ତିନି ପୂର୍ବ ଚାମ୍ପିୟନଙ୍କୁ ହରାଇ ସାରିଲାଣି ଆଫଗାନିସ୍ଥାନ, ଏହିପରି ପହଞ୍ଚିପାରେ ସେମିଫାଇନାଲରେ

ନୂଆଦିଲ୍ଲୀ,୩୦/୧୦: ଚଳିତ ଦିନିକିଆ ବିଶ୍ୱକପରେ ଯଦି କୌଣସି ଟିମ୍ ସବୁଠୁ ଆଶ୍ଚର୍ଯ୍ୟକର ଖେଳ ପ୍ରଦର୍ଶନ କରିଛି, ସେ ହେଉଛି ଆଫଗାନିସ୍ଥାନ। ଆତଙ୍କବାଦ ଏବଂ ବିଭିନ୍ନ ସମସ୍ୟା ଦେଇ ଗତି କରୁଥିବା ଆଫଗାନିସ୍ଥାନ କ୍ରିକେଟରେ କିନ୍ତୁ ଆଗକୁ ବଢି଼ବା ଜାରି ରଖିଛି। ସୋମବାର ପୁଣି ଆଫଗାନିସ୍ଥାନ ଟିମ୍ ଏକ ବିପର୍ଯ୍ୟୟ ସୃଷ୍ଟି କରି ୧୯୯୬ ମସିହାର ଚାମ୍ପିୟନ ଟିମ୍କୁ ପରାସ୍ତ କରିଛି।

ଏହି ମ୍ୟାଚରେ ଶ୍ରୀଲଙ୍କା ଟିମ୍ ୪୯.୩ ବଲରେ ୨୪୧ ରନର ବିଜୟ ଲକ୍ଷ୍ୟ ଆଫଗାନିସ୍ଥାନ ଆଗରେ ରଖିଥିଲା। ଜବାବରେ ଆଫଗାନିସ୍ଥାନ ୪୫.୨ ଓଭରରେ ୩ ଉଇକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା। ଏହା ସହିତ ଚଳିତ ବିଶ୍ୱକପରେ ଆଫଗାନିସ୍ଥାନ ତିନି ପୂର୍ବ ଚାମ୍ପିୟନକୁ ମାଟି କାମୁଡ଼ାଇ ସେମିଫାଇନାଲ ଅଭିମୁଖେ ଆଗେଇ ଚାଲିଛି।

ଏହା ପୂର୍ବରୁ, ଅକ୍ଟୋବର ୧୫ ରେ ଆଫଗାନିସ୍ତାନ ପ୍ରଥମେ ଚାମ୍ପିୟନ ଇଂଲଣ୍ଡକୁ ୬୯ ରନରେ ପରାସ୍ତ କରି କ୍ରିକେଟ୍ ଜଗତକୁ ସ୍ତବ୍ଧ କରିଦେଇଥିଲା। ଏହାପରେ ଅକ୍ଟୋବର ୨୩ ରେ ଆଫଗାନିସ୍ତାନ ପଡୋଶୀ ପାକିସ୍ତାନକୁ ୮ ୱିକେଟରେ ପରାସ୍ତ କରି ଉତ୍ତେଜନା ସୃଷ୍ଟି କରିଥିଲା। ଉଭୟ ଇଂଲଣ୍ଡ ଏବଂ ପାକିସ୍ତାନ ପୂର୍ବତନ ଚାମ୍ପିୟନ ହୋଇଛନ୍ତି। ୧୯୯୨ ମସିହାରେ ଇମ୍ରାନ ଖାନଙ୍କ ଅଧିନାୟକତ୍ୱରେ ପାକିସ୍ତାନ ବିଶ୍ୱକପ ଜିତିଥିବାବେଳେ ଇଂଲଣ୍ଡ ୨୦୧୯ ରେ ଚାମ୍ପିୟନ ହୋଇଥିଲା।

ବର୍ତ୍ତମାନ ଆଫଗାନିସ୍ତାନ ଆଉ ତିନଟାଇମଞ୍ଚ ଖେଳିବ। ତିନି ନଭେମ୍ବରରେ ନେଦରଲ୍ୟାଣ୍ଡ୍ସ, ୭ ଏବଂ ୧୦ ନଭେମ୍ବରରେ କ୍ରମଶଃ ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକାକୁ ଭେଟିବ। ତେବେ ଏଠାରୁ ଆଫଗାନିସ୍ତାନର ରାସ୍ତ ସାମାନ୍ୟ କଠିନ ମନେହୁଏ। କାରଣ ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକାକୁ ହରାଇବା ସହଜ ହେବ ନାହିଁ। କିନ୍ତୁ ସେମିଫାଇନାଲ କୌଣସି ବି ପରିସ୍ଥିତିରେ ଏହି ଦୁଇ ଦଳକୁ ହରାଇବାକୁ ପଡିବ।

ବର୍ତ୍ତମାନ ସୁଦ୍ଧା ଆଫଗାନିସ୍ଥାନ ୬ ମ୍ୟାଚ୍ରୁ ୩ ବିଜୟ ସହିତ ୬ ପଏଣ୍ଟ ହାସଲ କରିଛି। ତେବେ ଯଦି ଦଳ ଆଗାମୀ ୩ ମ୍ୟାଚ ଜିତିନିଏ ତେବେ ସେମିଫାଇନାଲ ରାସ୍ତା ସମ୍ପୂର୍ଣ୍ଣ ସହଜ ହୋଇଯିବ। ବର୍ତ୍ତମାନ ପଏଣ୍ଟ ଟେବୁଲ ଦେଖିଲେ ଭାରତ ବ୍ୟତୀତ ଅନ୍ୟ ଏସିଆ ଟିମ୍ ଆଫଗାନିସ୍ଥାନ ତଳେ ରହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଫାଇନାଲରେ ଭାରତ, ପାକିସ୍ତାନ ସହ ହେବ ମୁକାବିଲା

ଦୁବାଇ,୧୯।୧୨:  ସିନିଅର୍‌ ମେନ୍ସ ଏସିଆ କପ୍‌ ୨୦୨୫ ପରେ ଏବେ ଅଣ୍ଡର-୧୯ ମେନ୍ସ ଏସିଆ କପ୍‌ ୨୦୨୫ରେ ମଧ୍ୟ ଭାରତ ପ୍ରବେଶ କରିଛି। ଦୁବାଇରେ ଚାଲିଥିବା...

ବେଆଇନ ବେଟିଂ ଆପ ମାମଲାରେ ଇଡିର ବଡ଼ ଆକ୍ସନ: ପୂର୍ବତନ କ୍ରିକେଟର, ବଲିଉଡ ସେଲିବିଟ୍ରିଙ୍କ ସମ୍ପତ୍ତି ଜବତ, ଜାଣନ୍ତୁ କାହାଠୁ କେତେ…

ନୂଆଦିଲ୍ଲୀ,୧୯।୧୨: ବେଆଇନ ବେଟିଂ ଆପ ମାମଲାରେ ଇଡି ବଡ଼ ଆକ୍ସନ ନେଇଛି। ପୂର୍ବତନ କ୍ରିକେଟର ଓ ବଲିଉଡ ସେଲିବେଟ୍ରିଙ୍କ ସମ୍ପତ୍ତି ଜବତ କରାଯାଇଛି। ଯୁବରାଜ ସିଂଙ୍କ...

୨୦୨୬ ଟି-୨୦ ବିଶ୍ୱକପ ଭାରତୀୟ ଦଳ: ଏହି ୫ ଖେଳାଳି ଦଳରୁ ପଡିପାରନ୍ତି ବାଦ୍‌, ଜାଣନ୍ତୁ ସେମାନେ କିଏ…

ନୂଆଦିଲ୍ଲୀ,୧୯।୧୨: ୨୦୨୫ ବର୍ଷ ଶେଷ ହେବା ସହିତ, ୨୦୨୬ ଟି୨୦ ବିଶ୍ୱକପ ପାଇଁ ଅପେକ୍ଷା ମଧ୍ୟ କମ ହେବାରେ ଲାଗିଛି। ଆସନ୍ତା ବର୍ଷ ଟି୨୦ ବିଶ୍ୱକପ...

IPL ୨୦୨୬ ନିଲାମ ପରେ ହଠାତ୍‌ ଅଧିନାୟକ ହେଲେ ଭେଙ୍କଟେଶ ଆୟର, ଏହି ଖେଳାଳିଙ୍କ ସ୍ଥାନ ନେବେ…

ନୂଆଦିଲ୍ଲୀ,୧୯।୧୨: IPL ୨୦୨୬ ନିଲାମର କିଛି ଦିନ ପରେ, ଭେଙ୍କଟେଶ ଆୟର ଅଧିନାୟକ ହୋଇଛନ୍ତି। ଏହା ଦେଖାଯାଉଛି ଯେ IPL ୨୦୨୫ ସିଜିନ ଖରାପ ରହିବା...

ଟି-୨୦ ବିଶ୍ୱକପ ପାଇଁ ଏହି ଦିନ ଘୋଷଣା ହେବ ଟିମ ଇଣ୍ଡିଆ, ସମ୍ଭାବ୍ୟ ତାଲିକାରେ ଏମାନେ…

ନୂଆଦିଲ୍ଲୀ,୧୯।୧୨: ଆସନ୍ତା ବର୍ଷ ଫେବୃଆରୀରେ ଭାରତ ଏବଂ ଶ୍ରୀଲଙ୍କାରେ ICC ପୁରୁଷ ଟି-୨୦ ବିଶ୍ୱକପ ୨୦୨୬ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ଟିମ ଇଣ୍ଡିଆ କେବେ ଏବଂ...

୮.୬ କୋଟି ମିଳିବା ପରେ ବଦଳିଗଲା ମନ? IPL ୨୦୨୬ ପାଇଁ ୟୁଟର୍ନ ନେବେ ଜୋଶ ଇଂଲିଶ!

ନୂଆଦିଲ୍ଲୀ,୧୯।୧୨: ଅଷ୍ଟ୍ରେଲିୟ ଉଇକେଟ୍‌କିପର-ବ୍ୟାଟସମ୍ୟାନ ଜୋଶ ଇଂଲିଶଙ୍କୁ ନେଇ IPL ୨୦୨୬ ନିଲାମ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ପଞ୍ଜାବ କିଙ୍ଗସ ଦ୍ୱାରା ମୁକ୍ତ ହେବା ପରେ, ଏହା...

ଖେଳ ଜଗତରେ ଶୋକର ଛାୟା: ବିମାନ ଦୁର୍ଘଟଣାରେ ଚାଲିଗଲା ଏହି ଖେଳାଳିଙ୍କ ଜୀବନ, ସ୍ତ୍ରୀ ପିଲା ବି…

ନୂଆଦିଲ୍ଲୀ,୧୯।୧୨: ରେସିଂ ଜଗତରୁ ଏକ ଦୁଃଖଦ ଖବର ଆସିଛି। ଉତ୍ତର କାରୋଲିନାର ଷ୍ଟେଟସଭିଲ ଆଞ୍ଚଳିକ ବିମାନବନ୍ଦର ନିକଟରେ ଏକ ଘରୋଇ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ...

IND vs SA 5th T20: ଆଜି ନିର୍ଣ୍ଣାୟକ ଲଢ଼େଇ, କେଉଁଠି କେମିତି ଦେଖିବେ ମ୍ୟାଚ ଜାଣନ୍ତୁ

ନୂଆଦିଲ୍ଲୀ,୧୯ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ଅନ୍ତର୍ଜାତୀୟ ସିରିଜ୍ ସବୁଠାରୁ ରୋମାଞ୍ଚକର ପର୍ଯ୍ୟାୟରେ ପହଞ୍ଚିଛି। ଆଜି ସିରିଜର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri