ଭୟଭୀତ ନ ହେବାକୁ ପରାମର୍ଶ

ବାଲେଶ୍ୱର ଅଫିସ, ୭ା୫ ଓଡ଼ିଶାର ପ୍ରମୁଖ ଉପକୂଳବର୍ତ୍ତୀ ଜିଲା ମଧ୍ୟରୁ ବାଲେଶ୍ୱରବାସୀ ଅନେକ ପ୍ରାକୃତିକ ଦୈବ ଦୁର୍ବିପାକକୁ ସାମ୍ନା କରିଛନ୍ତି। ତେବେ ସମ୍ଭାବ୍ୟ ବାତ୍ୟାକୁ ନେଇ ଜିଲା ପ୍ରଶାସନ ପ୍ରସ୍ତୁତ ଥିବା ବେଳେ ତାହାକୁ କିଭଳି ମୁକାବିଲା କରାଯାଇପାରିବ ତାକୁ ନେଇ ସମସ୍ତେ ପ୍ରସ୍ତୁତ ରହିଛନ୍ତି। ଜିଲାକୁ ୮୧ କି.ମି. ବ୍ୟାପୀ ସମୁଦ୍ର ଘେରିରହିଥିବା ବେଳେ ପ୍ରାକୃତିକ ବିପର୍ଯ୍ୟୟ ହେଲେ ସାଧାରଣତଃ ୧୨ଟି ବ୍ଲକରୁ ୬ଟି ବ୍ଲକ ଅଧିକ ମାତ୍ରାରେ ପ୍ରଭାବିତ ହୋଇଥାଏ। ସେହିଭଳି ଅନେକ ପରିମାଣର ଚାଷଜମି ମଧ୍ୟ ପ୍ରଭାବିତ ହୁଏ। ପ୍ରତିବର୍ଷ ଭଳି ପୁଣି ଏକ ଦୁର୍ବିପାକକୁ ସାମ୍ନା କରୁଛି ଜିଲା। ସେଥିପାଇଁ ଜିଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। ଜିଲାପାଳଙ୍କ ସମେତ ଜିଲାର ବିଭିନ୍ନ ବିଭାଗର ଅଧିକାରୀ ଏସ୍‌ଆର୍‌ସିଙ୍କ ସହ ଆଭାସୀ ଯୋଗେ ଆଲୋଚନା ପରେ କିଭଳି ବାତ୍ୟା ମୁକାବିଲା କରାଯାଇପାରିବ ସେନେଇ ଆରମ୍ଭ ହୋଇଯାଇଛି ପୂର୍ବପ୍ରସ୍ତୁତି। ଅନ୍ୟପଟେ ବାତ୍ୟାକୁ ନେଇ ପ୍ରତିବର୍ଷ ସମୁଦ୍ର ତଟବର୍ତ୍ତୀ ଲୋକେ ବିଶେଷମାତ୍ରାରେ ପ୍ରଭାବିତ ହେଉଥିବା ବେଳେ ଯଦି ବାତ୍ୟା ହୁଏ କିଭଳି ସେମାନଙ୍କୁ ବାତ୍ୟା, ବନ୍ୟା ଏବଂ ବହୁମୁଖୀ ଆଶ୍ରୟସ୍ଥଳରେ ଥଇଥାନ କରାଯାଇପାରିବ ସେଥିପ୍ରତି ପ୍ରଶାସନ ପ୍ରସ୍ତୁତ ହେଲାଣି। ସେହିଭଳି ସମୁଦ୍ରକୂଳିଆ ଅଞ୍ଚଳ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ମାଛ ମାରିବାକୁ ନ ଯିବାକୁ ନିର୍ଦ୍ଦେଶ ଦିଆଯାଇଛି।
ସମ୍ଭାବ୍ୟ ବାତ୍ୟାକୁ ନେଇ ଅଗ୍ନିଶମ, ଏନ୍‌ଡିଆରଏଫ୍‌ ଓ ଓଡ୍ରାଫ ପ୍ରସ୍ତୁତ ରହିଛି। ଜିଲାରେ ବାତ୍ୟାର ପ୍ରଭାବ କଣ ରହିବ ସ୍ପଷ୍ଟ ହୋଇ ନ ଥିଲେ ମଧ୍ୟ ଉଦ୍ଧାରକାରୀ ଦଳ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଏନେଇ ଅଗ୍ନିଶମ ବିଭାଗ ପକ୍ଷରୁ ୧୨ଟି ବ୍ଲକରେ ଥିବା ସମସ୍ତ ଅଗ୍ନିସେବା କେନ୍ଦ୍ରରେ ଗୋଟିଏ ମଇକ୍ରୋ ଟିମ୍‌ ଗଠନ କରି ରଖାଯାଇଥିବା ବେଳେ ଜିଲା ମୁଖ୍ୟାଳୟରେ ଦୁଇଟି ଟିମ୍‌ ପ୍ରସ୍ତୁତ ଅଛନ୍ତି। ଏମାନେ ଆବଶ୍ୟକ ପଡ଼ିଲେ ତୁରନ୍ତ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହେବେ। ସେହିପରି ଅଗ୍ନିଶମ ବିଭାଗ ସବୁକେନ୍ଦ୍ରରେ ଅତ୍ୟାବଶ୍ୟକ ଉପକରଣ ଆସ୍କାଲାଇଟ, ଗଛ କାଟିବା ଯନ୍ତ୍ର ଆଦି ମଧ୍ୟ ପ୍ରସ୍ତୁତ ଥିବା ଜିଲା ଅଗ୍ନିଶମ ଅଧିକାରୀ ପରେନ ସରେନ ପ୍ରକାଶ କରିଛନ୍ତି। ସେପଟେ ଜିଲାରେ ଗୋଟିଏ ଏନ୍‌ଡିଆରଏଫ୍‌ ବାଟାଲିୟନ ଓ ୪ ଓଡ୍ରାଫ ଟିମ୍‌ ମଧ୍ୟ ପ୍ରସ୍ତୁତ ରହିଛନ୍ତି। ଅନ୍ୟପଟେ ଜିଲା ଯୋଗାଣ ବିଭାଗ ପକ୍ଷରୁ ମଧ୍ୟ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। କଳାବଜାରୀ ରୋକିବାକୁ ବିଭିନ୍ନ ସ୍କ୍ବାଡ୍‌ ଗଠନ କରାଯାଇଛି। ପ୍ରଚୁର ପରିମାଣର ଚୁଡ଼ା ଓ ଗୁଡ଼ ମହଜୁଦ ରହିଛି। କଳାବଜାରୀ ଓ ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧି ନିୟନ୍ତ୍ରଣ ଉପରେ ଧ୍ୟାନ ରଖାଯାଇଥିବା ଜିଲା ଯୋଗାଣ ବିଭାଗ ଅଧିକାରୀ ପ୍ରଦ୍ୟୁମ୍ନ କୁମାର ରାଉତରାୟ ପ୍ରକାଶ କରିଛନ୍ତି। ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ କହିଛନ୍ତି, ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ଜିଲା ପ୍ରଶାସନ ପ୍ରସ୍ତୁତ ରହିଛି। ଏନେଇ ଗୁରୁବାର ଏସ୍‌ଆର୍‌ସିଙ୍କ ସହ ଆଲୋଚନା ହୋଇଛି। ବାତ୍ୟା ମୁକାବିଲା ପାଇଁ ପ୍ରାଥମିକ ସ୍ତରରେ ଯେଉଁସବୁ ପଦକ୍ଷେପ ନେବାକୁ ହେବ ସେନେଇ ଜିଲା ପ୍ରଶାସନ ପ୍ରସ୍ତୁତି ଆରମ୍ଭ କରିଦେଇଛି। ଏଥିସହ ବିଦ୍ୟୁତ, ଜଳ ଆଦି ବିଭାଗକୁ ସଜାଗ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ବିଭିନ୍ନ ସ୍ଥାନରେ ଥିବା ବାତ୍ୟା ଆଶ୍ରୟସ୍ଥଳୀଗୁଡ଼ିକ ପ୍ରସ୍ତୁତ କରି ରଖିବା ପାଇଁ ପଦକ୍ଷେପ ନିଆଯାଇଛି। ବାତ୍ୟାକୁ ନେଇ ଲୋକମାନେ ଭୟଭୀତ ନ ହେବାପାଇଁ ପରାମର୍ଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଜିଠୁ ନୂଆ ସୁଭଦ୍ରା ଆବେଦନ: ଜାଣନ୍ତୁ କେମିତି କରିବେ

ଭୁବନେଶ୍ୱର,୧ା୪(ସୁଚିସ୍ମିତା ସାହୁ):ସୁଭଦ୍ରା ଯୋଜନାରେ ନୂଆ ଆବେଦନକାରୀମାନେ ଏପ୍ରିଲ ୧ ବୁଧବାରଠାରୁ ପଞ୍ଜୀକରଣ କରିପାରିବେ। ସୁଭଦ୍ରା ପୋର୍ଟାଲ ମାଧ୍ୟମରେ ଏପ୍ରିଲ ୩୦ ପର୍ଯ୍ୟନ୍ତ ନୂତନ ଆବେଦନ କରାଯାଇପାରିବ। ଆବେଦନକାରୀଙ୍କ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

IAS ସ୍ତରରେ ଛୋଟ ଅଦଳବଦଳ: ଭାସ୍କର ଜ୍ୟୋତି ଶର୍ମାଙ୍କୁ ମିଳିଲା…

ଭୁବନେଶ୍ୱର,୩୧।୩: IAS ସ୍ତରରେ ଛୋଟ ଅଦଳବଦଳ କଲେ ରାଜ୍ୟ ସରକାର। ଭାସ୍କର ଜ୍ୟୋତି ଶର୍ମାଙ୍କୁ ଜଙ୍ଗଲ ଓ ପରିବେଶ ବିଭାଗ ପ୍ରମୁଖ ସଚିବ ଦାୟିତ୍ୱ ଦିଆଯାଇଥିବା ବେଳେ…

ଆପଣାଇଥିଲେ ଅନ୍ୟ ଧର୍ମ: ୧୭ ଘଣ୍ଟା ହେଲା ପଡ଼ିଛି ମୃତଦେହ, ଶ୍ମଶାନରେ ମିଳୁନି

ଉମରକୋଟ,୩୧।୩(ସନ୍ତୋଷ ଶତପଥୀ): ଦୀର୍ଘ ୧୭ ଘଣ୍ଟା ହେବ ଘରେ ପଡି ରହିଛି ମୃତଦେହ। ଏଭଳି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲାଉମରକୋଟ ଥାନା ପୂଜାରୀଭରଣ୍ଡୀ ଗ୍ରାମରେ ।…

କାମରେ ହେଲା କଥା କଟାକଟି, ଘରକୁ ଫେରିବା ବେଳେ ଛକିକି ହାଣିଲେ..

ବନ୍ତ,୩୧। ୧(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ଥାନା ଅଞ୍ଚଳରେ କଥାକଟାକଟିରୁ ଛୁରା ମାଡ଼ । ପୋଲିସ ଅଭିଯୋଗ ପାଇବା ପରେ ତଦନ୍ତ ଆରମ୍ଭ କରିଥିବା ବେଳେ…

ଓଡ଼ିଶାରେ SIR ସ୍ଥଗିତ, ଜାଣନ୍ତୁ କାହିଁକି…

ଭୁବନେଶ୍ୱର,୩୧।୩: Special Intensive Revision(SIR)କୁ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ(CEO )ମଙ୍ଗଳବାର ଏକ ବଡ଼ ସୂଚନା ଦେଇଥିଲେ। ବୁଧବାରଠାରୁ ଓଡ଼ିଶାରେ ହେବାକୁ ଥିବା SIRକୁ ସ୍ଥଗିତ…

ଗଞ୍ଜାମରେ ଲଜ୍ଜା: ପ୍ରେମିକାଙ୍କୁ ନିଶା ଦେଇ ଗଣବଳାତ୍କାର: ନାବାଳକ ପ୍ରେମିକଙ୍କୁ…

ବ୍ରହ୍ମପୁର, ୩୧।୩(ସୁବାସ ଚନ୍ଦ୍ର ପାଢୀ) : ପୁଣିଥରେ ଗଞ୍ଜାମରେ ଲଜ୍ଜା। ପ୍ରେମିକାଙ୍କୁ ନିଶା ଦେଇ ଗଣବଳାତ୍କାର ମାମଲାରେ ଗୋଷାଣୀନୂଆଗାଁ ପୋଲିସ ଦୁଇଜଣ ଅଭିଯୁକ୍ତକୁ ଗିରଫ କରିଛି। ସେମାନଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri