ସୁଲଭ ଶୌଚାଳୟକୁ ଭରସା ନାହିଁ

ବ୍ରହ୍ମପୁର,୧ା୧(ସ୍ମୃତି ରଞ୍ଜନ ମହାଲିକ): ବ୍ରହ୍ମପୁର ମହାନଗର ନିଗମ (ବିଇଏମ୍‌ସି) ପକ୍ଷରୁ ସହରରେ ନିର୍ମାଣ କରାଯାଇଥିବା ସୁଲଭ ଶୌଚାଳୟ ଉପରେ ଜନସାଧାରଣଙ୍କ ଭରସା ପାଉନି। ସହରର କର୍ପୋରେଶନ ରୋଡ ତଥା ବିଜୁ ପଟ୍ଟନାୟକ ପାର୍କ ନିକଟ ଶୌଚାଳୟ ଏହାର ଜ୍ୱଳନ୍ତ ଉଦାହରଣ। ଏଠାରେ କୌଣସି ସୁବିଧା ନ ଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି। ବାହ୍ୟ ମଳତ୍ୟାଗ ରୋକିବା, ସ୍ବଚ୍ଛ ଏବଂ ସୁସ୍ଥ ଓଡିଶା ଗଠନ ଲକ୍ଷ୍ୟ ନେଇ ଜନସାଧାରଣଙ୍କ ପାଇଁ ବିଇଏମସି ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ୧୨ଟି ସୁଲଭ ଶାୈଚାଳୟ ହୋଇଛି। ସୁଲଭ ଇଣ୍ଟରନ୍ୟାଶନାଲ ସୋସିଆଲ ସର୍ଭିସ ଅର୍ଗାନାଇଜେଶନ ପକ୍ଷରୁ ଏଗୁଡିକ ନିର୍ମାଣ କରାଯାଇଛି। ଏହି ସଂସ୍ଥା ରକ୍ଷଣାବେକ୍ଷଣ ଦାୟିତ୍ୱ ନେଇଥିବା ଫଳକରେ ଉଲ୍ଲେଖ ରହିଛି। ମାତ୍ର ପରିଷ୍କାର ପରିଚ୍ଛନ୍ନତା ଦାୟିତ୍ୱ ବିଇଏମସି ପରିମଳ ବିଭାଗ ହାତରେ ରହିଛି। ପରିମଳ ବିଭାଗ ନିଜ ଦାୟିତ୍ୱ ଭୁଲି ଯାଇଥିବାରୁ ଶୌଚାଳୟ ବ୍ୟବହାର ଅନୁପଯୋଗୀ ହୋଇପଡିଛି। ବିଜୁ ପଟ୍ଟନାୟକ ପାର୍କ ନିକଟ ଶାୈଚାଳୟ ସମ୍ମୁଖରେ ଆବର୍ଜନା ଜମି ରହିଛି। ପରିବେଶ ଦୁର୍ଗନ୍ଧମୟ ହୋଇପଡ଼ିଛି। ସେହିପରି ଶାୈଚାଳୟ କାନ୍ଥରୁ ପାଣି ଝରୁଛି। ଗୋଟିଏ ପାର୍ଶ୍ୱରେ ଏକ ବଡ଼ ଗଛ ଉଠି କୋଠାକୁ ବିପଦସଙ୍କୁଳ କରିଛି। ଶାୈଚାଳୟ ମଧ୍ୟରେ ଥିବା ପରିସ୍ରାଗାର ଓ ମାର୍ବଲଗୁଡିକ ଭାଙ୍ଗି ରୁଜି ଯାଇଛି। ପାଣି ଠିକ ଭାବେ ଆସୁ ନ ଶାୈଚାଳୟ ସଫେଇ ହୋଇପାରୁ ନାହିଁ। ଏସବୁ କାରଣରୁ ଲୋକେ ଏହାକୁ ବ୍ୟବହାର କରିବାକୁ ଅନିଚ୍ଛା ପ୍ରକାଶ କରୁଛନ୍ତି। ଶାୈଚାଳୟ ମରାମତି ନେଇ ବାରମ୍ବାର ବିଇଏମସି କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଉଛି। କିନ୍ତୁ କାୈଣସି ପଦକ୍ଷେପ ଗ୍ରହଣ କରାଯାଉ ନାହିଁ ବୋଲି ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି ଏ ନେଇ ବିଇଏମସି ଡେପୁଟି କମିଶନର ଆଶୀର୍ବାଦ ପରିଡାଙ୍କୁ ପଚାରିବାରୁ ଖୁବଶୀଘ୍ର ଶାୈଚାଳୟ ମରାମତି ପାଇଁ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନ ଉପରେ ସର୍ଜିକାଲ ଷ୍ଟ୍ରାଇକ୍‌ କରିବ ଭାରତ? ରାଜନାଥଙ୍କ ଚେତାବନୀ ପରେ ସେନାରେ ହଲଚଲ!

ନୂଆଦିଲ୍ଲୀ,୫।୪: ଭାରତ ଏବଂ ପାକିସ୍ତାନ ମଧ୍ୟରେ ବାକ୍‌ ଯୁଦ୍ଧ ପୁଣି ଥରେ ତୀବ୍ର ହୋଇଛି। ପାକିସ୍ତାନୀ ପ୍ରତିରକ୍ଷା ମନ୍ତ୍ରୀ ଖୱାଜା ଆସିଫଙ୍କ ସାମ୍ପ୍ରତିକ ବୟାନ ସ୍ପଷ୍ଟ ଭାବରେ…

ଯୁଦ୍ଧ ଭିତରେ ଭାରତ ଠାରୁ ମିସାଇଲ କିଣିଲା ଆମେରିକା, ବିଶ୍ୱରେ ଚହଳ…

ନୂଆଦିଲ୍ଲୀ,୫।୪: ୨୦୨୫-୨୬ ଆର୍ଥିକ ବର୍ଷରେ ଭାରତର ପ୍ରତିରକ୍ଷା ରପ୍ତାନି ସର୍ୱକାଳୀନ ସର୍ୱାଧିକ ସ୍ତରରେ ପହଞ୍ଚିଛି। ଏହା ବିଶ୍ୱ ଅସ୍ତ୍ରଶସ୍ତ୍ର ବଜାରରେ ଭାରତର ବର୍ଦ୍ଧିତ ଉପସ୍ଥିତିକୁ ସ୍ପଷ୍ଟ କରେ।…

ବଜ୍ରାଘାତ ନେଲା ମହିଳାଙ୍କ ଜୀବନ, ଚାଷ ଜମିରୁ କାମ କରି ଫେରିବା ବେଳେ ୩…

ଭବାନୀପାଟଣା,୫।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ବଳଦିଆମାଲ ଗ୍ରାମରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ରବିବାର ମଧ୍ୟାହ୍ନରେ ଚାଷ ଜମିରୁ…

ଏଠାରେ ପେଟ୍ରୋଲ ଦର ବିଶ୍ୱରେ ସବୁଠାରୁ ଅଧିକ; ଇରାନ ଯୁଦ୍ଧ ଯୋଗୁ ପରିସ୍ଥିତି ଆହୁରି ଖରାପ, ଜାଣନ୍ତୁ କାରଣ

ହଂକଂ,୫।୪: ମଧ୍ୟପ୍ରାଚ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ଏବଂ ହର୍ମୁଜ ପ୍ରଣାଳୀରେ ପରିବହନରେ ବାଧା ଯୋଗୁ ବିଶ୍ୱ ଶକ୍ତି ବଜାର ସମ୍ପୂର୍ଣ୍ଣ ଅସ୍ଥିର ହୋଇପଡ଼ିଛି। ଅଶୋଧିତ ତୈଳ ମୂଲ୍ୟ…

ଯୁଦ୍ଧ ଭିତରେ ବଡ଼ ଖବର, ହସ୍ପିଟାଲରେ ଭର୍ତ୍ତି ହେଲେ ଟ୍ରମ୍ପ? ସାରା ବିଶ୍ୱରେ ଚହଳ, ହ୍ବାଇଟ୍‌ ହାଉସ୍‌…

ୱାଶିଂଟନ,୫।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ଗତ କିଛି ଦିନ ହେବ ସୋସିଆଲ ମିଡିଆରେ ଜୋରଦାର ଚର୍ଚ୍ଚା ଚାଲିଛି। ସେ ଗୁରୁତର ଅସୁସ୍ଥ ହୋଇ…

ଆଉ ଏକ ଆମେରିକୀୟ ବିମାନକୁ ଖସାଇଲା ଇରାନ, ଦାବି କରି କହିଲା….

ତେହେରାନ,୫।୪: ଇରାନ ସହିତ ଚାଲିଥିବା ସଂଘର୍ଷରେ ଆମେରିକୀୟ ସେନା ପ୍ରବଳ କ୍ଷତି ସହୁଛି । ରବିବାର ଦିନ, ଇରାନର ଇସଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ (IRGC) ଇସଫାହାନ…

ଭାଜପା ସରକାରଙ୍କୁ ଅରୁଣଙ୍କ କଡ଼ା ଟାର୍ଗେଟ୍‌, କହିଲେ କାମ କରୁନି ଡବଲ ଇଞ୍ଜିନ, ପୂର୍ବରୁ…

ବଲାଙ୍ଗୀର,୫ା୪(ସୁନିଲ କୁମାର ମହାନ୍ତି): ନୟାଗଡ଼ ବିଧାୟକ ଅରୁଣ ସାହୁ ରବିବାର ବଲାଙ୍ଗୀର ଗସ୍ତରେ ଆସିଥିବା ବେଳେ ଏକ ଖବରଦାତା ସମ୍ମିଳନୀ କରିଛନ୍ତି। ଉଚ୍ଚଶିକ୍ଷା ବିଭାଗରେ କୋଟା ବୃଦ୍ଧିକୁ…

‘ସୁରକ୍ଷିତ ରହିବ ଓଡ଼ିଶାର ଐତିହ୍ୟ-ପରମ୍ପରା’

ପାଟଣା,୫ା୪(ବୀରକିଶୋର ଦାଶ): ଓଡ଼ିଆ ପକ୍ଷ ଉପଲକ୍ଷେ ରବିବାର ଓଡ଼ିଶାର ଐତିହ୍ୟ ଓ ପରମ୍ପରାକୁ ସୁରକ୍ଷା ଦେବା ଉଦ୍ଦେଶ୍ୟରେ ପାଟଣା ମୁଖ୍ୟାଳୟ ଆଞ୍ଚଳିକ ମହାବିଦ୍ୟାଳୟ ତରଫରୁ ଏକ ଗଣଦୌଡ଼…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri