ମହାପ୍ରଭୁଙ୍କ ଦର୍ଶନ କରି ଭାବବିହ୍ୱଳ ଅଫତାବ: ପ୍ରଥମ ଥର ଶ୍ରୀମନ୍ଦିର ଆସି ଚତୁର୍ଦ୍ଧାମୂର୍ତ୍ତିଙ୍କୁ କଲେ ଦର୍ଶନ

ପୁରୀ,୨୭।ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରି ଭାବବିହ୍ୱଳ ହେଲେ ବଲିଉଡ୍‌ ଅଭିନେତା ତଥା ପ୍ରଯୋଜକ ଅଫତାବ ଶିବଦାସାନୀ। ପ୍ରଥମ ଥର ପାଇଁ ଶ୍ରୀକ୍ଷେତ୍ର ପୁରୀ ଆସି ଶ୍ରୀମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦିବ୍ୟ ଦର୍ଶନ କରିଛନ୍ତି ସେ। ମହାପ୍ରଭୁଙ୍କ ଦର୍ଶନ ପରେ ନିଜର ଅନୁଭୂତି ବଖାଣିବା ସହ ଏହି ମୁହୂର୍ତ୍ତ ତାଙ୍କ ପାଇଁ ଅତ୍ୟନ୍ତ ସ୍ମରଣୀୟ ବୋଲି କହିଛନ୍ତି।

ଶ୍ରୀମନ୍ଦିରର ଆଧ୍ୟାତ୍ମିକ ପରିବେଶ ଓ ମହାପ୍ରଭୁଙ୍କ ଦିବ୍ୟ ରୂପ ତାଙ୍କୁ ବିମୋହିତ କରିଥିଲା। ପ୍ରଥମ ଥର ଶ୍ରୀଜଗନ୍ନାଥଙ୍କ ଧାମକୁ ଆସି ଦର୍ଶନ କରିବାର ସୁଯୋଗ ପାଇଥିବାରୁ ସେ ନିଜକୁ ଭାଗ୍ୟବାନ ମନେ କରିଥିବା ପ୍ରକାଶ କରିଛନ୍ତି। ମହାପ୍ରଭୁଙ୍କ ଆଶୀର୍ବାଦ ଓ ଦର୍ଶନର ଅନୁଭୂତି ତାଙ୍କ ମନରେ ସ୍ୱତନ୍ତ୍ର ସ୍ଥାନ ନେଇଛି।

Dharitri – Odisha’s No.1 Odia Daily

Share