ରାଜ୍ୟରେ ଆଗୁଆ ନିର୍ବାଚନ ଚର୍ଚ୍ଚା

ଭୁବନେଶ୍ୱର,୨୪।୫(ବ୍ୟୁରୋ): ରାଜ୍ୟରେ ଆଗୁଆ ବିଧାନସଭା ନିର୍ବାଚନ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ୨୦୨୩ ଡିସେମ୍ବରରୁ ୨୦୨୪ ଜାନୁୟାରୀ ମଧ୍ୟରେ ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ଼, ତେଲଙ୍ଗାନା ଓ ମିଜୋରାମରେ ବିଧାନସଭା କାର୍ଯ୍ୟକାଳ ଶେଷହେବାକୁ ଯାଉଛି। ଉକ୍ତ ରାଜ୍ୟଗୁଡ଼ିକରେ ଚଳିତବର୍ଷ ଡିସେମ୍ବରରେ ନିର୍ବାଚନ ହେବାକୁ ଥିବାବେଳେ ଏହି ରାଜ୍ୟଗୁଡ଼ିକ ସହ ଓଡ଼ିଶାରେ ବିଧାନସଭା ନିର୍ବାଚନ କରାଇବା ଉଦ୍ଦେଶ୍ୟରେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଗୁଆ ବିଧାନସଭା ଭଙ୍ଗ କରିପାରନ୍ତି। ଅଧିକ ସଂଖ୍ୟକ ଲୋକ ସଭା ଆସନ ଜିତିବା ପାଇଁ ବିଜେଡି ରାଜ୍ୟରେ ଆଗୁଆ ବିଧାନସଭା ନିର୍ବାଚନକୁ ଯାଇପାରେ ବୋଲି କୁହାଯାଉଛି।
ରାଜ୍ୟରେ ଏକାଠି ବିଧାନସଭା ଓ ଲୋକ ସଭା ନିର୍ବାଚନ ହେଲେ ବିଜେଡି ପାଇଁ ମହଙ୍ଗା ସାବ୍ୟସ୍ତ ହେଉଛି। ଦଳର ସମ୍ପୂର୍ଣ୍ଣ ଫୋକସ୍‌ ବିଧାନସଭା ଆସନ ଉପରେ ରହୁଛି। ବିଧାୟକ ଓ ନେତାମାନେ ବିଧାନସଭା ନିର୍ବାଚନ ଜିତିବା ଉପରେ ଅଧିକ ଗୁରୁତ୍ୱ ଦେଉଥିବାରୁ ଲୋକ ସଭା ନିର୍ବାଚନରେ ଦଳକୁ କ୍ଷତି ସହିବାକୁ ପଡ଼ୁଛି। ଏହାକୁ ଦୃଷ୍ଟିରେ ରଖି ଦଳ ଗତ କିଛିମାସ ଧରି ଆଗୁଆ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତି କରିବାରେ ଲାଗିଛି। ପୂର୍ବରୁ ମୁଖ୍ୟ ବିରୋଧୀ ଦଳ ଭାଜପାର ବରିଷ୍ଠ ନେତାମାନେ ଓଡ଼ିଶାରେ ଆଗୁଆ ବିଧାନସଭା ନିର୍ବାଚନ ପାଇଁ ସଜବାଜ ହେଉଥିବା ନେଇ ଗଣମାଧ୍ୟମରେ କହିସାରିଛନ୍ତି।
କେତେକ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ବିଜେଡି ସଭାପତି ଦଳର ବରିଷ୍ଠ ନେତାମାନଙ୍କୁ ଡାକି ଦଳ ଆଗାମୀ ନିର୍ବାଚନରେ କିଭଳି ଅଧିକ ସଂଖ୍ୟକ ଲୋକ ସଭା ସିଟ ଜିତିବ ସେ ଦିଗରେ କାର୍ଯ୍ୟ କରିବାକୁ ବିଭିନ୍ନ ସମୟରେ ପରାମର୍ଶ ଦେଇଆସୁଛନ୍ତି। ଜାତୀୟ ସ୍ତରରେ ବିଜେଡି ନିଜର ସ୍ବତନ୍ତ୍ର ଗୁରୁତ୍ୱ ରଖିବାକୁ ହେଲେ ଅଧିକ ଲୋକ ସଭା ସିଟ ଜିତିବା ଆବଶ୍ୟକ। ଏଥିପାଇଁ ଗତ ନିର୍ବାଚନଠାରୁ ଦଳ କିପରି ଭଲ ପ୍ରଦର୍ଶନ କରିବ ସେ ଦିଗରେ କାର୍ଯ୍ୟ କରିବାକୁ ପ୍ରାୟ ୩ରୁ ୪ମାସ ଧରି ଦଳର ସଭାପତିଙ୍କୁ ଭେଟୁଥିବା ବରିଷ୍ଠ ଦଳୀୟ ନେତାମାନଙ୍କୁ ପରାମର୍ଶ ଦେଉଛନ୍ତି। ଆସନ୍ତା ଡିସେମ୍ବରରେ ରାଜ୍ୟରେ ବିଧାନସଭା ନିର୍ବାଚନ କରାଇବା ନିମନ୍ତେ ଆଗୁଆ ଷୋଡ଼ଶ ବିଧାନସଭାକୁ ନବୀନ ଭଙ୍ଗ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି।
୨୦୧୯ ସାଧାରଣ ନିର୍ବାଚନରେ ମୋଟ ୧୪୭ ବିଧାନସଭା ଆସନରୁ ବିଜେଡିକୁ ୧୧୨ ସିଟ ମିଳିଥିଲା। ଅନ୍ୟପକ୍ଷରେ ମୋଟ ୨୧ ଲୋକ ସଭା ଆସନରୁ ଦଳକୁ ୧୨ଟି ସିଟ୍‌ରେ ସୀମିତ ହେବାକୁ ପଡ଼ିଥିଲା। ଯଦିଓ ଭାଜପାକୁ ମାତ୍ର ୨୩ଟି ବିଧାନସଭା ଆସନ ମିଳିଥିଲା, ତେବେ ଭାଜପା ୮ଟି ଲୋକ ସଭା ଆସନ ଜିତିିବାରେ ସଫଳ ହୋଇଥିଲା। କଂଗ୍ରେସ ୯ଟି ବିଧାନସଭା ଓ ୧ଟି ଲୋକ ସଭା ସିଟ୍‌ ଜିତି ପାରିଥିଲା।
ଆଗୁଆ ନିର୍ବାଚନ ସମ୍ପର୍କରେ ବିଜେଡିର ବରିଷ୍ଠ ନେତା ତଥା ବିଧାୟକ ଦେବୀ ପ୍ରସାଦ ମିଶ୍ର କହିଛନ୍ତି, ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଆଗୁଆ ନିର୍ବାଚନ ନେଇ ସଙ୍କେତ ଦେଇଛନ୍ତି। ଯାହା ଶୁଣିବାକୁ ମିଳୁଛି ଲୋକଙ୍କ ମଧ୍ୟରେ ଏ ନେଇ ଆଲୋଚନା ହେଉଛି। ଆଗୁଆ ନିର୍ବାଚନ ସମ୍ଭାବନା ସୃଷ୍ଟି ହୋଇପାରେ। କର୍ନାଟକ ପରେ ଅନ୍ୟ ୫ ରାଜ୍ୟ ସହିତ ଓଡ଼ିଶାରେ ନିର୍ବାଚନ କରିବାକୁ ଯଦି ଭାରତର ନିର୍ବାଚନ କମିଶନ ଚାହୁଁଥିବେ ତେବେ ଆଗୁଆ ନିର୍ବାଚନ ହୋଇପାରେ। ତେବେ ଏ ନେଇ ଦଳ ମଧ୍ୟରେ ସେମିତି କିଛି ଆଲୋଚନା ହୋଇନାହିଁ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ଭାଜପା ଏବଂ କଂଗ୍ରେସ ମଧ୍ୟ ଆଗୁଆ ନିର୍ବାଚନ ପାଇଁ ପ୍ରସ୍ତୁତ ଥିବା କହିଛନ୍ତି। କର୍ନାଟକରେ କଂଗ୍ରେସ ବିଜୟ ହେବା ପରେ ରାଜ୍ୟ କଂଗ୍ରେସ ନେତାମାନେ ମଧ୍ୟ ଆଗୁଆ ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଥିବା କହୁଛନ୍ତି। ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, ଆଗୁଆ ନିର୍ବାଚନ ପାଇଁ ଆମେ ପ୍ରସ୍ତୁତ ଅଛୁ। ନିର୍ଦ୍ଧାରିତ ସମୟରେ ହେଉ କିମ୍ବା ୬ ମାସ ପୂର୍ବରୁ ନିର୍ବାଚନ ଘୋଷଣା କରାଗଲେ କିଛି ଅସୁବିଧା ନାହିଁ। ଭାଜପା ମୁଖପାତ୍ର ଗୋଲକ ମହାପାତ୍ର କହିଛନ୍ତି, ନିର୍ବାଚନ ଯେତେବେଳେ ହେଲେ ଆମେ ପ୍ରସ୍ତୁତ ଅଛୁ।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ହିମାଂଶୁ-ଦେବେନ୍ଦ୍ର, କାର୍ଯ୍ୟଭାର ନେବା ପରେ…

ବରପାଲି,୨୮ା୩(ଚିତ୍ତରଞ୍ଜନ ସାହୁ): ଶନିବାର ବରପାଲି ଓକିଲ ସଂଘର ନୂତନ କର୍ମକର୍ତ୍ତା ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଚଳିତ ବର୍ଷ ପାଇଁ ସଭାପତି ହିମାଂଶୁ ଶେଖର ସାହୁ ଓ ସମ୍ପାଦକ…

ସୁଭଦ୍ରାକୁ ନେଇ ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ସୂଚନା: ଏପ୍ରିଲ ୧ରୁ ନୂଆ ଆବେଦନ, ଏଥିରେ ସାମିଲ ହେବେ…

ଭୁବନେଶ୍ୱର,୨୮ା୩: ସୁଭଦ୍ରା ଯୋଜନାକୁ ନେଇ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଏପ୍ରିଲ ୧ରୁ ନୂଆ ସୁଭଦ୍ରା ପଞ୍ଜୀକରଣ ଆରମ୍ଭ ହେବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା…

ଚୋରକୁ ଧରି ହାଜତରେ ପୂରାଇଥିଲା ପୋଲିସ, ଫେରାର ହୋଇଯିବା ପରେ…

ଧର୍ମଶାଳା/ବ୍ରହ୍ମବରଦା,୨୮ା୩(ଶିବପ୍ରସାଦ ମହାନ୍ତି/ଯଯାତି କେଶରୀ ବେହେରା): ଯାଜପୁର ଜିଲା ବ୍ରହ୍ମବରଦା ଥାନାରେ ଘଟିଛି ଏକ ଅଭାବନୀୟ ଘଟଣା। ପୋଲିସ ଚୋରକୁ ଧରି ହାଜତରେ ରଖିଥିବା ବେଳେ ରାତି ପ୍ରାୟ…

ସରିଲା ଯୁକ୍ତ ୨ ପରୀକ୍ଷା: ୪୫ ଦିନ ଭିତରେ ପ୍ରକାଶ ପାଇବ ରେଜଲ୍ଟ

ଭୁବନେଶ୍ୱର,୨୮ା୩: ଶନିବାର ସରିଛି ସିଏଚ୍‌ସିଇ ପରିଚାଳିତ +୨ ବର୍ଗର ସମସ୍ତ ପରୀକ୍ଷା। ତେବେ ଆସନ୍ତା ୪୦ରୁ ୪୫ ଦିନ ଭିତରେ ରେଜଲ୍ଟ ପ୍ରକାଶ ପାଇବ ବୋଲି କହିଛନ୍ତି…

ଯୁଦ୍ଧ ସ୍ଥିତିକୁ ନେଇ ପ୍ରଧାନମନ୍ତ୍ରୀଙ୍କ ବଡ଼ ଘୋଷଣା: ପ୍ରତି ୨ ମିନିଟ୍‌ରେ…

ନୂଆଦିଲ୍ଲୀ,୨୮ା୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଗୌତମ ବୁଦ୍ଧ ନଗର ଜିଲା ଜେଓ୍ବାରରେ ନୋଇଡା ଅନ୍ତର୍ଜାତୀୟ ବିମାନବନ୍ଦରର ପ୍ରଥମ ପର୍ଯ୍ୟାୟ ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ…

ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବା ନେଇ ସମୀକ୍ଷା କଲେ କଳିକେଶ, ହସ୍ପିଟାଲରେ ରୋଗୀଙ୍କୁ…

ବଲାଙ୍ଗୀର,୨୮ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲ ଓ ଜିଲା ମୁଖ୍ୟ ଚିକିତ୍ସାଳୟରେ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବା ଉପରେ ସମୀକ୍ଷା କରିଛନ୍ତି ବଲାଙ୍ଗୀର ବିଧାୟକ କଳିକେଶ…

ଲୁଣାନଦୀର ଜଳସ୍ତର କମୁଛି: ଆଗାମୀ ଦିନରେ ଦେଖାଦେବ…

କେନ୍ଦ୍ରାପଡ଼ା, ୨୮ା୩ (ଜଗନ୍ନାଥ ଧଳ)ଡିସେମ୍ବର ମାସଠାରୁ କେନ୍ଦ୍ରାପଡ଼ା ଜିଲାରେ ପ୍ରବାହିତ ଲୁଣାନଦୀର ଜଳସ୍ତର କମିବାରେ ଲାଗିଛି। ଫଳରେ ଆଗାମୀ ଦିନରେ କେନ୍ଦ୍ରାପଡ଼ା ପୌରାଞ୍ଚଳରେ ପିଇବା ପାଣି ସମସ୍ୟା…

ବାଲେଶ୍ୱର ବାର୍‌ ଆସୋସିଏଶନ ନିର୍ବାଚନ: ୧୮ ପଦବୀ ପାଇଁ ୩୫ ପ୍ରାର୍ଥୀ

ବାଲେଶ୍ୱର,୨୮ା୩(ବାଞ୍ଛାନିଧି ଦେ): ବାଲେଶ୍ୱର ବାର୍‌ ଆସୋସିଏଶନ ନିର୍ବାଚନ ଶନିବାର ଅନୁଷ୍ଠିତ ହେଉଛି। ନିର୍ବାଚନରେ ୧୮ ପଦବୀ ପାଇଁ ୩୫ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସଭାପତି ପଦବୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri