ନିର୍ମାଣର ମାସକ ପରେ ୧୫ ସ୍ଥାନରେ ତାଳି ପଡ଼ିଲା

ଚଣ୍ଡିଖୋଲ,୩ା୬(ଡି.ଏନ୍‌.ଏ.): କଟକ ଚାରବାଟିଆ ପୂର୍ତ୍ତ ବିଭାଗ ଡିଭିଜନ ଅଧୀନ ବଡ଼ଚଣା ଉପଖଣ୍ଡରେ ରହିଛି ବାଲିଚନ୍ଦ୍ରପୁର-ବେଣିପୁର ରାସ୍ତା। ଏହି ରାସ୍ତା ୧୦ କି.ମି. ୨ ମିଟର ନିର୍ମାଣ ପାଇଁ ଖର୍ଚ୍ଚ ହୋଇଛି ୨୨ କୋଟି ଟଙ୍କା। କେବଳ ରାସ୍ତାର ଉନ୍ନତୀକରଣ ନିମନ୍ତେ ପିଚୁକାର୍ଯ୍ୟ କରିବାକୁ ଏତେ ପରିମାଣର ଟଙ୍କା ବିଭାଗ ପକ୍ଷରୁ ଖର୍ଚ୍ଚ କରାଯାଇଛି, ଯାହାକି ୧ କିଲୋମିଟର ପିଛା ୨ କୋଟିରୁ ଊର୍ଦ୍ଧ୍ୱ ହେବ। ହେଲେ ରସ୍ତା ନିର୍ମାଣ ଶେଷ ହେବାର ମାସକ ପରେ ତାହା ଭାଙ୍ଗିବା ଓ ଦବିବା ଆରମ୍ଭ ହୋଇଛି। ସେଥିପାଇଁ ରାସ୍ତାର ଟିଗିରିଆ, ଖଡ଼ଗପୁର, ଗଜେନ୍ଦ୍ରପୁର ଓ କଳାଶ୍ରୀ ନିକଟରେ ପାଖାପାଖି ୧୫ଟି ସ୍ଥାନରେ ତାଳି ପଡ଼ିବା କାର୍ଯ୍ୟ ଚାଲିଛି। ଫଳରେ ଏହାକୁ ନେଇ ରାସ୍ତା କାର୍ଯ୍ୟରେ ହୋଇଥିବା ବ୍ୟାପକ ଅନିୟମିତତା ସମ୍ପର୍କରେ ସାଧାରଣରେ ପ୍ରଶ୍ନ ଉଠିଛି। ଏହି ରାସ୍ତାକୁ ୨ ଭାଗରେ ବିଭକ୍ତ କରାଯାଇ ଚାରବାଟିଆ ପୂର୍ତ୍ତ ବିଭାଗ ଡିଭିଜନ୍‌ ଟେଣ୍ଡର କରିଥିଲା।
କଳାଶ୍ରୀ ପର୍ଯ୍ୟନ୍ତ ୫ କି.ମି. ୫୦୦ ମିଟର ରାସ୍ତା ପାଇଁ ୯ କୋଟି ୯୭ ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇଥିବାବେଳେ କଳାଶ୍ରୀଠାରୁ ବେଣୀପୁର ପର୍ଯ୍ୟନ୍ତ ୫ କି.ମି. ୫୦୦ ମିଟର ପାଇଁ ୧୨ କୋଟି ୮୦ଲକ୍ଷ ଟଙ୍କା ବ୍ୟୟବରାଦ କରାଯାଇଥିଲା। ୨ ଠିକା କମ୍ପାନୀ ଏହି ରାସ୍ତା ନବୀକରଣ ଦାୟିତ୍ୱ ନେଇଥିଲେ। ସେଥିମଧ୍ୟରୁ ପ୍ରାରମ୍ଭିକ ପର୍ଯ୍ୟାୟରେ ବାଲିଚନ୍ଦ୍ରପୁରଠାରୁ କଳାଶ୍ରୀ ପର୍ଯ୍ୟନ୍ତ ୫ କି.ମି. ୫୦୦ ମିଟର ରାସ୍ତା ନିର୍ମାଣ ସରିଥିବାବେଳେ ୨ୟ ପର୍ଯ୍ୟାୟରେ କଳାଶ୍ରୀଠାରୁ ବେଣିପୁର ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କରାଯାଇଥିଲା। ଏବେ କଳାଶ୍ରୀଠାରୁ ବେଣିପୁର ପର୍ଯ୍ୟନ୍ତ ନିର୍ମାଣ କରାଯାଇଥିବା ରାସ୍ତା ବାରମ୍ବାର ଭାଙ୍ଗିବା ସହିତ ତାଳିପଡ଼ିବା ଆରମ୍ଭ ହୋଇଛି। ୨୦୧୯ରେ ଏହି ରାସ୍ତା କେନ୍ଦ୍ରାପଡ଼ା ଜଳ ସମ୍ପଦ ଡିଭିଜନ ଅଧୀନରେ ଥିଲା। ରାସ୍ତାର ଲମ୍ବ ୧୦ କି.ମି. ୨୦୦ ମିଟର ଥିବାବେଳେ ପୂର୍ତ୍ତ ବିଭାଗ ଏହାକୁ ୧୧ କି.ମି. ୨୦୦ ମିଟର କରି ଟେଣ୍ଡର କରିଛି, ଯାହାକି ଗୋଟିଏ କିଲୋମିଟର ରାସ୍ତାର ଟଙ୍କା ହଡ଼ପ କରାଯାଇଥିବା ଅଭିଯୋଗ ହୋଇଛି।
ଏହି ରାସ୍ତା ନିର୍ମାଣରେ ବ୍ୟାପକ ଅନିୟମିତତା ହୋଇଥିବା ନେଇ ସ୍ଥାନୀୟ ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ତେଣୁ ଏହାର ଉଚ୍ଚସ୍ତରୀୟ ତଦନ୍ତ ହେବାର ଆବଶ୍ୟକତା ରହିଛି ବୋଲି ସେମାନେ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ବିଭାଗୀୟ ସହକାରୀ ଯନ୍ତ୍ରୀ ପ୍ରଫୁଲ୍ଲ କୁମାର ବେହେରାଙ୍କୁ ପଚାରିବାରେ ସେ କହିଛନ୍ତି, ରାସ୍ତାରେ ମାଟି ପକାଇବାରେ କିଛି ଦୋଷ ରହିଯାଇଛି, ଯେଉଁଥି ପାଇଁ ବାରମ୍ବାର ରାସ୍ତା ଦବୁଛି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆବର୍ଷରେ ଭାଇରାଲ ହେଲା ସ୍ମୃତି ମନ୍ଧାନାଙ୍କ ପୋଷ୍ଟ, ଗୋଟିଏ ଧାଡିରେ ଲେଖିଦେଲେ ମନର କଥା

ନୂଆଦିଲ୍ଲୀ,୧।୧: ଭାରତୀୟ ମହିଳା କ୍ରିକେଟ ଦଳର ତାରକା ସ୍ମୃତି ମନ୍ଧାନାଙ୍କ ପାଇଁ ୨୦୨୫ ବର୍ଷ ଏକ ରୋଲରକୋଷ୍ଟର ଯାତ୍ରାଠାରୁ କମ ନଥିଲା। କ୍ରିକେଟ କ୍ଷେତ୍ରରେ ମନ୍ଧାନା...

ନୂଆ ମୁଖ୍ୟ ଶାସନ ସଚିବଙ୍କୁ ୧୫ ସୂତ୍ରୀ ନିର୍ଦେଶାବଳୀ ଦେଲେ ମୁଖ୍ୟମନ୍ତ୍ରୀ, ଜାଣନ୍ତୁ କ’ଣ…

ଭୁବନେଶ୍ୱର,୧।୧: ଶାସନ ପ୍ରଶାସନକୁ କ୍ରିୟାଶୀଳ କରିବାକୁ ନୂଆ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କୁ ମୁଖ୍ୟମନ୍ତ୍ରୀ୧୫ ଦଫା ନିର୍ଦ୍ଦେଶନାମା ପ୍ରଦାନ କରିଛନ୍ତି। ଲକ୍ଷ୍ୟ ହାସଲ ପାଇଁ...

ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା: ମାର୍ଚ୍ଚ ପର୍ଯ୍ୟନ୍ତ ଚାଲିବ ଧାନକିଣା, ସବୁ ଚାଷୀଙ୍କ ଆକାଉଣ୍ଟକୁ…

ଭୁବନେଶ୍ୱର,୧ା୧: ଚଳିତ ବର୍ଷ ମାର୍ଚ୍ଚ ପର୍ଯ୍ୟନ୍ତ ମଣ୍ଡିରେ ଧାନକିଣା ଚାଲିବ ବୋଲି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଘୋଷଣା କରିଛନ୍ତି। ସେ ପ୍ରତିକ୍ରିୟା ଦେଇ କହିଛନ୍ତି,...

ଚିକିତ୍ସା ପାଇଁ ସହାୟତାର ହାତ ବଢ଼ାଇଲେ ଯୁବ ସମିତି ସଭ୍ୟ, ନିଜ ଦରମାରୁ ଦେଇଦେଲେ ଟଙ୍କା

ଗଞ୍ଜାମ,୧।୧(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମା ପଞ୍ଚାୟତର ବୋରିଗାଁ ଗ୍ରାମର ଗାଣ୍ଡୁ ଗୌଡ଼ ଦୀର୍ଘ ଦିନ ହେବ ଅଜଣା ରୋଗରେ ପୀଡିତ ଅଛନ୍ତି...

ଟି-୨୦ ବିଶ୍ୱକପ ପାଇଁ ଶକ୍ତିଶାଳୀ ଦଳ ଘୋଷଣା କଲା ଅଷ୍ଟ୍ରେଲିଆ: ଟିମରେ ଧୁରନ୍ଧର ଖେଳାଳିଙ୍କ ଏଣ୍ଟ୍ରି

ନୂଆଦିଲ୍ଲୀ,୧।୧: ଅଷ୍ଟ୍ରେଲିଆ ୨୦୨୬ର ଆଇସିସି ପୁରୁଷ ଟି୨୦ ବିଶ୍ୱକପ ପାଇଁ ମିଚେଲ ମାର୍ଶଙ୍କ ନେତୃତ୍ୱରେ ୧୫ ଜଣିଆ ଦଳ ଘୋଷଣା କରିଛି। ସ୍ପିନର ମାଥ୍ୟୁ କୁହନେମାନ,...

ନ୍ୟୁୟର୍କ ସିଟି ପାଇଲା ପ୍ରଥମ ମୁସଲିମ ମେୟର, କୋରାନ ଉପରେ ହାତ ରଖି ନେଲେ ଶପଥ

ନୂଆଦିଲ୍ଲୀ,୧।୧: ନୂଆବର୍ଷରେ ନ୍ୟୁୟର୍କକୁ ମିଳିଲା ନୂଆ ମେୟର ।  ଗୁରୁବାର ସକାଳେ ନ୍ୟୁୟର୍କ ସହରରେ ଜୋହରାନ୍ ମାମଦାନି ୧୧୨ତମ ମେୟର ଭାବରେ ଶପଥ ଗ୍ରହଣ କରିଥିଲେ।...

ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଛି ମିଡିୟୁବାନ୍ଦା ଜଳପ୍ରପାତ: VIDEO ଦେଖିଲେ ଲାଖି ଯିବ ଲାଖି

ଦାରିଙ୍ଗବାଡି,୧।୧(ଅରୁଣ ସାହୁ):ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଅନେକ ଜଳ ପ୍ରପାତ ରହିଛି। ସେଥିମଧ୍ୟରେ ଅନ୍ୟତମ ଜଳପ୍ରପାତ ହେଉଛି ମିଡିୟୁାନ୍ଦା ଜଳପ୍ରପାତ, ଯାହାକି ପର୍ଯ୍ୟଟକଙ୍କ ପାଇଁ ମୁଖ୍ୟ...

ଲିଟିଲ ମିସ ଗ୍ଲୋବାଲ ଇଣ୍ଟରନ୍ୟାଶନାଲ ବିଜେତାଙ୍କୁ ଭବ୍ୟ ସାଗତ: ଡିଜେ ବଜାଇ ପାଛୋଟି ନେଲେ..

ଲୋଇସିଂହା,୧।୧(ସୁଶାନ୍ତ ବାରିକ):ମହାରାଷ୍ଟ୍ରର ସାଙ୍ଗଲୀ ସହରରେ ଗ୍ଲୋବାଲ ମଡେଲ ଇଣ୍ଡିଆ ତରଫରୁ ଆୟୋଜିତ ଲିଟିଲ ମିସ ଇଣ୍ଡିଆ ଜାତୀୟ ମଡେଲିଂ ପ୍ରତିଯୋଗିତାରେ ବଲାଙ୍ଗୀର ଜିଲା ଲୋଇସିଂହା ଥାନା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri