ଆଇନଜୀବୀ ବାଳକୃଷ୍ଣଙ୍କ ପରଲୋକ: ଝୁରୁଛି ଗାଁ ମାଟି

ଭଞ୍ଜନଗର, ୭।୧୧ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଅନ୍ତର୍ଗତ କଇଣ୍ଡି ଗ୍ରାମର ଯୁବ ଆଇନଜୀବୀ ତଥା ସରକାରୀ ଓକିଲ ବାଳକୃଷ୍ଣ ପୋଲାଇ (୫୦)ଙ୍କ ଶନିବାର ପରଲୋକ ଘଟିଛି। ସେ ବ୍ରହ୍ମପୁର ଓକିଲ ସଂଘର ସଦସ୍ୟ ଥିବା ସହ ଏଜିପି (ସହକାରୀ ସରକାରୀ ଓକିଲ) ଭାବେ କାର୍ଯ୍ୟରତ ଥିଲେ। ତାଙ୍କର ଅକାଳ ବିୟୋଗରେ ବ୍ରହ୍ମପୁର ସାଂସଦ ପ୍ରଦୀପ କୁମାର ପାଣିଗ୍ରାହୀ, ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ, ଭଞ୍ଜନଗର ବାର୍‌ ଆସୋସିଏସନ୍‌ର ସଭାପତି ସନ୍ତୋଷ ନାୟକ, ସମ୍ପାଦକ ଧୀରେନ ସ୍ୱାଇଁଙ୍କ ସମେତ ବହୁ ବ୍ୟକ୍ତି ଗଭୀର ଶୋକବ୍ୟକ୍ତ କରିଛନ୍ତି।

ସୂଚନାନୁଯାୟୀ, ବାଳକୃଷ୍ଣ ଶୁକ୍ରବାର ନିଜ ଗ୍ରାମକୁ ଆସିଥିଲେ। ରାତିରେ ଖାଇସାରି ଶୋଇଥିଲେ। ଶନିବାର ସକାଳେ ସେ ନ ଉଠିବାରୁ ପରିବାର ସଦସ୍ୟ ତାଙ୍କୁ ଉଠାଇବାକୁ ଯାଇଥିଲେ। ଏହି ସମୟରେ ସେ ମୃତ୍ୟୁବରଣ କରିଥିବା ଜଣାପଡ଼ିଥିଲା। ପରେ ଗ୍ରାମ ଶ୍ମଶାନରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା। ହୃଦ୍‌ଘାତ ଯୋଗୁ ତାଙ୍କର ଅକାଳ ବିୟୋଗ ଘଟିଥିବା ଅନୁମାନ କରାଯାଉଛି।

Dharitri – Odisha’s No.1 Odia Daily

Share