ତାଲିମ୍‌ ପାଇଁ ଭାରତକୁ ସୈନ୍ୟ ପଠାଇବାକୁ ଚାହୁଁଛି ଆଫଗାନିସ୍ତାନ…

କାବୁଲ, ୪।୬ : ତାଲିବାନ ଆଫଗାନିସ୍ତାନ ଦଖଲ କରିବା ପରେ ଦେଶର ସ୍ଥିତି ଅସ୍ଥିର ଏବଂ ଦୁର୍ବଳ ରହିଛି। ଆଫଗାନିସ୍ତାନକୁ କ୍ଷୁଧା ଏବଂ ରୋଗର ସଙ୍କଟରୁ ରକ୍ଷା କରିବା ପାଇଁ ଭାରତ କ୍ରମାଗତ ଭାବରେ ଗହମ, ଚିକିତ୍ସା ସହାୟତା ଏବଂ ଟିକା ପଠାଉଛି। ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ଐତିହାସିକ ଏବଂ ସାଂସ୍କୃତିକ ସମ୍ପର୍କ ରହିଛି। ତାଲିବାନ ସରକାରରେ ପ୍ରତିରକ୍ଷା ମନ୍ତ୍ରୀ ତଥା ସଂଗଠନର ପ୍ରତିଷ୍ଠାତା ମଲ୍ଲିକ ମହମ୍ମଦ ଓମାରଙ୍କ ପୁଅ ମଲ୍ଲିକ ୟାକୁବ କହିଛନ୍ତି ଯେ ତାଲିବାନ ଭାରତ ସହ ସମ୍ପର୍କକୁ ମଜବୁତ କରିବାକୁ ଚାହୁଁଛି। ତାଲିମ ପାଇଁ ଆଫଗାନିସ୍ତାନ ସାମରିକ ବାହିନୀକୁ ଭାରତ ପଠାଇବାକୁ ସେ ଇଚ୍ଛା ପ୍ରକାଶ କରିଛନ୍ତି।

ଏକ ଭାରତୀୟ ଚ୍ୟାନେଲ ସହିତ ବାର୍ତ୍ତାଳାପ ସମୟରେ ମଲ୍ଲିକା ୟାକୁବଙ୍କୁ ପଚରାଯାଇଥିଲା ଯେ ଆଫଗାନିସ୍ତାନ ସୈନିକମାନଙ୍କୁ ଭାରତରେ ଦୀର୍ଘ ବର୍ଷ ଧରି ତାଲିମ ଦିଆଯାଉଛି। ଯଦି ସୁଯୋଗ ଦିଆଯାଏ, ତେବେ ଆପଣ ସୈନିକମାନଙ୍କୁ ଭାରତକୁ ପଠାଇବାକୁ ଚାହୁଁଛନ୍ତି କି? ଯାକୁବ ଉତ୍ତର ଦେଇଥିଲେ, ହଁ, ଆମର ଏଥିରେ କୌଣସି ଅସୁବିଧା ନାହିଁ। ଆଫଗାନିସ୍ତାନ-ଭାରତ ସମ୍ପର୍କକୁ ମଜବୁତ କରିବା ଲାଗି ଆବଶ୍ୟକ ଭିତ୍ତିଭୂମି ପ୍ରସ୍ତୁତ କରିବାକୁ ତାଲିବାନ ଚାହୁଁଛି ବୋଲି ସେ କହିଛନ୍ତି।

ତାଙ୍କୁ ପଚରାଯାଇଥିଲା ଯେ, ପୂର୍ବ ସରକାରର ଅନେକ ଆଫଗାନିସ୍ତାନ ସୈନିକ, ଯେଉଁମାନେ ଭାରତରେ ତାଲିମ ପାଇଁ ଆସିଥିଲେ ସେମାନେ ଆଫଗାନିସ୍ତାନକୁ ପେରି ନାହାନ୍ତି। ସେମାନେ ଭାରତରେ ଅଛନ୍ତି। ଯଦି ସେମାନେ ଫେରି ଯାଆନ୍ତି, ତେବେ ଆପଣ ପୁନର୍ବାର ସେମାନଙ୍କୁ ଆଫଗାନିସ୍ତାନ ସେନାରେ ସାମିଲ କରିବାକ ପ୍ରସ୍ତୁତ କି? ଏହାର ଉତ୍ତରରେ ୟାକୁବ କହିଛନ୍ତି, ’ଆମେ ଏ ବାବଦରେ ଅନେକ ପଦକ୍ଷେପ ନେଇଛୁ ଏବଂ ବିଦେଶରେ ଉପସ୍ଥିତ ଥିବା ସମସ୍ତ ଆଫଗାନିସ୍ତାନକୁ ଫେରିବା ପାଇଁ ଅନୁରୋଧ କରିଛୁ। ସେମାନଙ୍କ ମଧ୍ୟରୁ ଅନେକ ଫେରି ଆସି ନିଜର କର୍ତ୍ତବ୍ୟ ପାଳନ କରୁଛନ୍ତି। ଯେଉଁମାନେ ଭାରତ ରହିଛନ୍ତି, ଆମେ ସେମାନଙ୍କୁ ଫେରିବା ପାଇଁ ଅନୁରୋଧ କରୁଛୁ। କାହାକୁ ଛାଡି ନଦେବା ଏହା ଆଫଗାନିସ୍ତାନର ପରମ୍ପରା ଏବଂ ଆମେ ଏଥିପାଇଁ ପ୍ରତିଶ୍ରୁତିବଦ୍ଧ।

ସେ କହିଛନ୍ତି ଯେ ଭାରତ ପଠାଇଥିବା ସହାୟତାକୁ ଆମେ ପ୍ରଶଂସା କରୁଛୁ ଏବଂ ଏନେଇ କୃତଜ୍ଞତା ଜଣାଉଛୁ। ଆଫଗାନିସ୍ତାନର ଲୋକଙ୍କ ପାଇଁ ଭାରତ ଏହାର ସହାୟତା ଜାରି ରଖିବ ବୋଲି ଆମେ ଆଶା କରୁଛୁ। ପାକିସ୍ତାନ ସହ ବର୍ତ୍ତମାନର ପ୍ରତିରକ୍ଷା ସମ୍ପର୍କକୁ ନେଇ ୟାକୁବ କହିଛନ୍ତି ଯେ କୂଟନୈତିକ ଏବଂ ରାଜନୈତିକ ସମ୍ପର୍କ ସ୍ଥାପନ ହେଲେ ହିଁ ପ୍ରତିରକ୍ଷା ସମ୍ପର୍କ ଆରମ୍ଭ ହୋଇପାରିବ। ଆମେ ସମସ୍ତ ଦେଶ ସହିତ ଆନ୍ତରିକ ସମ୍ପର୍କକୁ ଅପେକ୍ଷା କରିଛୁ କିନ୍ତୁ ଏପର୍ଯ୍ୟନ୍ତ ପ୍ରତିରକ୍ଷା ସମ୍ପର୍କରେ ଅଧିକ ଅଗ୍ରଗତି ହୋଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

UPI ଚାର୍ଜ ଉପରେ ରୋକ ଲଗାଇବା ନେଇ ସୁପ୍ରିମକୋର୍ଟ ନେଲେ ଏହି ନିଷ୍ପତ୍ତି: RBI, କେନ୍ଦ୍ରକୁ…

ନୂଆଦିଲ୍ଲୀ,୨୮।୯: ୨ ହଜାର ଟଙ୍କାରୁ ଅଧିକ UPI ପେମେଣ୍ଟ ଉପରେ ୦.୪ ପ୍ରତିଶତ MDR (Merchant Discount Rate) ଲାଗୁ କରାଯିବାକୁ ଚ୍ୟାଲେଞ୍ଜ କରି ଦାଏର ହୋଇଥିବା…

RCBକୁ ବଡ଼ ଝଟକା: ଦୁନିଆରୁ ବିଦାୟ ନେଲେ ଏହି କିମ୍ବଦନ୍ତ୍ରୀ

ବେଙ୍ଗାଲୁରୁ,୨୮।୯: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ପରିବାରକୁ ବଡ଼ ଝଟକା। ଦଳର ମ୍ୟାଚ ଦିନର ପରିବେଶକୁ ନିଜ ଢୋଲର ତାଳରେ ଉତ୍ସାହିତ କରୁଥିବା ପ୍ରସିଦ୍ଧ ଡ୍ରମର୍‌ ଦେବାଙ୍କ…

ଚାକିରି ଦେବା ବାହାନାରେ ଯୁବତୀଙ୍କୁ ବଳାତ୍କାର କଲେ ଲୋକୋ ପାଇଲଟ୍‌, ଷ୍ଟେଶନରୁ ଘରକୁ ନେଇ…

ପାଟନା,୨୮ା୯: କଟିହାରରେ ଚାକିରି ଦେବାର ପ୍ରଲୋଭନ ଦେଇ ୨୨ ବର୍ଷୀୟା ଯୁବତୀଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ଆସିଛି । ଏହି ମାମଲାରେ ଜଣେ ରେଳବାଇ ଲୋକୋ ପାଇଲଟ୍‌ଙ୍କ…

୩ ଘଣ୍ଟା କାନ୍ଦିଲେ ପରିଣୀତି: ପଛରେ ରହିଛି ଏମିତି କାରଣ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ମା’ ହେବା ପରେ ପୁଣିଥରେ କାମକୁ ଫେରିଛନ୍ତି। ତେବେ ପୁଅ ନୀରଙ୍କୁ ଘରେ ଛାଡ଼ି କାମ ପାଇଁ ବାହାରକୁ ଯିବା…

ଗାଧୋଇବା ବେଳେ ପୋଖରୀରେ ବୁଡ଼ିଗଲେ ଶିବରାମ; ଚାଲିଗଲା ଜୀବନ, ଅଞ୍ଚଳରେ ଶୋକର ଛାୟା

ଦିଗପହଣ୍ଡି,୨୮ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଛଣମେରି ଗ୍ରାମ ପୋଖରୀରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ ଛଣମେରି…

କୋହଲିଙ୍କ ଏହି ରେକର୍ଡ ଭାଙ୍ଗିବା ଅସମ୍ଭବ! ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୮।୯: ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଦିନିକିଆରେ ଅପରାଜିତ ଶତକ ହାସଲ କରି ବିରାଟ କୋହଲି ପୁଣିଥରେ ରେକର୍ଡ ବୁକ୍‌ରେ ନିଜ ନାମ ଲେଖାଇଛନ୍ତି। ଏହି ମ୍ୟାଚ୍‌ରେ ତାଙ୍କ…

୧ ନଭେମ୍ବରରୁ ନୂଆ ନିୟମ; ପାର୍କିଂ ପାଇଁ ଡବଲ ଚାର୍ଜ, ୫୦% କର୍ମଚାରୀ…

ନୂଆଦିଲ୍ଲୀ,୨୮।୯: ଦିଲ୍ଲୀ-NCRରେ ଶୀତ ଋତୁ ଆରମ୍ଭ ହେବା ସହ ବାୟୁ ପ୍ରଦୂଷଣକୁ ନେଇ ଚିନ୍ତା ବଢ଼ିଛି । ପ୍ରତିବର୍ଷ ଶୀତଦିନରେ ଦିଲ୍ଲୀ-NCRର ବାୟୁ ଗୁଣବତ୍ତା ଖରାପ ହେଉଥିବାରୁ…

ବସ୍‌ରୁ ଓହ୍ଲାଇବାବେଳେ ସିଡ଼ିରେ ଖସିପଡ଼ିଲେ ରୋହିତ ଶର୍ମା: ଆଉ ତା’ପରେ… ଦେଖନ୍ତୁ VIDEO

ତିରୁଭାନନ୍ତପୁରମ,୨୮।୯: ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଦିନିକିଆ ପରେ ଭାରତୀୟ କ୍ରିକେଟର ରୋହିତ ଶର୍ମାଙ୍କୁ ନେଇ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?