୬ ବର୍ଷ ପରେ ଟିପ ଚିହ୍ନ ହିଁ ଦିବ୍ୟାଙ୍ଗ ପୁଅକୁ ଘରକୁ ଫେରାଇ ଆଣିଲା

କେନ୍ଦୁଝର,୧୩ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): ଟିପ ଚିହ୍ନ କେବଳ ଚିହ୍ନାଇ ଦେଲା ନାହିଁ ବରଂ ପୁଅକୁ ପରିବାର ନିକଟକୁ ଫେରାଇ ଆଣିବାରେ ସକ୍ଷମ ହେଲା । ଏଭଳି ଏକ ମର୍ମସ୍ପର୍ଶୀ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝରରେ। ଗତ ୨୦୧୭ ଜୁନ୍‌ ୨ରେ ଜଣେ ୧୩ ବର୍ଷର ଭିନ୍ନକ୍ଷମ ତଥା ମୂକ ବଧିର ନାବାଳକ କେନ୍ଦୁଝର ସହର ବଜାରରେ ଅତି ଅସହାୟ ଭାବେ କାନ୍ଦି କାନ୍ଦି ବୁଲୁଥିବାର ଦେଖିବାକୁ ମିଳିଥିଲା। ଏ ସମ୍ପର୍କରେ ଖବର ପାଇ କେନ୍ଦୁଝର ଶିଶୁ ମଙ୍ଗଳ ସମିତି କର୍ମକର୍ତ୍ତା ନାବାଳକଙ୍କୁ ଉଦ୍ଧାର କରିଥିଲେ। କିନ୍ତୁ ନାବାଳକଟି ମୂକ ବଧିର ହୋଇ ଥିବାରୁ ତାଙ୍କ ଠାରୁ ଘର ଠିକଣା କିମ୍ବା ସହର ଠିକଣା କିମ୍ବା ନାମ, ଗ୍ରାମ ଆଦି କିଛି ହେଲେ ବି ସୂଚନା ମିଳି ପାରି ନ ଥିଲା । ଅର୍ଥାତ କହି ପାରୁ ନ ଥିଲେ। କେବଳ ଯାହା ବିକଳ ହୋଇ କାନ୍ଦୁଥିଲେ । ଫଳରେ ଦିବ୍ୟାଙ୍ଗ ନାବାଳକ ଶିଶୁଟିର ସୁରକ୍ଷା ଦୃଷ୍ଟିରୁ ତାଙ୍କୁ ତେଲକୋଇସ୍ଥିତ ଭିନ୍ନକ୍ଷମ ସଂସ୍ଥାକୁ ପଠାଇ ଦିଆଯାଇଥିଲା। ନାବାଳକଙ୍କ ବିଷୟରେ କିଛି ଜାଣିବା ପାଇଁ ମୁଦ୍ରିତ ଗଣମାଧ୍ୟମ ସଙ୍ଗକୁ ସାମାଜିକ ଗଣମାଧ୍ୟମରେ ଅନେକ ପ୍ରଚାର ପ୍ରସାର କରାଗଲା । ହେଲେ ତାଙ୍କ ପରିବାର ଲୋକଙ୍କର କୌଣସି ସୂଚନା ମିଳିି ପାରି ନ ଥିଲା । କିନ୍ତୁ ଏବେ ଦୀର୍ଘ ଛଅ ବର୍ଷ ପରେ ତାଙ୍କ ଆଧାରକାର୍ଡ ବନାଇବା ପାଇଁ ଟିପ ଚିହ୍ନ ନେବା ପରେ ପୂର୍ବରୁ ତାଙ୍କ ଆଧାରକାର୍ଡ ରହିଥିବା ଜଣାପଡ଼ିଥିଲା। ସେହି ଆଧାରକାର୍ଡରୁ ହିଁ ଦିବ୍ୟାଙ୍ଗ ନାବାଳକଙ୍କ ସମ୍ପର୍କରେ ଅନେକ ସୂଚନା ମିଳିଯାଇଥିଲା।

ଏହି ନାବାଳକ ଜଣକ ବିହାର ରାଜ୍ୟର ଦରଭଙ୍ଗା ଜିଲାର ରାମକିଶୋର ଯାଦବଙ୍କ ପୁଅ ବୋଲି ଜଣାପଡ଼ିଥିଲା। ପ୍ରଶାସନ ପକ୍ଷରୁ ରାମକିଶୋରଙ୍କ ସହ ଯୋଗାଯୋଗ କରାଯିବା ପରେ ସେ ମଙ୍ଗଳବାର ଆସି କେନ୍ଦୁଝରରେ ପହଞ୍ଚିଛନ୍ତି। କେନ୍ଦୁଝରରେ ପହଞ୍ଚିବା ପରେ ସେ ସେ ତାଙ୍କ ହଜିଲା ପୁଅକୁ ପାଇ ଖୁସିରେ ଅଧିର ହୋଇ ଉଠି କହିଛନ୍ତି ଯେ କୃଷ୍ଣଙ୍କୁ ବାସୁଦେବ ସିନା ଜନ୍ମ ଦେଇଥିଲେ କିନ୍ତୁ ନନ୍ଦରାଜ ତାକୁ ପାଳିଥିଲେ । ଯାହାର ଉଦାହରଣ ମୋ’ ପୁଅ କ୍ଷେତ୍ରରେ ଘଟିଛି। ଅନେକ ଚେଷ୍ଟା ପରେ ଅନେକ ବର୍ଷ ପରେ ଆଜି ପରିବାର ତାର ହଜିଲା ପୁଅକୁ ଫେରି ପାଇ ଥିବାରୁ ପ୍ରଶାସନ ଖୁସି ବ୍ୟକ୍ତ କରିଛନ୍ତି। ଏହା ଏକ ଅତି ଆନନ୍ଦର ମୁହୂର୍ତ୍ତ।


Enter your email to get our daily news in your inbox.

All Right Reserved By Dharitri.Com

ଇରାନକୁ ଟ୍ରମ୍ପଙ୍କ ଚରମ ଚେତାବନୀ: ‘ଶାନ୍ତି ଆଲୋଚନା ବିଫଳ ହେଲେ ଆକ୍ରମଣ ପାଇଁ ଆମେରିକା ପ୍ରସ୍ତୁତ’

ୱାଶିଂଟନ,୧୦।୭: ଇରାନ ଏବଂ ଆମେରିକା ମଧ୍ୟରେ ଶାନ୍ତିବାର୍ତ୍ତା ନେଇ ଆଲୋଚନା ହେବାକୁ ଥିବା ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଧମକ ଦେଇଛନ୍ତି। ଇସଲାମାବାଦରେ…

ଧାରଣାକୁ ମାସେ ବିତିଲା: ଡାଲି, ଚାଉଳ ମାଗି ଚୁଲି ଜାଳୁଛନ୍ତି ଚାଷୀ; ତଥାପି ସରକାରୀ କଳ…

ବରଗଡ଼, ୧୦।୪(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଗତ ୭ତାରିଖରୁ ଖରିଫ୍ ଧାନ ସଂଗ୍ରହ ପ୍ରକ୍ରିୟାକୁ ସରିଯାଇଛି। ଅନ୍ୟ ପକ୍ଷରେ ଆଉ ପ୍ରାୟ ମାସକ ପରେ ଜିଲାରେ…

ଭାଜପା ରାଜ୍ୟ କାର୍ଯ୍ୟକାରିଣୀ କମିଟି ସଦସ୍ୟ ଭାବେ ମନୋନୀତ ହେଲେ ବିପିନ,ସମର୍ଥକଙ୍କ ମଧ୍ୟରେ…

ଦିଗପହଣ୍ଡି,୧୦|୪(ଅଶେଷ ନାଥ ମିଶ୍ର): ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ଶୁକ୍ରବାର  ଦିଗପହଣ୍ଡି ବ୍ଳକର ପୂର୍ବତନ ଅଧ୍ୟକ୍ଷ ତଥା  ୨୬ ନଂ…

ଥୁଆମୂଳ ରାମପୁର ବ୍ଲକରେ ବିକାଶ କାର୍ଯ୍ୟର ସମୀକ୍ଷା; ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିବାକୁ ଚେତାବନୀ ଦେଲେ ପ୍ରଦୀପ ଦିଶାରୀ

ଥୁଆମୂଳ ରାମପୁର, ୧୦/୦୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଭାଗୃହରେ ଶୁକ୍ରବାର ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକରେ ପ୍ରଶାସନିକ ଅବହେଳାର ଏକ ନଗ୍ନ…

ଏଲ୍‌ପିଜି ସଙ୍କଟ ଯୋଗୁ ରୋଜଗାର ହରାଇଛନ୍ତି କ୍ଷୁଦ୍ର ବ୍ୟବସାୟୀ, ପରିବାର ଚଳାଇବା କଷ୍ଟସାଧ୍ୟ, ଯୋଗାଣ ଦାବିରେ…

କୋରାପୁଟ, ୧୦।୪ (ଅମିତାଭ ବେହେରା): ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବେ ସ୍ଥାନୀୟ ରନ୍ଧନ ଗ୍ୟାସ (LPG) ବଜାର ଉପରେ ଶକ୍ତ ଆଘାତ ଦେଇଛି। ଏହି ଗ୍ୟାସ…

ପୁରୀ ରଥଯାତ୍ରା: ଘୋଗଡରୁ ଟ୍ରକ ଯୋଗେ ପୁରୀ ଗଲା ରଥକାଠ

ଭଞ୍ଜନଗର,୧୦।୪(ବାବୁଲା ପ୍ରଧାନ)-ପୁରୀ ରଥଯାତ୍ରାରେ ରଥ ନିର୍ମାଣ ପାଇଁ ଆବଶ୍ୟକ ହେଉଥିବା ରଥ କାଠ ରାଜ୍ୟର ବିଭିନ୍ନ ଜଙ୍ଗଲରୁ ଯାଉଛି। ବିଗତ କିଛି ବର୍ଷ ହେବ ଗଞ୍ଜାମ ଜିଲା…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri