ପଦାରେ ପଡ଼ିଲା ରାଜ ପରିବାରର କଳି:ନ୍ୟାୟ ମାଗି ସିଂଦେଓ ପରିବାର ଉପରେ ବର୍ଷିଲେ ଅଦ୍ରିଜା

ବଲାଙ୍ଗୀର, ୧୦ା୫(ବୀରେନ୍ଦ୍ର କୁମାର ଝାଙ୍କର):ବଲାଙ୍ଗୀର ରାଜ ପରିବାରର ସାନବୋହୂ ଅଦ୍ରିଜା ମଞ୍ଜରୀ ସିଂ ଗୁରୁବାର ସ୍ଥାନୀୟ ଏକ ହୋଟେଲଠାରେ ଏକ ଖବରଦାତା ସମ୍ମିଳନୀ କରି ତାଙ୍କ ପାରିବାରିକ ନିର୍ଯାତନା ପ୍ରସଙ୍ଗ ଉଠାଇ ନ୍ୟାୟ ମାଗିଛନ୍ତି। ପୁଣି ଥରେ ସେ ତାଙ୍କ ସ୍ବାମୀ ଅର୍କେଶ ନାରାୟଣ ସିହଦେଓ, ଦେଢ଼ଶୁର କଳିକେଶ ନାରାୟଣ ସିଂଦେଓ ଏବଂ ଶ୍ୱଶୁର ଅନଙ୍ଗ ଉଦୟ ସିଂହଦେଓଙ୍କ ବିରୋଧରେ ନିର୍ଯାତନା ଅଭିଯୋଗ ଆଣିଛନ୍ତି। ତାଙ୍କ ନିର୍ଯାତନା ସମ୍ପର୍କରେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜଣାଇଥିବା କହିଥିଲେ। ଏହାସତ୍ତ୍ୱେ ସେ ଏହି ପରିବାର ସଦସ୍ୟଙ୍କୁ ବିଜେଡି ଟିକେଟ ଦେଇଛନ୍ତି। ମହିଳାମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ବହୁତ କିଛି କରୁଥିବା କୁହାଯାଉଛି। ତେବେ ମୁଖ୍ୟମନ୍ତ୍ରୀ ତାଙ୍କୁ ନ୍ୟାୟ ଦେଇନାହାନ୍ତି ବୋଲି ସେ କହିଥିଲେ। ଯେଭଳି ନିର୍ଯାତନା ତାଙ୍କୁ ଦିଆଯାଇଛି ତାହା ବଲାଙ୍ଗୀରର ଜନସାଧାରଣ ଜାଣନ୍ତୁ ଓ ଏହା ଉପରେ ବିଚାର କରି ଭୋଟ ଦିଅନ୍ତୁ ବୋଲି ସେ ନିବେଦନ କରିଥିଲେ। ଖବରଦାତା ସମ୍ମିଳନୀରେ ଅଦ୍ରିଜାଙ୍କ ସହ ଆଡଭୋକେଟ୍‌ ଦେବାଶିଷ ବିଶ୍ୱାଲ ଓ ସାମାଜିକ କର୍ମୀ ବିଜୁଳି ପ୍ରଧାନ ମଞ୍ଚାସୀନ ଥିଲେ।
ଅଦ୍ରିଜାଙ୍କ ଖବରଦାତା ସମ୍ମିଳନୀ ଉପରେ ସ୍ବାମୀ ଅର୍କେଶ ନାରାୟଣ ସିଂଦେଓଙ୍କୁ ପଚାରିବାରେ ସେ କହିଛନ୍ତି କିଛି ପର ସ୍ତ୍ରୀକୁ ନେଇ ରାଜନୀତି କରୁଛନ୍ତି। ତାଙ୍କ ପାରିବାରିକ ବିବାଦ ମାମଲା ଡେରାଡୁନ୍‌ କୋର୍ଟରେ ବିଚାରାଧୀନ ରହିଛି। ସେଠାକାର ଜଜ୍‌ ତାଙ୍କୁ ନ୍ୟାୟ ଦେବେ। ବଲାଙ୍ଗୀର ଆସି ଲୋକଙ୍କୁ ନ୍ୟାୟ ମାଗିଲେ କ’ଣ ହେବ ବୋଲି କହିଥିଲେ। ଅଦ୍ରିଜାଙ୍କ ଖବରଦାତା ସମ୍ମିଳନୀକୁ ନେଇ ସେ ସ୍ଥାନୀୟ କଂଗ୍ରେସ ଦଳ ବିଧାୟକ ପ୍ରାର୍ଥୀ ସମରେନ୍ଦ୍ର ମିଶ୍ର ଓ ବିଧାୟକ ନରସିଂହ ମିଶ୍ରଙ୍କୁ ସମାଲୋଚନା କରିଥିଲେ। ଏହା ସେମାନଙ୍କ ନିର୍ବାଚନ ପରାଜୟ ଲକ୍ଷଣ ବୋଲି କହିଥିଲେ। ଗଣମାଧ୍ୟମରେ ଅର୍କେଶଙ୍କ ଏଭଳି ମନ୍ତବ୍ୟ ପରେ କଂଗ୍ରେସ ବିଧାୟକ ପ୍ରାର୍ଥୀ ସମରେନ୍ଦ୍ର ମିଶ୍ର କହିଛନ୍ତି, କାହାରି ପାରିବାରିକ ବିବାଦରେ ତାଙ୍କର କୌଣସି ଭୂମିକା ନାହିଁ। ଜାଣିଶୁଣି ତାଙ୍କୁ ଏହି ବିବାଦକୁ ଟଣାଯାଉଛି ବୋଲି ସେ କହିଥିଲେ। ଅଦ୍ରିଜାଙ୍କ ଖବରଦାତା ସମ୍ମିଳନୀ ଉପରେ ତାଙ୍କ ଦେଢ଼ଶୁର ତଥା ବିଜେଡି ବିଧାୟକ ପ୍ରାର୍ଥୀ କଲିକେଶ କୌଣସି ମନ୍ତବ୍ୟ ଦେବାକୁ ମନା କରି ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri