ଆଫଗାନ୍‌ ଝିଅଙ୍କ ଚିଠି ଶେୟାର କଲେ

ଲସ୍‌ ଏଞ୍ଜେଲସ୍‌,୨୨।୮: ହଲିଉଡ୍‌ ଅଭିନେତ୍ରୀ ଆଞ୍ଜେଲିନା ଜୋଲି ସୋସିଆଲ ମିଡିଆ ପ୍ଲାଟଫର୍ମ ଇନ୍‌ଷ୍ଟାଗ୍ରାମରେ ଯୋଗଦେଇଛନ୍ତି। ନିଜର ପ୍ରଥମ ପୋଷ୍ଟରେ ସେ କହିଛନ୍ତି, ମୌଳିକ ମାନବାଧିକାର ପାଇଁ ଲଢ଼େଇ କରୁଥିବା ଲୋକଙ୍କ ସ୍ବର ଉଠାଇବା ଲାଗି ଏହାକୁ ସେ ବ୍ୟବହାର କରିବେ, ଯାହାଙ୍କ ମଧ୍ୟରେ ଆଫଗାନିସ୍ତାନରେ ତାଲିବାନ ବର୍ବରତାକୁ ନେଇ ଦେଶ ଛାଡ଼ୁଥିବା ନାଗରିକ ସାମିଲ ଅଛନ୍ତି। ପାଶ୍ଚାତ୍ୟର ୪୬ ବର୍ଷୀୟା ଓସ୍କାର ବିଜେତା ଏହି ଷ୍ଟାର ଉକ୍ତ ପୋଷ୍ଟରେ ଏକ ପତ୍ର ଶେୟାର କରିଛନ୍ତି। ଆଫଗାନିସ୍ତାନର ଜଣେ ଅଚିହ୍ନା ସ୍ବଳ୍ପବୟସ୍କା ଝିଅ ତାଙ୍କୁ ଏହି ଚିଠି ପଠାଇଥିଲେ। ସମ୍ପ୍ରତି ଆଫଗାନିସ୍ତାନରେ ତାଲିବାନ ଆତଙ୍କରେ ଜର୍ଜରିତ ଝିଅ ଜଣକ ଏଥିରେ ତାଙ୍କୁ ସହାୟତା ମାଗିଛନ୍ତି। ସୋସିଆଲ ମିଡିଆ ଉପରେ ତାଲିବାନ କଟକଣା ଜାରି କରିଥିବାରୁ ଲୋକେ ନିଜ ଦୁଃଖ ଦୁର୍ଦ୍ଦଶା ସମ୍ପର୍କରେ କୌଣସି ପ୍ଲାଟ୍‌ଫର୍ମରେ ପୋଷ୍ଟ କରି ବିଶ୍ୱର ଦୃଷ୍ଟି ଆକର୍ଷଣ କରିପାରୁ ନାହାନ୍ତି। ସେମାନେ ନିଜ ଅଭିବ୍ୟକ୍ତିର ପରିପ୍ରକାଶ କରିବା ପାଇଁ ମୁକ୍ତ ନୁହନ୍ତି। ତେଣୁ ଜୋଲି ଇନ୍‌ଷ୍ଟାଗ୍ରାମକୁ ଆସି ପୀଡ଼ିତଙ୍କ କାହାଣୀ ବୟାନ କରିବା ପାଇଁ ନିଷ୍ପତ୍ତି ନେଇଥିବା ଉଲ୍ଲେଖ କରିଛନ୍ତି। ୨୦୦୧ ସେପ୍ଟେମ୍ବର ୧୧ ନ୍ୟୁୟର୍କ ଆତଙ୍କବାଦୀ ଆକ୍ରମଣର ଦୁଇ ସପ୍ତାହ ପୂର୍ବରୁ ଜୋଲି ଆଫଗାନିସ୍ତାନ ସୀମାରେ ଥିବାବେଳର ସ୍ମୃତିକୁ ମନେପକାଇଛନ୍ତି। ସେତେବେଳେ ତାଲିବାନ ଭୟରେ ଦେଶ ଛାଡ଼ିଥିବା ଜଣେ ଆଫଗାନ ଶରଣାର୍ଥୀଙ୍କ ସହ ତାଙ୍କର ସାକ୍ଷାତ ହୋଇଥିଲା। ଆଜି ମଧ୍ୟ ୨୦ ବର୍ଷ ତଳର ସେହି ଆତଙ୍କ ଲୋକଙ୍କ ମନରେ ଲାଗିରହିଥିବା ସେ କହିଛନ୍ତି। ଏହି ଅବସରରେ ଜୋଲି ଆଫଗାନ ଶରଣାର୍ଥୀଙ୍କ ପ୍ରତି କରାଯାଉଥିବା ବ୍ୟବହାରକୁ ନେଇ ବିଶ୍ୱନେତାଙ୍କୁ ସମାଲୋଚନା କରିଛନ୍ତି। କହିଛନ୍ତି, ସ୍କୁଲଗୁଡ଼ିକୁ ତାଲିବାନ କବ୍‌ଜା କରିବା ପରେ ସେଇ ଝିଅ ପାଠପଢ଼ାରୁ ବଞ୍ଚତ୍ତ ହୋଇଛନ୍ତି। ପୂର୍ବରୁ ନିଜ ଅଧିକାର ସୁରକ୍ଷା ପାଇଁ ଆଫଗାନମାନେ ମୁକ୍ତ ଥିଲେ। କିନ୍ତୁ ତାଲିବାନ ବର୍ବରତାରେ ଆତଙ୍କିତ ଦେଶବାସୀଙ୍କ ସ୍ବପ୍ନ ଏବେ ଧୂଳିସାତ୍‌ ହୋଇଯାଇଛି। ଜୋଲିଙ୍କ ଏହି ପ୍ରଥମ ପୋଷ୍ଟକୁ ୧.୩ ନିୟୁତ ଲାଇକ୍‌ ମିଳିଥିବାବେଳେ ଏହି ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମରେ ତାଙ୍କୁ ୪.୨ ନିୟୁତ ୟୁଜର୍ସ ଫଲୋ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

ଇରାନ ବରୋଧରେ ଯୁଦ୍ଧକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଲାଣି ଏହି ଦେଶ, ଆମେରିକାକୁ କରିବ ସହଯୋଗ, ଟାର୍ଗେଟରେ ହର୍ମୁଜ ପ୍ରଣାଳୀ

ତେହରାନ,୧।୪: ସଂଯୁକ୍ତ ଆରବ ଏମିରେଟ୍ସ (UAE) ଆମେରିକା ଏବଂ ଅନ୍ୟାନ୍ୟ ପାଶ୍ଚାତ୍ୟ ମିତ୍ରମାନଙ୍କୁ ସୂଚନା ଦେଇଛି ଯେ ଏହା ହର୍ମୁଜ ପ୍ରଣାଳୀକୁ ପୁନଃ ଖୋଲିବାରେ ସାହାଯ୍ୟ କରିବ।…

ପୁଣି ଭାଙ୍ଗିଗଲା ଇଟାଲୀର ଫିଫା ବିଶ୍ୱକପ ସ୍ବପ୍ନ: ଲଗାତାର ତୃତୀୟ ଥର ପାଇଁ ଯୋଗ୍ୟତା ଅର୍ଜନ କରିପାରିଲା ନାହିଁ

ରୋମ,୧।୪: ଚାରିଥର ଫିଫା ବିଶ୍ୱକପ ଚାମ୍ପିଅନ ଇଟାଲୀ ଆଉ ଏକ ବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଦଳ ଲଗାତାର ତୃତୀୟ ଥର ପାଇଁ ଫିଫା ବିଶ୍ୱକପ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri