ଅଗ୍ରିମ ଟିକସ ଆଦାୟ ୧୭% ବଢ଼ିଛି

ନୂଆଦିଲ୍ଲୀ,୧୯।୯: ଦେଶର ବିକାଶ ଓ ଅର୍ଥନୈତିକ କାର୍ଯ୍ୟକଳାପ ପାଇଁ ଟିକସ ଆଦାୟ ଏକ ପ୍ରମୁଖ ଅଂଶ ବା ଭୂମିକା ନିର୍ବାହ କରିଥାଏ। ବିଶେଷକରି ରବିବାର କେନ୍ଦ୍ରୀୟ ବୋର୍ଡ ଅଫ୍‌ ଡାଇରେକ୍ଟ ଟ୍ୟାକ୍ସେସ୍‌ (ସିବିଡିଟି) ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ ଚଳିତ ବର୍ଷ ଏପ୍ରିଲ ୧ରୁ ସେପ୍ଟେମ୍ବର ୧୭ ମଧ୍ୟରେ ମିଳିତ ଅଗ୍ରିମ ଟିକସ ସଂଗ୍ରହ ପ୍ରଥମ ଏବଂ ଦ୍ୱିତୀୟ କିସ୍ତିରେ ୧୭% ବୃଦ୍ଧି ଘଟି ୨.୯୫ ଟ୍ରିଲିୟନ ଟଙ୍କା ଅତିକ୍ରମ କରିଛି। ଏପରି କି ଗତ ଆର୍ଥିକ ବର୍ଷର ଏହି ସମୟ ମଧ୍ୟରେ ଏହାର ପରିମାଣ ୨.୫୨ ଟ୍ରିଲିୟନ ଟଙ୍କା ରହିଥିଲା। ସେହିଭଳି ସରକାରୀ ସୂତ୍ର ଅନୁଯାୟୀ, ଉଭୟ କର୍ପୋରେଶନ ଏବଂ ବ୍ୟକ୍ତିଗତ ଅଗ୍ରିମ ଟିକସ ସଂଗ୍ରହ ଗତବର୍ଷ ତୁଳନାରେ ୧୦.୧% ବୃଦ୍ଧି ପାଇ ୧,୯୨,୬୦୦ କୋଟିରେ ପହଞ୍ଚତ୍ଛି। ସେହିଭଳି ଗତ ଜୁଲାଇରୁ ସେପ୍ଟେମ୍ବର ମଧ୍ୟରେ କର୍ପୋରେଶନ ଆଡ୍‌ଭାନ୍ସ ଟ୍ୟାକ୍ସ ବୃଦ୍ଧି ପାଇ (ମୋପ୍‌ ଅପ୍‌) ୧,୪୯,୨୪୨ କୋଟିରେ ପହଞ୍ଚତ୍ଛି, ଯାହାକି ପୂର୍ବ ବର୍ଷ ତୁଳନାରେ ୧୦.୨% ବୋଲି କୁହାଯାଉଛି। ଗତବର୍ଷ ଏହା ୧,୩୫,୩୪୭ କୋଟି ଟଙ୍କା ଥିଲା।

ଅପରପକ୍ଷରେ ଆଡ୍‌ଭାନ୍ସ ବ୍ୟକ୍ତିଗତ ଆୟକର ସଂଗ୍ରହ ୪୩,୩୫୮ କୋଟି ହୋଇଥିତ୍ଲା ବେଳେ ତାହା ୯.୫% ବୃଦ୍ଧି ପାଇଛି, ଯାହା ଏକ ବର୍ଷ ପୂର୍ବେ ୩୯,୫୯୨ କୋଟି ଟଙ୍କା ଥିଲା। ବିଶେଷକରି ମହାମାରୀ ପରେ ଅର୍ଥନୈତିକ କାର୍ଯ୍ୟକଳାପର ପୁନରୁତ୍ଥାନ ପ୍ରକ୍ରିୟାଗୁଡ଼ିକର ସରଳୀକରଣ ଉପରେ ଧ୍ୟାନ ଦେବା ଏବଂ ଟେକ୍ନୋଲୋଜିର ପ୍ରଭାବଶାଳୀ ବ୍ୟବହାର ମାଧ୍ୟମରେ ଟିକସ ଆଦାୟ ଉପରେ ସରକାର ଦୃଢ଼଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଫଳରେ ଆଡ୍‌ଭାନ୍ସ ଟ୍ୟାକ୍ସ ଆର୍ଥିକ ବର୍ଷ ଶେଷ ମଧ୍ୟରେ ୪ଟି କିସ୍ତିରେ ଆଦାୟ କରାଯାଏ। ଏପରି କି ଏହାକୁ ଅର୍ଥନୈତିକ ଭାବନାର ଏକ ସୂଚକ ଭାବେ ବିବେଚନା କରାଯାଏ।

ପ୍ରଥମ କିସ୍ତି କିମ୍ବା ୧୫% ଅଗ୍ରିମ ଟିକସ ଜୁନ୍‌ ୧୫ ସୁଦ୍ଧା ଏବଂ ଦ୍ୱିତୀୟଟି ସେପ୍ଟେମ୍ବର ୧୫ ସୁଦ୍ଧା (୩୦%) ଓ ତୃତୀୟଟି ଡିସେମ୍ବର ୧୫ ସୁଦ୍ଧା (୩୦%) ଏବଂ ବକେୟା ରାଶିଗୁଡିକ ମାର୍ଚ୍ଚ ୧୫ ସୁଦ୍ଧା ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି। ଚଳିତ ଆର୍ଥିକ ବର୍ଷ ପାଇଁ ନେଟ୍‌ ପ୍ରତ୍ୟକ୍ଷ ଟିକସ ସଂଗ୍ରହ (ଫେରସ୍ତର ନେଟ୍‌) ୨୩% ବୃଦ୍ଧି ହୋଇ ଏପ୍ରିଲ ୧ରୁ ସେପ୍ଟେମ୍ବର ୧୭ ମଧ୍ୟରେ ୭ ଟ୍ରିଲିୟନରୁ ଅଧିକ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

୨୬ ତାରିଖ ଯାଏ ବର୍ଷା, ୧୯ ଜିଲାକୁ ସତର୍କ ସୂଚନା

ଭୁବନେଶ୍ୱର,୨୦।୩(ବନ୍ଦନା ସେଠୀ): ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ଜାରି ରହିଥିବାବେଳେ ଗତ ୨୪ଘଣ୍ଟାରେ ୧୩ଟି ସ୍ଥାନରେ ବର୍ଷା ହୋଇଛି। କୋରାପୁଟର ବୋରିଗୁମ୍ମାଠାରେ ସର୍ବାଧିକ ୫୭.୪ ମି.ମି.…

ଟ୍ରକକୁ ଧକ୍କା ଦେଲା କାର୍, ଦୁର୍ଘଟଣାରେ ଅବସରପ୍ରାପ୍ତ ଏସଡିଏମଓଙ୍କ ମୃତ୍ୟୁ

ଭବାନୀପାଟଣା,୨୦।୩(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ବଳଦିଆମାଲ ପେଟ୍ରୋଲ ପମ୍ପ ନିକଟରେ ସଡ଼କ ଦୁର୍ଘଟଣା ହୋଇଛି । ଶୁକ୍ରବାର ସକାଳେ ହୋଇଥିବା କାର କାର…

ଏମିତି ନିଷ୍ପତ୍ତି ନେବାକୁ ଯାଉଛନ୍ତି ଟ୍ରମ୍ପ: ଭାରତକୁ ହେବ ବଡ଼ ଫାଇଦା

ଓ୍ବାଶିଂଟନ୍‌,୨୦।୩: ଇରାନ ସହିତ ଚାଲିଥିବା ବିବାଦ ମଧ୍ୟରେ, ଆମେରିକା ଏବେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇପାରେ। ରିପୋର୍ଟ ଅନୁଯାୟୀ ଆମେରିକା ବର୍ତ୍ତମାନ ସମୁଦ୍ରରେ ଜାହାଜରେ ଫସି ରହିଥିବା…

ଠିକା ସର୍ବସ୍ବ ପାଲଟୁଛି ପ୍ରକଳ୍ପ, କାମରେ ଆସୁନି

ଲୋଇସିଂହା,୨୦।୩(ସୁଶାନ୍ତ ବାରିକ):ଗ୍ରାମାଞ୍ଚଳରେ ସରକାରୀ ଅନୁଦାନରେ ବିଭିନ୍ନ ପ୍ରକଳ୍ପ ନିର୍ମାଣ ହେଉଛି ା ହେଲେ ସେହି ପ୍ରକଳ୍ପଗୁଡିକ ଲୋକଙ୍କ କାମରେ ଆସୁନାହିଁ। ଏଭଳି ଏକ ପ୍ରକଳ୍ପ ହେଉଛି ବର୍ଜ୍ୟବସ୍ତୁ…

ଟ୍ରମ୍ପଙ୍କୁ ନେଇ ବଡ଼ ଖୁଲାସା କଲେ ନେତାନ୍ୟାହୁ: ଚାହିଁ ରହିଗଲା ବିଶ୍ୱ, ଆଗକୁ ହେବ…

ଜେରୁଜେଲମ,୨୦।୩: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଶୁକ୍ରବାର ଆମେରିକାକୁ ଇରାନ ସହିତ ଯୁଦ୍ଧକୁ ଟାଣି ନେଇଥିବା ଦାବିକୁ ଖାରଜ କରିଦେଇଛନ୍ତି। ସେ ଏହି ରିପୋର୍ଟଗୁଡ଼ିକୁ ‘ମିଥ୍ୟା ଖବର’…

ଗଛକୁ ପିଟି ଓଲଟିଲା ଅଲ୍ଟୋ କାର, ଚାଲିଗଲା ୨ଜଣଙ୍କ ଜୀବନ

ନନ୍ଦପୁର,୨୦।୩(ତୁଷାର କାନ୍ତ ମହାନ୍ତି):  କୋରାପୁଟ ଜିଲା ନନ୍ଦପୁର ବ୍ଲକ ସଦର ମହକୁମା ଅଗ୍ନିଶମ ବାହିନୀ କାର୍ଯ୍ୟାଳୟ ସମ୍ମୁଖ ରାସ୍ତାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଗୁରୁବାର ମଧ୍ୟରାତ୍ରରେ…

ମଧ୍ୟପ୍ରାଚ୍ୟ: ଇନ୍ଧନ ପାଲଟିଛି ଅସ୍ତ୍ର

ତେହରାନ୍‌,୨୦।୩: ଆମେରିକା-ଇରାନ୍‌ ଯୁଦ୍ଧକୁ ୨୦ ଦିନ ବିତିଛି । ଉଭୟ ପକ୍ଷ ମଧ୍ୟରେ ଆକ୍ରମଣ-ପ୍ରତ୍ୟାକ୍ରମଣ ଆହୁରି ତୀବ୍ର ହୋଇଛି। ଆମେରିକା ଓ ଇସ୍ରାଏଲ ଇରାନକୁ ସମ୍ପୂର୍ଣ୍ଣ ନିଷ୍କ୍ରିୟ…

ଶରୀର ପାଇଁ ଉପକାରୀ ପଖାଳ: ମିଳିବ ଏସବୁ ଫାଇଦା

‘ପଖାଳ’ କେବଳ ଏକ ଖାଦ୍ୟ ନୁହେଁ, ବରଂ ଓଡ଼ିଆଙ୍କ ସହ ଜଡ଼ିତ ଏକ ଭାବପ୍ରବଣତା। ସାରା ବିଶ୍ୱରେ ଓଡ଼ିଆମାନେ ଯେଉଁଠି ଥାଆନ୍ତୁ ନା କାହିଁକି ପଖାଳ ପ୍ରତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri