୯୩ ବର୍ଷ ପରେ ହେବ ନୂତନ ବନ୍ଦୋବସ୍ତ

ଚଣ୍ଡିଖୋଲ, ୮ା୮ (ଡି.ଏନ୍‌.ଏ.): ଯାଜପୁର ଜିଲା ଦର୍ପଣ ତହସିଲର ୯ଟି ରାଜସ୍ବ ମୌଜା ୧୯୨୯ ପରେ ବନ୍ଦୋବସ୍ତ କିମ୍ବା ଚକବନ୍ଦୀ ହୋଇପାରି ନ ଥିଲା। ଯେଉଁଥିପାଇଁ ଉକ୍ତ ମୌଜାର ୧୫ ହଜାର ଅଧିବାସୀ ନାହିଁ ନ ଥିବା ଦୁଃଖ ଭୋଗ କରୁଥିଲେ। ଏବେ ସମ୍ପୃକ୍ତ ୯ଟି ରାଜସ୍ବ ଗ୍ରାମର ନୂତନ ବନ୍ଦୋବସ୍ତ ହେବ। ଏନେଇ ଅଗଷ୍ଟ ୧ରେ ରାଜ୍ୟ ସରକାରଙ୍କ ରାଜସ୍ବ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଚିଠି ନଂ.-୨୫୬୫୪ରେ ବିଜ୍ଞପ୍ତି ପ୍ରକାଶ ପାଇଛି। ଫଳରେ ଏହାକୁ ନେଇ ସ୍ଥାନୀୟ ମୌଜାର ଅଧିବାସୀଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଛି। ସମ୍ପୃକ୍ତ ମୌଜାଗୁଡ଼ିକ ହେଲା ଦର୍ପଣ, ସୁଙ୍ଗୁଡ଼ା, ପତରାଜପୁର, ପଲେଇ, ମାତକାତ୍‌ପୁର, କଳାଶ୍ରୀ, ଚାରିନଙ୍ଗଳ, ବରଦା ଓ ପଣସୁଧା। ଗତ ବନ୍ଦୋବସ୍ତରେ ଏହା ଚକବନ୍ଦୀ କିମ୍ବା ବନ୍ଦୋବସ୍ତ ହୋଇ ପାରି ନ ଥିଲା। ଇଂରେଜ ସରକାର ଅମଳରେ ୧୯୨୫ରେ ଏହି ମୌଜାଗୁଡ଼ିକର ବନ୍ଦୋବସ୍ତ ଆରମ୍ଭ ହୋଇ ୧୯୨୯ରେ ଶେଷ ହୋଇଥିଲା। ପରେ ସମ୍ପୃକ୍ତ ରାଜସ୍ବ ମୌଜାର ଜମି ପଟ୍ଟା ମିଳିଥିଲା। ଏହାପରେ ୧୯୭୮ରେ ବନ୍ଦୋବସ୍ତ ହୋଇଥିବାବେଳେ ୧୯୮୪ରେ ଶେଷ ହୋଇଥିଲା। ତେବେ ଏହି ୯ଗୋଟି ରାଜସ୍ବ ମୌଜା ଏଥିରୁ ବଞ୍ଚିତ ହୋଇଥିଲା। ବିଭିନ୍ନ କାରଣ ଦର୍ଶାଇ ତତ୍କାଳୀନ ବନ୍ଦୋବସ୍ତ ଅଧିକାରୀମାନେ ସୀମା ନିର୍ଦ୍ଧାରଣ ନ କରି ପାରି ଏହି ମୌଜାଗୁଡ଼ିକୁ ବନ୍ଦୋବସ୍ତରୁ ବାଦ ଦେଇଥିଲେ। ଏ ସମ୍ପର୍କରେ ବାରମ୍ବାର ‘ଧରିତ୍ରୀ’ରେ ଖବର ପ୍ରକାଶ ପାଇଥିଲା। ମେ’୨୪ରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ତରଫରୁ ହାଇଟେକ୍‌ ସର୍ଭେ ପାଇଁ ସ୍ଥିର କରାଯାଇଥିଲା। ଏଥିରେ ଯାଜପୁର ଜିଲାର ଦର୍ପଣ ତହସିଲକୁ ବାଦ ଦିଆଯାଇଥିଲା, ଯାହାକୁ ନେଇ ଜୁନ୍‌ ୧୦ରେ ‘ହାଇଟେକ୍‌ ସର୍ଭେରୁ ବଞ୍ଚତ୍ତ ଦର୍ପଣ ତହସିଲ’ ଶୀର୍ଷକ ଖବର ପ୍ରକାଶ ପାଇଥିଲା। ଏହାପରେ ବିଭିନ୍ନସ୍ତରରେ ଉଦ୍ୟମ ଆରମ୍ଭ ହୋଇଥିଲା। କଂଗ୍ରେସ ନେତା ଅଜୟ କୁମାର ସାମଲ ବିଭାଗୀୟ ଅଧିକାରୀଙ୍କୁ ସାକ୍ଷାତ କରି ଦର୍ପଣ ତହସିଲର ୯ଟି ମୌଜାକୁ ଅନ୍ତର୍ଭୁକ୍ତ ପାଇଁ ଦାବି କରିଥିଲେ। ତହସିଲଦାର ପ୍ରଦୀପ କୁମାର ସେଠୀ ଏ ସମ୍ପର୍କରେ ଜିଲାପାଳଙ୍କୁ ଚିଠି ଲେଖି ସର୍ଭେ ପାଇଁ ଅନୁରୋଧ କରିଥିଲେ।
ସୂଚନା ଥାଉକି, ବନ୍ଦୋବସ୍ତ ନ ହେବା ଦ୍ୱାରା ସମ୍ପୃକ୍ତ ମୌଜାର ଜମି ମାଲିକ ପଟ୍ଟା ପାଇପାରୁ ନାହାନ୍ତି। ଫଳରେ ବାସିନ୍ଦା ପ୍ରମାଣପତ୍ର, ରାଶନ କାର୍ଡ, ଆଧାର କାର୍ଡ, ବ୍ୟାଙ୍କଋଣ ଆଦିରୁ ବଞ୍ଚତ୍ତ ହେଉଛନ୍ତି। ଜମି ପଟ୍ଟା ନ ଥିଲେ ସରକାରୀ ଦପ୍ତରରେ କାର୍ଯ୍ୟ ହୋଇପାରୁ ନ ଥିଲା, ଯାହାକୁ ନେଇ ୨୦୧୩ରେ ଆଞ୍ଚଳିକ କୃଷକ ସଂଗ୍ରାମ ସମିତି ସଂଯୋଜକ ଅଜୟ କୁମାର ସାମଲ ଏସମ୍ପର୍କରେ ଉପରିସ୍ଥ ଅଧିକାରୀଙ୍କ ସହ ଆଲୋଚନା କରିବା ସହିତ ଦାବିପତ୍ର ପ୍ରଦାନ କରିଥିଲେ। ୨୦୧୫ରେ ରାଜସ୍ବ ବିଭାଗର ଅତିରିକ୍ତ ସଚିବ ଘଟଣାର ଅନୁଧ୍ୟାନ କରି ତୁରନ୍ତ କାର୍ଯ୍ୟ ଆରମ୍ଭ କରାଯିବ ବୋଲି ସୂଚନା ଦେଇଥିଲେ। ତେବେ ଏହା ମଧ୍ୟରେ ଦୀର୍ଘ ବର୍ଷ ବିତିଯାଇଥିଲେ ବି ତାହା କାର୍ଯ୍ୟକାରୀ ହୋଇପାରି ନ ଥିଲା। ରାଜ୍ୟ ସରକାରଙ୍କ ତରଫରୁ ପ୍ରକାଶ ପାଇଥିବା ବିଜ୍ଞପ୍ତିରେ ୯ଟି ମୌଜାରୁ ୬ଟି ମୌଜା ସ୍ଥାନ ପାଇଛି। ଦର୍ପଣ, ସୁଙ୍ଗୁଡ଼ା ଓ ମାତକାତପୁର ମୌଜା ବାଦ ପଡ଼ିଥିବା ବିଜ୍ଞପ୍ତିରୁ ଜଣାପଡ଼ିଛି। ଏ ସମ୍ପର୍କରେ ଦର୍ପଣ ତହସିଲଦାର ପ୍ରଦୀପ କୁମାର ସେଠୀଙ୍କୁ ପଚାରିବାରେ ସେ କହିଛନ୍ତି, ପ୍ରଥମ ଦଫାରେ ଆମ ତହସିଲ ବାଦ ପଡ଼ିଥିଲା। ଜିଲାପାଳଙ୍କୁ ନିବେଦନ କରାଯାଇ ରାଜ୍ୟ ସରକାରଙ୍କୁ ସମ୍ପୂର୍ଣ୍ଣ ୯ଟି ମୌଜାର ବନ୍ଦୋବସ୍ତ ପାଇଁ ଚିଠି କରାଯାଇଥିଲା। ଚିଠି ପରେ ମଧ୍ୟ ଦ୍ୱିତୀୟ ବିଜ୍ଞପ୍ତିରେ ଭୁଲରେ ୩ଟି ମୌଜା ବାଦ ପଡ଼ିଛି। ତେବେ ଏ ସମ୍ପର୍କରେ ଜିଲାପାଳଙ୍କୁ ଅବଗତ କରାଯିବା ପରେ ସମସ୍ତ ୯ଟି ମୌଜାକୁ ସାଟେଲାଇଟ୍‌ ହାଇଟେକ୍‌ ସର୍ଭେ କରିବାକୁ ଅନ୍ତର୍ଭୁକ୍ତ କରାଯାଇଛି। ଏହି ଡିଜିଟାଲ ସର୍ଭେ ଦ୍ୱାରା କୌଣସି ନକ୍ସାରେ ଟିକେବି ଭୁଲ ରହିବ ନାହିଁ ବୋଲି ସେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ଛତୁ ତୋଳିବାକୁ ଯାଇ ଭାଲୁ ହାବୁଡ଼ରେ ପଡ଼ିଗଲେ ମହିଳା, ଆଉ ତା’ ପରେ…

ଆନନ୍ଦପୁର,୪ା୧୦(ସୁଶାନ୍ତ କୁମାର ସାହୁ): ଛତୁ ତୋଳିବାକୁ ଯାଇଥିବାବେଳେ ମହିଳା ଭାଲୁ ଆକ୍ରମଣରେ ଗୁରତର ଅବସ୍ଥାରେ ପ୍ରଥମେ ଆନନ୍ଦପୁର ମେଡିକାଲ ପରେ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି।…

ପୈତୃକ ସମ୍ପତ୍ତି ଭାଗବଣ୍ଟାକୁ ନେଇ ହଣାକଟା: ୫ ଆହତ, ଦମ୍ପତି ଗୁରୁତର

ଦିଗପହଣ୍ଡି,୪ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଏରେଣ୍ଡ୍ରା ପଞ୍ଚାୟତ ଆମ୍ବଠା ଗ୍ରାମରେ ପୈତୃକ ସମ୍ପତ୍ତି ଭାଗ ବଣ୍ଟନକୁ କେନ୍ଦ୍ର କରି ରବିବାର ସକାଳେ ଦୁଇ…

୨ଛାତ୍ରୀଙ୍କୁ ଅସଦାଚରଣ, ସ୍କୁଲ କିରାଣି ଗିରଫ

ଟେନ୍‌ସା,।୪।୧୦(ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲା କୋଇଡ଼ା ବ୍ଲକ କେ. ବଲାଙ୍ଗ ଥାନା ଜାମୁଢ଼ି ପଞ୍ଚାୟତର ଏକ ହାଇସ୍କୁଲରେ ୨ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରାଯାଇଥିବା…

ଶାଳକଙ୍କ ମାଡ଼ରେ ଭିଣୋଇଙ୍କ ମୃତ୍ୟୁ

ବଡ଼ବିଲ,୪।୧୦(ଜୟନ୍ତୀ ରଣା): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ଉଲିବୁରୁସ୍ଥିତ ବୁରୁସାହିରେ ଶୁକ୍ରବାର ରାତିରେ ଶାଳକଙ୍କ ମାଡ଼ରେ ଭିଣୋଇଙ୍କ ମୃତ୍ୟୁ ଘଟିଛି। ମୃତକ ଭିଣୋଇ ହେଲେ ବନମାଳୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?