Posted inଖେଳ

ତାଲିବାନ ଭୟରେ ଦେଶ ଛାଡ଼ିବାକୁ ଚାହୁଁଥିଲେ: ଆମେରିକା ବିମାନରୁ ଖସି ପଡ଼ି ପ୍ରାଣ ହରାଇଲେ ଏହି ଫୁଟବଲ୍‌ ତାରକା

କାବୁଲ,୨୦।୮: ଆଫଗାନିସ୍ତାନ ଜାତୀୟ ଟିମ୍‌ର ଫୁଟବଲ ଖେଳାଳି ଜାକି ଅନଓ୍ବାରୀଙ୍କ ପରଲୋକ ଘଟିଛି। କାବୁଲ ବିମାନବନ୍ଦରରେ ଆମେରିକାର ଏକ ବିମାନରୁ ଖସି ପଡ଼ିବା ଯୋଗୁ ତାଙ୍କର ମୃତ୍ୟୁ ଘଟିଥିବା ନେଇ ସ୍ପଷ୍ଟ ହୋଇଛି।
ଜାକି ଆଫଗାନିସ୍ତାନର ଜଣେ ଯୁବ ଫୁଟବଲ ଖେଳାଳି ଥିଲେ। ଆମେରିକାର ସୈନ୍ୟ ବିମାନରୁ ଖସି ପଡ଼ିଥିଲେସେ। ସୋମବାର ତାଙ୍କର ମୃତ୍ୟୁ ଘଟିଥିବା ବେଳେ ଆଫଗାନ ରାଷ୍ଟ୍ରୀୟ ଫୁଟବଲ୍‌ ଟିମ୍‌ ପକ୍ଷରୁ ଏକ ଫେସବୁକ୍‌ ପୋଷ୍ଟ କରି ଏନେଇ ୧୮ ଅଗଷ୍ଟରେ ସୂଚନା ଦିଆଯାଇଛି।

କହିରଖୁଛୁ, ତାଲିବାନ କ୍ଷମତା ଦଖଲ ପରେ ହଜାର ହଜାର ସଂଖ୍ୟାରେ ଆଫଗାନିସ୍ତାନ ନାଗରିକ ଦେଶ ଛାଡ଼ି ଅନ୍ୟତ୍ର ଚାଲିଯିବାକୁ ଚାହୁଁଛନ୍ତି। ଏହି କ୍ରମରେ ସୋମବାର ହାମିଦ କରଜଇ ଅନ୍ତରାଷ୍ଟ୍ରୟ ବିମାନବନ୍ଦରରେ ଲୋକମାନେ ଏକତ୍ର ହୋଇଥିଲେ। ସେମାନଙ୍କ ମଧ୍ୟରେ ଜାକି ଥିଲେ। ବିମାନରେ ଚଢ଼ିବା ପାଇଁ ଧାଁ ଧଉଡ ଆରମ୍ଭ ହୋଇଥିଲା। ଏପରିକି ଲୋକମାନେ ବିମାନ ଚକ ଉପରେ ମଧ୍ୟ ବସି ଯାଉଥିଲେ। ବିମାନ ଉଡିବା ପରେ ଲୋକଙ୍କ ସନ୍ତୁଳନ ବିଗିଡ଼ି ଯାଇଥିଲା। ଫଳରେ ୩ ଜଣ ଲୋକ ଖସି ପଡ଼ିଥିଲେ। ସେମାନଙ୍କ ମୃତଦେହକୁ କିଛି କୋଠାର ଛାତରୁ ଉଦ୍ଧାର କରାଯାଇଥିଲା। ତେବେ ମୃତକଙ୍କ ମଧ୍ୟରେ ଜାକି ଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ: ଆଜିଠାରୁ ମୁକାବିଲା, ଭାଗନେବେ ୧୨ ଦେଶ

କଟକ ଅଫିସ,୧୭ା୭-ବୁଧବାରଠାରୁ କଟକରେ ଆରମ୍ଭ ହେବ ୨୧ତମ ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ କ୍ରୀଡ଼ାର ମହାମୁକାବିଲା। ପ୍ରତିଯୋଗିତା ସ୍ଥଳ ଜବାହାରଲାଲ ନେହେରୁ ଇନଡୋର ଷ୍ଟାଡିୟମ ଏଥିପାଇଁ ସମ୍ପୂର୍ଣ୍ଣ...

ନେଟ୍‌ ରନରେଟ୍‌ ନିୟମକୁ ଆର୍ଥରଙ୍କ ସମାଲୋଚନା

ଲଡର୍‌ସ,୬।୭- ପାକିସ୍ତାନ କ୍ରିକେଟ୍‌ ଦଳର କୋଚ୍‌ ମିକି ଆର୍ଥର ନେଟ୍‌ ରନରେଟ୍‌ ନିୟମ ବଦଳାଇବା ନେଇ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି)କୁ ପରାମର୍ଶ ଦେଇଛନ୍ତି। ଏହା...

ଚହଲଙ୍କ ପାଇଁ ପୁଣି ପଡିଆକୁ ଫେରିବେ ଯୁବରାଜ ସିଂ, ଜାଣନ୍ତୁ କାହିଁକି

ଆଇପିଏଲ ୨୦୨୦ର ଏକ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର କୋଲକାତା ନାଇଟ ରାଇଡର୍ସକୁ ୮୨ ରନରେ ପରାସ୍ତ କରିଛି। ଏହି ମ୍ୟାଚରେ ଆରସିବି ପାଇଁ ପ୍ରଥମେ...

ଧୋନୀଙ୍କ ଟ୍ରାକ୍ଟର କିଣାକୁ ନେଇ ଏମିତି କହିଲେ ଆନନ୍ଦ ମହିନ୍ଦ୍ରା

ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ନିକଟରେ ଆଠ ଲକ୍ଷ ଟଙ୍କା ଦେଇ ଟ୍ରାକ୍ଟର କିଣିଛନ୍ତି। ଏହାକୁ ନେଇ ଏକ ଟୁଇଟ୍‌...

ଗର୍ଜିଲା ଓ୍ବାର୍ନରଙ୍କ ବ୍ୟାଟ୍‌

ଦୁବାଇ,୨୮।୧୦ : ଦୀର୍ଘ ଦିନ ପରେ ଫର୍ମକୁ ଫେରିଛନ୍ତି ଅଷ୍ଟ୍ରେଲିଆନ ଓପନର ଡେଭିଡ୍‌ ଓ୍ବାର୍ନର। ତାଙ୍କ ୬୫ ରନ୍‌ର ଅର୍ଦ୍ଧଶତକୀୟ ପାଳି ବଳରେ ଅଷ୍ଟ୍ରେଲିଆ ୭...

ପ୍ରେମିକାଙ୍କୁ ପାଇବା ପାଇଁ ଭାଇକୁ ପଟାଉଛନ୍ତି ଏହି କ୍ରିକେଟର୍‌

ଭାରତୀୟ କ୍ରିକେଟର୍‌ କେଏଲ୍‌ ରାହୁଲ ଏବେ ଦଳ ସହ ଲଣ୍ଡନରେ ଅଛନ୍ତି। ଏବେ କୌଣସି ମ୍ୟାଚ୍‌ ନ ଥିବାରୁ ସେ ପ୍ରେମିକା ତଥା ଅଭିନେତ୍ରୀ ଆଥିଆ...

ୟୁରୋପିଆନ ମାଷ୍ଟର୍ସ ଗେମ୍ସ: ଇଟାଲୀ ଯିବେ ପାର୍ବତୀ

କଟକ ଅଫିସ,୨୪ା୭-ଓଡ଼ିଶା କ୍ରୀଡ଼ା ଜଗତର ଡିସ୍‌କସ୍‌ ରାଣୀ ଭାବେ ପରିଚିତ ଅନ୍ତର୍ଜାତୀୟ ଆଥଲେଟ୍‌ ପାର୍ବତୀ ସେଠୀ ବୁଧବାର ଇଟାଲୀ ଯାତ୍ରା କରିବେ । ଇଟାଲୀର ଟୋରିନୋ...

କୋଭିଡ-୧୯:ବର୍ଲିନ ଫର୍ମୁଲା ଇ ଗ୍ରାଁ ପ୍ରି ଘୁଞ୍ଚିଲା

ପ୍ୟାରିସ,୧୭।୪(ଏଏଫ୍‌ପି): କୋଭିଡ-୧୯ ମହମାରୀ କାରଣରୁ ବର୍ଲିନ ଫର୍ମୁଲା ଇ ଗ୍ରାଁ ପ୍ରିକୁ ସ୍ଥଗିତ ରଖାଯାଇଛି। ଏହା ଜୁନ୍‌ ୨୧ ତାରିଖରେ ଆରମ୍ଭ ହେବାର କାର୍ଯ୍ୟକ୍ରମ ଥିଲା।...

Advertisement
Archives

Model This Week