ସଂସଦରେ ବ୍ୟଭିଚାର, ଅଷ୍ଟ୍ରେଲିଆରେ ୬୩ ପ୍ରତିଶତ ମହିଳା ସାଂସଦ-କର୍ମଚାରୀଙ୍କୁ ଯୌନ ନିର୍ଯାତନା…

ମେଲବୋର୍ନ,୧।୧୨: ମହିଳା ସାଂସଦ ଏବଂ କର୍ମଚାରୀଙ୍କ ପ୍ରତି ଯୌନ ଉତ୍ପୀଡ଼ନର ଏକ ସମ୍ବେଦନଶୀଳ ମାମଲା ଅଷ୍ଟ୍ରେଲିଆ ସଂସଦରେ ସାମ୍ନାକୁ ଆସିଛି। ପ୍ରତି ତିନିଜଣ ମହିଳା କର୍ମଚାରୀଙ୍କ ମଧ୍ୟରୁ ଜଣେ ଯୌନ ଉତ୍ପୀଡ଼ନର ଶିକାର ହେଉଥିବା ପ୍ରକାଶିତ ଏକ ସରକାରୀ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଅଷ୍ଟ୍ରେଲୀୟ ମାନବ ଅଧିକାର ଆୟୋଗର ରିପୋର୍ଟ ଅନୁଯାୟୀ, ସଂସଦ ଭିତରେ ପ୍ରାୟ ୬୩ ମହିଳା ସାଂସଦ ଏବଂ ଅନ୍ୟ କର୍ମଚାରୀ ଯୌନ ଉତ୍ପୀଡ଼ନର ଶିକାର ହୋଇଛନ୍ତି। ମଙ୍ଗଳବାର ସଂସଦରେ ଦିଆଯାଇଥିବା ରିପୋର୍ଟର ଜବାବରେ ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ ଏହାକୁ ଭୟଙ୍କର ବୋଲି କହିଛନ୍ତି।

ମୋରିସନ କହିଛନ୍ତି, ’ଏହି ବିଲ୍ଡିଂରେ କାମ କରୁଥିବା ଅନ୍ୟମାନଙ୍କ ପରି ମୁଁ ମଧ୍ୟ ଏହି ପରିସଂଖ୍ୟାନ ନେଇ ଭୟଭୀତ ଓ ବିବ୍ରତ। ସେ ରିପୋର୍ଟକୁ ନେଇ କହିଛନ୍ତି ଯେ, ଏନେଇଈ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ଆବଶ୍ୟକତା ରହିଛି। ରିପୋର୍ଟରେ ୩୩ ଭିନ୍ନ ଭିନ୍ନ ସଂଗଠନର ୧୭୨୩ ଜଣ କହିଛନ୍ତି ଯେ, ସଂସଦ ଭିତରେ ୩୩ ପ୍ରତିିଶତ ମହିଳା ସାଂସଦ ଏବଂ କର୍ମଚାରୀ ନିଜ ଜୀବନ କାଳ ମଧ୍ୟରେ ଥରେ ଯୌନ ନିର୍ଯାତନାର ଶିକାର ହୋଇଛନ୍ତି। ସେହିପରି ୫୧ ପ୍ରତିଶତ ମହିଳା ସାଂସଦ ଏବଂ କର୍ମଚାରୀ ନିର୍ଯାତନା କିମ୍ବା ବଳାତ୍କାର ଉଦ୍ୟମର ଶିକାର ହୋଇଛନ୍ତି।

ରିପୋର୍ଟରେ କେତେକ ମହିଳା ସାଂସଦ ଏବଂ କର୍ମଚାରୀ ସର୍ଭେ ସମୟରେ ନିଜ ନିଜର ଯନ୍ତ୍ରଣା ବ୍ୟକ୍ତ କରିଥିବା ଉଲ୍ଲେଖ କରାଯାଇଛି। ଚଳିତ ବର୍ଷ ଆରମ୍ଭରେ ଅଷ୍ଟ୍ରେଲୀୟ ସଂସଦର ପୂର୍ବତନ କର୍ମଚାରୀ ବ୍ରିଟାନି ହିଙ୍ଗିସ୍‌ ଅଭିଯୋଗ କରିଛନ୍ତି ଯେ ଜଣେ ମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ତାଙ୍କ ସହକର୍ମୀ ତାଙ୍କୁ ବଳାତ୍କାର କରିଛନ୍ତି। ବାରମ୍ବାର ମନା କରିବା ସତ୍ତ୍ୱେ ଅଭିଯୁକ୍ତ ତାଙ୍କୁ ବନ୍ଧକ ରଖି ବଳାତ୍କାର କରିଥିଲେ।

ପୀଡିତା  ଏହା ଉପରେ ଗଠନ କରାଯାଇଥିବା ଆୟୋଗରେ ଅଭିଯୋଗ କରିଛନ୍ତି।  ହିଙ୍ଗିସଙ୍କ ଏହି ତଥ୍ୟ ସାମ୍ନାକୁ ଆସିବା ପରେ ବହୁ ମହିଳା ସାଂସଦ ଏବଂ କର୍ମଚାରୀ ସେମାନଙ୍କ ସହ ଯୌନ ଶୋଷଣ ଏବଂ ଅସଦାଚରଣ ହୋଇଥିବା ସୂଚନା ପ୍ରଦାନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋ-ହତ୍ୟା ଅଭିଯୋଗକୁ ନେଇ ବିଷମ କଟକ ଥାନାରେ ଉତ୍ତେଜନା, ମାଂସ ଧରି ଥାନା ସମ୍ମୁଖରେ ଧାରଣା…

ବିଷମକଟକ,୨୦।୨(ପ୍ରସନ୍ନ କୁମାର ପଣ୍ଡା):ରାୟଗଡ଼ା ଜିଲା ବିଷମ କଟକ ଥାନା ଅଞ୍ଚଳରେ ଗୋ-ହତ୍ୟା ଅଭିଯୋଗକୁ କେନ୍ଦ୍ର କରି ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ଦୁର୍ଗୀ ଅଞ୍ଚଳରେ ଗୋ-ମାଂସ ଚାଲାଣ…

ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି ଅମିତ

ମୋରଡ଼ା,୨୦ା୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚଢ଼େଇଗଁା ଗ୍ରାମର ଅମିତ କୁମାର ଦାସ(୧୭) ସମାଜ ପରିବର୍ତ୍ତନର ସଂକଳ୍ପ ନେଇ ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି।…

ଡୋନାଲ୍ଡ ଟ୍ରମ୍ପଙ୍କୁ ଶକ୍ତ ଝଟ୍‌କା: ଟାରିଫ୍‌କୁ ବେଆଇନ୍‌ କହିଲେ ଆମେରିକା ସୁପ୍ରିମକୋର୍ଟ, ଏବେ…

ଓ୍ବାଶିଂଟନ,୨୦।୨: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଆମେରିକା ସୁପ୍ରିମକୋର୍ଟରୁ ବଡ଼ ଝଟ୍‌କା ଲାଗିଛି। ଶୁକ୍ରବାର କୋର୍ଟ ଟ୍ରମ୍ପଙ୍କ ଦ୍ୱାରା ଲାଗୁ କରାଯାଇଥିବା ବ୍ୟାପକ ‘ଟାରିଫ’ (Tariff) ବା ଆମଦାନୀ…

ଘୋଡାହାଡ଼ ନଦୀ ଗଣ୍ଡରୁ ମିଳିଲା ନିଖୋଜ ବୃଦ୍ଧାଙ୍କ ମୃତଦେହ 

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ଗ୍ରାମ ଦେଇ ପ୍ରବାହିତ ଘୋଡ଼ାହାଡ଼ ନଦୀର ଗଣ୍ଡରେ ବୁଡ଼ିଯାଇ ଜଣେ ବୃଦ୍ଧା ମୃତ୍ୟୁବରଣ କରିଛନ୍ତି। ବୃଦ୍ଧା…

ତପ୍ତପାଣି ଘାଟିରେ ଓଲଟିଲା ମକା ବୋଝେଇ ଟ୍ରକ

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର) ଗଞ୍ଜାମ – ଗଜପତି ସୀମାନ୍ତ ତପ୍ତପାଣି ଘାଟି ରାସ୍ତାର ପାଳୁଖଳା ଗ୍ରାମ ନିକଟ ଘାଟି ରାସ୍ତାରେ ଏକ ମକା ବୋଝେଇ ଟ୍ରକ୍ (ନଂ.…

ମୋହନାରେ ନୂତନ ଥାନା ଅଧିକାରୀ

ମୋହନା,୨୦ା୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନାରେ ନୂତନ ଥାନା ଅଧିକାରୀ ଭାବେ ଓମ ନାରାୟଣ ପାତ୍ର ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବରୁ ରହିଥିବା ଥାନା ଅଧିକାରୀ…

ସୁଦୃଢ଼ ହେବ ସ୍ବାସ୍ଥ୍ୟସେବା, ରାଜ୍ୟରେ ୫ ନୂଆ ମେଡିକାଲ କଲେଜ ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ଭୁବନେଶ୍ୱର,୨୦।୨: ରାଜ୍ୟରେ ସ୍ବାସ୍ଥ୍ୟସେବାକୁ ଅଧିକ ସୁଦୃଢ଼ କରିବା ପାଇଁ ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ ୫ ନୂଆ ମେଡିକାଲ…

କିଡ୍‌ନୀ, ହାର୍ଟ ଦାନକରି ଅମର ହେଲେ ଶୁଭମ୍‌

ବଞ୍ଚୋ/ବଉଳା/ଛେନାପଦି,୨୦ା୨(ପ୍ରଦୋଷ କୁମାର ବିଶ୍ୱାଳ/ଦୁର୍ଗା ପ୍ରସାଦ ଆୟଚ/ ନିରାକାର ପରିଡା): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ୍‌ ଜମ୍ଭିରା ଗ୍ରାମର ଉପେନ୍ଦ୍ର ଆୟଚଙ୍କ ପୁତ୍ର ଶୁଭମ୍‌ ଆୟଚ(୧୨) ଦୁର୍ଘଟଣାରେ ମୃତ୍ୟୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri