ଏଡିଆର୍‌ ରିପୋର୍ଟ: ୨୦୨୨-୨୩ ବର୍ଷରେ ବିଜେଡିକୁ ମିଳିନି ଗୋଟିଏ ଟଙ୍କା ଚାନ୍ଦା

ନୂଆଦିଲ୍ଲୀ,୧୦।୧: ଆଞ୍ଚଳିକ ରାଜନୈତିକ ଦଳଗୁଡ଼ିକ ୨୦୨୨-୨୩ ଆର୍ଥତ୍କ ବର୍ଷରେ ୨୧୬ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଚାନ୍ଦା ପାଇଥିବା ଘୋଷଣା କରିଛନ୍ତି। ଚାନ୍ଦାରୁ ଜେଏମ୍‌ଏମ୍‌, ଜେଜେପି, ଟିଡିପି ଏବଂ ଟିଏମ୍‌ସିର ଆୟ ସର୍ବାଧିକ ବଢ଼ିଥିବା ଆସୋସିଏଶନ ଫର୍‌ ଡେମୋକ୍ରାଟିକ୍‌ ରିଫମର୍‌ସ (ଏଡିଆର୍‌) ବିଶ୍ଳେଷଣରୁ ଜଣାପଡ଼ିଛି।

ଦଳଗୁଡ଼ିକ ସେମାନଙ୍କ ଆୟ ସମ୍ପର୍କିତ ରିପୋର୍ଟ ଏବଂ ଦାତାମାନଙ୍କ ବିବରଣୀ ନିର୍ବାଚନ କମିଶନଙ୍କୁ ପ୍ରଦାନ କରିବାରେ ବହୁ ବିଳମ୍ବ କରଥିଲେ। ମୋଟ ୫୭ଟି ଆଞ୍ଚଳିକ ଦଳ ମଧ୍ୟରୁ ମାତ୍ର ୧୮ଟି ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଇସିଆଇ ନିକଟରେ ରିପୋର୍ଟ ଦାଖଲ କରିଥିଲେ। ୨୮ଟି ଦଳ ମୋଟ ୨,୧୧୯ଟି ଚାନ୍ଦାରୁ ୨୧୬.୭୬୫ କୋଟି ଟଙ୍କା ପାଇଥିବା ଘୋଷଣା କରିଛନ୍ତି। ଅନ୍ୟ ୧୭ଟି ଦଳ ରିପୋର୍ଟ ଦାଖଲରେ ୨ରୁ ୧୬୪ ଦିନ ପର୍ଯ୍ୟନ୍ତ ବିଳମ୍ବ କରିଥିଲେ। ବିଜେଡି, ଜମ୍ମୁ-କଶ୍ମୀର ନ୍ୟାଶନାଲ କନ୍‌ଫରେନ୍ସ ସମେତ ୭ ରାଜନୈତିକ ଦଳ ଉକ୍ତ ବର୍ଷ ଚାନ୍ଦା ପାଇ ନ ଥିବା ଜଣାଇଛନ୍ତି।

ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମ୍‌ଏମ୍‌)ର ଚାନ୍ଦା ପରିମାଣ ପୂର୍ବ ବର୍ଷ ତୁଳନାରେ ୩,୬୮୫ ପ୍ରତିଶତ ବୃଦ୍ଧି ପାଇଛି। ସେହିପରି ଜନନାୟକ ଜନତା ଦଳ (ଜେଜେପି) ଏବଂ ଟିଡିପି ଚାନ୍ଦା ପରିମାଣ ପୂର୍ବବର୍ଷ ତୁଳନାରେ ଯଥାକ୍ରମେ ୧,୯୯୭ ଏବଂ ୧,୭୯୫ ପ୍ରତିଶତ ବଢ଼ିଛି। ଅନ୍ୟପକ୍ଷରେ ସମାଜବାଦୀ ପାର୍ଟି ଏବଂ ଶିରୋମଣି ଅକାଳୀ ଦଳ ଚାନ୍ଦା ପରିମାଣ ପୂର୍ବବର୍ଷ ତୁଳନାରେ ଯଥାକ୍ରମେ ୯୯.୧ ଏବଂ ୮୯.୧ ପ୍ରତିଶତ ହ୍ରାସ ପାଇଛି। ଭାରତ ରାଷ୍ଟ୍ରସମିତି (ବିଆର୍‌ଏସ୍‌) ସର୍ବାଧିକ ୧୫୪.୦୩ କୋଟି ଟଙ୍କା ଚାନ୍ଦା ପାଇଥିବାବେଳେ ଏହା ପଛକୁ ୧୬ କୋଟି ଚାନ୍ଦା ପାଇ ଓ୍ବାଇଏସ୍‌ଆର୍‌ କଂଗ୍ରେସ ପାର୍ଟି ଦ୍ୱିତୀୟ ସ୍ଥାନରେ ଏବଂ ୧୧.୯୨ କୋଟି ଚାନ୍ଦା ସହ ତେଲୁଗୁ ଦେଶମ ପାର୍ଟି (ଟିଡିପି) ତୃତୀୟ ସ୍ଥାନରେ ରହିଛି।

ବିଆର୍‌ଏସ୍‌, ଓ୍ବାଇଏସ୍‌ଆର୍‌ କଂଗ୍ରେସ, ଟିଡିପି, ଡିଏମ୍‌କେ ଏବଂ କମ୍ୟୁନିଷ୍ଟ ପାର୍ଟି ଅଫ୍‌ ଇଣ୍ଡିଆ (ସିପିଆଇ) ମିଶି ମୋଟ ଘୋଷିତ ଚାନ୍ଦାର ୯୦.୫୬ ପ୍ରତିଶତ ପାଇଛନ୍ତି। ଅନ୍ୟପକ୍ଷରେ ୫ଟି ଆଞ୍ଚଳିକ ଦଳ ୯୬.୨ ଲକ୍ଷ ଟଙ୍କା ଚାନ୍ଦା ପାଇଥିବା ଘୋଷଣା କରିଥିବାବେଳେ ଦାତାମାନଙ୍କ ପାନ୍‌ ଦେଇନାହାନ୍ତି। ୩.୩୬ କୋଟି ଟଙ୍କା ଚାନ୍ଦା ଦେଇଥିବା ଦାତାମାନଙ୍କ ଠିକଣା ମିଳୁ ନ ଥିବାବେଳେ ୧୬୫.୭୩ କୋଟି ଟଙ୍କା ଚାନ୍ଦାରେ ଦାତାମାନଙ୍କ ସମ୍ପୂର୍ଣ୍ଣ ବିବରଣୀ ନାହିଁ। କର୍ପୋରେଟ୍‌ ଏବଂ ବ୍ୟବସାୟିକ ସଂସ୍ଥାଗୁଡ଼ିକରୁ ମୋଟ ଚାନ୍ଦାର ୭୮ ପ୍ରତିଶତ ଅର୍ଥାତ୍‌ ୧୬୯.୨ କୋଟି ଟଙ୍କା ଆସିଥିବାବେଳେ ବ୍ୟକ୍ତିଗତ ଦାତାମାନଙ୍କଠାରୁ ୪୫.୨୪ କାଟି ଟଙ୍କା ଆସିଛି।


Enter your email to get our daily news in your inbox.

All Right Reserved By Dharitri.Com

ଶୁକ୍ରବାରଠାରୁ ଶିମିଳିପାଳ ଜଗିବେ ପୋଲିସ ଫୋର୍ସ

ବାରିପଦା,୧୬।୧: ଶିମିଳିପାଳରେ ଶୁକ୍ରବାରଠାରୁ ନିୟୋଜିତ ହେବେ ପୋଲିସ ଫୋର୍ସ। ପ୍ରାଥମିକ ପର୍ଯ୍ୟାୟରେ ମୁତୟନ ହେବେ ୧ ପ୍ଲାଟୁନ ଫୋର୍ସ ନିଯୁକ୍ତ ହେବେ। ଜଏଣ୍ଟ ଟାସ୍କଫୋର୍ସ ସହ...

ପାଣି ହଣ୍ଡାରେ ପଡ଼ିଗଲେ ୨ ବର୍ଷର ଶିଶୁକନ୍ୟା, ତା’ପରେ…

ଝରିଗାଁ,୧୬।୧(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଅଧୀନ ଏକମ୍ବା- ଖ ପଞ୍ଚାୟତ ସଦର ମହକୁମାରେ ବୁଧବାର ଏକ ଅଘଟଣ ଘଟିଛି। ପାଣି ଭର୍ତ୍ତି...

ଯୋଗ୍ଯ ରାସନ କାର୍ଡ ହିତାଧିକାରୀମାନେ ଇ-କେୱାଇସି କରିବା ଜରୁରୀ,ଆସିଲା ନୂଆ ସୂଚନା

ଭୁବନେଶ୍ୱର,୧୬।୧: ରାଜ୍ୟର ଯୋଗ୍ଯ ରାସନ କାର୍ଡ ହିତାଧିକାରୀମାନେ ସେମାନଙ୍କ ଆଧାରକାର୍ଡ ଇ-କେୱାଇସି କରିବା ଜରୁରୀ ଅଟେ। ଇ-କେୱାଇସି କରିଥିବାର ସଦ୍ୟତମ ସ୍ଥିତି ବିଷୟରେ ଜାଣିବା ପାଇଁ...

ବରଗଡ଼ରେ ପୁଣି ଚାଞ୍ଚଲ୍ୟ: ଶ୍ୱଶୁର ଘରେ ଜ୍ବାଇଁଙ୍କୁ ହତ୍ୟା

ପାଇକମାଳ.୧୬।୧(ବଡ଼ ଶତପଥି): ବରଗଡ଼ଜିଲା ପାଇକମାଳ ଥାନା ନରସିଂହପଡ଼ାରେ ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିବା ନେଇ ଗୁରୁବାର ପାଇକମାଳ ଥାନାରେ ଅଭିଯୋଗ ହୋଇଛି । ମୃତକ ଯୁବକ...

ରାଜ୍ୟ ସରକାରଙ୍କ ବଡ଼ ଘୋଷଣା: ପଦ୍ମ ବିଜେତାଙ୍କୁ ମିଳିବ ମାସିକ ୩୦ ହଜାର ଟଙ୍କା

ଭୁବନେଶ୍ୱର,୧୬।୧: ରାଜ୍ୟ ସରକାର ଗୁରୁବାର ପଦ୍ମ ବିଜେତାଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ପଦ୍ମ ପୁରସ୍କାର ବିଜେତାଙ୍କୁ ରାଜ୍ୟ ସରକାର ମାସିକ ୩୦ ହଜାର...

ଜାତୀୟ ଶିକ୍ଷା ନୀତି ପାଠ୍ୟକ୍ରମ ପ୍ରସ୍ତୁତ କରିବା ପାଇଁ କମିଟି ଗଠନ କଲେ ରାଜ୍ୟ ସରକାର

ଭୁବନେଶ୍ୱର, ୧୬।୧: ଜାତୀୟ ଶିକ୍ଷା ନୀତି (NEP) ୨୦୨୦ ପରିସର ମଧ୍ୟରେ ରାଜ୍ୟ ପାଠ୍ୟକ୍ରମ ଢାଞ୍ଚା ବିକଶିତ କରିବା ପାଇଁ ଓଡ଼ିଶା ସରକାର ଗୁରୁବାର ଏକ...

ନୟାପଲ୍ଲୀ ଅଞ୍ଚଳରେ ଅଭାବନୀୟ ଘଟଣା, ଶିଶୁପୁତ୍ର ମୃତଦେହ ଝୁଣି ଖାଇଲା କୁକୁର

ଭୁବନେଶ୍ୱର,୧୬।୧: ନବଜାତ ପୁତ୍ରର ମୃତଦେହକୁ ଝୁଣି ଖାଇଲା କୁକୁର। ନୟାପଲ୍ଲୀ ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ସ୍ଥାନୀୟ ଲୋକଙ୍କ ଖବର ପରେ ମୃତଦେହ...

ଅଙ୍ଗନଓ୍ବାଡି କର୍ମୀଙ୍କ ପାଇଁ ଖୁସିଖବର: ବଢିବ ଦରମା! ଉପମୁଖ୍ୟମନ୍ତ୍ରୀ କହିଲେ…

ଭୁବନେଶ୍ୱର,୧୬।୧: ରାଜ୍ୟ ଅଙ୍ଗନଓ୍ବାଡି କର୍ମୀଙ୍କ ଦରମା ବଢ଼ିପାରେ। ଏ ନେଇ ରାଜସ୍ଥାନ ଜୟପୁର ଚିନ୍ତନ ଶିବିରରେ କେନ୍ଦ୍ରକୁ ପ୍ରସ୍ତାବ ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଉପମୁଖ୍ୟମନ୍ତ୍ରୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri