ଆଇପିଓ କରିଦେଲା ମାଲାମାଲ: ପ୍ରଦୀପ ରାଥୋଡ ହେଲେ ଦେଶର ନୂଆ କୋଟିପତି

ମୁମ୍ବାଇ,୧୧ା୧୧: ସେୟାର ବଜାରରେ ସେଲୋ ୱାର୍ଲଡର ଆଇପିଓ ସଫଳ ପ୍ରବେଶ ଦେଶରେ ଆଉ ଜଣେ କୋଟିପତି ସୃଷ୍ଟି କରିଛି। କେସରୋଲ କିଙ୍ଗ ନାମରେ ପରିଚିତ ପ୍ରଦୀପ ରାଥୋଡ ଭାରତର କୋଟିପତିଙ୍କ ତାଲିକାରେ ସାମିଲ ହୋଇଛନ୍ତି। ଶୁକ୍ରବାର କମ୍ପାନୀର ସେୟାର ୭୮୮.୪୦ ଟଙ୍କାରେ ବନ୍ଦ ହୋଇଥିଲା। ଏହା ସହିତ ସେଲୋ ୱାର୍ଲଡର ବଜାର ମୂଲ୍ୟ ୧୬,୭୩୨.୨୯ କୋଟି ଟଙ୍କା ହୋଇଯାଇଛି।

ସେଲୋ ୱାର୍ଲଡର ପ୍ରଦୀପ ରାଠୋର ଏବଂ ତାଙ୍କ ପରିବାର ପାଖରେ କମ୍ପାନୀର ପ୍ରାୟ ୭୮ ପ୍ରତିଶତ ଅଂଶ ରହିଛି। କମ୍ପାନୀ ୬୧୭ରୁ ୬୪୮ ଟଙ୍କା ମୂଲ୍ୟରେ ଆଇପିଓ ଆଣିଥିଲା। ଯାହାକୁ ବଜାରରେ ଭଲ ପ୍ରତିକ୍ରିୟା ମିଳିଥିଲା ଏବଂ ଏହାର ୩୯ ଗୁଣା ସବସ୍କ୍ରାଇବ ହୋଇଛି। କମ୍ପାନୀର ଉତ୍ପାଦ ବଜାରର ବେଶ ଲୋକପ୍ରିୟ ରହିଛି। ସୋମବାର ସେୟାର ବଜାରରେ କମ୍ପାନୀର ସେୟାର ଆସିଥିଲା। ସେୟାର ବଜାରରେ ସେଲୋ ୱାର୍ଲଡକୁ ମିଳୁଥିବା ପ୍ରତିକ୍ରିୟାରେ କମ୍ପାନୀର ସେୟାର ହୋଲଡର ବହୁତ ଖୁସି ଅଛନ୍ତି।

କେସରୋଲକୁ ଘରେ ଘରେ ପହଞ୍ଚାଇବା ପାଇଁ ସେଲୋ ୱାର୍ଲଡ ଅଧ୍ୟକ୍ଷ ଏବଂ ଏମଡି ପ୍ରଦୀପ ରାଥୋଡଙ୍କ ବଡ଼ ଯୋଗଦାନ ରହିଛି। ସେ ଭାରତରେ ପ୍ଲାଷ୍ଟିକ ଉତ୍ପାଦକୁ ଏକ ନୂଆ ଦିଶା ଦେଇଛନ୍ତି। ବିଶେଷଜ୍ଞଙ୍କ କହିବା ଅନୁଯାୟୀ ମଜବୁତ ବ୍ରାଣ୍ଡ ଇମେଜ ଏବଂ ସମ୍ପୂର୍ଣ୍ଣ ଦେଶରେ କମ୍ପାନୀର ଉତ୍ପାଦ ପହଞ୍ଚିବା କାରଣରୁ ଆଇପିଓକୁ ଏହି ସଫଳତା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଗ କେମିତି ନିୟନ୍ତ୍ରଣ କରିବି ଜାଣିପାରୁନାହିଁ…ସଂସଦରେ ଭାବପ୍ରବଣ ହୋଇପଡ଼ିଲେ ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ,୧୩।୩: ସଂସଦର ଉଭୟ ଗୃହରେ ବିରୋଧୀଙ୍କ ହଟ୍ଟଗୋଳ ଜାରି ରହିଛି। ଆଜି ଲୋକ ସଭାର ଦୃଶ୍ୟ ଅତ୍ୟନ୍ତ ଉତ୍ତେଜନାପୂର୍ଣ୍ଣ ଥିଲା। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ Supplementary Demands…

କଂଗ୍ରେସ ବିଧାୟକ ବେଙ୍ଗାଲୁରୁରେ ଥିବା ସ୍ପଷ୍ଟ କଲେ ଶିବକୁମାର

ବେଙ୍ଗାଲୁରୁ,୧୩।୩: ଓଡ଼ିଶା କଂଗ୍ରେସର ୮ଜଣ ବିଧାୟକ ବେଙ୍ଗାଲୁରୁରେ ଥିବା ସ୍ପଷ୍ଟ କରିଛନ୍ତି କର୍ନାଟକ ଉପମୁଖ୍ୟମନ୍ତ୍ରୀ ଡି.କେ ଶିବକୁମାର। ଏହି ଅବସରରେ ଶିବକୁମାର ପ୍ରତିକ୍ରିୟା ଦେଇ କହିଛନ୍ତି, ଘୋଡ଼ା…

ପେଟ୍ରୋଲ, ଗ୍ୟାସକୁ ନେଇ ଆସିଲା ବଡ଼ ଅପ୍‌ଡେଟ୍‌: ପେଟ୍ରୋଲିୟମ ମନ୍ତ୍ରଣାଳୟ ଯୁଗ୍ମ ସଚିବ କହିଲେ…

ନୂଆଦିଲ୍ଲୀ,୧୩।୩: ଏଣିକି ପେଟ୍ରେଲ୍‌ ଏବଂ ଗ୍ୟାସ କଳାବଜାର କରୁଥିଲେ ହୋଇଯାନ୍ତୁ ସାବଧାନ। ନିଆଯିବ କଠୋର କାର୍ଯ୍ୟାନୁଷ୍ଠାନ। କଳାବଜାର ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସୂଚନା ଦେଇଛନ୍ତି,ପେଟ୍ରୋଲିୟମ…

ସୋନିଆ-ରାହୁଲଙ୍କ ଉପରେ ଝୁଲୁଛି ଖଣ୍ଡା: ଗୋଟିଏ ଝଟ୍‌କାରେ ହରାଇପାରନ୍ତି ସଦସ୍ୟତା

ନୂଆଦିଲ୍ଲୀ,୧୩।୩: ନେହେରୁ-ଗାନ୍ଧୀ ପରିବାର ଉପରେ ଆଇନଗତ ଖଣ୍ଡା ଝୁଲୁଛି। ଦୁଇଟି ପୃଥକ ମାମଲା ଗୋଟିଏ ଦିଲ୍ଲୀର ରାଉଜ ଆଭେନ୍ୟୁ କୋର୍ଟରେ ଏବଂ ଅନ୍ୟଟି ଲକ୍ଷ୍ନୌ ହାଇକୋର୍ଟରେ ଚାଲିଛି।…

ମହଙ୍ଗା ହୋଇଯିବ ଇଲେକ୍ଟ୍ରୋନିକ୍‌ ଜିନିଷ : ବିଶେଷଜ୍ଞଙ୍କ ଚେତାବନୀ

ନୂଆଦିଲ୍ଲୀ,୧୩।୩: ମଧ୍ୟପ୍ରାଚ୍ୟରେ ବୃଦ୍ଧି ପାଉଥିବା ସଂଘର୍ଷ କେବଳ ତେଲ ଏବଂ ଗ୍ୟାସ ମୂଲ୍ୟକୁ ପ୍ରଭାବିତ କରିବ ତାହା ନୁହେଁ। ଏହାର ପ୍ରଭାବ ସୁଦୂରପ୍ରସାରୀ ହେବ ବୋଲି ଆଶା…

ମୁଖ୍ୟ ନିର୍ବାଚନ କମିଶନରଙ୍କୁ ପଦବୀରୁ ହଟାଇବା ପାଇଁ ନୋଟିସ୍‌

ନୂଆଦିଲ୍ଲୀ,୧୩ା୩: ଶୁକ୍ରବାର ବିରୋଧୀ ଦଳ ସଂସଦର ଉଭୟ ଗୃହ, ଲୋକ ସଭା ଏବଂ ରାଜ୍ୟ ସଭାରେ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ତାଙ୍କ ପଦବୀରୁ ହଟାଇବା…

LPG ସଙ୍କଟ: ବନ୍ଦ ହେବ ନାହିଁ ହୋଟେଲ କି ରେସ୍ତୋରାଁ, ସରକାର ନେଲେ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୧୩।୩: ପଶ୍ଚିମ ଏସିଆରେ ସଂଘର୍ଷ ଯୋଗୁ ସୃଷ୍ଟି ହୋଇଥିବା ବିଶ୍ୱ ଗ୍ୟାସ ସଙ୍କଟ ମଧ୍ୟରେ, ହୋଟେଲ ଏବଂ ରେସ୍ତୋରାଁ ଶିଳ୍ପକୁ ଆଶ୍ୱସ୍ତି ପ୍ରଦାନ କରିବା ପାଇଁ ସରକାର…

କେଉଁଠୁ ଆସୁଛି ଏତେ ସିଲିଣ୍ଡର? ଘର ସହ ଦୋକାନରୁ ମିଳିଲା ୨୫୦ ସିଲିଣ୍ଡର

ଅରରିଆ,୧୩।୩: ଗୁରୁବାର ବିଳମ୍ବିତ ସାରେ ଫୋର୍ବସଗଞ୍ଜ ସହରର ୱାର୍ଡ ନମ୍ବର ୧୫ର ପୋଖର ବସ୍ତିରେ ଏଲପିଜି ସିଲିଣ୍ଡରର ଅବୈଧ ସଂରକ୍ଷଣ ସମ୍ପର୍କରେ ସୂଚନା ପାଇ, ଏସଡିଓ ଅଭୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri