Posted inଖେଳ

୧୬ ବର୍ଷ ପରେ ପାକିସ୍ତାନ ଗସ୍ତ କରିବ ଇଂଲଣ୍ଡ

କରାଚୀ,୧୯।୧୧(ପି.ଟି.): ଦୀର୍ଘ ୧୬ ବର୍ଷ ପରେ ଇଂଲଣ୍ଡ କ୍ରିକେଟ ଦଳ ପାକିସ୍ତାନ ଗସ୍ତ କରିବ। ଦୁଇ ମ୍ୟାଚ୍‌ବିଶିଷ୍ଟ ଟି୨୦ ସିରିଜ ଖେଳିବାକୁ ଉଭୟ ଦେଶର କ୍ରିକେଟ ବୋର୍ଡ ଏକ ଚୁକ୍ତିରେ ସ୍ବାକ୍ଷର କରିଛନ୍ତି। ଅସନ୍ତା ଅକ୍ଟୋବରରେ ଏହି ସିରିଜ ଖେଳାଯିବ। ସିରିଜର ଏହି ଦୁଇଟି ମ୍ୟାଚ୍‌ କରାଚୀରେ ଅକ୍ଟୋବର ୧୪ ଓ ୧୫ ତାରିଖରେ ଖେଳାଯିବ। ୨୦୨୧ ବିଶ୍ୱକପ୍‌ ପ୍ରସ୍ତୁତି ପାଇଁ ଏହି ସିରିଜ ଖେଳାଯିବ।
ଭାରତରେ ଏହି ବିଶ୍ୱକପ୍‌ ଆୟୋଜନ ହେବା ପୂର୍ବରୁ ଉଭୟ ଇଂଲଣ୍ଡ ଓ ଓ୍ବେଲ୍ସ କ୍ରିକେଟ ବୋର୍ଡ (ଇସିବି) ଏବଂ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ଏହି ସିରିଜ ଆୟୋଜନ ନେଇ ବୁଝାମଣାରେ ଉପନୀତ ହୋଇଛନ୍ତି। ଆସନ୍ତା ଜାନୁୟାରୀରେ ଇଂଲଣ୍ଡକୁ ପିସିବି ନିମନ୍ତ୍ରଣ କରିଥିଲା। ତେବେ କେତେକ ତାରକା ଖେଳାଳିଙ୍କ ଅନୁପସ୍ଥିତି ହେବାର ସମ୍ଭାବନା ଥିବାରୁ ଇଂଲଣ୍ଡ ଏହାକୁ ସ୍ବୀକାର କରିପାରି ନ ଥିଲା। ତେବେ ଇଂଲଣ୍ଡ ତା’ର ପାକିସ୍ତାନ ଗସ୍ତକୁ ପୁନଃନିର୍ଦ୍ଧାରିତ କରିଛି। ଇଂଲଣ୍ଡ ପାକିସ୍ତାନ ଗସ୍ତରେ ଆସୁଥିବାରୁ ଆମେ ବେଶ୍‌ ଆନନ୍ଦିତ ବୋଲି ପିସିବି ମୁଖ୍ୟ କାର୍ଯ୍ୟନିର୍ବାହୀ ଓ୍ବାସିମ ଖାନ କହିଛନ୍ତି। ଦୀର୍ଘ ୧୬ ବର୍ଷ ପରେ ପାକିସ୍ତାନକୁ ଇଂଲଣ୍ଡ ଗସ୍ତ କରିବ। ଫଳରେ ୨୦୨୨-୨୩ ସିଜନରେ ଉଭୟ ଟେଷ୍ଟ ଓ ସୀମିତ ଓଭର ସିରିଜ ପାଇଁ ପଥ ପରିଷ୍କାର ହେବ ବୋଲି ସେ କହିଛନ୍ତି। ନ୍ୟୁଜିଲାଣ୍ଡ ବିପକ୍ଷ ଘରୋଇ ସିରିଜ ପରେ ଇଂଲଣ୍ଡ ପାକିସ୍ତାନରେ ପହଞ୍ଚିବ। ସେହିପରି ଫ୍ୟୁଚର ଟୁର ପ୍ରୋଗ୍ରାମ ଅନୁସାରେ ୨୦୨୧-୨୨ ସିଜନରେ ଅଷ୍ଟ୍ରେଲିଆ ମଧ୍ୟ ପାକିସ୍ତାନ ଗସ୍ତ କରିବ। ଏହାପରେ ୨୦୨୨-୨୩ରେ ଇଂଲଣ୍ଡ ଟେଷ୍ଟ ଓ ସୀମିତ ଓଭର ସିରିଜ ଖେଳିବାକୁ ପାକିସ୍ତାନ ପ୍ରତ୍ୟାବର୍ତ୍ତନ କରିବ ବୋଲି ଓ୍ବାସିମ କହିଛନ୍ତି।
ଅକ୍ଟୋବରରେ ଇଂଲଣ୍ଡ ଆସିଲେ ପାକିସ୍ତାନରେ ଥିବା ବିଶ୍ୱସ୍ତରୀୟ ସୁବିଧା ସୁଯୋଗକୁ ପରୀକ୍ଷା କରିବ ଓ ଏଥିରେ ସନ୍ତୁଷ୍ଟ ମଧ୍ୟ ହେବ। ଏହା ହେଲେ ଇଂଲଣ୍ଡ ୨୦୨୨-୨୩ରେ ପ୍ରତ୍ୟାବର୍ତ୍ତନ କରିବାରେ କୌଣସି ସମସ୍ୟା ରହିବ ନାହିଁ। ଅକ୍ଟୋବର ୧୨ରେ ଇଂଲଣ୍ଡ କରାଚୀରେ ଆସି ପହଞ୍ଚିବ। ଏହାପରେ ଅକ୍ଟୋବର ୧୬ରେ ଭଭୟ ଦଳ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ଟି୨୦ ବିଶ୍ୱକପ୍‌ ଖେଳିବାକୁ ଭାରତ ପ୍ରସ୍ଥାନ କରିବେ। ଶେଷଥର ପାଇଁ ଇଂଲଣ୍ଡ ୨୦୦୫ରେ ପାକିସ୍ତାନ ଗସ୍ତ କରି ୩ଟି ଟେଷ୍ଟ ଓ ୫ଟି ଦିନିକିଆ ମ୍ୟାଚ୍‌ ଖେଳିଥିଲା। ଏହାପରେ ଆଗାମୀ ସିରିଜଗୁଡିକ ୨୦୧୨ ଓ ୨୦୧୫ରେ ୟୁନାଇଟେଡ ଆରବ ଏମିରେଟ୍ସ (ୟୁଏଇ)ରେ ଖେଳାଯାଇଥିଲା। ଇଂଲଣ୍ଡର ପାକିସ୍ତାନ ଗସ୍ତ ନେଇ ଇସିବି ମୁଖ୍ୟ ଟମ ହାରିସନ ଖୁସି ଜାହିର କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ଶାହରୁଖ ଖାନଙ୍କ ଟିମକୁ ପରିହାସ କଲେ ଶ୍ରେୟସ ଆୟରଙ୍କ ଭଉଣୀ, ପଞ୍ଜାବୀମାନଙ୍କର ହୃଦୟ…

ନୂଆଦିଲ୍ଲୀ,୭।୪: IPL ୨୦୨୬ର ୧୨ ନମ୍ବର ମ୍ୟାଚ୍ ବାତିଲ ହୋଇଯାଇଛି । କୋଲକାତା ନାଇଟ୍ ରାଇଡର୍ସ ଏବଂ ପଞ୍ଜାବ କିଙ୍ଗସ୍ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚ୍ ବର୍ଷାରେ…

ଆଇସିସି ପ୍ଲେୟର ଅଫ୍‌ ଦି ଇୟର: ସଂକ୍ଷିପ୍ତ ତାଲିକାରେ ଭାରତର ଏହି ଦୁଇ ଖେଳାଳି

ଦୁବାଇ,୬ା୪: ମାର୍ଚ୍ଚ ମାସର ଆଇସିସି ପ୍ଲେୟର ଅଫ୍‌ ଦି ମନ୍ଥ୍‌ ପୁରସ୍କାର ପାଇଁ ପ୍ରସ୍ତୁତ ସଂକ୍ଷିପ୍ତ ତାଲିକାରେ ଭାରତ ଓପନର ସଞ୍ଜୁ ସାମ୍‌ସନ ଏବଂ ପେସ୍‌ ବୋଲର…

IPL 2026: ପଏଣ୍ଟ ଟେବୁଲ ଶୀର୍ଷରେ ଆରସିବି

ବେଙ୍ଗାଲୁରୁ, ୬।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ରବିବାର ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ୪୩ ରନରେ ଚେନ୍ନାଇ ସୁପର କିଙ୍ଗ୍ସକୁ ପରାସ୍ତ କରିଛି। ଅନ୍ୟପକ୍ଷେ କ୍ରମାଗତ…

IPL ଚାଲିଥିବା ସମୟରେ ଅମ୍ପାୟରଙ୍କୁ ହତ୍ୟା: ଛାତିରେ ଛୁରି ଭୁସି..

ଅମରାବତି,୬।୪: ଆଜିକାଲି ଦେଶରେ IPL 2026ର ରୋମାଞ୍ଚ ଦେଖିବାକୁ ମିଳୁଛି। ଏହି ସମୟରେ ଆନ୍ଧ୍ର ପ୍ରଦେଶରୁ ଜଣେ କ୍ରିକେଟ ଅମ୍ପାୟାରଙ୍କ ହତ୍ୟା ସହିତ ଜଡିତ ଏକ ଅଭାବନୀୟ…

୨ ଭାରତୀୟ ଖେଳାଳିଙ୍କ ମଧ୍ୟରେ ଯୁଦ୍ଧ ସୃଷ୍ଟି କଲା ICC, ବୁମ୍‌ରାଙ୍କୁ ଚ୍ୟାଲେଞ୍ଜ କଲେ ଟିମ ଇଣ୍ଡିଆର ଏହି ଖେଳାଳି!

ନୂଆଦିଲ୍ଲୀ,୬।୪: ମାର୍ଚ୍ଚ ମାସ ପାଇଁ ପ୍ଲେୟାର ଅଫ ଦ ମନ୍ଥ ପାଇଁ ଆଇସିସି ମନୋନୀତ ବ୍ୟକ୍ତିଙ୍କ ନାମ ଘୋଷଣା କରିଛି। ସବୁଦିନ ପରି, ଆଇସିସି ଏହି ପୁରସ୍କାର…

ଧମାକାଦାର ଇନିଂସ ସହିତ ରେକର୍ଡ କଲେ ସରଫରାଜ

ନୂଆଦିଲ୍ଲୀ,୬।୪: ଇଣ୍ଡିଆନ ପ୍ରିମିୟର ଲିଗ ର 2026 ସଂସ୍କରଣରେ, ଚେନ୍ନାଇ ସୁପର କିଙ୍ଗସ ଲଗାତାର ତିନୋଟି ପରାଜୟ ବରଣ କରିଛି। ଏମ. ଚିନ୍ନାସ୍ବାମୀ ଷ୍ଟାଡିୟମରେ ଖେଳାଯାଇଥିବା ଏକ…

‘ପରାଜୟ ପାଇଁ ମୁଁ ଦାୟୀ…’, କାହିଁକି ଏମିତି କହିଲେ ଋତୁରାଜ? ଯଦି ମୁଁ ରନ୍‌ କରିଥାଆନ୍ତି…

ନୂଆଦିଲ୍ଲୀ,୬।୪: ଚେନ୍ନାଇ ସୁପର କିଙ୍ଗ୍ସର ଲଗାତାର ତୃତୀୟ ପରାଜୟରେ ଋତୁରାଜ ଗାୟକୱାଡ ନିରାଶ ହୋଇଛନ୍ତି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ସେମାନଙ୍କ ଉପରେ ଏହି ତୃତୀୟ କ୍ରମାଗତ ପରାଜୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri