୩୦ବର୍ଷ ପରେ ପୁଣି ଆଖୁ ଚାଷ

ସିମୁଳିଆ,୧୮।୫ – ବାଲେଶ୍ୱର ଜିଲା ସିମୁଳିଆ ବ୍ଲକ ବାଟି ପଞ୍ଚାୟତର ହରିସିଂହପୁର ଅଞ୍ଚଳରେ ପ୍ରାୟ ୩୦ବର୍ଷ ପରେ ପୁଣି ଆଖୁଚାଷ ଆରମ୍ଭ ହୋଇଛି। କୃଷି ବିଭାଗର ଅବହେଳା ମନୋଭାବ ଯୋଗୁ ପ୍ରାୟ ୫ମାସ ବିଳମ୍ବରେ ଏହି ଚାଷ ଆରମ୍ଭ ହୋଇଛି। ବିଳମ୍ବ କାରଣକୁ ନେଇ ସ୍ଥାନୀୟ ଚାଷୀଙ୍କ ମଧ୍ୟରେ ଆଶଙ୍କା ପ୍ରକାଶ ପାଇଛି। ୩୦ବର୍ଷ ପୂର୍ବେ କୃଷି ବିଭାଗର ଅସହଯୋଗ ଯୋଗୁ ଏହି ଚାଷ ବନ୍ଦ ହୋଇଯାଇଥିଲା। ଯଦି ଏଥର ଚାଷ ମାଡ଼ ଖାଇଯାଏ ତେବେ ଚାଷୀମାନଙ୍କର ମନ ସମ୍ପୂର୍ଣ୍ଣ ଭାଙ୍ଗିଯିବ। କାଂଶବାଂଶ ନଦୀକୂଳରେ ହରିସିଂହପୁର ଅଞ୍ଚଳ ଅବସ୍ଥିତ। ଅସନ୍ତୁଳିତ ଜଳବାୟୁ କାରଣକୁ ନେଇ ପ୍ରତ୍ୟେକ ବର୍ଷ ବନ୍ୟା ଆସୁଛି। ଫଳରେ ସ୍ଥାନୀୟ ଅଞ୍ଚଳର ଆଙ୍କୁଲା, କବିରପୁର, ହରିସିଂହପୁର ଆଦି ଅଞ୍ଚଳର ପ୍ରାୟ ଶହ ଶହ ଏକର ଚାଷ ଜମିରେ ଚାଷ ହୋଇ ନ ପାରି ପଡିଆ ପଡିଛି । ଏପରିକି ବର୍ଷା ହେଲେ ସିମୁଳିଆ ଓ ଖଇରା ବ୍ଲକ ସମେତ ସୋର ଓ ଭଦ୍ରକ ଜିଲାର କେତେକାଂଶର ଜଳ କାଂଶବାଂଶ ନଦୀ ଦ୍ୱାରା ନିଷ୍କାସିତ ହେବା ଯୋଗୁ ସ୍ଥାନୀୟ ଅଞ୍ଚଳର ଚାଷଜମିରେ ପାଣି ବୁଡ଼ି ରହେ। ଜମିରେ ପଟୁମାଟି ମାଡ଼ି ଉର୍ବର ହେଉଥିଲେ ହେଁ ଚାଷ ନଷ୍ଟ ଯୋଗୁ କାଁ ଭାଁ ଧାନ ଚାଷ କରାଯାଇଥାଏ। ବର୍ଷ ବର୍ଷ ଧରି ଜମିକୁ ପଡିଆ ନ ପକାଇ ପୁଣି ଆଖୁ ଚାଷ ପାଇଁ ସ୍ଥାନୀୟ ଅଞ୍ଚଳର ୬ଜଣ ଚାଷୀ ଗତବର୍ଷରୁ ଆଗ୍ରହ ପ୍ରକାଶ କରିଥିଲେ। ଏଥିପାଇଁ ଉଭୟ କୃଷି ବିଭାଗ ଓ ଉଦ୍ୟାନ ବିଭାଗ ସହିତ ଯୋଗାଯୋଗ କରିଥିଲେ। ପରେ କୃଷି ବିଭାଗ ଚାଷୀମାନଙ୍କୁ ସହାୟତା ଦେବା ପାଇଁ ପ୍ରତିଶ୍ରୁତି ଦେବା ପରେ ଗତ ୫ମାସ ପୂର୍ବରୁ ଚାଷୀମାନେ ୧୦ ଏକର ଜମି ହଳ କରିଥିଲେ। କୃଷି ବିଭାଗର କର୍ମଚାରୀମାନେ କ୍ଷେତ୍ର ପରିଦର୍ଶନ କରିବା ସହିତ ଆଖୁ ବିହନ(ଚାରା) ଯୋଗାଇ ଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ପରେ ବିଭାଗୀୟ କର୍ତ୍ତୃପକ୍ଷ ସମୟ ଗଡ଼ାଇ ଚାଲିବା ସହିତ ଚାରାଗୁଡ଼ିକୁ ଚାଷୀମାନଙ୍କୁ ଠିକ୍‌ କରିବା ପାଇଁ କହିଥିଲେ। ଏଥିପାଇଁ କୃଷି ବିଭାଗ ପକ୍ଷରୁ ଚାଷୀମାନଙ୍କୁ ମାତ୍ର ୨୪ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରାଯାଇଥିଲା। ସମୟ ଗଡ଼ିଯିବା ସହିତ ଚାରା ନିଅଣ୍ଟ ହେବା ଯୋଗୁ ଭଦ୍ରକ ଓ ଯାଜପୁର ଅଞ୍ଚଳ ବୁଲି ଚାଷୀମାନେ ମାତ୍ର ୨୧ କୁଇଣ୍ଟାଲ ୪୨କିଲୋ ବିହନ ଯୋଗାଡ କରିବାରେ ସକ୍ଷମ ହୋଇଥିଲେ।
ଆଖୁଚାଷ ପାଇଁ ଗୁଣ୍ଠ ପ୍ରତି ୧ କୁଇଣ୍ଟାଲରୁ ଦେଢ କୁଇଣ୍ଟାଲ ବିହନ ଆବଶ୍ୟକତା ଅନୁସାରେ ୧୦ ଏକର ଜମି ପାଇଁ ପ୍ରାୟ ୪ଶହ ୨୦ କୁଇଣ୍ଟାଲ ବିହନ ଆବଶ୍ୟକତା ଥିଲା। ଅପରପକ୍ଷେ ଆଖୁ ବିହନ ନିଅଣ୍ଟ ଯୋଗୁ କେବଳ ଅକ୍ଷୟ ନାୟକ ନାମକ ଜଣେ ଚାଷୀ ମାତ୍ର ଦୁଇଟି କିଆରୀରେ ସଂଗୃହୀତ ଚାରା ଲଗାଇଛନ୍ତି। ଏ ସମ୍ପର୍କରେ କୃଷି ଅଧିକାରୀ ସ୍ଥିତପ୍ରଜ୍ଞ ଖମାରୀଙ୍କୁ ପଚରାଯିବାରୁ ବ୍ଲକରେ ପ୍ରଥମ ଥର ଆଖୁଚାଷ କରାଯାଉଛି । ଏହା କୃଷି କମିଟିରେ ପାସ୍‌ ହେବା ପରେ ଚାଷୀମାନଙ୍କୁ ଅର୍ଥରାଶି ପ୍ରଦାନ କରାଯାଇଥିବା ସେ କହିଛନ୍ତି। ଅପରପକ୍ଷେ ଯାଜପୁର ଓ ଭଦ୍ରକ ଜିଲାର ଚାଷୀମାନଙ୍କର ଆଖୁଚାଷ ଯଥେଷ୍ଟ ପୂର୍ବରୁ କରାଯିବା ଯୋଗୁ ଆଖୁ ଗଛ ୨/୩ ହାତ ହୋଇଗଲାଣି। ଏବେ ଲଗାଯାଇଥିବା ଆଖୁରୁ କେମିତି ଗଛ ବାହାରିବ ତାହାକୁ ନେଇ ଚାଷୀ ଅକ୍ଷୟ ନାୟକଙ୍କ ସମେତ ଅନ୍ୟ ଚାଷୀମାନେ ଚିନ୍ତାରେ ଅଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri