ଜୋର୍‌ଦାର ହେବ ଲଢ଼େଇ: ୨୯ ବର୍ଷ ପରେ ମହିଳାଙ୍କ ହାତକୁ ଯିବ ପଦବୀ

ଭୁବନେଶ୍ୱର,୪ା୩(ବ୍ୟୁରୋ): ଆସନ୍ତା ୨୪ ତାରିଖରେ ରାଜ୍ୟରେ ପୌର ନିର୍ବାଚନ ଅନୁଷ୍ଠିତ ହେବ। ଏ ନେଇ ସହର ରାଜନୀତି ସରଗରମ ହେଲାଣି। ପ୍ରାର୍ଥତ୍ପତ୍ର ଦାଖଲ ପ୍ରକି୍ରିୟା ଆରମ୍ଭ ହୋଇଥିବାରୁ ଭୁବନେଶ୍ୱର ୩ ବିଧାୟକଙ୍କ ବାସଭବନରେ ପ୍ରବଳ ଗହଳି ଦେଖିବାକୁ ମିଳୁଛି। ଅନେକ ଆଶାୟୀ ବିଜେଡିରେ ମଧ୍ୟ ଯୋଗ ଦେଉଛନ୍ତି। ତେବେ କେଉଁମାନଙ୍କୁ ବିଜେଡି କର୍ପୋରେଟର ପ୍ରାର୍ଥୀ କରିବ ସେ ନେଇ ବିଧାୟକମାନଙ୍କ ଉପରେ ଦାୟିତ୍ୱ ନ୍ୟସ୍ତ କରାଯାଇଛି। ବିଜୟ ସମ୍ଭାବନା ଥିବା ଆଶାୟୀଙ୍କୁ ପ୍ରାର୍ଥୀ କରିବା ଏକପ୍ରକାର ନିଶ୍ଚିତ ହୋଇଛି। ପଞ୍ଚାୟତ ନିର୍ବାଚନ ପ୍ରଭାବ ପୌର ନିର୍ବାଚନରେ ପଡ଼ିବା ଆଶାରେ ବିଜେଡି ପ୍ରାର୍ଥୀ ହେବାକୁ ଆଶାୟୀଙ୍କ ଲମ୍ବାଧାଡ଼ି ଲାଗିଛି। ଅନ୍ୟପକ୍ଷରେ ଭୁବନେଶ୍ୱର ମେୟର ପ୍ରାର୍ଥୀ ଚୟନ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି। ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ମେୟର ପ୍ରାର୍ଥୀଙ୍କ ନାମ ଘୋଷଣା କରାଯିବ। ଚଳିତ ନିର୍ବାଚନରେ ପ୍ରଥମ ଥର ଲାଗି ମେୟର ମତଦାତାଙ୍କ ଦ୍ୱାରା ସିଧାସଳଖ ନିର୍ବାଚିତ ହେବେ। ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ୩ ଜଣ ବିଜେଡି ବିଧାୟକ ଥିବା ବେଳେ ସଂସଦୀୟ କ୍ଷେତ୍ରରେ ଭାଜପାର ଏକମାତ୍ର ଏମ୍‌ପି ରହିଛନ୍ତି। ତେବେ ଉଭୟ ଦଳ ପାଇଁ ମେୟର ଏକ ସମ୍ମାନର ପଦବୀ ହୋଇଥିବାରୁ ପ୍ରତିଦ୍ୱନ୍ଦ୍ୱିିତା ଜୋରଦାର ହେବ ବୋଲି ଅନୁମାନ କରାଯାଉଛି। ଏହାକୁ ଦୃଷ୍ଟିରେ ରଖି ବିଜେଡି ପ୍ରାର୍ଥୀ ଘୋଷଣା କରିବ। ଶୁକ୍ରବାର ବିଜେଡି ମେୟର ପାଇଁ ନାମ ଘୋଷଣା କରିବା ସମ୍ଭାବନା ରହିଛି।
ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ସମୟରେ ୧୯୯୩ ମସିହାରେ କିରଣବାଳା ମଙ୍ଗରାଜ ଭୁବନେଶ୍ୱର ମ୍ୟୁନିସିପାଲିଟିର ଅଧ୍ୟକ୍ଷା ଭାବେ ନିର୍ବାଚିତ ହୋଇଥିଲେ। ଦୀର୍ଘ ୨୯ ବର୍ଷ ପରେ ଭୁବନେଶ୍ୱର ମହାନଗର ନିଗମ ମେୟର ଭାବେ ଜଣେ ମହିଳାଙ୍କୁ ଦାୟିତ୍ୱ ମିଳିବ। ଏହି ପଦବୀକୁ ହାତେଇବା ଲାଗି ବିଜେଡି ଓ ଭାଜପା ମଧ୍ୟମରେ କଡ଼ା ଟକ୍କର ହେବାର ସମ୍ଭାବନା ରହିଛି। ୨୦୧୯ ନିର୍ବାଚନରେ ଭୁବନେଶ୍ୱର ସଂସଦୀୟ କ୍ଷେତ୍ରର ସମସ୍ତ ବିଧାୟକ ପ୍ରାର୍ଥୀ ବିଜେଡି ହାତେଇଥିବା ବେଳେ ପୂର୍ବତନ ବିଏମ୍‌ସି କମିଶନର ତଥା ଭାଜପା ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ ଏମ୍‌ପି ଭାବେ ବିଜୟୀ ହୋଇଥିଲେ। ଅପରାଜିତାଙ୍କ ବଳରେ ଭାଜପା ଭୁବନେଶ୍ୱର ମେୟର ପଦବୀ ହାସଲ କରିବା ଲକ୍ଷ୍ୟରେ ରହିଛି। ଯଦି ବିଜେଡି କର୍ପୋରେଟରଙ୍କୁ ବିଜୟୀ କରିବାରେ ସକ୍ଷମ ହେବ ଏବଂ ମେୟର ପଦବୀ ଭାଜପା ହାତେଇବ ତେବେ ପରିସ୍ଥିତି ଭିନ୍ନ ମୋଡ଼ ନେବ। ଏଭଳି ପରିସ୍ଥିତିରେ ବିଜେଡି ମଧ୍ୟ ମେୟର ପଦବୀକୁ ହାତେଇବାକୁ ସମସ୍ତ କଳବଳ କୌଶଳ ଖଟାଇବ। ଚଳିତ ନିର୍ବାଚନରେ ଭୁବନେଶ୍ୱର ମେୟର ପଦବୀକୁ ନେଇ ରୋମାଞ୍ଚକ ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ରହିଛି। ତେବେ ପ୍ରାର୍ଥୀ ଚୟନ ମଧ୍ୟ ଉଭୟ ଦଳ ପାଇଁ ବଡ଼ ସମସ୍ୟା ଦେଖାଦେଇଛି। ନିର୍ବାଚନରେ ବିଜୟୀ ହେବାକୁ ହେଲେ ପ୍ରାର୍ଥୀଙ୍କ ଭାବମୂର୍ତ୍ତି ସାଙ୍ଗକୁ ଦଳୀୟ ସମର୍ଥନ ଏକ ବଡ଼ ମାପଦଣ୍ଡ ହେବ। ବିଜେଡିର ମେୟର ପ୍ରାର୍ଥୀ ଭାବେ ମୋ ସ୍କୁଲ ଅଭିଯାନର ଅଧ୍ୟକ୍ଷା ସୁସ୍ମିତା ବାଗ୍‌ଚୀ, କନ୍ଧମାଳ ଏମ୍‌ପି ଅଚ୍ୟୁତ ସାମନ୍ତଙ୍କ ଭଉଣୀ ଇତି ସାମନ୍ତ, ଓଡ଼ିଶା ପର୍ଯ୍ୟଟନ ନିଗମ ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର, ବିଜେଡି ମୁଖପାତ୍ର ସୁଲତା ଦେଓ, ପୂର୍ବତନ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଲୋପାମୁଦ୍ରା ବକ୍ସିପାତ୍ରଙ୍କ ନାମ ଚର୍ଚ୍ଚା ହେଉଛି। ତେବେ କିଏ ମେୟର ପ୍ରାର୍ଥୀ ହେବେ ତାହା କେବଳ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହିଁ ନିଷ୍ପତ୍ତି ନେବେ ।
ସେହିପରି ଭାଜପାର ମେୟର ପ୍ରାର୍ଥୀ ଭାବେ ଭାଜପା ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର, ଅଭିନେତ୍ରୀ ଅନୁ ଚୌଧୁରୀ, ପୂର୍ବତନ କର୍ପୋରେଟର ଊର୍ମିଳା ମହାପାତ୍ରଙ୍କ ନାମ ଚର୍ଚ୍ଚାକୁ ଆସିଛି। ମେୟର ପ୍ରାର୍ଥୀ ଚୟନ ଦାୟିତ୍ୱ ଅପରାଜିତାଙ୍କ ଉପରେ ନ୍ୟସ୍ତ କରାଯାଇଥିବା ଶୁଣାଯାଉଛି। ସେହିପରି କଂଗ୍ରେସ ମଧ୍ୟ ମେୟର ଦୌଡ଼ରେ ପଛରେ ନାହିଁ। ଏହି ପଦବୀରେ ଜଣେ ପ୍ରତିଭାଶାଳୀ ମହିଳାଙ୍କୁ ଦଳ ପ୍ରାର୍ଥୀ କରିବାକୁ ଯୋଜନା କରିଛି। ତେବେ ମିଳିଥିବା ସୂଚନା ଅନୁଯାୟୀ କଂଗ୍ରେସ ମଧୁସ୍ମିତା ଆଚାର୍ଯ୍ୟଙ୍କୁ ମେୟର ପ୍ରାର୍ଥୀ କରିବା ନେଇ ଚୂଡ଼ାନ୍ତ କରିଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଦଳର ଘୋଷଣା ପତ୍ର ପୂର୍ବରୁ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍‌

କୋଲକାତା,୯।୪: ଶୁକ୍ରବାର ପଶ୍ଚିମବଙ୍ଗ ପାଇଁ ଭାଜପା ଏହାର ଇସ୍ତାହାର ଘୋଷଣା କରିବାକୁ ଯାଉଛି। ଏହି ଘୋଷଣା ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ଛଅଟି…

ଅବସରପ୍ରାପ୍ତ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ,ପ୍ରତ୍ୟାହର ନ କଲେ ଆନ୍ଦୋଳନ: ବିଧାୟକ

ଭବାନୀପାଟଣା/ଧର୍ମଗଡ଼,୯।୪(ଉତ୍ତମ କୁମାର ଦାଶ/ଘାସିରାମ ଜଗତ)-ରାଜ୍ୟ ସରକାରଙ୍କ ଅବସର ପ୍ରାପ୍ତ କର୍ମଚାରୀ ଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ କରିଛନ୍ତି ଜୁନାଗଡ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର।ରାଜ୍ୟ…

କାଲିଠୁ ଏହି ୫ ରାଶିର ଫିଟିବ ଭାଗ୍ୟ, ଧନ ବର୍ଷା କରିବେ ଶୁକ୍ର-ଶନି; ଆପଣଙ୍କ ରାଶି…

ଆସନ୍ତାକାଲି ଅର୍ଥାତ ୨୦୨୬ ଏପ୍ରିଲ ୧୦ ତାରିଖ ସକାଳ ୪ଟା ୩୯ ମିନିଟ୍‌ରେ ମହାକାଶରେ ଏକ ବିରଳ ଜ୍ୟୋତିଷୀୟ ଘଟଣା ଘଟିବାକୁ ଯାଉଛି। ଶୁକ୍ର ଏବଂ ଶନି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri