ଅଗ୍ରିମ ଟିକସ ଆଦାୟ ୧୭% ବଢ଼ିଛି

ନୂଆଦିଲ୍ଲୀ,୧୯।୯: ଦେଶର ବିକାଶ ଓ ଅର୍ଥନୈତିକ କାର୍ଯ୍ୟକଳାପ ପାଇଁ ଟିକସ ଆଦାୟ ଏକ ପ୍ରମୁଖ ଅଂଶ ବା ଭୂମିକା ନିର୍ବାହ କରିଥାଏ। ବିଶେଷକରି ରବିବାର କେନ୍ଦ୍ରୀୟ ବୋର୍ଡ ଅଫ୍‌ ଡାଇରେକ୍ଟ ଟ୍ୟାକ୍ସେସ୍‌ (ସିବିଡିଟି) ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ ଚଳିତ ବର୍ଷ ଏପ୍ରିଲ ୧ରୁ ସେପ୍ଟେମ୍ବର ୧୭ ମଧ୍ୟରେ ମିଳିତ ଅଗ୍ରିମ ଟିକସ ସଂଗ୍ରହ ପ୍ରଥମ ଏବଂ ଦ୍ୱିତୀୟ କିସ୍ତିରେ ୧୭% ବୃଦ୍ଧି ଘଟି ୨.୯୫ ଟ୍ରିଲିୟନ ଟଙ୍କା ଅତିକ୍ରମ କରିଛି। ଏପରି କି ଗତ ଆର୍ଥିକ ବର୍ଷର ଏହି ସମୟ ମଧ୍ୟରେ ଏହାର ପରିମାଣ ୨.୫୨ ଟ୍ରିଲିୟନ ଟଙ୍କା ରହିଥିଲା। ସେହିଭଳି ସରକାରୀ ସୂତ୍ର ଅନୁଯାୟୀ, ଉଭୟ କର୍ପୋରେଶନ ଏବଂ ବ୍ୟକ୍ତିଗତ ଅଗ୍ରିମ ଟିକସ ସଂଗ୍ରହ ଗତବର୍ଷ ତୁଳନାରେ ୧୦.୧% ବୃଦ୍ଧି ପାଇ ୧,୯୨,୬୦୦ କୋଟିରେ ପହଞ୍ଚତ୍ଛି। ସେହିଭଳି ଗତ ଜୁଲାଇରୁ ସେପ୍ଟେମ୍ବର ମଧ୍ୟରେ କର୍ପୋରେଶନ ଆଡ୍‌ଭାନ୍ସ ଟ୍ୟାକ୍ସ ବୃଦ୍ଧି ପାଇ (ମୋପ୍‌ ଅପ୍‌) ୧,୪୯,୨୪୨ କୋଟିରେ ପହଞ୍ଚତ୍ଛି, ଯାହାକି ପୂର୍ବ ବର୍ଷ ତୁଳନାରେ ୧୦.୨% ବୋଲି କୁହାଯାଉଛି। ଗତବର୍ଷ ଏହା ୧,୩୫,୩୪୭ କୋଟି ଟଙ୍କା ଥିଲା।

ଅପରପକ୍ଷରେ ଆଡ୍‌ଭାନ୍ସ ବ୍ୟକ୍ତିଗତ ଆୟକର ସଂଗ୍ରହ ୪୩,୩୫୮ କୋଟି ହୋଇଥିତ୍ଲା ବେଳେ ତାହା ୯.୫% ବୃଦ୍ଧି ପାଇଛି, ଯାହା ଏକ ବର୍ଷ ପୂର୍ବେ ୩୯,୫୯୨ କୋଟି ଟଙ୍କା ଥିଲା। ବିଶେଷକରି ମହାମାରୀ ପରେ ଅର୍ଥନୈତିକ କାର୍ଯ୍ୟକଳାପର ପୁନରୁତ୍ଥାନ ପ୍ରକ୍ରିୟାଗୁଡ଼ିକର ସରଳୀକରଣ ଉପରେ ଧ୍ୟାନ ଦେବା ଏବଂ ଟେକ୍ନୋଲୋଜିର ପ୍ରଭାବଶାଳୀ ବ୍ୟବହାର ମାଧ୍ୟମରେ ଟିକସ ଆଦାୟ ଉପରେ ସରକାର ଦୃଢ଼଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଫଳରେ ଆଡ୍‌ଭାନ୍ସ ଟ୍ୟାକ୍ସ ଆର୍ଥିକ ବର୍ଷ ଶେଷ ମଧ୍ୟରେ ୪ଟି କିସ୍ତିରେ ଆଦାୟ କରାଯାଏ। ଏପରି କି ଏହାକୁ ଅର୍ଥନୈତିକ ଭାବନାର ଏକ ସୂଚକ ଭାବେ ବିବେଚନା କରାଯାଏ।

ପ୍ରଥମ କିସ୍ତି କିମ୍ବା ୧୫% ଅଗ୍ରିମ ଟିକସ ଜୁନ୍‌ ୧୫ ସୁଦ୍ଧା ଏବଂ ଦ୍ୱିତୀୟଟି ସେପ୍ଟେମ୍ବର ୧୫ ସୁଦ୍ଧା (୩୦%) ଓ ତୃତୀୟଟି ଡିସେମ୍ବର ୧୫ ସୁଦ୍ଧା (୩୦%) ଏବଂ ବକେୟା ରାଶିଗୁଡିକ ମାର୍ଚ୍ଚ ୧୫ ସୁଦ୍ଧା ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି। ଚଳିତ ଆର୍ଥିକ ବର୍ଷ ପାଇଁ ନେଟ୍‌ ପ୍ରତ୍ୟକ୍ଷ ଟିକସ ସଂଗ୍ରହ (ଫେରସ୍ତର ନେଟ୍‌) ୨୩% ବୃଦ୍ଧି ହୋଇ ଏପ୍ରିଲ ୧ରୁ ସେପ୍ଟେମ୍ବର ୧୭ ମଧ୍ୟରେ ୭ ଟ୍ରିଲିୟନରୁ ଅଧିକ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

BSNLର ୩୩୬ ଦିନିଆ ପ୍ଲାନ୍‌, ଫେଲ୍‌ ମାରିବେ ଜିଓ, ଏୟାରଟେଲ୍‌

ନୂଆଦିଲ୍ଲୀ,୨୬।୦୭: ଖୁବ୍‌ଶୀଘ୍ର ଦେଶରେ ୪ଜି ସେବା ଲଞ୍ଚ୍‌ କରିବାକୁ ଯାଉଛି ଭାରତ ସଞ୍ଚାର ନିଗମ ବା ବିଏସ୍‌ଏନ୍‌ଏଲ୍‌ । ପ୍ରାଇଭେଟ୍‌ ଟେଲିକମ୍‌ କମ୍ପାନୀମାନଙ୍କୁ ଟକ୍କର ଦେବା...

ବଜେଟ ପରେ ନିର୍ମଳା ସୀତାରମଣଙ୍କ ବଡ଼ ପ୍ରତିକ୍ରିୟା: ‘ମୁଁ ମଧ୍ୟବିତ୍ତ ପରିବାରକୁ ରିହାତି ଦେବାକୁ ଚାହେଁ, କିନ୍ତୁ…’

ନୂଆଦିଲ୍ଲୀ,୨୬ା୭: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲଗାତାର ସପ୍ତମ ଥର ପାଇଁ ବଜେଟ ଉପସ୍ଥାପନା କରି ରେକର୍ଡ କରିଥିବା ବେଳେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଏକ...

ଆଜିଠୁୁ ଜିଓର ଫ୍ରିଡମ ଅଫର: ଜାଣନ୍ତୁ କ’ଣ ରହିଛି ସୁବିଧା

ନୂଆଦିଲ୍ଲୀ,୨୬।୭: ଦେଶର ପ୍ରମୁଖ ଘରୋଇ ଟେଲିକମ୍‌ ସେବା ପ୍ରଦାନକାରୀ ‘ଜିଓ’ର ବହୁ ପ୍ରତୀକ୍ଷିତ ସ୍କିମ୍‌ ‘ ଫ୍ରିଡମ ଅଫର’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି...

ପୁଣି କମିଲା ସୁନା ଦର, ଜାଣନ୍ତୁ ଭୁବନେଶ୍ୱରରେ କେତେ…

ନୂଆଦିଲ୍ଲୀ,୨୫।୭: ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୧୦ ଟଙ୍କା କମି ୬୪,୯୪୦ ଟଙ୍କା ହୋଇଥିବା ବେଳେ ୨୪...

ସିଜିୟୁ ଅନ୍ତର୍ଜାତୀୟ ଛାତ୍ରୀଛାତ୍ରଙ୍କ ସ୍ନାତକୋତ୍ତର ଦିବସ

ଭୁବନେଶ୍ୱର, ୨୫।୭: ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା ଭୁବନେଶ୍ୱରର ସି.ଭି. ରମଣ ଗ୍ଲୋବାଲ ୟୁନିଭର୍ସିଟି (ସିଜିୟୁ)  ଅନ୍ତର୍ଜାତୀୟ ଛାତ୍ରୀଛାତ୍ରମାନଙ୍କର ସ୍ନାତକୋତ୍ତର ଦିବସ ନିକଟରେ ପାଳିତ...

ସୀମା ଶୁଳ୍କ ହ୍ରାସ ନିଷ୍ପତ୍ତିକୁ ଲାଲ୍‌ଚାନ୍ଦ୍‌ର ପ୍ରଶଂସା

ଭୁବନେଶ୍ୱର, ୨୫।୭: ଚଳିତ ଆର୍ଥିକ ବର୍ଷର କେନ୍ଦ୍ରୀୟ ବଜେଟରେ କେନ୍ଦ୍ର ସରକାର ସୁନା ଆମଦାନୀ ଶୁକ୍ଳ ହ୍ରାସ କରିଛନ୍ତି। ଏପରିକି ସୀମା ଶୁଳ୍କ ୧୫% ରୁ...

ବଜାରରେ ଅଲ୍‌ ନ୍ୟୁ ବିଏମ୍‌ଡବ୍ଲ୍ୟୁ ସିଇ ୦୪

ନୂଆଦିଲ୍ଲୀ,୨୫।୭: ଦେଶର ପ୍ରମୁଖ ପ୍ରିମିୟମ ବ୍ରାଣ୍ଡ୍‌ ତଥା ବିଏମ୍‌ଡବ୍ଲ୍ୟୁ ମୋଟୋରାଡ ଇଣ୍ଡିଆର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ‘ଅଲ୍‌ ନ୍ୟୁ ବିଏମ୍‌ଡବ୍ଲ୍ୟୁ ସିଇ...

ଜିଏସ୍‌ଟି ସ୍ଲାବ୍‌ର ହୋଇପାରେ ସରଳୀକରଣ

ଭୁବନେଶ୍ୱର, ୨୫।୭(ଅନୁରାଧା ମହାରଣା): ଗୁଡ୍‌ ଆଣ୍ଡ ସର୍ଭିସ୍‌ ଟ୍ୟାକ୍ସ(ଜିଏସ୍‌ଟି) ସ୍ଲାବ୍‌ରେ ସରକାର ବଡ଼ ପରିବର୍ତ୍ତନ ଆଣିବାକୁ ପ୍ରସ୍ତୁତ ହେଉଛନ୍ତି। ଆଗାମୀ ଦିନରେ ଜିଏସ୍‌ଟି ଟ୍ୟାକ୍ସ ସ୍ଲାବ୍‌...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri