏଚ୍‌ଏମ୍‌ପିଭି)ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ଏହି ରୋଗରେ ଆକ୍ରାନ୍ତ ରୋଗୀଙ୍କ ସଂଖ୍ୟା ହସ୍ପିଟାଲରେ ବଢିବାରେ ଲାଗିଛି। ପରିସ୍ଥିତି ଏପରି ହୋଇଛି ଯେ, ହସ୍ପିଟାଳରେ ବେଡ୍‌ରେ ଅଭାବ ଦେଖାଯାଇଛି। କେବଳ ଏତିକି ନୁହେଁ, ଶ୍ମଶାନରେ ବି ଶବଦାହ ପାଇଁ ସ୍ଥାନ ମିଳୁନି। ଏହି ଭାଇରସ୍‌ ଚାଇନାରେ କରୋନା ପରି ହଇଚଇ ସୃଷ୍ଟି କରୁଛି। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଖବର ଅନୁଯାୟୀ, ଏଚ୍‌ଏମ୍‌ପିଭି ହେତୁ ବହୁ ସଂଖ୍ୟକ ଲୋକ ଅସୁସ୍ଥ ହୋଇପଡିଛନ୍ତି।

ଚାଇନାର ସୋସିଆଲ ମିଡିଆରେ ଦାବି କରାଯାଉଛି ଯେ, ଏଚ୍‌ଏମ୍‌ପିଭି, ସ୍ବାଇନ ଫ୍ଲୁ ଏ, ମାଇକୋପ୍ଲାଜମା ନିମୋନିଆ ଏବଂ କୋଭିଡ-୧୯ ଭଳି ଅନେକ ଭାଇରସ୍‌ ଏକାସାଙ୍ଗରେ ବିସ୍ତାର କରୁଛି। ଫଳରେ ଚାଇନାର ଅବସ୍ଥା ବିଗିଡିବାରେ ଲାଗିଛି ଏବଂ ଚାଇନା ସରକାର ଏହି ନୂତନ ଭାଇରସ୍‌ ବିଷୟରେ ସଠିକ ସୂଚନା ଦେଉନାହାଁନ୍ତି ବୋଲି ଲୋକମାନେ ଚିନ୍ତା କରୁଛନ୍ତି। ଚାଇନାର ସ୍ବାସ୍ଥ୍ୟ ଅଧିକାରୀମାନେ ପରିସ୍ଥିତି ଉପରେ ନଜର ରଖିଛନ୍ତି।
ହ୍ୟୁମାନ୍‌ ମେଟାନ୍ୟୁମୋଭାଇରସ ପାଇଁ ବର୍ତ୍ତମାନ କୌଣସି ଟିକା ଉପଲବ୍ଧ ନାହିଁ। ଏହାର ଲକ୍ଷଣ ସାଧାରଣ ଥଣ୍ଡା ପରି, କିନ୍ତୁ ଏହା ଗୁରୁତର ସଂକ୍ରମଣ ମଧ୍ୟ କରିପାରେ। ୧୪ ବର୍ଷରୁ କମ ପିଲାମାନଙ୍କ ମଧ୍ୟରେ ମାମଲା ବଢିବାରେ ଲାଗିଛି, ଯେଉଁ କାରଣରୁ ଚାଇନାର ସ୍ବାସ୍ଥ୍ୟ ଅଧିକାରୀମାନେ ଚିନ୍ତିତ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୂର୍ଯ୍ୟଙ୍କ ନକ୍ଷତ୍ର ପରିବର୍ତ୍ତନ! ୧୭ ଅଗଷ୍ଟ ପର୍ଯ୍ୟନ୍ତ ରହିବନି କୌଣସି ପ୍ରକାରର ଟେନସନ, ୩ ରାଶିରେ ଟଙ୍କା ବର୍ଷା…

ଗ୍ରହରାଜ ସୂର୍ଯ୍ୟଦେବ, ଅଶ୍ଲେଷା ନକ୍ଷତ୍ରରେ ପ୍ରବେଶ କରିବାକୁ ଯାଉଛନ୍ତି । ଯାହାର ସ୍ୱାମୀ ନିଜେ ସ୍ୱୟଂ ବୁଧ ଦେବ ଅଟନ୍ତି । ଏହି ନକ୍ଷତ୍ରରେ ସୂର୍ଯ୍ୟ ଦେବ…

ରାଷ୍ଟ୍ରୀୟ ମଜଦୁର କଂଗ୍ରେସର ଯୁଗ୍ମ ରାଜ୍ୟ ସମ୍ପାଦକ ହେଲେ କର୍ଣ୍ଣରାଜ

ଅମରପାଲି, ୬ା୮(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ କମିରା ଗ୍ରାମର କର୍ଣ୍ଣରାଜ ପଧାନ ରାଷ୍ଟ୍ରୀୟ ମଜଦୁର କଂଗ୍ରେସ, ଓଡ଼ିଶା ଶାଖାର ଯୁଗ୍ମ ରାଜ୍ୟ ସମ୍ପାଦକ…

ବିଜେଡି, କଂଗ୍ରେସ ପୋଛିନେଲେ ସମସ୍ତ ୧୧ ଆସନ: ନିର୍ବାଚନରୁ ଦୁରେଇ ରହିଲା ଭାଜପା

ସୋନପୁର,୬।୮(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ଜିଲା ଯୋଜନା କମିଟିରେ ଖାଲିଥିବା ୧୧ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଜିଲାର ନିର୍ବାଚିତ ଜିଲା ପରିଷଦ ସଭ୍ୟାସଭ୍ୟ ଏହି ନିର୍ବାଚନରେ…

ଗ୍ରୀକ୍‌ ଓ ଭାରତୀୟ ନାଟ୍ୟକଳାରେ ବିବିଧତା

ଚୀନ ଗ୍ରୀସ୍‌ ଓ ଭାରତର ନାଟ୍ୟକଳା ଭଳି ଦୁଇଟି ମହାନ୍‌ ଶାସ୍ତ୍ରୀୟ ପରମ୍ପରା ମାଧ୍ୟମରେ ନାଟ୍ୟକଳାର ଇତିହାସ ପ୍ରାୟତଃ ବର୍ଣ୍ଣନା କରାଯାଏ। ଉଭୟ ପରମ୍ପରା କାହାଣୀ, ଅଭିନୟ,…

ସରକାରଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଲେ ସୋନମ ୱାଙ୍ଗଚୁକ, କହିଲେ- ସେଦିନ ରାତିରେ…

ନୂଆଦିଲ୍ଲୀ,୬।୮: NEET ପେପର ଲିକ ଘଟଣା ଏବଂ ଛାତ୍ରୀଛାତ୍ରଙ୍କ ପ୍ରତିବାଦକୁ ସମର୍ଥନ କରି ୨୬ ଦିନ ଧରି ଅନଶନ କରିଥିବା ପ୍ରସିଦ୍ଧ ପରିବେଶବିତ୍‌ ସୋନମ ୱାଙ୍ଗଚୁକ ନିଜର…

ଚନ୍ଦ୍ରରେ ପ୍ରଥମେ ପାଦ ଥାପିଥିବା ନୀଲ୍‌ ଆର୍ମଷ୍ଟ୍ରଙ୍ଗ୍‌ଙ୍କ ପିଲାଦିନର ଘର ବିକ୍ରି ହେବ

ୱାପାକୋନେଟା, ଓହିୟୋ, ୬ା୮ (ଏ.ପି.): ଚନ୍ଦ୍ରପୃଷ୍ଠରେ ପ୍ରଥମ ମାନବ ଭାବେ ପାଦ ଥାପି ଇତିହାସ ରଚିଥିବା ନୀଲ୍‌ ଆର୍ମଷ୍ଟ୍ରଙ୍ଗ୍‌ଙ୍କ ପିଲାଦିନର ସ୍ବପ୍ନ ଓ ଉଡ଼ାଣର ମୂଳଦୁଆ ପଡ଼ିଥିବା…

ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ୨୦୦୦କୁ ବୃଦ୍ଧି ପାଇବ ଡାକ୍ତରୀ ସିଟ୍‌

ଭୁବନେଶ୍ୱର, ୬ା୮(ରବିନାରାୟଣ ଜେନା): ରାଜ୍ୟରେ ସ୍ବାସ୍ଥ୍ୟସେବାକୁ ଲୋକଙ୍କ ନିକଟତ୍ତର କରିବା ଏବଂ ଡାକ୍ତର ଅଭାବ ପୂରଣ କରିବାକୁ ସରକାର ଗୁରୁତ୍ୱ ଦେଉଛନ୍ତି। ଏହି କ୍ରମରେ ଭାଜପା ସରକାର…

ଶ୍ରୀମନ୍ଦିର ପ୍ରଶାସନ ନାଁରେ ନକଲି ନିଯୁକ୍ତିପତ୍ର ଭାଇରାଲ

ପୁରୀ,୬ା୮(ଅଜିତ କୁମାର ମହାନ୍ତି): ଶ୍ରୀମନ୍ଦିର ପ୍ରଶାସନ ନାଁରେ ଏକ ନକଲି ନିଯୁକ୍ତିପତ୍ର ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଉକ୍ତ ଚିଠିରେ ଉଲ୍ଲେଖ ରହିଛି ଯେ, ପୁରୀ ଜିଲାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri