ଭାଇ ପଠାଇଥିବା ମନିଅର୍ଡର ସାଢେ ୪ବର୍ଷ ପରେ ପହଞ୍ଚିଲା ଭଉଣୀ ପାଖରେ

ଟେନ୍‌ସା,୧।୧୨(ଡି.ଏନ୍‌.ଏ.): ମାସେ ନୁହେଁ କି ଦୁଇ ମାସ। ବର୍ଷେ ନୁହେଁ କି ଦୁଇ ବର୍ଷ। ମନିଅର୍ଡର ପହଞ୍ଚତ୍ବାକୁ ଲାଗିଗଲା ସାଢେ ୪ବର୍ଷ। ଡାକବିଭାଗର ଅବହେଳା ପାଇଁ ଏଭଳି ହୋଇଛି। ସୁନ୍ଦରଗଡ଼ ଜିଲା ରାଉରକେଲାରୁ ଭାଇ ପଠାଇଥିବା ମନିଅର୍ଡ଼ର ଟଙ୍କା ୧୦୦କିମି ଦୂର ଟେନ୍‌ସାରେ ରହୁଥିବା ଭଉଣୀଙ୍କୁ ସାଢେ ୪ବର୍ଷ ପରେ ଡାକଘରୁ ମିଳିଛି।

ସୁନ୍ଦରଗଡ଼ ଜିଲା କୋଇଡ଼ା ବ୍ଲକର ଟେନ୍‌ସାରେ ରହୁଛନ୍ତି ଭଉଣୀ ସୁମିତ୍ରା ବିଶ୍ବାଳ। ରାଉରକେଲା ସେକ୍ଟର-୮କ୍ୱାର୍ଟର୍ସ ନଂ.୧୦୮ରେ ରହୁଛନ୍ତି ସୁମିତ୍ରାଙ୍କ ଭାଇ। ସାବିତ୍ରୀ ଅମାବାସ୍ୟା ପାଇଁ ସୁମିତ୍ରାଙ୍କ ପାଖକୁ ୨୦୧୮ ମେ ୯ରେ ୫୦୦ ଟଙ୍କା ସେକ୍ଟର ୧୯ ପୋଷ୍ଟ ଅଫିସରେ ମନିଅର୍ଡର କରିଥିଲେ ତାଙ୍କ ଭାଇ। ଯାହାର ଇଏମଓ ନମ୍ବର ୦୯୧୦୯୭୨୫୮୫୭୦୪୬୦୦୧୦। କିନ୍ତୁ ମନି ଅର୍ଡର ଟଙ୍କା ଭଉଣୀ ପାଖରେ ପହଞ୍ଚତ୍ଲା କି ନାହିଁ ଏ ସମ୍ପର୍କରେ ବୁଝାବୁଝି କରି ନ ଥିଲେ। ଭଉଣୀ ମଧ୍ୟ ସେ ନେଇ ଭାଇଙ୍କୁ କିଛି ଜଣାଇ ନ ଥିଲେ। ସେହି ୫୦୦ ଟଙ୍କାର ମନିଅର୍ଡର ସୁମିତ୍ରାଙ୍କ ପାଖରେ ୨୦୨୨ ନଭେମ୍ବର ୨୬ରେ ପହଞ୍ଚିଥିଲା। ମନିଅର୍ଡର ଟଙ୍କା ପାଇ ଭଉଣୀ ଭାଇ ପାଖକୁ ଫୋନ କରି ପଚାରିଥିଲେ। ଭାଇ କହିଲେ ମୁଁ ଏବେ ତ ପଠାଇନାହିଁ। ସାବିତ୍ରୀ ଓଷା ପାଇଁ ପାଞ୍ଚ ଶହ ଟଙ୍କା ସାଢେ ଚାରିବର୍ଷ ପୂର୍ବେ ମନିଅର୍ଡର କରିଥିବା କଥା କହିଥିଲେ। ଏହି ଘଟଣା ଜଣାପଡିବା ପରେ ଡାକ ବିଭାଗର ଅବହେଳା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପାଞ୍ଚ ଶହ ଟଙ୍କାର ମନିଅର୍ଡର ରାଉରକେଲାରୁ ଟେନସା ପହଞ୍ଚିବାକୁ ଯଦି ସାଢେ ୪ବର୍ଷ ଲାଗିଲା ରାଜ୍ୟ ବାହାରକୁ କେତେ ବର୍ଷ ଲାଗିବ ଏନେଇ ଆଲୋଚନା ଜୋର ଧରିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଳମ୍ବିତ ରାତିରେ କୋରାପୁଟରେ ଭୂକମ୍ପ ଝଟ୍‌କା: ଭୟଭୀତ ଅବସ୍ଥାରେ ଘରୁ ବାହାରି ଆସିଲେ ଲୋକେ

କୋରାପୁଟ/ପଟ୍ଟାଙ୍ଗି, ୪।୪(ଅମିତାଭ ବେହେରା/ ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ସମେତ ଆଖପାଖ ଅଞ୍ଚଳରେ ଶନିବାର ମୃଦୁ ଭୂକମ୍ପ ଅନୁଭୂତ ହୋଇଛି।…

ଗୁଜରାଟକୁ ହରାଇ ରାଜସ୍ଥାନର ଦ୍ୱିତୀୟ ବିଜୟ

ଅହମଦାବାଦ,୪ା୪: ଯଶସ୍ୱି ଜୟସ୍ୱାଲ ଓ ଧ୍ରୁବ ଜୁରେଲଙ୍କ ଅର୍ଦ୍ଧଶତକ ପରେ ରବି ବିଷ୍ଣୋଇଙ୍କ ୪ ଉଇକେଟ ସଫଳତା ଯୋଗୁ ରାଜସ୍ଥାନ ରୟାଲ୍ସ ୬ ରନରେ ଗୁଜରାଟ ଟାଇଟନ୍ସକୁ…

ମହେନ୍ଦ୍ରଗିରିରେ ଭୟଙ୍କର ଦୁର୍ଘଟଣା: ଘାଟିରେ ଓଲଟିଲା ପାଣି ଟ୍ୟାଙ୍କର ଟ୍ରାକ୍ଟର, ଚାଲିଗଲା ହେଲ୍‌ପରଙ୍କ ଜୀବନ, ଚାଳକ…

ଗଜପତି, ୪ା୪(ଗିରିଧାରୀ ପରିଛା): ଗଜପତି ଜିଲା ଗାରାବନ୍ଧ ଥାନା ରାୟଗଡ଼ ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ମହେନ୍ଦ୍ରଗିରିରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ପାଣି ବୋଝେଇ…

ଛତ୍ରପୁରରେ ଜିଲାସ୍ତରୀୟ ପ୍ରବେଶ ଉତ୍ସବ: ଜିଲାପାଳ କଲେ ଖଡ଼ିଛୁଆଁ, ଶିକ୍ଷାବର୍ଷର ଶୁଭାରମ୍ଭ…

ଛତ୍ରପୁର, ୪।୪ (ଦିଲ୍ଲୀପ ସାମଲ): “ଆସରେ ଆସ ସ୍କୁଲ ଯିବା, ସାଙ୍ଗ ପିଲାଙ୍କ ସାଙ୍ଗେ ପାଠ ପଢ଼ିବା”ଏହି ନାରା ସହ ଗଞ୍ଜାମ ଜିଲ୍ଲାରେ ଆଜିଠାରୁ ନୂତନ ଶିକ୍ଷାବର୍ଷର…

ମଦ ପିଇ ବସ୍‌ ଚଳାଉଥିଲେ ଡ୍ରାଇଭର, ବ୍ରେଥ୍‌ ଆନାଲାଇଜର୍‌ରେ ଯାଞ୍ଚ କରି ଧରିଲା ପୋଲିସ, ଡିଏଲ୍‌ ସସ୍‌ପେଣ୍ଡ ସହ…

ଛତ୍ରପୁର, ୪।୪(ଦିଲୀପ ସାମଲ): ଯାତ୍ରୀଙ୍କ ଜୀବନ ସହ ଖେଳୁଥିବା ଜଣେ ଦାୟିତ୍ୱହୀନ ବସ୍‌ ଚାଳକଙ୍କୁ ଧରିଛି ପୋଲିସ। ନିଶାଶକ୍ତ ଅବସ୍ଥାରେ ବସ ଚଳାଇବା ଅଭିଯୋଗରେ ଗାଡ଼ି ଜବତ…

ମୁମ୍ୱାଇକୁ ହରାଇଲା ଦିଲ୍ଲୀ

ନୂଆଦିଲ୍ଲୀ,୪ା୪: ସମୀର ରିଜ୍‌ଭୀଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଶନିବାର ଅପରାହ୍ନରେ ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ମୁମ୍ୱାଇ ଇଣ୍ଡିଆନ୍ସ (ଏମ୍‌ଆଇ)କୁ ୬ ଉଇକେଟରେ ପରାସ୍ତ…

ଫାସଡ୍‌ ଶୁକତେଲ ନଦୀ ପୋଲତଳକୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ: ଚାଲିଗଲା ଡ୍ରାଇଭରଙ୍କ ଜୀବନ, ହେଲ୍‌ପର…

ବଲାଙ୍ଗୀର,୪।୪(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ୨୬ ନମ୍ବର ଜାତୀୟ ରାଜପଥ ଲୋଇସିଂହା ଥାନା ଅନ୍ତର୍ଗତ ଫାସଡ୍‌ ଶୁକତେଲ ନଦୀ…

ୟୁକ୍ରେନ୍‌ ଉପରେ ରୁଷିଆର ଡ୍ରୋନ୍‌ ଆକ୍ରମଣ, ପୁଣି ବଢ଼ାଇଲା ଚିନ୍ତା…

କିଭ୍‌,୪ା୪: ୟୁକ୍ରେନ୍‌ର ନିକୋପୋଲ୍‌ ସହର ଅନ୍ତର୍ଗତ ଏକ ବଜାର ଉପରେ ଶନିବାର ରୁଷିଆ ଡ୍ରୋନ୍‌ ମାଡ଼ କରିବାରୁ ଅନୂ୍ୟନ ୫ ଜଣଙ୍କ ମୃତ୍ୟୁ ଘଟିବା ସହ ୧୯ଜଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri