୯୩ ବର୍ଷ ପରେ ହେବ ନୂତନ ବନ୍ଦୋବସ୍ତ

ଚଣ୍ଡିଖୋଲ, ୮ା୮ (ଡି.ଏନ୍‌.ଏ.): ଯାଜପୁର ଜିଲା ଦର୍ପଣ ତହସିଲର ୯ଟି ରାଜସ୍ବ ମୌଜା ୧୯୨୯ ପରେ ବନ୍ଦୋବସ୍ତ କିମ୍ବା ଚକବନ୍ଦୀ ହୋଇପାରି ନ ଥିଲା। ଯେଉଁଥିପାଇଁ ଉକ୍ତ ମୌଜାର ୧୫ ହଜାର ଅଧିବାସୀ ନାହିଁ ନ ଥିବା ଦୁଃଖ ଭୋଗ କରୁଥିଲେ। ଏବେ ସମ୍ପୃକ୍ତ ୯ଟି ରାଜସ୍ବ ଗ୍ରାମର ନୂତନ ବନ୍ଦୋବସ୍ତ ହେବ। ଏନେଇ ଅଗଷ୍ଟ ୧ରେ ରାଜ୍ୟ ସରକାରଙ୍କ ରାଜସ୍ବ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଚିଠି ନଂ.-୨୫୬୫୪ରେ ବିଜ୍ଞପ୍ତି ପ୍ରକାଶ ପାଇଛି। ଫଳରେ ଏହାକୁ ନେଇ ସ୍ଥାନୀୟ ମୌଜାର ଅଧିବାସୀଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଛି। ସମ୍ପୃକ୍ତ ମୌଜାଗୁଡ଼ିକ ହେଲା ଦର୍ପଣ, ସୁଙ୍ଗୁଡ଼ା, ପତରାଜପୁର, ପଲେଇ, ମାତକାତ୍‌ପୁର, କଳାଶ୍ରୀ, ଚାରିନଙ୍ଗଳ, ବରଦା ଓ ପଣସୁଧା। ଗତ ବନ୍ଦୋବସ୍ତରେ ଏହା ଚକବନ୍ଦୀ କିମ୍ବା ବନ୍ଦୋବସ୍ତ ହୋଇ ପାରି ନ ଥିଲା। ଇଂରେଜ ସରକାର ଅମଳରେ ୧୯୨୫ରେ ଏହି ମୌଜାଗୁଡ଼ିକର ବନ୍ଦୋବସ୍ତ ଆରମ୍ଭ ହୋଇ ୧୯୨୯ରେ ଶେଷ ହୋଇଥିଲା। ପରେ ସମ୍ପୃକ୍ତ ରାଜସ୍ବ ମୌଜାର ଜମି ପଟ୍ଟା ମିଳିଥିଲା। ଏହାପରେ ୧୯୭୮ରେ ବନ୍ଦୋବସ୍ତ ହୋଇଥିବାବେଳେ ୧୯୮୪ରେ ଶେଷ ହୋଇଥିଲା। ତେବେ ଏହି ୯ଗୋଟି ରାଜସ୍ବ ମୌଜା ଏଥିରୁ ବଞ୍ଚିତ ହୋଇଥିଲା। ବିଭିନ୍ନ କାରଣ ଦର୍ଶାଇ ତତ୍କାଳୀନ ବନ୍ଦୋବସ୍ତ ଅଧିକାରୀମାନେ ସୀମା ନିର୍ଦ୍ଧାରଣ ନ କରି ପାରି ଏହି ମୌଜାଗୁଡ଼ିକୁ ବନ୍ଦୋବସ୍ତରୁ ବାଦ ଦେଇଥିଲେ। ଏ ସମ୍ପର୍କରେ ବାରମ୍ବାର ‘ଧରିତ୍ରୀ’ରେ ଖବର ପ୍ରକାଶ ପାଇଥିଲା। ମେ’୨୪ରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ତରଫରୁ ହାଇଟେକ୍‌ ସର୍ଭେ ପାଇଁ ସ୍ଥିର କରାଯାଇଥିଲା। ଏଥିରେ ଯାଜପୁର ଜିଲାର ଦର୍ପଣ ତହସିଲକୁ ବାଦ ଦିଆଯାଇଥିଲା, ଯାହାକୁ ନେଇ ଜୁନ୍‌ ୧୦ରେ ‘ହାଇଟେକ୍‌ ସର୍ଭେରୁ ବଞ୍ଚତ୍ତ ଦର୍ପଣ ତହସିଲ’ ଶୀର୍ଷକ ଖବର ପ୍ରକାଶ ପାଇଥିଲା। ଏହାପରେ ବିଭିନ୍ନସ୍ତରରେ ଉଦ୍ୟମ ଆରମ୍ଭ ହୋଇଥିଲା। କଂଗ୍ରେସ ନେତା ଅଜୟ କୁମାର ସାମଲ ବିଭାଗୀୟ ଅଧିକାରୀଙ୍କୁ ସାକ୍ଷାତ କରି ଦର୍ପଣ ତହସିଲର ୯ଟି ମୌଜାକୁ ଅନ୍ତର୍ଭୁକ୍ତ ପାଇଁ ଦାବି କରିଥିଲେ। ତହସିଲଦାର ପ୍ରଦୀପ କୁମାର ସେଠୀ ଏ ସମ୍ପର୍କରେ ଜିଲାପାଳଙ୍କୁ ଚିଠି ଲେଖି ସର୍ଭେ ପାଇଁ ଅନୁରୋଧ କରିଥିଲେ।
ସୂଚନା ଥାଉକି, ବନ୍ଦୋବସ୍ତ ନ ହେବା ଦ୍ୱାରା ସମ୍ପୃକ୍ତ ମୌଜାର ଜମି ମାଲିକ ପଟ୍ଟା ପାଇପାରୁ ନାହାନ୍ତି। ଫଳରେ ବାସିନ୍ଦା ପ୍ରମାଣପତ୍ର, ରାଶନ କାର୍ଡ, ଆଧାର କାର୍ଡ, ବ୍ୟାଙ୍କଋଣ ଆଦିରୁ ବଞ୍ଚତ୍ତ ହେଉଛନ୍ତି। ଜମି ପଟ୍ଟା ନ ଥିଲେ ସରକାରୀ ଦପ୍ତରରେ କାର୍ଯ୍ୟ ହୋଇପାରୁ ନ ଥିଲା, ଯାହାକୁ ନେଇ ୨୦୧୩ରେ ଆଞ୍ଚଳିକ କୃଷକ ସଂଗ୍ରାମ ସମିତି ସଂଯୋଜକ ଅଜୟ କୁମାର ସାମଲ ଏସମ୍ପର୍କରେ ଉପରିସ୍ଥ ଅଧିକାରୀଙ୍କ ସହ ଆଲୋଚନା କରିବା ସହିତ ଦାବିପତ୍ର ପ୍ରଦାନ କରିଥିଲେ। ୨୦୧୫ରେ ରାଜସ୍ବ ବିଭାଗର ଅତିରିକ୍ତ ସଚିବ ଘଟଣାର ଅନୁଧ୍ୟାନ କରି ତୁରନ୍ତ କାର୍ଯ୍ୟ ଆରମ୍ଭ କରାଯିବ ବୋଲି ସୂଚନା ଦେଇଥିଲେ। ତେବେ ଏହା ମଧ୍ୟରେ ଦୀର୍ଘ ବର୍ଷ ବିତିଯାଇଥିଲେ ବି ତାହା କାର୍ଯ୍ୟକାରୀ ହୋଇପାରି ନ ଥିଲା। ରାଜ୍ୟ ସରକାରଙ୍କ ତରଫରୁ ପ୍ରକାଶ ପାଇଥିବା ବିଜ୍ଞପ୍ତିରେ ୯ଟି ମୌଜାରୁ ୬ଟି ମୌଜା ସ୍ଥାନ ପାଇଛି। ଦର୍ପଣ, ସୁଙ୍ଗୁଡ଼ା ଓ ମାତକାତପୁର ମୌଜା ବାଦ ପଡ଼ିଥିବା ବିଜ୍ଞପ୍ତିରୁ ଜଣାପଡ଼ିଛି। ଏ ସମ୍ପର୍କରେ ଦର୍ପଣ ତହସିଲଦାର ପ୍ରଦୀପ କୁମାର ସେଠୀଙ୍କୁ ପଚାରିବାରେ ସେ କହିଛନ୍ତି, ପ୍ରଥମ ଦଫାରେ ଆମ ତହସିଲ ବାଦ ପଡ଼ିଥିଲା। ଜିଲାପାଳଙ୍କୁ ନିବେଦନ କରାଯାଇ ରାଜ୍ୟ ସରକାରଙ୍କୁ ସମ୍ପୂର୍ଣ୍ଣ ୯ଟି ମୌଜାର ବନ୍ଦୋବସ୍ତ ପାଇଁ ଚିଠି କରାଯାଇଥିଲା। ଚିଠି ପରେ ମଧ୍ୟ ଦ୍ୱିତୀୟ ବିଜ୍ଞପ୍ତିରେ ଭୁଲରେ ୩ଟି ମୌଜା ବାଦ ପଡ଼ିଛି। ତେବେ ଏ ସମ୍ପର୍କରେ ଜିଲାପାଳଙ୍କୁ ଅବଗତ କରାଯିବା ପରେ ସମସ୍ତ ୯ଟି ମୌଜାକୁ ସାଟେଲାଇଟ୍‌ ହାଇଟେକ୍‌ ସର୍ଭେ କରିବାକୁ ଅନ୍ତର୍ଭୁକ୍ତ କରାଯାଇଛି। ଏହି ଡିଜିଟାଲ ସର୍ଭେ ଦ୍ୱାରା କୌଣସି ନକ୍ସାରେ ଟିକେବି ଭୁଲ ରହିବ ନାହିଁ ବୋଲି ସେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

ଆସନ୍ତା ଶିକ୍ଷାବର୍ଷରୁ ୨ଥର ହୋଇପାରେ ବୋର୍ଡ ପରୀକ୍ଷା

ଭୁବନେଶ୍ୱର, ୨୬।୪(ଅସମାପିକା ସାହୁ) – ସେଣ୍ଟ୍ରାଲ ବୋର୍ଡ ଅଫ୍‌ ସେକେଣ୍ଡାରୀ ଏଜୁକେଶନ(ସିବିଏସ୍‌ଇ) ପକ୍ଷରୁ ପରିଚାଳିତ ବୋର୍ଡ ପରୀକ୍ଷା ବର୍ଷକୁ ଦୁଇଥର ଅନୁଷ୍ଠିତ ହେବ। ଆସନ୍ତା ୨୦୨୫-୨୬...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ଗୋଟିଏ ଜୁଇରେ ଜଳିଲା ଦୁଇ ଭଉଣୀଙ୍କ ମୃତଦେହ

ଗୋପ,୨୬ା୪(ଭାରତୀ ଭୂଷଣ ଉପାଧ୍ୟାୟ): ଗାଁ ଶଶ୍ନାନର ଗୋଟିଏ ଜୁଇରେ ଦୁଇ ଭଉଣୀଙ୍କ ମୃତଦେହ ଦାହ କରାଯାଇଛି। ଗୁରୁବାର ବିଳମ୍ବିତ ରାତିରେ ଏହି ଦାହ ସମୟରେ ଡଭାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri