Posted inଖେଳ

ଆଫଗାନିସ୍ତାନକୁ ଷ୍ଟାଡିୟମ ପାଇଁ ମିଳିଲା ଜମି

କାବୁଲ,୨୧।୧୨: ନିକଟ ଭବିଷ୍ୟତରେ ଆଫଗାନିସ୍ତାନରେ ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ୍‌ ଆୟୋଜନ କରିବାକୁ ଆଶା ପ୍ରକଟ କରିଛନ୍ତି ଦେଶର କ୍ରିକେଟ ବୋର୍ଡ ମୁଖ୍ୟ ଫର୍ହାନ ୟୁସେଫଜାଇ। ମୁଖ୍ୟତଃ ଭାରତରେ ଘରୋଇ ମ୍ୟାଚ୍‌ ଖେଳୁଥିବା ଆଫଗାନିସ୍ତାନକୁ ଦେଶରେ ଷ୍ଟାଡିୟମ ନିର୍ମାଣ ପାଇଁ ଯାଗା ମିଳିଛି।

ଆଫଗାନିସ୍ତାନ ରାଷ୍ଟ୍ରପତି ମହମ୍ମଦ ଅଶ୍ରଫ ଘନି ରବିବାର ଷ୍ଟାଡିୟମ ଲାଗି ଦେଶର ରାଜଧାନୀ କାବୁଲର ଆଲୋଖାଇଲ ଅଞ୍ଚଳରେ ୨ ଏକର ଜମି ଦେଇଛନ୍ତି। ଷ୍ଟାଡିୟମ ନିର୍ମାଣ ହେବା ପରେ ଆମେ ଦେଶରେ ଅନ୍ତର୍ଜାତୀୟ କ୍ରିକେଟ ଆୟୋଜନ କରିପାରିବୁ ବୋଲି ୟୁସେଫଜାଇ କହିଛନ୍ତି। ୩୫ ହଜାର କ୍ଷମତା ବିଶିଷ୍ଟ ଷ୍ଟାଡିୟମରେ ଏକ ପାଞ୍ଚ ତାରକା ଗେଷ୍ଟ ହାଉସ, ଷ୍ଟାଣ୍ଡାର୍ଡ ସୁଇମିଂ ପୁଲ, ଇନଡୋର-ଆଉଟ୍‌ ଡୋର ଏକାଡେମୀ, ହେଲ୍‌ଥ କ୍ଲିନିକ, ମସ୍‌ଜିଦ, କାର ପାର୍କିଂ, ପ୍ରଶାସନିକ ବିଭାଗ ଭଳି ବିଭିନ୍ନ ସୁବିଧା ରହିବ।

ଉଲ୍ଲେଖଥାଉ କି, କିଛି ବର୍ଷ ତଳେ ଆଇସିସିର ସମ୍ପୂର୍ଣ୍ଣ ସଦସ୍ୟତା ପାଇଥିବା ଆଫଗାନିସ୍ତାନ ତା’ର ପ୍ରାୟତଃ ଘରୋଇ ମ୍ୟାଚ୍‌ ଭାରତରେ ଖେଳୁଛି। ଭାରତର ଡେରାଡୁନ ଓ ଗ୍ରେଟର ନୋଏଡାଠାରେ ଆଫଗାନିସ୍ତାନ ଦଳକୁ ବିସିସିଆଇ ଦୁଇଟି ଷ୍ଟାଡିୟମ ବ୍ୟବହାର ପାଇଁ ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ଭଞ୍ଜନଗରରେ ପରିବେଶ ଆଇନ୍ ସଚେତନତା ଶିବିର, ସାମିଲ ହେଲେ….

ଭଞ୍ଜନଗର,୩୧/୧୨(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି ସମ୍ମିଳନୀ ହଲ୍‌ରେ ବୁଧବାର “Protect Today, Secure Tomorrow” ଶୀର୍ଷକ ଅଧୀନରେ ଏକ ପରିବେଶ...

ଭିଜିଲାନ୍ସ ଜାଲରେ ଛେଣ୍ଡିପଦା ଅତିରିକ୍ତ ତହସିଲଦାର, ୯ ହଜାର ଟଙ୍କା ପାଇଁ…

ଅନୁଗୋଳ,୩୧ା୧୨: ଜମି ମ୍ୟୁଟେସନ କେସ୍‌ ପାଇଁ ଲାଞ୍ଚ ନେବା ଅତିରିକ୍ତ ତହସିଲଦାରଙ୍କୁ ମହଙ୍ଗା ପଡ଼ିଛି। ବୁଧବାର ଅନୁଗୋଳ ଜିଲା ଛେଣ୍ଡିପଦା ତହସିଲର ଅତିରିକ୍ତ ତହସିଲଦାର ପ୍ରକାଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri