Posted inଜାତୀୟ

ସ୍ତ୍ରୀକୁ ପ୍ରେମିକ ସହ ବିବାହ କରାଇଲେ ସ୍ୱାମୀ, ଲୋକେ କହିଲେ ୫ଟା ଛୁଆ ପରେ…

ଉତ୍ତରପ୍ରଦେଶ,୬।୮ : ପ୍ରେମ ଦୁଇଟି ହୃଦୟର ମିଳନ ନୁହେଁ, ଏହା ବିଶ୍ୱାସ, ସମ୍ମାନ ଓ ତ୍ୟାଗର ଏକ ସୁନ୍ଦର ଅନୁଭୂତି । ପ୍ରେମରେ ଶବ୍ଦଠାରୁ ଅଧିକ ମୂଲ୍ୟବାନ ହୁଏ ଅନୁଭବ । ପ୍ରତିଶ୍ରୁତିଠାରୁ ଅଧିକ ଶକ୍ତିଶାଳୀ ହୁଏ ସାଥି ହୋଇ ରହିବାର ଇଛା । ଜଣଙ୍କୁ ୨୧ବର୍ଷ ତଳୁ ମନ ଦେଇ ବାହା ହୋଇଥିଲେ, ପୁଣି ଏବେ ମନ ଦେଇଛନ୍ତି କିନ୍ତୁ ଆଉ ଜଣଙ୍କୁ । ପୂର୍ବରୁ ବି ପ୍ରେମ ବିବାହ, ଏବେ ବି ପ୍ରେମ ବିବାହ । ବାସ୍ ଏବେ ଖାଲି ଏହି ବିବାହର ସାକ୍ଷୀ ପାଲଟିଛନ୍ତି ସ୍ବାମୀ । ଜୀବନସାଥୀଙ୍କୁ ପ୍ରେମିକ ସହ ବିବାହ ବନ୍ଧନରେ ଛନ୍ଦିଛନ୍ତି ନିଜେ ସ୍ବାମୀ । ଏଭଳି ଏକ ରୋଚକ ଘଟଣା ସାମ୍ନାକୁ ଆସିଛି ଉତ୍ତରପ୍ରଦେଶର ସନ୍ତ କବୀର ନଗର ଜିଲ୍ଲାରୁ ।

୨୧ବର୍ଷର ବୈବାହିକ ଜୀବନର ଅନ୍ତ ହୋଇଛି । ସ୍ତ୍ରୀଙ୍କ ପ୍ରେମ ସମ୍ପର୍କ ଏବଂ ଲମ୍ବା ସମୟ ଧରି ଚାଲି ରହିଥିବା ପାରିବାରିକ ବିବାଦ ପରେ ସ୍ବାମୀ ଏଭଳି ନିଷ୍ପତ୍ତି ନେଇଛନ୍ତି । ଯାହାକୁ ନେଇ ଏବେ ଗାଁ ସାରା ଚର୍ଚ୍ଚା ଲାଗି ରହିଛି । ସ୍ବାମୀ ନିଜେ ନିଜ ସ୍ତ୍ରୀଙ୍କ ବିବାହ ତା’ଙ୍କ ପ୍ରେମିକ ସହ ମନ୍ଦିରରେ କରାଇଛନ୍ତି ଏବଂ ଉଭୟଙ୍କୁ ନୂଆ ଜୀବନର ଶୁଭକାମନା ଦେଇ ବିଦା କରିଛନ୍ତି । ଏବେ ଏହି ସମ୍ପୂର୍ଣ୍ଣ ଘଟଣାକ୍ରମ ସହ ସବୁଠାରୁ ବଡ଼ ପ୍ରଶ୍ନ ଠିଆ ହୋଇଛି ୫ପିଲାଙ୍କ ଭବିଷ୍ୟତ ଏବଂ ତାଙ୍କ ଦେଖାରଖାକୁ ନେଇ । ଏହି ମାମଲା ସନ୍ତକବୀରନଗର ଜିଲ୍ଲାର ଘନଘଟା ଥାନା ଅନ୍ତର୍ଗତ ଡେବରୀ ଗାଁର ଅଟେ ।

ଗାଁର ବୁଦ୍ଧିରାମ ନିଷାଦଙ୍କ ବିବାହ ପ୍ରାୟ ୨୧ବର୍ଷ ପୂର୍ବରୁ ଫୁଲମତୀଙ୍କ ସହ ପ୍ରେମ ବିବାହ ହୋଇଥିଲା । ଉଭୟେ ନିଜ ପସନ୍ଦରେ ବିବାହ କରିଥିଲେ ଏବଂ ଲମ୍ବା ସମୟ ପର୍ଯ୍ୟନ୍ତ ସାଥି ହୋଇଥିଲେ । ଏହି ସମୟରେ ତାଙ୍କର ୫ଟି ପିଲା ବି ହୋଇଥିଲା । ପରିବାର ସାମାନ୍ୟ ଭାବେ ଚାଲୁଥିଲା । କିନ୍ତୁ ଗତ କିଛି ସମୟରୁ ଉଭୟଙ୍କ ମଧ୍ୟରେ ସମ୍ପର୍କରେ ବିବାଦ ଦେଖାଦେଇଥିଲା । କୁହାଯାଉଛି କି ଫୁଲମତୀଙ୍କ ଗାଁରେ ରହୁଥିବା ଅବଧେଶ ନାମକ ବ୍ୟକ୍ତିଙ୍କ ସହ ପ୍ରେମ ହୋଇଥିଲା । ଏହାକୁ ନେଇ ପରିବାରରେ ବାରମ୍ବାର ବିବାଦ ହୋଇଥିଲା । ସ୍ଥିତି ଆହୁରି ବିଗିଡ଼ି ଯାଇଥିଲା ଯେତେବେଳେ ଦୁଇ ମାସ ପୂର୍ବରୁ ଫୁଲମତୀ ଘର ଛାଡ଼ି ଅବେଧେଶଙ୍କ ସହ ଚାଲିଯାଇଥିଲେ । ଏହି ଘଟଣା ପରେ ପରିବାର ଏବଂ ଗାଁରେ ବହୁ ଚର୍ଚ୍ଚା ଲାଗି ରହିଥିଲା । କିଛି ସମୟ ପରେ ସମ୍ପର୍କୀୟ ଏବଂ ଗାଁ ଲୋକେ ବୁଝାଇବାକୁ ପ୍ରୟାସ କରିଥିଲେ । ଏହାପରେ ଫୁଲମତୀ ଫେରିଆସିଥିଲେ । ମାତ୍ର ଫେରିବା ପରେ ବି ପରିବାର ଭିତରେ ଚାଲୁଥିବା ବିବାଦ ଶେଷ ହୋଇନଥିଲା । ସ୍ବାମୀ-ସ୍ତ୍ରୀଙ୍କ ଭିତରେ ପୂର୍ବ ଭଳି ସ୍ଥିତି ହୋଇପାରିନଥିଲା ଏବଂ ଉଭୟଙ୍କ ସମ୍ପର୍କରେ ଦୂରତା ଲାଗିରହିଥିଲା । ଲଗାତର ବିବାଦ ଏବଂ ବିତର୍କ ମଧ୍ୟରେ ବୁଦ୍ଧିରାମ ଏକ ଭିନ୍ନ ରାସ୍ତା ଆପଣାଇବାକୁ ନିଷ୍ପତ୍ତି ନେଇଥିଲେ । ସେ ଆପୋଷ ସମାଧାନରେ ବିବାଦ ଶେଷ କରିବାକୁ ନିଷ୍ପତ୍ତି ନେଇଥିଲେ ।

ଏହାପରେ ଗାଁ ଲୋକ ଏବଂ ପରିବାର ଲୋକଙ୍କ ଉପସ୍ଥିତିରେ ଅଶରଫପୁରସ୍ଥିତ ଶିବ ମନ୍ଦିରେ ଫୁଲମତୀ ଏବଂ ଅବଧେଶଙ୍କ ବିବାହ କରାଯାଇଥିଲା । ମନ୍ଦିରରେ ଉଭୟଙ୍କ ବିବାହ କରାଯାଇଥିଲା । ବିବାହ ପରେ ବୁଦ୍ଧିରାମ ଉଭୟଙ୍କୁ ଶୁଭକାମନା ଦେଇଥିଲେ ଏବଂ ତାଙ୍କୁ ବିଦା କରିଥିଲେ । ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଗାଁ ଲୋକେ ଏହି ନିଷ୍ପତ୍ତିକୁ ଭିନ୍ନ ଭିନ୍ନ ନଜରରେ ଦେଖୁଛନ୍ତି । ବୁଦ୍ଧିରାମ କହିଛନ୍ତି କି ପ୍ରାୟ ୨୧ବର୍ଷ ପୂର୍ବରୁ ସେ ବି ଫୁଲମତୀଙ୍କୁ ପ୍ରେମ ବିବାହ କରିଥିଲେ । କିନ୍ତୁ ଏବେ ସ୍ତ୍ରୀଙ୍କ ମନ ତାଙ୍କ ସହ ନ ଥିଲା । ଯେତେବେଳେ ସ୍ତ୍ରୀ ଆଉ କାହା ସହ ଜୀବନ ବିତାଇବାକୁ ଚାହୁଁଥିଲେ, ମୁଁ ତାଙ୍କ ଖୁସିକୁ ସ୍ବୀକାର କରିବା ଭଲ ଭାବିଲି ।


Enter your email to get our daily news in your inbox.

All Right Reserved By Dharitri.Com

SIR ନୋଟିସ୍‌: ଜୟଶଙ୍କରଙ୍କଠାରୁ ଆଡଭାନିଙ୍କ ପର୍ଯ୍ୟନ୍ତ, ତାଲିକାରେ ଅନେକ VVIP ଭୋଟର

ନୂଆଦିଲ୍ଲୀ,୨୦।୯: ଦିଲ୍ଲୀରେ ଚାଲିଥିବା ଭୋଟର ତାଲିକା ସ୍ବତନ୍ତ୍ର ସଘନ ସଂଶୋଧନ (SIR) ପ୍ରକ୍ରିୟାକୁ ନେଇ ଅନେକ ହାଇପ୍ରୋଫାଇଲ୍‌ ଭୋଟରଙ୍କୁ ନିର୍ବାଚନ କମିଶନଙ୍କ ପକ୍ଷରୁ ନୋଟିସ୍‌ ଜାରି କରାଯାଇଛି…

୮୫ ବର୍ଷରେ MA ପାସ୍‌ କଲେ ଲାଲ ଚାନ୍ଦ; ଏବେ PhD ପାଇଁ ପ୍ରସ୍ତୁତି, କାହାଣୀ ଶୁଣିଲେ…

ନୂଆଦିଲ୍ଲୀ,୨୦ା୯: କୁହାଯାଏ, ପାଠପଢ଼ା ପାଇଁ ବୟସ କେବେ ବି ବାଧା ହୋଇପାରେ ନାହିଁ। ମନରେ ଦୃଢ଼ ଇଚ୍ଛା ଥିଲେ ଯେକୌଣସି ବୟସରେ ଲକ୍ଷ୍ୟ ହାସଲ କରିହୁଏ ।…

ଭାଜପାକୁ ନେଇ ଅଖିଳେଶ ଯାଦବଙ୍କ ବଡ଼ ଦାବି, ପ୍ରତି ବିଧାନସଭାରେ କମିବ…

ଲକ୍ଷ୍ନୌ,୨୦ା୯: ୨୦୨୭ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନକୁ ନେଇ ସମାଜବାଦୀ ପାର୍ଟି (ସପା) ନିଜର ସଂଗଠନକୁ ମଜବୁତ କରିବା ଆରମ୍ଭ କରିଛି । ଦଳର ପ୍ରଦେଶ କାର୍ଯ୍ୟକାରିଣୀ ବୈଠକ…

ବରିଷ୍ଠ ସାମ୍ବାଦିକା ପାୟଲ ମେହେଟ୍ଟାଙ୍କ ଦେହାନ୍ତ, ଶୋକ ପ୍ରକାଶ କରି ପ୍ରଧାନମନ୍ତ୍ରୀ କହିଲେ ତାଙ୍କର…

ନୂଆଦିଲ୍ଲୀ,୨୦ା୯: ବରିଷ୍ଠ ସାମ୍ବାଦିକା ପାୟଲ ମେହେଟ୍ଟାଙ୍କର ମାତ୍ର ୪୬ ବର୍ଷ ବୟସରେ ଦେହାନ୍ତ ହୋଇଛି। ରିପୋର୍ଟ ଅନୁଯାୟୀ, ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ହଠାତ୍‌ ଅବନତି ଘଟିବା ପରେ ତାଙ୍କର…

ପେଟ୍ରୋଲିୟମ ମନ୍ତ୍ରଣାଳୟର ବଡ଼ ଘୋଷଣା, ଅକ୍ଟୋବର ୧ରୁ ଏମାନଙ୍କୁ ମିଳିବନି LPG ସିଲିଣ୍ଡର

ନୂଆଦିଲ୍ଲୀ,୨୦ା୯: ନିୟନ୍ତ୍ରିତ ଖୁଚୁରା ବିକ୍ରୟ ମୂଲ୍ୟରେ ଉପଯୁକ୍ତ ସବ୍‌ସିଡି ସହ ସିଲିଣ୍ଡର ରିଫିଲ ପାଇବାକୁ ଚାହୁଁଥିବା ଘରୋଇ ଏଲ୍‌ପିଜି ଗ୍ରାହକମାନଙ୍କ ପାଇଁ ଆସନ୍ତା ଅକ୍ଟୋବର ୧ରୁ ବାୟୋମେଟ୍ରିକ୍‌…

ଉପ-ନିର୍ବାଚନକୁ ନେଇ ମମତାଙ୍କୁ ବଡ଼ ଆଶ୍ୱସ୍ତି; ଏହି ଆସନରେ ହେଲା ଟୁଇଷ୍ଟ

କୋଲକାତା,୧୯।୯: ରେଜିନଗର ବିଧାନସଭା ଉପ-ନିର୍ବାଚନ ପାଇଁ ମମତା ବାନାର୍ଜୀଙ୍କ ଶିବିରର ପ୍ରାର୍ଥୀ ରବିଉଲ ଆଲାମ ଚୌଧୁରୀଙ୍କ ନାମାଙ୍କନକୁ ନେଇ ଶନିବାର ଏକ ନୂଆ ରାଜନୈତିକ ମୋଡ଼ ସାମ୍ନାକୁ…

ଅକ୍ଟୋବର ୧୫ରୁ ବଦଳିଯିବ UPI ପେମେଣ୍ଟ କରିବାର ପଦ୍ଧତି; ଗ୍ୟାସ ସିଲିଣ୍ଡର ପାଇଁ ନଗଦ ଟଙ୍କା ଦେବାକୁ ପଡ଼ିବ ନା ନାହିଁ? ଜାଣନ୍ତୁ…

ନୂଆଦିଲ୍ଲୀ,୧୯।୯: ସାରା ଦେଶରେ LPG ସିଲିଣ୍ଡରର ବହୁଳ ବ୍ୟବହାର ହୋଇଥାଏ; ତେଣୁ, ଯଦି ଆପଣ ମଧ୍ୟ ଘରେ LPG ସିଲିଣ୍ଡର ବ୍ୟବହାର କରନ୍ତି, ତେବେ ଏହି ସୂଚନା…

୨୦୦୦ରୁ ଅଧିକ UPI ପେମେଣ୍ଟ ବନ୍ଦ? ପେଟ୍ରୋଲ ପମ୍ପ ଆଗରେ ଝୁଲିଲା ନୋଟିସ, ବଢ଼ିଲା ହଟଚମଟ!

ନୂଆଦିଲ୍ଲୀ,୧୯।୯: ଯଦି ଆପଣଙ୍କ ପକେଟରେ ମଧ୍ୟ କ୍ୟାସ (ନଗଦ ଟଙ୍କା) ରହୁନାହିଁ ଏବଂ ଆପଣ ୫ ଟଙ୍କାର ଚା’ଠାରୁ ଆରମ୍ଭ କରି ୫୦୦୦ ଟଙ୍କାର ସପିଂ କିମ୍ୱା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?