ଆଫଗାନ୍‌ ବାୟୋମେଟ୍ରିକ୍‌ ବିପଜ୍ଜନକ

କାବୁଲ/ଓ୍ବାଶିଂଟନ,୨ା୯: ଆଫଗାନିସ୍ତାନ ଛାଡ଼ି ସ୍ବଦେଶ ଫେରିଯାଇଛନ୍ତି ଆମେରିକୀୟ ସୈନ୍ୟ। ୨୦ ବର୍ଷ ଭିତରେ ସେମାନେ ବ୍ୟବହାର କରିଥିବା ଅନେକ ଅତ୍ୟାଧୁନିକ ପ୍ରୋଗ୍ରାମ ବା ସଫ୍ଟଓ୍ବେର ଛାଡ଼ିଯାଇଛନ୍ତି। ଇତିମଧ୍ୟରେ ଆମେରିକାର ଏକ ବାୟୋମେଟ୍ରିକ୍‌ ଡିଭାଇସ୍‌ ତାଲିବାନ ହାତରେ ଲାଗିଛି। ଏହାକୁ ନେଇ ଅନେକେ ବିପଦ ଆଶଙ୍କା କରୁଥିବାବେଳେ ଏହି ଡିଭାଇସ୍‌ ସେତେଟା ବିପଜ୍ଜନକ ହେବ ନାହିଁ। ଅନ୍ୟପକ୍ଷେ ଆଫଗାନିସ୍ତାନ ସରକାରଙ୍କ ଦ୍ୱାରା ବ୍ୟବହୃତ ଏକ ଭିନ୍ନ ମେଶିନ୍‌ ଅଧିକ ବିପଦ ଆଶଙ୍କା ଉପୁଜାଇଛି। ତାଲିବାନ୍‌ ଶାସକ ଆଫଗାନ୍‌ ନାଗରିକ ଓ ସୈନ୍ୟଙ୍କ ବ୍ୟକ୍ତିଗତ ତଥ୍ୟ ଏଥିରୁ ବାହାର କରି ସେଗୁଡ଼ିକୁ ପ୍ରିଣ୍ଟ କରିବସିଲେ ବିସ୍ମିତ ହେବାର ନାହିଁ ବୋଲି ‘ଡାଟା ଆଣ୍ଡ୍‌ ସୋସାଇଟି’ର ଗବେଷକ ରଞ୍ଜିତ୍‌ ସିଂ କହିଛନ୍ତି।

ଅଗଷ୍ଟ ମଧ୍ୟଭାଗରେ ତାଲିବାନ ଦୁଇ ଦଶନ୍ଧି ଯୁଦ୍ଧର ଅନ୍ତ ଘୋଷଣା କରି ଆଫଗାନିସ୍ତାନକୁ ଦଖଲ କରିବାବେଳେ ଆମେରିକା ସୈନ୍ୟଙ୍କ ଏକ ବାୟୋମେଟ୍ରିକ୍‌ ଉପକରଣ ହାତେଇଥିବା ନେଇ ମଧ୍ୟ ଏକାଧିକ ରିପୋର୍ଟ ସାମ୍ନାକୁ ଆସିଥିଲା। ଉକ୍ତ ଡିଭାଇସ୍‌କୁ ଆମେରିକୀୟ ସୁରକ୍ଷା ବଳ ଆଇରିସ୍‌ ସ୍କାନ୍‌, ଫିଙ୍ଗରପ୍ରିଣ୍ଟ ଓ ଫେସିଆଲ୍‌ ଇମେଜ୍‌ ସମ୍ପର୍କିତ ତଥ୍ୟ ସଂଗ୍ରହ ପାଇଁ ବ୍ୟବହାର କରୁଥିଲେ। ତେଣୁ ‘ଏଚ୍‌ଆଇଆଇଡିଇ’ ନାମରେ ପରିଚିତ ଏହି ମେଶିନକୁ ସାମରିକ ମେଣ୍ଟକୁ ସହଯୋଗ କରୁଥିବା ଆଫଗାନମାନଙ୍କୁ ଚିହ୍ନଟ କରିବାରେ ତାଲିବାନ ଉପଯୋଗ କରିପାରେ ବୋଲି କେହି କେହି ଆଶଙ୍କା ବ୍ୟକ୍ତ କରୁଛନ୍ତି। ତେବେ ଏହାକୁ ବିଶେଷଜ୍ଞମାନେ ଖଣ୍ଡନ କରିଛନ୍ତି। ବିଶେଷଜ୍ଞଙ୍କ ମତରେ ଏହି ଡିଭାଇସ୍‌ ପ୍ରକୃତରେ ବାୟୋମେଟ୍ରିକ୍‌ ସମ୍ପର୍କରେ ସୀମିତ ତଥ୍ୟ ପ୍ରଦାନ କରିଥାଏ। ଏହାକୁ ସୁରକ୍ଷିତ ସର୍ଭରରେ ରଖାଯାଇଛି। କିନ୍ତୁ ଏହାଠୁ ଅଧିକ ବିପଦ ଆଫଗାନ୍‌ ସରକାରଙ୍କ ଡାଟାବେସ୍‌ରୁ ରହିଛି, ଯେଉଁଥିରେ ସମ୍ବେଦନଶୀଳ ବ୍ୟକ୍ତିଗତ ତଥ୍ୟ ଉପଲବ୍ଧ। ଏହାକୁ ବ୍ୟବହାର କରି ୩.୮ କୋଟି ଜନସଂଖ୍ୟା ବିଶିଷ୍ଟ ଆଫଗାନିସ୍ତାନର ଅଧିକାଂଶ ଲୋକଙ୍କୁ ଚିହ୍ନଟ କରିହେବ ବୋଲି ଅନୁସନ୍ଧାନରୁ ଜଣାପଡ଼ିଛି।
କେମ୍ବ୍ରିଜ୍‌ରେ ଅବସ୍ଥିତ ମାସାଚ୍ୟୁସେଟ୍ସ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜିର ‘ଏମ୍‌ଆଇଟି ଟେକ୍ନୋଲୋଜି ରିଭ୍ୟୁ’ ପତ୍ରିକା ପକ୍ଷରୁ ଆମେରିକା ଦ୍ୱାରା ବିକଶିତ
ଏପିପିଏସ୍‌ ଡାଟାବେସ୍‌, ଆଫଗାନ୍‌ ପର୍ସନେଲ୍‌ ଏବଂ ପେ ସିଷ୍ଟମ୍‌ ଭଳି ଯାନ୍ତ୍ରିକ ଉପକରଣ ସହ ପରିଚିତ ଦୁଇଜଣ ବ୍ୟକ୍ତିଙ୍କ ସହିତ ଏନେଇ ଆଲୋଚନା କରାଯାଇଥିଲା। ଆଫଗାନିସ୍ତାନରେ ନ୍ୟାଶନାଲ ଆର୍ମି ଓ ପୋଲିସକୁ ଅର୍ଥ ପ୍ରଦାନ ଲାଗି ସେଠାକାର ଉଭୟ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଏବଂ ପ୍ରତିରକ୍ଷା ମନ୍ତ୍ରଣାଳୟ ଦ୍ୱାରା ବ୍ୟବହୃତ ଏହି ମେଶିନ ହେଉଛି ସବୁଠୁ ସମ୍ବେଦନଶୀଳ ବ୍ୟବସ୍ଥା। ତେଣୁ ଏହାକୁ ବ୍ୟବହାର କରି ସୁରକ୍ଷା କର୍ମୀ ଓ ସେମାନଙ୍କ ପରିବର୍ଦ୍ଧିତ ନେଟ୍‌ଓ୍ବର୍କ ସମ୍ପର୍କରେ ବିସ୍ତୃତ ବିବରଣୀ ହାସଲ କରାଯାଇପାରେ।
୨୦୧୬ରେ ଜାଲ୍‌ ପରିଚୟ ବା ଭୂତ ସୈନିକଙ୍କୁ ଦରମା ସଂକ୍ରାନ୍ତୀୟ ଜାଲିଆତି ରୋକିବା ପାଇଁ ଏହାର ବ୍ୟବହାର ଆରମ୍ଭ କରାଯାଇଥିଲା। ଏପିପିଏସ୍‌ରେ ପ୍ରାୟ ପ୍ରତ୍ୟେକ ଆଫଗାନ୍‌ ସୈନିକ ଓ ପୋଲିସ କର୍ମଚାରୀଙ୍କ ୫୦ ହଜାର ରେକର୍ଡ ରହିଛି। ସେମାନଙ୍କୁ ଏଥିରେ ତାଲିକାଭୁକ୍ତ କରାଯିବା ଦିନଠାରୁ ଏହି ତଥ୍ୟ ସଂଗ୍ରହ କରାଯାଇଛି, ଯାହାକି ଉକ୍ତ ସିଷ୍ଟମ୍‌ରେ ସବୁଦିନ ପାଇଁ ରହିବ। ଜଣେ ସେନା ବା ପୋଲିସ ଚାକିରି ଛାଡ଼ିଦେଲେ ମଧ୍ୟ ଏହି ଡାଟା ଉକ୍ତ ମେଶିନରେ ଉପଲବ୍ଧ ରହିଥିବ ବୋଲି ଜଣେ ବିଶେଷଜ୍ଞ କହିଛନ୍ତି। ରେକର୍ଡଗୁଡ଼ିକୁ ଅପ୍‌ଡେଟ୍‌ କରିହେବ କିନ୍ତୁ ଡାଟା ଡିଲିଟ୍‌ ଅପ୍‌ଶନ୍‌ ସେଥିରେ ନାହିଁ। ଏପରି କି ତାଲିବାନର କାବୁଲ ଦଖଲ ଭଳି ଜରୁରୀ ପରିସ୍ଥିତିରେ ବି ଡାଟା ହଟାଇବା ଅସମ୍ଭବ।
ନାଟୋର କମ୍ବାଇଣ୍ଡ ସିକ୍ୟୁରିଟି ଟ୍ରେନିଂ କମାଣ୍ଡ-ଆଫଗାନିସ୍ତାନରୁ ପୋଲିସ ନିଯୁକ୍ତି ପ୍ରକ୍ରିୟା ସମ୍ପର୍କିତ ଏକ ବିବରଣୀ ସମ୍ପର୍କରେ କେତେକ ତଥ୍ୟ ଜଣାପଡ଼ିଛି। କେବଳ ଗୋଟିଏ ଆପ୍ଲିକେଶନ ୩୬ ଡାଟା ପଏଣ୍ଟ ସଂଗ୍ରହ କରିଥିଲା। ଅନ୍ୟପକ୍ଷେ ଏପିପିଏସ୍‌ରେ ଥିବା ପ୍ରତ୍ୟେକ ପ୍ରୋଫାଇଲ୍‌ରେ ଅନୂ୍ୟନ ୪୦ ଡାଟା ଫିଲ୍ଡ ରହିଥିବା ଏମ୍‌ଆଇଟି ରିଭ୍ୟୁ ସୂତ୍ରରୁ ଜଣାପଡ଼ିଛି। ଆଫଗାନ୍‌ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ସହ ଜଡ଼ିତ ପ୍ରତ୍ୟେକ ପ୍ରୋଫାଇଲ୍‌ର ନାମ, ଜନ୍ମ ତାରିଖ ଓ ସ୍ଥାନ ଏବଂ ଏକକ ପରିଚୟ ପତ୍ର ସଂଖ୍ୟା ଭଳି ବ୍ୟକ୍ତିଗତ ତଥ୍ୟ ଏଥିରେ ରହିଛି। ଏହା ଅତ୍ୟନ୍ତ ବିପଜ୍ଜନକ ବୋଲି ଡାଟା ଭିତ୍ତିଭୂମି ଓ ସାଧାରଣ ନୀତି ଉପରେ ଅଧ୍ୟୟନ କରୁଥିବା ଅଣଲାଭକାରୀ ଗବେଷଣା ସଂସ୍ଥା ‘ଡାଟା ଆଣ୍ଡ୍‌ ସୋସାଇଟି’ର ସ୍କୋଲାର ରଞ୍ଜିତ୍‌ ସିଂ କହିଛନ୍ତି। ରଞ୍ଜିତଙ୍କ ମତରେ ଏହା ଏକ ସମୁଦାୟ ମଧ୍ୟରେ ଥିବା ଯୋଗସୂତ୍ରର ‘ଜିନିଓଲୋଜି’, ଯାହା କି ସମସ୍ତ ଆଫଗାନ୍‌ ନାଗରିକଙ୍କୁ ବିପଦରେ ପକାଇଛି। କିନ୍ତୁ ସେଥିରେ ଥିବା ସମସ୍ତ ଡାଟାର ସ୍ପଷ୍ଟ ବ୍ୟବହାର ହୋଇପାରିବ ନାହିଁ। ଉଦାହରଣ ସ୍ବରୂପ, ପୋଲିସ ଆଇଡି ଆପ୍ଲିକେଶନ ଫର୍ମରେ ମଧ୍ୟ ନିଯୁକ୍ତି ଦିଆଯାଉଥିବା ସୈନ୍ୟଙ୍କ ପ୍ରିୟ ଖାଦ୍ୟ ଓ ପନିପରିବା ସମ୍ପର୍କରେ ଉଲ୍ଲେଖ ରହିଛି। ଉକ୍ତ ଆପ୍ଲିକେଶନକୁ ବ୍ୟବହାର କଲେ ଭେରିଫିକେଶନ ପାଇଁ ୟୁଜର୍ସଙ୍କୁ ଏ ସମ୍ପର୍କିତ ବ୍ୟକ୍ତିଗତ ପ୍ରଶ୍ନ ପଚାରିବ। ଆଫଗାନିସ୍ତାନରେ ଆମେରିକୀୟ ସେନା ଓ ଏହାର କଣ୍ଟ୍ରାକ୍ଟରମାନେ ବାୟୋମେଟ୍ରିକ୍‌ ସୂଚନା ସଂଗ୍ରହ କରିବା ଯାଏ ଡାଟା ପ୍ରିଭେସି ଆଇନ ପ୍ରଣୟନ ହୋଇ ନ ଥିଲା। ପ୍ରକାଶ ଯେ, ୨୦୧୬ରେ ଚରମପନ୍ଥୀମାନେ କୁନ୍ଦୁଜ୍‌ ଅଭିମୁଖେ ଯାଉଥିବା ଏକ ବସ୍‌ରେ ଅତର୍କିତ ଆକ୍ରମଣ କରି ୨୦୦ ଯାତ୍ରୀଙ୍କୁ ପଣବନ୍ଦୀ ରଖିଥିଲେ। ଶେଷରେ ସେମାନେ ୧୨ ଜଣଙ୍କୁ ହତ୍ୟା କରିଥିଲେ। ମୃତକଙ୍କ ମଧ୍ୟରେ ପରିବାର ଲୋକଙ୍କୁ ଭେଟି ସେନାକୁ ଫେରୁଥିବା ନ୍ୟାଶନାଲ ଆର୍ମିର କେତେଜଣ ସୈନ୍ୟ ଥିଲେ। ସେହି ସମୟରେ ତାଲିବାନ୍‌ ଲୋକଙ୍କ ପରିଚୟ ଯାଞ୍ଚ ପାଇଁ କେତେକ ଫିଙ୍ଗରପ୍ରିଣ୍ଟ ସ୍କାନର ବ୍ୟବହାର କରୁଥିବା ପ୍ରତ୍ୟକ୍ଷଦର୍ଶୀମାନେ କହିଥିଲେ। ଏହି ଘାତକ ଆକ୍ରମଣ ପରେ ଆଫଗାନିସ୍ତାନରେ ବାୟୋମେଟ୍ରିକ ଡାଟାବେସ୍‌ର ଗୁରୁତ୍ୱ ସାମ୍‌ନାକୁ ଆସିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

ଇରାନ ବରୋଧରେ ଯୁଦ୍ଧକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଲାଣି ଏହି ଦେଶ, ଆମେରିକାକୁ କରିବ ସହଯୋଗ, ଟାର୍ଗେଟରେ ହର୍ମୁଜ ପ୍ରଣାଳୀ

ତେହରାନ,୧।୪: ସଂଯୁକ୍ତ ଆରବ ଏମିରେଟ୍ସ (UAE) ଆମେରିକା ଏବଂ ଅନ୍ୟାନ୍ୟ ପାଶ୍ଚାତ୍ୟ ମିତ୍ରମାନଙ୍କୁ ସୂଚନା ଦେଇଛି ଯେ ଏହା ହର୍ମୁଜ ପ୍ରଣାଳୀକୁ ପୁନଃ ଖୋଲିବାରେ ସାହାଯ୍ୟ କରିବ।…

ପୁଣି ଭାଙ୍ଗିଗଲା ଇଟାଲୀର ଫିଫା ବିଶ୍ୱକପ ସ୍ବପ୍ନ: ଲଗାତାର ତୃତୀୟ ଥର ପାଇଁ ଯୋଗ୍ୟତା ଅର୍ଜନ କରିପାରିଲା ନାହିଁ

ରୋମ,୧।୪: ଚାରିଥର ଫିଫା ବିଶ୍ୱକପ ଚାମ୍ପିଅନ ଇଟାଲୀ ଆଉ ଏକ ବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଦଳ ଲଗାତାର ତୃତୀୟ ଥର ପାଇଁ ଫିଫା ବିଶ୍ୱକପ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri