ସୁଲଭ ମୂଲ୍ୟରେ ପୁରୀରେ ରହଣି ସୁବିଧା: ୧୦୦ରୁ ୧୫୦ ଟଙ୍କାରେ ରହିପାରିବେ ଭକ୍ତ

ପୁରୀ ଅଫିସ,୨୦ା୧୨: ପୁରୀ ସହରରେ ଏବେ ଭକ୍ତଙ୍କୁ ସୁଲଭ ମୂଲ୍ୟରେ ରହଣି ସୁବିଧା ମିଳିବ। ମାତ୍ର ୧୦୦ରୁ ୧୫୦ଟଙ୍କା ମଧ୍ୟରେ ଏହି ସୁବିଧା ଯୋଗାଇ ଦିଆଯିବ। ଭକ୍ତ ନିବାସ ନିର୍ମାଣ କରାଯାଇ ଏକକାଳୀନ ୪ରୁ ୫ହଜାର ଲୋକଙ୍କୁ ଯେପରି ଏହି ସୁବିଧା ମିଳିପାରିବ, ସେନେଇ ଶନିବାର ଶ୍ରୀଜଗନ୍ନାଥ ମନ୍ଦିର କାର୍ଯ୍ୟାଳୟରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଗୁରୁତ୍ୱ ଦିଆଯାଇଛି।

ଦେଶରେ ପୁରୀ ଏକ ଅଗ୍ରଣୀ ତୀର୍ଥକ୍ଷେତ୍ର ହୋଇଥିବାରୁ ପ୍ରତ୍ୟହ ବହୁସଂଖ୍ୟକ ଶ୍ରଦ୍ଧାଳୁ ଏଠାକୁ ଆସନ୍ତି। ପୂର୍ବରୁ ଏଠାରେ ଥିବା ଭକ୍ତନିବାସରେ ଭକ୍ତମାନେ ରହୁଛନ୍ତି ସତ, ମାତ୍ର ସମସ୍ତଙ୍କ ପକ୍ଷେ ବ୍ୟୟ ସାପେକ୍ଷ ରହଣି ସମ୍ଭବ ହେଉନାହିଁ। ତେଣୁ ଭକ୍ତଙ୍କ ପାଇଁ କିଭଳି କମ୍‌ ମୂଲ୍ୟରେ ରାତ୍ରିଯାପନ ଲାଗି ଏକ ଶଯ୍ୟା ବ୍ୟବସ୍ଥା କରାଯାଇପାରିବ ସେନେଇ ପ୍ରଶାସନ ଆଲୋଚନା କରିଛି। ଏଥିପାଇଁ ଏକ ଜମି ଚିହ୍ନଟ ହୋଇସାରିଛି।

ସ୍ଥାନୀୟ ବାସେଳି ସାହି ଥାନା ନିକଟ ଏକ ଜମିରେ ଏହି ଭକ୍ତ ନିବାସ ନିର୍ମାଣ କରିବା ପାଇଁ ଜିଲା ଓ ଶ୍ରୀମନ୍ଦିର ପ୍ରଶାସନ ଯୋଜନା କରୁଛି। ଅନ୍ୟପକ୍ଷରେ ପାର୍କିଂ ସମସ୍ୟା ଦୂର କରିବା ପାଇଁ ଜିଲା ପ୍ରଶାସନ ଜେଲ ରୋଡ୍‌ ପାର୍କିଂସ୍ଥଳୀ କାର୍ଯ୍ୟକୁ ଧାର୍ଯ୍ୟ ସମୟରେ ସାରିବା ଲାଗି ଜୋର ଦେଇଛି। ଜେଲ୍‌ ରୋଡଠାରେ ୧୨ଶହ କାର୍‌ ପାର୍କିଂ କରିବା ନେଇ ବ୍ୟବସ୍ଥା ହେଉଛି। ଏହାବ୍ୟତୀତ ଅନ୍ୟ କେତେକ ସ୍ଥାନରେ ମଧ୍ୟ ପାର୍କିଂସ୍ଥଳୀ ନିର୍ମାଣ କରାଯାଉଛି। ପୁରୀକୁ ଏକ ବିଶ୍ୱସ୍ତରୀୟ ହେରିଟେଜ ଭାବେ ବିକଶିତ କରିବାକୁ ହେଲେ ପାର୍କିଂକୁ ଅଗ୍ରାଧିକାର ଦିଆଯିବା ଆବଶ୍ୟକ ବୋଲି ଜିଲା ପ୍ରଶାସନ ସ୍ପଷ୍ଟ କରିଛି। ବୈଠକରେ ସହରରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରାଯାଇଥିଲା। ପୁରୀ ସ୍ବର୍ଗଦ୍ୱାର ବିକାଶ ଓ ନବୀକରଣ ପ୍ରକଳ୍ପ, ଲୋକନାଥ ମନ୍ଦିର ଚତୁଃପାର୍ଶ୍ୱ କାର୍ଯ୍ୟ, ଶ୍ରୀମନ୍ଦିର ସୌନ୍ଦର୍ଯ୍ୟକରଣ ପ୍ରକଳ୍ପ ଓ ପୁଷ୍କରିଣୀ ସୌନ୍ଦର୍ଯ୍ୟକରଣ କାର୍ଯ୍ୟକୁ ତ୍ୱରାନ୍ବିତ କରିବା ଉପରେ ବୈଠକରେ ମତ ପ୍ରକାଶ ପାଇଛି। ବୈଠକରେ ଜିଲାପାଳ ବଲୱନ୍ତ ସିଂ, ଉପଜିଲାପାଳ ଭବତାରଣ ସାହୁ ଏବଂ ଅନ୍ୟ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri