ଜୀବନ ଜୀବିକା ଦୋଛକିରେ ଜିଲାବାସୀ

କେନ୍ଦ୍ରାପଡ଼ା ଅଫିସ, ୨୪।୪: ଶନିବାର ଓ ରବିବାର ଦୁଇଦିନ ଧରି କେନ୍ଦ୍ରାପଡ଼ା ଓ ପଟ୍ଟାମୁଣ୍ଡାଇ ସହରାଞ୍ଚଳରେ କରୋନା ସଂକ୍ରମଣକୁ ରୋକିବାକୁ ସପ୍ତାହାନ୍ତ କଟକଣା ଶୁକ୍ରବାର ରାତ୍ରି କର୍ଫୁରୁ ଏକ ପ୍ରକାର ଆରମ୍ଭ ହୋଇଛି। ସହର ମଧ୍ୟରେ ଦୋକାନ ବଜାର ବନ୍ଦ ରହିବା ସହ ରାତ୍ରିକାଳୀନ କର୍ଫୁକୁ ମାନିବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି। ଅପରପକ୍ଷରେ ଜିଲାକୁ ୧୦ ଦିନ ପୂର୍ବରୁ ପ୍ରବାସୀଙ୍କ ସୁଅ ଛୁଟିଛି। ସେହି ପରିମାଣରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇଛି। ପ୍ରବାସୀଙ୍କ ଘରକୁ ଫେରିବା ଓ କରୋନା କଟକଣା ଏବେ ଜିଲାବାସୀଙ୍କ ଜୀବନ ଜୀବିକାକୁ ପ୍ରଭାବିତ କରିଛି। କର୍ମ ନିଯୁକ୍ତି ଓ ପରିବାର ଭରଣପୋଷଣ ଦୂରରେ ଜିଲାବାସୀ ଅଛନ୍ତି। କରୋନା କଟକଣା ମଧ୍ୟରେ ଜିଲାର ଛୋଟ ବ୍ୟବସାୟ ବନ୍ଦ ହୋଇଯିବ ବୋଲି ବ୍ୟବସାୟୀ ଓ ସ୍ଥାନୀୟ ଅଞ୍ଚଳବାସୀ ଆଶଙ୍କା ପ୍ରକଟ କରିଛନ୍ତି।
ସାମାଜିକ କର୍ମୀ ଅମରବର ବିଶ୍ୱାଳ, ଡ. ପି.ଏନ. ଗୌରାଙ୍ଗ, ସାମାଜିକ କର୍ମୀ ସୁନୀଲ କୁମାର ଗନ୍ତାୟତ, ପ୍ରତାପ କୁମାର ପାଢ଼ୀ ପ୍ରମୁଖ କହିଛନ୍ତି, ଜିଲାରେ ୨୦୨୦ ଏପ୍ରିଲ ୭ରୁ ଅଦ୍ୟାବଧି ୯,୫୫୩ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛି। ଏଥିମଧ୍ୟରୁ ୩୨୧ଜଣ ଏବେ ଚିକିତ୍ସାଧୀନ ଅଛନ୍ତି। ୭ ଦିନର ହିସାବ ଅନୁଯାୟୀ ୨୪୦ଜଣ ସଂକ୍ରମିତ ଚିହ୍ନଟ ହେଲେଣି। ଅପରପକ୍ଷରେ ଗତବର୍ଷ କରୋନା ସଂକ୍ରମଣ ସମୟରେ ଜିଲାକୁ ମୋଟ ୧୦,୭୬୮ ଜଣ ପ୍ରବାସୀ ଆସିଥିବା ପଞ୍ଜୀକୃତ ହୋଇଥିବା ବେଳେ ବେସରକାରୀ ସୂତ୍ରରୁ ପ୍ରାୟ ୩ ଲକ୍ଷ ପ୍ରବାସୀ ଘରକୁ ଫେରିଥିଲେ। ସପ୍ତାହକ ମଧ୍ୟରେ ଜିଲାକୁ ଅନୂ୍ୟନ ୨୦ ହଜାର ପ୍ରବାସୀ ଫେରିଛନ୍ତି। କୋଲକାତା, ଗୁଜରାଟ, ଛତିଶଗଡ଼, କର୍ନାଟକ, କେରଳ, ଆନ୍ଧ୍ରପ୍ରଦେଶ ଆଦି ରାଜ୍ୟରୁ ଏମାନେ ଆସିଥିବାବେଳେ ଗତବର୍ଷ ପରି ଅସ୍ଥାୟୀ ସଙ୍ଗରୋଧ କେନ୍ଦ୍ରର ସୁବିଧା ପାଇନାହାନ୍ତି। ସଂକ୍ରମଣଜନିତ ଆଶଙ୍କା ଥିବାବେଳେ କର୍ମ ନିଯୁକ୍ତି ଏକ ସମସ୍ୟା ସୃଷ୍ଟି କରିବ। ସେହିପରି ରାଜ୍ୟ ସରକାରଙ୍କ ପଶ୍ଚିମବଙ୍ଗ କଟକଣା ଜିଲାର ଛୋଟ ବଡ଼ ବ୍ୟବସାୟକୁ ପ୍ରଭାବିତ କରିବ। ଜିଲାର ଅଧିକାଂଶ ବ୍ୟବସାୟ ପାଇଁ କୋଲକାତାରୁ ସାମଗ୍ରୀ ଆସେ। କପଡ଼ା, ପୋଷାକଠାରୁ ଆରମ୍ଭ କରି ରମଜାନ ମାସର ଫଳ ପର୍ଯ୍ୟନ୍ତ ଜିଲାର ବ୍ୟବସାୟୀ କୋଲକାତା ବଜାର ଉପରେ ନିର୍ଭର କରିଥାନ୍ତି। ତେବେ ପଶ୍ଚିମବଙ୍ଗରେ କରୋନାର ଟ୍ରିପଲ ମ୍ୟୁଟାଣ୍ଟ ଚିହ୍ନଟ ପରେ ରାଜ୍ୟ ସରକାର କଟକଣା ଜାରି କରିଛନ୍ତି। ସେହି ଅଞ୍ଚଳକୁ ଯିବାକୁ କୌଣସି କଟକଣା ନ ଥିବା ବେଳେ ଆସିବା ପରେ ୧୪ ଦିନ ବାଧ୍ୟତାମୂଳକ ସଙ୍ଗରୋଧ ନିୟମରେ ରହିବାକୁ ନିର୍ଦ୍ଦେଶନାମା ଜାରି ହୋଇଛି। ଏପରି କି ୪୮ ଘଣ୍ଟା ମଧ୍ୟରେ ପରୀକ୍ଷା ହୋଇଥିବା ରିପୋର୍ଟରେ ନେଗେଟିଭ କିମ୍ବା କରୋନା ଟିକାର ଦୁଇ ଡୋଜ ନେଇ ନ ଥିବା ଲୋକଙ୍କୁ ଗୃହ ମଧ୍ୟକୁ ପ୍ରବେଶ ନିଷିଦ୍ଧ ହୋଇଛି। ଏପରିସ୍ଥିତିରେ ଜିଲାର ଛୋଟ ବ୍ୟବସାୟୀ କୋଲକାତା ଯିବାକୁ ସାହସ କୁଳାଇ ପାରୁନାହାନ୍ତି। ସେହିପରି ଆନ୍ତଃରାଜ୍ୟ କଟକଣା ଯୋଗୁ କୋଲକାତା ବ୍ୟବସାୟୀ ଜିଲାକୁ ସାମଗ୍ରୀ ପଠାଇବା ସହଜ ହେଉନାହିଁ। କାରଣ କୋଲକାତାରୁ ବସ୍‌ ଚଳାଚଳ ବନ୍ଦ ରହିଛି। ଗୋଟିଏ ପଟରେ ସପ୍ତାହାନ୍ତ କଟକଣା ଓ ରାତ୍ରିକାଳୀନ କର୍ଫ୍ୟୁ ଥିବାବେଳେ ଜିଲାରେ ଚାହିଦା ମୁତାବକ ସାମଗ୍ରୀ ନ ପହଞ୍ଚତ୍ବା ଜୀବନ ଜୀବିକାକୁ ଦୋଛକିରେ ଛିଡା କରିଥିବା ସେମାନେ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ଏଡିଏମ୍‌ ବସନ୍ତ କୁମାର ରାଉତ କହିଛନ୍ତି, ଜିଲାରେ କଟକଣା ସତ୍ତ୍ୱେ ଅତ୍ୟାବଶ୍ୟକ ସାମଗ୍ରୀର ପରିବହନକୁ ବନ୍ଦ କରାଯାଇନାହିଁ। ସେହିପରି ପ୍ରବାସୀଙ୍କ ପଞ୍ଜୀକରଣ ବ୍ୟବସ୍ଥା କିଛିଦିନ ମଧ୍ୟରେ ଆରମ୍ଭ ହେବ। ଛତା ଓ ପଟ୍ଟାମୁଣ୍ଡାଇଠାରେ କୋଭିଡ ଚିକିତ୍ସାଳୟ ଆରମ୍ଭ ହୋଇଥିବାରୁ ସଂକ୍ରମିତଙ୍କ ଚିକିତ୍ସା ବ୍ୟବସ୍ଥାରେ ସୁଧାର ଆସିବ ବୋଲି ସେ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ରନ୍ଧନ ଗ୍ୟାସ ସିଲିଣ୍ଡର ପିଛା ନେଉଥିଲେ ୩୦୦୦ ଟଙ୍କା, ଯୋଗାଣ ବିଭାଗର ଚଢ଼ାଉ, ଜବତ ହେଲା ୪୧…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର):  ଗଞ୍ଜାମ ଜିଲାରେ ରନ୍ଧନ ଗ୍ୟାସର କୃତ୍ରିମ ଅଭାବ ସୃଷ୍ଟି କରି ଚଢ଼ା ଦରରେ ବିକ୍ରି କରୁଥିବା ଅଭିଯୋଗରେ ଯୋଗାଣ ବିଭାଗ…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri