Posted inଜାତୀୟ

ବ୍ୟଭିଚାରିଣୀ ସ୍ତ୍ରୀଙ୍କର ଭରଣପୋଷଣ ଅଧିକାର ନାହିଁ, ହାଇକୋର୍ଟ…

ଚଣ୍ଡିଗଡ଼,୯।୧୦ : ଛାଡପତ୍ର ଆଦେଶ ବିରୁଦ୍ଧରେ ହୋଇଥିବା ଆବେଦନକୁ ଖାରଜ କରି ପଞ୍ଜାବ-ହରିୟାଣା ହାଇକୋର୍ଟ ସ୍ପଷ୍ଟ କରିଛନ୍ତି ଯେ ବ୍ୟଭିଚାର କାରଣରୁ ଛାଡପତ୍ରର ଆଦେଶ ଦିଆଯାଇଥିଲେ ସ୍ତ୍ରୀଙ୍କର ଭରଣପୋଷଣ ଅଧିକାର ନାହିଁ। ଏହି ଆବେଦନକୁ ଖାରଜ କରିବା ସହିତ ଅମ୍ବାଲା ପରିବାର କୋର୍ଟ ଛାଡପତ୍ରର ରାୟକୁ ମଧ୍ୟ ହାଇକୋଟ କାଏମ୍‌ ରଖିଛନ୍ତି।

ମହିଳା ଜଣକ ହାଇକୋର୍ଟରେ ଏକ ଆବେଦନ କରିଥିଲେ ଯେଉଁଥିରେ ଅମ୍ବାଲାର ଫ୍ୟାମିଲି କୋର୍ଟର ଆଦେଶକୁ ଚ୍ୟାଲେଞ୍ଜ କରାଯାଇଥିଲା। ଯେଉଁଥିରେ ଛାଡପତ୍ର ସହ ତାଙ୍କ ସ୍ବାମୀଙ୍କ ଆବେଦନକୁ ଅନୁମତି ଦିଆଯାଇଥିଲା। ଆବେଦନ ଶୁଣାଣି ସମୟରେ ସ୍ବାମୀ କହିଥିଲେ ଯେ ତାଙ୍କ ସ୍ତ୍ରୀ ତାଙ୍କୁ ହଇରାଣ କରୁଥିଲେ ଏବଂ ତାଙ୍କୁ ବାରମ୍ବାର ଦୁର୍ବ୍ୟବହାର କରୁଥିଲେ। ବିବାହ ପରେ ହିଁ ସେ ଲୋକଙ୍କ ସାମ୍ନାରେ ଅପମାନ କରିବା ଆରମ୍ଭ କରିଥିଲେ।

ସେ ଆହୁରି ମଧ୍ୟ ଅଭିଯୋଗ କରିଥିଲେ ଯେ ଅମ୍ବାଲା ଜେଲରେ ପୋଷ୍ଟ ହୋଇଥିବା ଡେପୁଟି ସୁପରିଣ୍ଟେଣ୍ଡେଣ୍ଟଙ୍କ ସହିତ ସ୍ତ୍ରୀଙ୍କର ଅନୈତିକ ସମ୍ପର୍କ ରହିଛି ଏବଂ ତାଙ୍କ ବନ୍ଧୁମାନେ ଜେଲ ଅଧିକାରୀଙ୍କୁ ସ୍ତ୍ରୀଙ୍କ ଘରକୁ ଅନେକ ଥର ଆସିଥିବାର ଦେଖିଛନ୍ତି। ସ୍ବାମୀ କହିଥିଲେ ତାଙ୍କ ଅଭିଯୋଗ ଉପରେ ଡିଜିପି ଏହି ଘଟଣାର ତଦନ୍ତ ଡିଏସପିଙ୍କୁ ଦେଇଛନ୍ତି। ଡିଏସପି ତାଙ୍କ ଅନୁସନ୍ଧାନ ରିପୋର୍ଟରେ ଏହାକୁ ବ୍ୟଭିଚାର ମାମଲା ବୋଲି ଉଲ୍ଲେଖ କରିଛନ୍ତି।

ହାଇକୋର୍ଟ କହିଛନ୍ତି ଯେ ଏହି ମାମଲାରେ ପୋଲିସର ରିପୋର୍ଟ ରହିଛି ଯେଉଁଥିରେ ଆବେଦନକାରୀଙ୍କ ବ୍ୟଭିଚାର ବିଷୟରେ ଉଲ୍ଲେଖ ରହିଛି। ଏହି ପର୍ଯ୍ୟବେକ୍ଷଣ ସହିତ ପରିବାର କୋର୍ଟଙ୍କ ନିଷ୍ପତ୍ତି ବିରୋଧରେ ହାଇକୋର୍ଟ ଏହି ଆବେଦନକୁ ଖାରଜ କରିଦେଇଛନ୍ତି। ଏହା ପରେ ଆବେଦନକାରଣୀ ଭରଣପୋଷଣ ଦାବି କରିଥିଲେ। ଅଦାଲତ କହିଛନ୍ତି ଯେ ଏହି ମାମଲାରେ ବ୍ୟଭିଚାର ହେତୁ ଛାଡପତ୍ର ପାଇଁ ନିର୍ଦ୍ଦେଶ ଦିଆଯାଇଛି ଏବଂ ଏପରି କ୍ଷେତ୍ରରେ ଆବେଦନକାରଣୀ ଭରଣପୋଷଣ ପାଇଁ ଯୋଗ୍ୟା ନୁହଁନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନ କମିଶନରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ: ପ୍ରଚାର କରିପାରିବେନି ଏହି କଂଗ୍ରେସ ଏମପି

ନୂଆଦିଲ୍ଲୀ,୧୬।୪: କଂଗ୍ରେସର ଜଣେ ନେତାଙ୍କ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ନିର୍ବାଚନ କମିଶନର। ରାଜ୍ୟ ସଭା ଏମପି ରଣଦୀପ ସୂର୍ଯ୍ୟେୱାଲଙ୍କ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ...

ବଡ଼ ଏନକାଉଣ୍ଟର, ୧୮ ମାଓବାଦୀ ମୃତ

ରାୟପୁର,୧୬।୪: ଛତିଶଗଡ଼ରେ ବଡ଼ ମାଓ ଅପରେଶନ। ସୁରକ୍ଷାକର୍ମୀଙ୍କୁ ମିଳିଛି ବଡ଼ ସଫଳତା। ଛତିଶଗଡ଼ କାଙ୍କେର ଜିଲାରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଛନ୍ତି ୧୮ ଜଣ ମାଓବାଦୀ। ଏମାନଙ୍କ...

‘କଂଗ୍ରେସ ଚାହେଁ ଭାଜପା ଜିତୁ’

ନୂଆଦିଲ୍ଲୀ,୧୬।୪: ‘ମୋତେ ଲାଗେ କଂଗ୍ରେସ ଚାହେଁ ଭାଜପା ବିଜୟୀ ହେଉ’ ଜମ୍ମୁ ଓ କଶ୍ମିରର ଡୋଡାରେ ଏକ ସାଧାରଣ ସଭାରେ ଏ କଥା କହିଛନ୍ତି ପୂର୍ବତନ...

ମଣିଷର ଶୋଇବା ଅଧିକାରକୁ କେହି ଛଡାଇ ନେଇ ପାରିବେ ନାହିଁ: ବମ୍ବେ ହାଇକୋର୍ଟ

ଶୋଇବା ଅଧିକାର ହେଉଛି ମଣିଷର ଏକ ମୌଳିକ ଆବଶ୍ୟକତା, ଏଥିରୁ ତା’କୁ କେହି ଛଡ଼ାଇ ନେଇପାରିବେ ନାହିଁ। ଏପରି କରିବା ମାନବିକ ଅଧିକାରର ଉଲ୍ଲଂଘନ ବୋଲି...

ଷ୍ଟାର ପ୍ରଚାରକଙ୍କ ନାଁ ଜାରି କଲା ଆପ୍‌, ତାଲିକାରେ କେଜରିଓ୍ବାଲଙ୍କ ନାଁ

ନୂଆଦିଲ୍ଲୀ,୧୬।୪: ଦିଲ୍ଲୀ ସରକାର ତଥା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ତିହାର ଜେଲରେ ବନ୍ଦୀ ଅଛନ୍ତି। ତେବେ ଜେଲରୁ ହିଁ ସରକାର ଚଲେଇବାକୁ କେଜରିଓ୍ବାଲ ଦାବି କରିଛନ୍ତି।...

‘ମୁଁ କେଜରିଓ୍ବାଲ, ଆତଙ୍କବାଦୀ ନୁହେଁ’ ତିହାରରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା

ନୂଆଦିଲ୍ଲୀ,୧୬।୪: ଗୋଟିଏ ପଟେ ଲୋକ ସଭା ନିର୍ବାଚନ ମୁଣ୍ଡ ଉପରେ ଥିବାବେଳେ ଅନ୍ୟପଟେ ଆମ ଆଦମୀ ପାର୍ଟି ଅବକାରୀ ଦୁର୍ନୀତିରେ ଛନ୍ଦି ହୋଇପଡିଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ...

UPSC ସିଭିଲ ସିର୍ଭସ ପରୀକ୍ଷା ୨୦୨୩ ଫାଇନାଲ ରିଜଲ୍ଟ ଜାରି, ଆଦିତ୍ୟ ଶ୍ରୀବାସ୍ତବ ଟପ୍ପର

ନୂଆଦିଲ୍ଲୀ,୧୬।୪: ୟୁପିଏସସି ସିଭିଲ ସର୍ଭିସେସ ପରୀକ୍ଷା ୨୦୨୩ ର ଫାଇନାଲ ଫଳାଫଳ ପ୍ରକାଶ ପାଇଛି। ଏହାର ୱେବସାଇଟ upsc.gov.in ରେ ଏହା ଯାଞ୍ଚ କରାଯାଇପାରିବ ।...

ସୁପ୍ରିମକୋର୍ଟରୁ ଆଜିବି ବାବା ରାମଦେବଙ୍କୁ ମିଳିଲାନି କ୍ଷମା

ନୂଆଦିଲ୍ଲୀ,୧୬।୪: ଯୋଗ ଗୁରୁ ବାବା ରାମଦେବ ମଙ୍ଗଳବାର ସୁପ୍ରିମକୋର୍ଟଙ୍କ ଠାରୁ ଏଲୋପାଥି (ଇଂରାଜୀ ଔଷଧ) ବିରୁଦ୍ଧରେ ବିଭ୍ରାନ୍ତିକର ବିଜ୍ଞାପନ ମାମଲାରେ ସୁପ୍ରିମକୋର୍ଟଙ୍କଠାରୁ ଆଶ୍ୱସ୍ତି ପାଇନାହାଁନ୍ତି। ପତଞ୍ଜଳି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri