Categories: ଖେଳ

ଆଫଗାନିସ୍ତାନ ସହ ଦିନିକିଆ ସିରିଜ୍‌ ଖେଳିବ ଭାରତ

ମୁମ୍ବାଇ,୧୪।୧୨: ଆଗାମୀ ବର୍ଷ ଆଫଗାନିସ୍ତାନ ସହ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌ ଖେଳିବ ଭାରତୀୟ ଦଳ। ଏହି ସିରିଜ୍‌ ଆଗାମୀ ବର୍ଷ ମାର୍ଚ୍ଚରେ ଖେଳାଯିବ ବୋଲି ଦର୍ଶାଯାଇଛି ଆଫଗାନିସ୍ତାନ କ୍ରିକେଟ ବୋର୍ଡ (ଏସିବି) ପକ୍ଷରୁ ପ୍ରକାଶ ପାଇଥିବା ପରବର୍ତ୍ତୀ ଦୁଇ ବର୍ଷ ଲାଗି ପ୍ରସ୍ତୁତ ପ୍ରୋଗ୍ରାମ କାର୍ଯ୍ୟସୂଚୀରେ।

ଆଫଗାନିସ୍ତାନର ଜାତୀୟ ଦଳ ୨ ବର୍ଷ ମଧ୍ୟରେ ମୋଟ ୫୨ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିବ। ଏଥିରେ ୩୭ ଦିନିକିଆ, ୧୨ ଟି୨୦ ସହ ୩ ଟେଷ୍ଟ ମ୍ୟାଚ୍‌ ରହିଛି। ଏହି ଦୁଇ ବର୍ଷ ମଧ୍ୟରେ ଦ୍ୱିପାକ୍ଷିକ ଅନ୍ତର୍ଜାତୀୟ ସିରିଜ୍‌ ସହ ଦୁଇ ଥର ଏସିଆ କପ୍‌ ଓ ଆଇସିସି ଦିନିକିଆ ବିଶ୍ୱକପ୍‌ ଖେଳିବ।

“ଯଦି ଆମେ ସୀମିତ ଓଭର କ୍ରିକେଟ ସହ ଟେଷ୍ଟ ଫର୍ମାଟକୁ ତୁଳନା କଲେ ସ୍ପଷ୍ଟ ଜଣାପଡ଼ୁଛି ଯେ, ଆଫଗାନିସ୍ତାନ ସମ୍ପୂର୍ଣ୍ଣ ଭାବେ ଛୋଟ ଫର୍ମାଟକୁ ଗୁରୁତ୍ୱ ଦେଉଛି। ଏହାକୁ ଧ୍ୟାନରେ ରଖି ଆଇସିସି କ୍ରିକେଟ ଲିଗ୍‌ ସୁପର ଲିଗ୍‌ର ଅଂଶ ଭାବେ ୭ ଦିନିକିଆ ସିରିଜ୍‌ ଖେଳିବ। ଏଥିସହିତ ଦଳ ଏସିଆ କପ୍‌ ୨୦୨୨ (ଟି୨୦ ଫର୍ମାଟ), ଆଇସିସି ଟି୨୦ ବିଶ୍ୱକପ୍‌ ୨୦୨୨, ଏସିଆ କପ୍‌ ୨୦୨୩ (ଦିନିକିଆ ଫର୍ମାଟ) ଏବଂ ଆଇସିସି କ୍ରିକେଟ ବିଶ୍ୱକପ୍‌ ୨୦୨୩ରେ ଅଂଶଗ୍ରହଣ କରିବ” ବୋଲି ଏସିବି ପକ୍ଷରୁ କୁହାଯାଇଛି।

Share