ଅସାଦଙ୍କ ପଳାୟନ ପରେ ସିରିଆ ଉପରେ ଇସ୍ରାଏଲର ବଡ଼ ଧରଣର ଆକ୍ରମଣ, ଡଜନେ ବିମାନ ହେଲିକପ୍ଟର ଧ୍ୱଂସ

ଅମ୍ମାନ,୧୦।୧୨: ସିରିଆର ରାଷ୍ଟ୍ରପତି ବାଶାର ଅଲ-ଅସାଦ ଦେଶ ଛାଡି ପଳାଇବା ପରେ ଇସ୍ରାଏଲ ସିରିଆ ଉପରେ ଏକ ବଡ଼ ଆକ୍ରମଣ କରିଥିଲା। ସୂଚନାନୁସାରେ, ଏୟାର ଷ୍ଟ୍ରାଇକରେ ସିରିଆ ସେନାର ତିନୋଟି ପ୍ରମୁଖ ଏୟାରବେସକୁ ଇସ୍ରାଏଲ ଟାର୍ଗେଟ କରିଛି। ଏହି ବିସ୍ଫୋରଣରେ ଡଜନେ ହେଲିକପ୍ଟର ଏବଂ ଜେଟ ବିମାନ କ୍ଷତିଗ୍ରସ୍ତ ହୋଇଛି।
ସୂତ୍ର ଆଧାରରେ ରଏଟର୍ସ କହିଛି ଯେ ଉତ୍ତର-ପୂର୍ବ ସିରିଆର କାମିଶଲି ବିମାନବନ୍ଦର, ହୋମସର ଗ୍ରାମାଞ୍ଚଳର ସିନ୍ଧର ବିମାନବନ୍ଦର ଏବଂ ରାଜଧାନୀ ଦମିସ୍କର ଦକ୍ଷିଣ-ପଶ୍ଚିମ ଆକ୍ରବା ଏୟାରବେସକୁ ଟାର୍ଗେଟ କରାଯାଇଛି। ଏହା ବ୍ୟତୀତ ରାଜଧାନୀ ଦମିସ୍କର ବାହାରେ ଏକ ଅନୁସନ୍ଧାନ କେନ୍ଦ୍ର ଏବଂ ସୟିଦା ଜୈନାବ ଅଞ୍ଚଳରେ ଥିବା ଏକ ବୈଦ୍ୟୁତିକ ଯୁଦ୍ଧ କେନ୍ଦ୍ର ଉପରେ ମଧ୍ୟ ଆକ୍ରମଣ କରାଯାଇଛି।
ଇସ୍ରାଏଲର ଅଧିକାରୀମାନେ ସୋମବାର କହିଛନ୍ତି ଯେ ଇସ୍ରାଏଲ ସିରିଆର ଉନ୍ନତ ଅସ୍ତ୍ରଶସ୍ତ୍ର ଭଣ୍ଡାର ଉପରେ ଏୟାର ଷ୍ଟ୍ରାଇକ ବୃଦ୍ଧି କରିବ ଏବଂ ବାଶର ଅଲ-ଅସାଦଙ୍କ ପରାଜୟ ପରେ କୌଣସି ବିପଦକୁ ରୋକିବା ପାଇଁ ଭୂମିରେ ସୀମିତ ସାମରିକ ଉପସ୍ଥିତି ବଜାୟ ରଖିବ।
ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ତାଙ୍କ କାର୍ଯ୍ୟାଳୟରେ ବିଳମ୍ବିତ ରାତିରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ସିରିଆର ନୂତନ ପରିସ୍ଥିତି ପରେ ଆମର ସୁରକ୍ଷା ନିଶ୍ଚିତ କରିବାକୁ ଆମେ ସମସ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବୁ।
ଇସ୍ରାଏଲର ପ୍ରତିରକ୍ଷା ମନ୍ତ୍ରୀ ଇସ୍ରାଏଲ କାଟଜ କହିଛନ୍ତି ଯେ ସେନା ସମଗ୍ର ସିରିଆରେ ଭାରି ରଣନୀତିକ ଅସ୍ତ୍ର ନଷ୍ଟ କରିବ। ଭୂପୃଷ୍ଠରୁ ବାୟୁ କ୍ଷେପଣାସ୍ତ୍ର, ବାୟୁ ପ୍ରତିରକ୍ଷା ପ୍ରଣାଳୀ, ଭୂପୃଷ୍ଠରୁ ଭୂପୃଷ୍ଠ କ୍ଷେପଣାସ୍ତ୍ର, କ୍ରୁଜ କ୍ଷେପଣାସ୍ତ୍ର, ଦୂର ଦୂରଗାମୀ ରକେଟ ଏବଂ ଉପକୂଳ କ୍ଷେପଣାସ୍ତ୍ର ମଧ୍ୟ ନଷ୍ଟ ହୋଇଯିବ।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri