୨୦ ମିନିଟ୍‌ ଦୃଶ୍ୟମାନ ହେଲା ସୂର୍ଯ୍ୟୋପରାଗ

ଭୁବନେଶ୍ୱର, ୨୬ା୧୦(ବ୍ୟୁରୋ): ଚଳିତ ବର୍ଷର ଶେଷ ସୂର୍ଯ୍ୟୋପରାଗ ମଙ୍ଗଳବାର ଦୃଶ୍ୟମାନ ହୋଇଛି। ଏହା ଏସିଆ ଓ ୟୁରୋପରେ ଦୃଶ୍ୟମାନ ହୋଇଥିଲା। ୟୁରୋପ ମହାଦେଶରେ ଏହା ଅଧିକ ମାତ୍ରାରେ ଦୃଶ୍ୟମାନ ହୋଇଥିବାବେଳେ ଏସିଆରେ ଆଂଶିକ ଭାବେ ଦେଖାଯାଇଛି। ଓଡ଼ିଶାରେ ମଧ୍ୟ ଆଂଶିକ ସୂର୍ଯ୍ୟୋପରାଗ
ସ୍ପଷ୍ଟ ଭାବେ ଦୃଶ୍ୟମାନ ହୋଇଛି। ଗୋଟିଏ ସରଳରେଖାରେ ସୂର୍ଯ୍ୟ, ଚନ୍ଦ୍ର ଓ ପୃଥିବୀ ଥିବାବେଳେ ଚନ୍ଦ୍ରର ଛାଇ ପୃଥିବୀର ଯେଉଁ ସବୁ ଅଞ୍ଚଳରେ ପଡ଼ିଛି, ସେଠାରେ ସୂର୍ଯ୍ୟୋପରାଗ ଦେଖାଯାଇଛି। ୟୁରୋପ ମହାଦେଶରେ ପ୍ରଥମେ ଅପରାହ୍ନ ୨ଟା ୨୮ ମିନିଟ୍‌ରେ ପରାଗ ଆରମ୍ଭ ହୋଇଥିଲା। ଭାରତରେ ଅପରାହ୍ନ ୪ଟା ୨୯ ମିନିଟ୍‌ରୁ ପରାଗ ଆରମ୍ଭ ହୋଇଥିଲା ଏବଂ ସର୍ବାଧିକ ସମୟ ଧରି ଦୃଶ୍ୟମାନ ହୋଇଥିଲା। ଲେହରେ ୫୫ ପ୍ରତିଶତ ସୂର୍ଯ୍ୟ ଘୋଡ଼େଇ ହୋଇଥିବାବେଳେ ଦିଲ୍ଲୀ, ନୋଏଡା, ଅମୃତସର, କୋଲକାତା ଭଳି ସ୍ଥାନରେ ଆଂଶିକ ସୂର୍ଯ୍ୟୋପରାଗ ଦେଖାଯାଇଛି। ଭୁବନେଶ୍ୱରରେ ଅପରାହ୍ନ ୪ଟା ୫୬ରୁ ୫ଟା ୧୬ ପର୍ଯ୍ୟନ୍ତ ପ୍ରାୟ ୨୦ ମିନିଟ୍‌ ପାଇଁ ସୂର୍ଯ୍ୟୋପରାଗ ଦେଖାଯାଇଥିଲା। ସୂର୍ଯ୍ୟର ମାତ୍ର ୧୦ରୁ ୧୫ ପ୍ରତିଶତ ଅଂଶ ଘୋଡ଼େଇ ହୋଇଥିଲା। ସେହିପରି ପୁରୀ ସମେତ ରାଜ୍ୟର ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ସୂର୍ଯ୍ୟୋପରାଗ ଦେଖିବାକୁ ମିଳିଥିଲା। ଓଡ଼ିଶାରେ ସନ୍ଧ୍ୟା ୬ଟା ୨୬ ମିନିଟ୍‌ରେ ପରାଗ ଶେଷ ହୋଇଥିଲା। ସନ୍ଧ୍ୟା ହୋଇଯାଇଥିବାରୁ ପରାଗ ଛାଡ଼ିଥିଲେ ମଧ୍ୟ ଘରେ ରୋଷେଇକୁ ବାରଣ କରାଯାଇଥିଲା। ବୁଧବାର ସକାଳେ ଲୋକେ ସୂର୍ଯ୍ୟ ଦର୍ଶନ କରିବା ପରେ ଘର ଧୁଆଧୋଇ ସହ ସ୍ନାନ ସାରି ଠାକୁର ପୂଜା କରିବେ ବୋଲି ଜଣାପଡ଼ିଛି।
ସେପଟେ ପରାଗ ସ୍ପର୍ଶର ୧୨ଘଣ୍ଟା ପୂର୍ବରୁ ଲୋକେ ପାକତ୍ୟାଗ ଓ ଦେବ ନୀତି ନିଷେଧ କରିଥିଲେ। ଅର୍ଥାତ୍‌ ମଙ୍ଗଳବାର ଭୋର ୪ଟା ୫୬ରୁ ପାକତ୍ୟାଗ ହୋଇଥିଲା। ଲୋକେ ଏହାକୁ ବିଶ୍ୱାସର ସହ ପାଳିଥିଲେ। ଦେବଦେବୀ ପୂଜା ନିଷେଧ ହୋଇଥିବାରୁ ରାତିରୁ ଉଠି ଲୋକେ ଠାକୁର ପୂଜା ମଧ୍ୟ ସାରିଥିଲେ। ପବିତ୍ର କାର୍ତ୍ତିକ ମାସ ଚାଲୁଥିବାରୁ ହବିଷିଆଳିମାନେ ରାତି ୨ଟାରୁ ଗାଧୋଇ ଠାକୁର ପୂଜା ଶେଷ କରି ମନ୍ଦିର ଯାଇ ପୂଜାର୍ଚ୍ଚନା କରିଥିଲେ। ଅପରପକ୍ଷେ ଘରେ ରୋଷେଇ ବନ୍ଦ ରହିଥିବାରୁ ଅନେକ ଲୋକ ବାହାରେ ଶୁଖିଲା ଖାଦ୍ୟ କିଣି ଖାଉଥିବା ଦେଖିବାକୁ ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିକେଟ କପ୍‌: ବଡ଼ ଡୁଙ୍ଗୁରୀଗୁଡ଼ା ଚାମ୍ପିୟନ

କର୍ଲାମୁଣ୍ଡା:୧୪।୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ପଞ୍ଚାୟତରେ ଦ୍ୱିତୀୟ ଗଜାନନ କ୍ରିକେଟ କପ୍‌ ଭୋଇରମୁଣ୍ଡା ୨୦୨୫ ଅନୁଷ୍ଠିତ ହୋଇଯାଇଛି। ଭୋଇରମୁଣ୍ଡା ଗଜାନନ...

ଇତିହାସ ରଚିଲେ ହାର୍ଦ୍ଦିକ ପାଣ୍ଡ୍ୟା; ଏପରି କରିବାରେ ପ୍ରଥମ ଅଲରାଉଣ୍ଡର

ନୂଆଦିଲ୍ଲୀ,୧୪।୧୨: ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ଦ୍ୱିତୀୟ ଟି-୨୦ ମ୍ୟାଚରେ ଏକ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ...

ତୃତୀୟ ଟି୨୦ରେ ଭାରତର ଦମ୍‌ଦାର ବିଜୟ: ୨-୧ରେ ସିରିଜ୍‌ ଅଗ୍ରଣୀ

ଧର୍ମଶାଳା,୧୪।୧୨: ଧର୍ମଶାଳାରେ ରବିବାର ଖେଳାଯାଇଥିବା ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ବିଜୟୀ ହୋଇଛି। ଭାରତୀୟ ବ୍ୟାଟର ୨୫ ବଲ୍‌ ବାକି...

ମନ୍ଦିରରେ ପଶି ମହିଳା ପୂଜାରିଙ୍କୁ ଛୁରୀ ଭୁସି ହତ୍ୟା, ଅଭିଯୁକ୍ତ ଫେରାର

ନୂଆଦିଲ୍ଲୀ,୧୪।୧୨: ରାଜଧାନୀ ଦିଲ୍ଲୀର ଏକ ମନ୍ଦିର ଭିତରେ ଜଣେ ମହିଳାଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି । ଏହି ଘଟଣା ପୂର୍ବ ଦିଲ୍ଲୀର ମାନସରୋବର ପାର୍କ...

ବାୟୁ ପ୍ରଦୂଷଣ ଯୋଗୁଁ ପଞ୍ଚମ ଶ୍ରେଣୀ ଯାଏଁ ବନ୍ଦ ହେଲା ସ୍କୁଲ, ପରୀକ୍ଷା ବାତିଲ

ନୂଆଦିଲ୍ଲୀ,୧୪।୧୨:  ପ୍ରଦୂଷଣ ଯୋଗୁଁ, ଉତ୍ତର ପ୍ରଦେଶର ନୋଏଡାରେ ନର୍ସରୀ ଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଦିଲ୍ଲୀ-ଏନସିଆରରେ...

ଓଡିଶା – ଝାରଖଣ୍ଡ ସୀମାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ, ଯବାନ ଆହତ

ବଣାଇଁ, ୧୪ / ୧୨ (ପ୍ରଦୀପ ତ୍ରିପାଠୀ)- ଓଡିଶା – ଝାରଖଣ୍ଡ ସୀମାରେ ପୁଣି ଆଜି ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା । ଏଥିରେ କୋବ୍ରା ବାଟାଲିୟନର...

ଦକ୍ଷିଣ ଆଫ୍ରିକା ସିରିଜ ମଝିରୁ ଘରକୁ ଫେରିଗଲେ ବୁମରାହ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୧୪।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ତୃତୀୟ T20 ଆନ୍ତର୍ଜାତୀୟ ମ୍ୟାଚରୁ ଦଳର ମୁଖ୍ୟ ଦ୍ରୁତ ବୋଲର ଯଶପ୍ରୀତ ବୁମରାହ ବାଦ୍ ପଡ଼ିଛନ୍ତି।...

୧୧୭ ରନ୍‌ରେ ଅଟକିଲା ଦକ୍ଷିଣ ଆଫ୍ରିକା

ଧର୍ମଶାଳା,୧୪।୧୨:ଧର୍ମଶାଳାରେ ରବିବାର ଖେଳାଯାଉଥିବା ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦ ମ୍ୟାଚ୍‌ରେ ୧୧୭ ରନ୍‌ରେ ଅଲ୍‌ଆଉଟ ହୋଇଯାଇଛି ଦକ୍ଷିଣ ଆଫ୍ରିକା। ଫଳରେ ଭାରତ ଆଗରେ ୧୧୮ ରନ୍‌ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri