ଭାଇ ପଠାଇଥିବା ମନିଅର୍ଡର ସାଢେ ୪ବର୍ଷ ପରେ ପହଞ୍ଚିଲା ଭଉଣୀ ପାଖରେ

ଟେନ୍‌ସା,୧।୧୨(ଡି.ଏନ୍‌.ଏ.): ମାସେ ନୁହେଁ କି ଦୁଇ ମାସ। ବର୍ଷେ ନୁହେଁ କି ଦୁଇ ବର୍ଷ। ମନିଅର୍ଡର ପହଞ୍ଚତ୍ବାକୁ ଲାଗିଗଲା ସାଢେ ୪ବର୍ଷ। ଡାକବିଭାଗର ଅବହେଳା ପାଇଁ ଏଭଳି ହୋଇଛି। ସୁନ୍ଦରଗଡ଼ ଜିଲା ରାଉରକେଲାରୁ ଭାଇ ପଠାଇଥିବା ମନିଅର୍ଡ଼ର ଟଙ୍କା ୧୦୦କିମି ଦୂର ଟେନ୍‌ସାରେ ରହୁଥିବା ଭଉଣୀଙ୍କୁ ସାଢେ ୪ବର୍ଷ ପରେ ଡାକଘରୁ ମିଳିଛି।

ସୁନ୍ଦରଗଡ଼ ଜିଲା କୋଇଡ଼ା ବ୍ଲକର ଟେନ୍‌ସାରେ ରହୁଛନ୍ତି ଭଉଣୀ ସୁମିତ୍ରା ବିଶ୍ବାଳ। ରାଉରକେଲା ସେକ୍ଟର-୮କ୍ୱାର୍ଟର୍ସ ନଂ.୧୦୮ରେ ରହୁଛନ୍ତି ସୁମିତ୍ରାଙ୍କ ଭାଇ। ସାବିତ୍ରୀ ଅମାବାସ୍ୟା ପାଇଁ ସୁମିତ୍ରାଙ୍କ ପାଖକୁ ୨୦୧୮ ମେ ୯ରେ ୫୦୦ ଟଙ୍କା ସେକ୍ଟର ୧୯ ପୋଷ୍ଟ ଅଫିସରେ ମନିଅର୍ଡର କରିଥିଲେ ତାଙ୍କ ଭାଇ। ଯାହାର ଇଏମଓ ନମ୍ବର ୦୯୧୦୯୭୨୫୮୫୭୦୪୬୦୦୧୦। କିନ୍ତୁ ମନି ଅର୍ଡର ଟଙ୍କା ଭଉଣୀ ପାଖରେ ପହଞ୍ଚତ୍ଲା କି ନାହିଁ ଏ ସମ୍ପର୍କରେ ବୁଝାବୁଝି କରି ନ ଥିଲେ। ଭଉଣୀ ମଧ୍ୟ ସେ ନେଇ ଭାଇଙ୍କୁ କିଛି ଜଣାଇ ନ ଥିଲେ। ସେହି ୫୦୦ ଟଙ୍କାର ମନିଅର୍ଡର ସୁମିତ୍ରାଙ୍କ ପାଖରେ ୨୦୨୨ ନଭେମ୍ବର ୨୬ରେ ପହଞ୍ଚିଥିଲା। ମନିଅର୍ଡର ଟଙ୍କା ପାଇ ଭଉଣୀ ଭାଇ ପାଖକୁ ଫୋନ କରି ପଚାରିଥିଲେ। ଭାଇ କହିଲେ ମୁଁ ଏବେ ତ ପଠାଇନାହିଁ। ସାବିତ୍ରୀ ଓଷା ପାଇଁ ପାଞ୍ଚ ଶହ ଟଙ୍କା ସାଢେ ଚାରିବର୍ଷ ପୂର୍ବେ ମନିଅର୍ଡର କରିଥିବା କଥା କହିଥିଲେ। ଏହି ଘଟଣା ଜଣାପଡିବା ପରେ ଡାକ ବିଭାଗର ଅବହେଳା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପାଞ୍ଚ ଶହ ଟଙ୍କାର ମନିଅର୍ଡର ରାଉରକେଲାରୁ ଟେନସା ପହଞ୍ଚିବାକୁ ଯଦି ସାଢେ ୪ବର୍ଷ ଲାଗିଲା ରାଜ୍ୟ ବାହାରକୁ କେତେ ବର୍ଷ ଲାଗିବ ଏନେଇ ଆଲୋଚନା ଜୋର ଧରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ IAS ସ୍ତରରେ ବଡ଼ଧରଣ ଅଦଳବଦଳ, ବଦଳାଇଲେ ଏହି ଜିଲାପାଳ

ଭୁବନେଶ୍ୱର,୧।୧: ନୂଆବର୍ଷର ପ୍ରଥମ ଦିନରେ ରାଜ୍ୟ ପ୍ରଶାସନିକ ସ୍ତରରେ ଏକ ବଡ଼ଧରଣର ଅଦଳବଦଳ କରାଯାଇଛି। ବରିଷ୍ଠ IAS ଅଧିକାରୀମାନଙ୍କୁ ନୂତନ ଦାୟିତ୍ୱ ପ୍ରଦାନ କରିଛନ୍ତି ରାଜ୍ୟ...

ଆରଡିସିଙ୍କ ଘୋଷଣା: ୫ତାରିଖ ବରଗଡ଼ ଉପଖଣ୍ଡରେ…

ମଥୁରାନଗରୀ,୧।୧(ପ୍ରେମାନନ୍ଦ ଖମାରୀ)- ବରଗଡ଼ରେ ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଚାଲିଛି। ଏହି ମହୋତ୍ସବ ଆସନ୍ତା ୩ତାରିଖ ଶନିବାର କଂସବଧ ସହିତ ସରିବ। ତିଥି...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri