କେବଳ ପଞ୍ଜୀକୃତ ସଂସ୍ଥାଙ୍କୁ ମିଳିବ ବିଜ୍ଞାପନ ସୁବିଧା

ଭୁବନେଶ୍ୱର, ୩୦।୧୦ (ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ସହରର ସ୍ବଚ୍ଛତା ଏବଂ ସୌନ୍ଦର୍ଯ୍ୟକୁ ଅଧିକ ଗୁରୁତ୍ୱ ଦେଉଥିବାବେଳେ ବିଜ୍ଞାପନକୁ ବ୍ୟବସ୍ଥିତ କରିବାକୁ ଅଣ୍ଟା ଭିଡିଛି। ବିଜ୍ଞାପନ ପାଇଁ ଏକ ସମୀକ୍ଷା ଆଧାରିତ ପଦକ୍ଷେପ ନେଇଛନ୍ତି ବିଏମ୍‌ସି କର୍ତ୍ତୃପକ୍ଷ। ଏଣିକି ଯେକୌଣସି ବିଜ୍ଞାପନ ସଂସ୍ଥା ବିଏମ୍‌ସି ଅଞ୍ଚଳରେ ନିଜର ବିଜ୍ଞାପନ ମାରି ପାରିବେ ନାହିଁ। ଟ୍ୟାକ୍ସ ଅନ୍‌ ଆଡ୍‌ଭାଟାଇଜ୍‌ମେଣ୍ଟ ରେଗୁଲେଶନ୍‌-୨୦୦୬ ଅନୁଯାୟୀ, କେବଳ ପଞ୍ଜୀକୃତ ସଂସ୍ଥାଗୁଡ଼ିକ ବିଜ୍ଞାପନ ପ୍ରସାର ପାଇଁ ଯୋଗ୍ୟ ହେବେ। ଏଥିପାଇଁ ସଂସ୍ଥା ପକ୍ଷରୁ ଆବଶ୍ୟକ ନଥି, ସୂଚନା ଓ ସିକ୍ୟୁରିଟି ଦେୟ ସହ ଆବେଦନ କରାଯିବ। ବିଏମ୍‌ସି ଆବେଦନଗୁଡ଼ିକୁ ତର୍ଜମା କରିବା ପରେ ଯୋଗ୍ୟ ସଂସ୍ଥାଙ୍କୁ ଅନୁମତି ପ୍ରଦାନ କରିବ। ଆଇନ ଅନୁଯାୟୀ ଯେଉଁଗୁଡ଼ିକ ପଞ୍ଜୀକୃତ ସଂସ୍ଥା ଭାବେ କାର୍ଯ୍ୟ କରୁଥିବେ ଏବଂ ଯେକୌଣସି ପ୍ରକାର ବିଜ୍ଞାପନ ଯଥା ମୁଦ୍ରିତ, ବୈଦ୍ୟୁତିକ, ପ୍ରାମାଣିକ ଚିତ୍ର ଇତ୍ୟାଦିରେ ବିଜ୍ଞାପନ କରୁଥିବେ, କୌଣସି ପ୍ରକାରେ କଳା ତାଲିକାଭୁକ୍ତ ହୋଇ ନ ଥିବେ, ବିଏମ୍‌ସି ଇଲାକାରେ ନିଜର ବ୍ୟବସାୟ ପାଇଁ ଟ୍ରେଡ୍‌ ଲାଇସେନ୍ସ କରିଥିବେ, ସେମାନଙ୍କୁ ବିଜ୍ଞାପନ ପାଇଁ ଅନୁମତି ଦିଆଯିବ। କେଉଁ ସଂସ୍ଥା କେଉଁ ପ୍ରକାର ବିଜ୍ଞାପନ ପାଇଁ ଆଗ୍ରହୀ ସେମାନେ ସଂପୃକ୍ତ ବର୍ଗରେ ଆବେଦନ କରିବେ। ନିୟମ ଅନୁସାରେ ଚୟନ ହେବା ପରେ ଅନ୍ୟୁନ ୩ ବର୍ଷ ଯାଏ ନିଜର ବ୍ୟବସାୟ କରିବେ। ଏଥିସହ ସେମାନଙ୍କ ବ୍ୟବସାୟ କାଳ ବୃଦ୍ଧି କରାଯିବାର ସୁବିଧା ରହିଛି। ବିଏମ୍‌ସି କମିଶନର ବିଜୟ ଅମୃତା କୁଲାଙ୍ଗେଙ୍କ ନିର୍ଦ୍ଦେଶରେ ଏଭଳି କଡ଼ା ପଦକ୍ଷେପ ଗ୍ରହଣ କରାଯାଇଥିବାବେଳେ ଶନିବାର ଏ ନେଇ ନିର୍ଦ୍ଦେଶନାମା ଜାରି କରାଯାଇଛି।
ଏ ସମ୍ପର୍କରେ ବିଏମ୍‌ସିର ଅତିରିକ୍ତ କମିଶନର ବିନୟ କୁମାର ଦାଶ କହିଛନ୍ତି, ପୂର୍ବରୁ କେବଳ ଲାଇସେନ୍ସ ଦିଆଯାଇ ବିଜ୍ଞାପନ ଦିଆଯାଉଥିବାବେଳେ ଏବେ ଏହାକୁ ଆହୁରି ବ୍ୟବସ୍ଥିତ କରାଯାଇଛି। ମହାନଗର ନିଗମ ଅଞ୍ଚଳରେ କେଉଁ ସଂସ୍ଥାଗୁଡ଼ିକ କି ପ୍ରକାର ଓ କେତେ ପରିମାଣର ବିଜ୍ଞାପନ ଦେଇଛନ୍ତି, ତାହାର ଟିକିନିଖି ସୂଚନା ବିଏମ୍‌ସିକୁ ଦେବେ। ଏହାଦ୍ୱାରା ଏହାର ଜୋନ୍‌ ଭିତ୍ତିକ ଅନୁଧ୍ୟାନ ସମ୍ପୃକ୍ତ ଅଧିକାରୀଙ୍କ ତଦାରଖରେ କରାଯାଇ ସଂସ୍ଥାଗୁଡ଼ିକ ଦେଇଥିବା ସୂଚନାକୁ ସମୀକ୍ଷା କରାଯିବ। ସଂସ୍ଥାଗୁଡ଼ିକ କେତେ ପରିମାଣର ହିସାବ ଦେଇଛନ୍ତି ଏବଂ କ୍ଷେତ୍ର ବିଶେଷରେ ସ୍ଥିତି କ’ଣ, ତାହା ବିଏମ୍‌ସି ଯାଞ୍ଚ କରିବ। ଏଭଳି କରିବା ଦ୍ୱାରା ସରକାରଙ୍କ ୫-ଟି କାର୍ଯ୍ୟକ୍ରମ ଆଧାରରେ ବିଏମ୍‌ସି ଇଲାକାରେ କେତେଜଣ ବିଜ୍ଞାପନଦାତା ବିଏମ୍‌ସିଠାରୁ ଅନୁମତି ପାଇଛନ୍ତି ତାହା ସମସ୍ତ ନାଗରିକ ଜାଣିପାରିବେ। ସମସ୍ତ ସଂସ୍ଥାର ହିସାବ ପରେ ଅଧିକ ସଂଖ୍ୟକ ବିଜ୍ଞାପନ ପୋଷ୍ଟକୁ ବିଏମ୍‌ସି ଦ୍ୱାରା ଯାଞ୍ଚ କରାଯାଇ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଦିଗପହଣ୍ଡି ଏନଏସି କାଉନସିଲ ପକ୍ଷରୁ ପରିବର୍ଦ୍ଧିତ ସଭାରେ ଯୋଗଦେଲେ ବିଧାୟକ, ବିଦ୍ୟୁତ-ପାନୀୟ….

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲର ୨୨ ତମ ପରିବର୍ଦ୍ଧିତ ଆଲୋଚନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ LPG ଗ୍ୟାସ, କେତେ ଟଙ୍କା?

ଭୁବନେଶ୍ବର,୮।୪: ୫ କେଜିଆ ଗ୍ୟାସ ସିଲିଣ୍ଡର ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବଡ଼ ଘୋଷଣା କରିଛନ୍ତି । ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ ଏଲ୍‌ପିଜି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri