ଆଦ୍ୟାଶା ‘ମିସ୍‌ ଓଡ଼ିଶା’, ଜୟାନୀ ‘ଟିନ୍‌ ମିସ୍‌ ଓଡ଼ିଶା

ଭୁବନେଶ୍ୱର,୧୭।୪(ବ୍ୟୁରୋ): ଓଡ଼ିଶା ଫ୍ୟାଶନ ଭିଲ୍ଲା ପକ୍ଷରୁ ‘କଳିଙ୍ଗ ରାଜକୁମାରୀ’ ରବିବାର ନିକୋପାର୍କ ନିକଟ ୯ ଷ୍ଟ୍ରିଟ୍‌ କନ୍‌ଭେନ୍‌ଶନ୍‌ ହଲ୍‌ରେ ଅନୁଷ୍ଠିତ ହୋଇଯାଇଛି। ଆଦ୍ୟାଶା ପ୍ରିୟଦର୍ଶିନୀ ‘ଦି ମିସ୍‌ ଓଡ଼ିଶା’ ମୁକୁଟ ପିନ୍ଧିଥିବାବେଳେ ଅନନ୍ୟା ବିଶ୍ୱାଳ ରନର୍ସ ଅପ୍‌ ହୋଇଛନ୍ତି। ସେହିପରି ଜୟାନୀ ସାହୁ ‘ଟିନ୍‌ ମିସ୍‌ ଓଡ଼ିଶା’ ବିଜୟିନୀ ହୋଇଥିବାବେଳେ ଏହି ବର୍ଗରେ ପ୍ରତ୍ୟାଶା ସାମଲ ରନର୍ସ ଅପ୍‌ ହୋଇଛନ୍ତି। ପୂର୍ବରୁ ୩ଟି ରାଉଣ୍ଡ୍‌ରେ ମୋଟ ୭୦ଜଣ ଭାଗ ନେଇଥିଲେ। ରବିବାର ଶାଢ଼ୀ ଓ ଗାଉନ୍‌ ରାଉଣ୍ଡରେ ର଼୍ୟାମ୍ପ ୱାକ୍‌ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ୧୬ଜଣ ପ୍ରତିଯୋଗୀ ଥିଲେ। ମିସ୍‌ ଓ କିଶୋର ଆଦି ୨ଟି ବର୍ଗରୁ ବିଜେତାଙ୍କୁ ଚୟନ କରାଯାଇଥିଲା। ଅନ୍ୟ ୧୨ଜଣଙ୍କୁ ବିଭିନ୍ନ ବର୍ଗରେ ୧୨ଟି ସବ୍‌ଟାଇଟଲ୍‌ ଦିଆଯାଇଛି। ବିଚାରକ ଭାବେ ପୁନମ ପାଠକ ଓ ଚନ୍ଦନା ଦାସ ରହିଥିଲେ। ଏହି କାର୍ଯ୍ୟକ୍ରମ ନ୍ୟାଶନାଲ ପ୍ୟାଜେଣ୍ଟ କୋଚ୍‌ ତଥା ଓଡ଼ିଶା ଫ୍ୟାଶନ ଭିଲ୍ଲାର ପ୍ରତିଷ୍ଠାତା ଅଭିଜିତ ମହାନ୍ତିଙ୍କ ଦ୍ୱାରା ପରିଚାଳିତ ହୋଇଥିଲା।