୧.୫ ନିୟୁତ ଲୋକଙ୍କୁ ସୁଲଭ ସ୍ବାସ୍ଥ୍ୟ ସେବା

ଭୁବନେଶ୍ୱର,୮।୪:ଦେଶର ପ୍ରମୁଖ ଅଟୋମୋବାଇଲ କମ୍ପାନୀ ତଥା ହ୍ୟୁଣ୍ଡାଇ ମୋଟର ଇଣ୍ଡିଆ ଲିମିଟେଡ୍‌(ଏଚ୍‌ଏମ୍‌ଆଇଏଲ୍‌)ର ସାମାଜିକ ପ୍ରତିଷ୍ଠାନ ହ୍ୟୁଣ୍ଡାଇ ମୋଟର ଇଣ୍ଡିଆ ଫାଉଣ୍ଡେଶନ (ଏଚ୍‌ଏମ୍‌ଆଇଏଫ୍‌) ଦ୍ୱାରା ସାମାଜିକ କଲ୍ୟାଣ ଏବଂ ମାନବିକତା ମୂଲ୍ୟବୋଧର ପ୍ରତିଶ୍ରୁତିବଦ୍ଧ ଅନ୍ତର୍ଗତ ‘ସ୍ପର୍ଶ ସଞ୍ଜୀବନୀ’ ପ୍ରୟାସ ଜାରି ରହିଛି। ୨୦୨୧ରେ ଆରମ୍ଭ ହୋଇଥିବା ଏହି ପ୍ରୟାସ ଭାରତର ୭ଟି ରାଜ୍ୟର ଗ୍ରାମାଞ୍ଚଳରେ ୧.୫ ନିୟୁତରୁ ଅଧିକ ଲୋକଙ୍କୁ ସୁଲଭ ସ୍ବାସ୍ଥ୍ୟ ସେବା ଉପଲବ୍ଧ କରାଇପାରିଛି।
ସେହିଭଳି ଉକ୍ତ ସେବା ହରିୟାଣା, ରାଜସ୍ଥାନ, ଉତ୍ତରପ୍ରଦେଶ, ଗୁଜରାଟ ଓ ଓଡ଼ିଶା ସମେତ ଭାରତର ୭ଟି ରାଜ୍ୟରେ ୩୫ଟି ଟେଲି ମେଡିସିନ କ୍ଲିନିକ ଏବଂ ମୋବାଇଲ ମେଡିକାଲ ୟୁନିଟ୍‌ ସହିତ ସ୍ବତନ୍ତ୍ର ସ୍ବାସ୍ଥ୍ୟସେବା ପାଇଁ ସହଜ, ସୁଲଭ ତଥା ନିର୍ଭରଯୋଗ୍ୟ ସୁବିଧା ପ୍ରଦାନ କରିଥାଏ।
ଏ ସମ୍ପର୍କରେ ଏଚ୍‌ଏମ୍‌ଆଇଏଲ୍‌ର ଏଭିପି ଆଣ୍ଡ ଭର୍ଟିକାଲ ହେଡ୍‌ (କର୍ପୋରେଟ ଆଫେୟାର୍ସ) ପୁନିତ ଆନନ୍ଦ କହିଥିଲେ, ସାମାଜିକ ଗୋଷ୍ଠୀଙ୍କର କଲ୍ୟାଣ ତଥା ସ୍ବାସ୍ଥ୍ୟସେବା ସୁବିଧା ପାଇଁ ଆମର ପ୍ରତିବଦ୍ଧତା ସହିତ ଭାରତର ଗ୍ରାମାଞ୍ଚଳରେ ବଞ୍ଚତ୍ିତ ଗୋଷ୍ଠୀଙ୍କ ପାଇଁ ସହଜ ତଥା ସୁବିଧାଜନକ ସ୍ବାସ୍ଥ୍ୟସେବା ଯୋଗାଇବାକୁ ଆମେ ଲକ୍ଷ୍ୟ ରଖିଛୁ। ଏପରିକି ଏହି ସେବାଗୁଡିକ ବିସ୍ତାର କରି ଆମେ ମୌଳିକ ସ୍ବାସ୍ଥ୍ୟସେବା ଅଭାବ ଭୋଗୁଥିବା ଲୋକଙ୍କ ଜୀବନରେ ଏକ ଅର୍ଥପୂର୍ଣ୍ଣ ପରିବର୍ତ୍ତନ ଆଣିବାକୁ ଚେଷ୍ଟା କରୁଛୁ। ସେହିପରି ଏଚ୍‌ଏମ୍‌ଆଇଏଫ୍‌ ଏହି ପ୍ରମାଣିତ ମଡେଲକୁ ୭ଟି ଅଧିକ ଅଞ୍ଚଳରେ ୧୫ଟି ଟେଲି ମେଡିସିନ ସେଣ୍ଟର ଏବଂ ୧୦ଟି ମୋବାଇଲ ମେଡିକାଲ ୟୁନିଟ ଜମ୍ମୁ-କଶ୍ମୀର, ପଞ୍ଜାବ, ହିମାଚଳ ପ୍ରଦେଶ, ମହାରାଷ୍ଟ୍ର, ତାମିଲନାଡୁ, କର୍ନାଟକ ଏବଂ କେରଳଠାରେ ଆରମ୍ଭ କରିବାକୁ ଯୋଜନା କରିଛି। ଏପରିକି ୧୪ଟି ଅଞ୍ଚଳ, ୫୦ଟି ଟେଲି ମେଡିସିନ କେନ୍ଦ୍ର ଏବଂ ୧୦ଟି ମୋବାଇଲ ମେଡିକାଲ ୟୁନିଟ୍‌ ମାଧ୍ୟମରେ ଏଚ୍‌ଏମ୍‌ଆଇଏଫ୍‌ ଅଧିକ ଲୋକ ଏବଂ ଗୋଷ୍ଠୀଙ୍କୁ ଉପକୃତ କରାଇବା ସହିତ ସମସ୍ତଙ୍କ ପାଇଁ ଗୁଣାତ୍ମକ ସ୍ବାସ୍ଥ୍ୟସେବା ଉପଲବ୍ଧ କରାଇବାକୁ ସୁନିଶ୍ଚିତ କରିବ।