ଅଣ୍ଡା ଶିଳ୍ପରେ ବ୍ଲକ୍‌ ଚେନ୍‌ ଟେକ୍ନୋଲୋଜି ପ୍ରଚଳନ

ଭୁବନେଶ୍ୱର,୨୫।୫: ରାଜ୍ୟର ପ୍ରମୁଖ ତଥା ପୂର୍ବ ଭାରତର ବୃହତ୍ତମ ଅଣ୍ଡା ଉପତ୍ାଦନକାରୀ କମ୍ପାନୀ ଓଭୋ ଫାର୍ମ ପକ୍ଷରୁ ଏକ ଅଭିନବ ସୁବିଧାର ଶୁଭାରମ୍ଭ କରାଯାଇଛି। ବିଶେଷକରି ଅଣ୍ଡା ଶିଳ୍ପରେ ବୈପ୍ଲବିକ ପରିବର୍ତ୍ତନ ଆଣିବା ସହ ଗ୍ରାହକଙ୍କ ମନରେ ବିଶ୍ୱାସ ଏବଂ ଭରସା ସହ କାରବାରରେ ସ୍ବଚ୍ଛତା ଆଣିବା ଲକ୍ଷ୍ୟରେ ବ୍ଲକ୍‌ ଚେନ୍‌ ଟେକ୍ନୋଲୋଜି ପ୍ରଚଳନ କରାଇଛି। ଫଳରେ କମ୍ପାନୀ ତା’ର ଉପତ୍ାଦନ ଏବଂ ନବୀନ ପ୍ରକ୍ରିୟା ସହିତ ଭାରତର ଅଣ୍ଡା ଶିଳ୍ପକୁ ଆଗକୁ ବଢାଇବାର ନେତୃତ୍ୱ ନେଉଛି। ଏପରିକି କମ୍ପାନୀ ନିକଟରେ ତା’ର ବ୍ଲକ୍‌ ଚେନ୍‌ ଟେକ୍ନୋଲୋଜିକୁ ପ୍ରଚଳନ କରାଇଛି, ଯାହା ସପ୍ଲାଏ ଚେନ୍‌ର ପ୍ରତି ସ୍ତରରେ ଆବଶ୍ୟକ ସୂଚନା ଓ ଉପତ୍ାଦିତ ଅଣ୍ଡା ଫାର୍ମରୁ ବାହାରି ଗ୍ରାହକଙ୍କ ପାଖରେ ପହଞ୍ଚତ୍ବା ପର୍ଯ୍ୟନ୍ତ ଅଣ୍ଡାଗୁଡିକ ଉପରେ ନଜର ରଖିଥାଏ। ସେହିଭଳି ଓଭୋ ଫାର୍ମ ତା’ର ଫ୍ଲାଗ୍‌ଶିପ୍‌ ବ୍ରାଣ୍ଡ୍‌ ‘କେନ୍‌କୋ’ଅଧୀନରେ ଉଚ୍ଚମାନର ସତେଜ ଏବଂ ସ୍ବଚ୍ଛ ଅଣ୍ଡା ଗ୍ରାହକଙ୍କୁ ଯୋଗାଇଥାଏ। ଯାହାର ପ୍ରାମାଣିକତା ପ୍ରତ୍ୟେକ ଉପତ୍ାଦ ଉପରେ ଥିବା କ୍ୟୁଆର୍‌ କୋଡ୍‌କୁ ସ୍କାନ୍‌ କରି ଜାଣିହେବ। ଏ ସମ୍ପର୍କରେ ଓଭୋ ଫାର୍ମର ସହ-ପ୍ରତିଷ୍ଠାତା ଓ ନିର୍ଦ୍ଦେଶକ ସମରେନ୍ଦ୍ର ମିଶ୍ର କହିଛନ୍ତି, ବ୍ଲକ୍‌ ଚେନ୍‌ ଟେକ୍ନୋଲୋଜି ମାଧ୍ୟମରେ ଆମେ ଗୁଣବତ୍ତାକୁ ସୁନିଶ୍ଚିତ କରିବାକୁ ଚାହୁଁ ଏବଂ ଉଚିତ ଉପତ୍ାଦ ଆମ ଗ୍ରାହକଙ୍କ ନିକଟରେ ପହଞ୍ଚୁଛି ବୋଲି ନିଶ୍ଚିତ କରିବୁ। ସେହିଭଳି ଆମର ପ୍ରତ୍ୟେକ ଉପତ୍ାଦ ଉପରେ ସ୍ବତନ୍ତ୍ର ସ୍କାନ୍‌ କୋଡ୍‌ ରହିଛି, ଯାହାକି ଉପତ୍ାଦକ ୟୁନିଟ୍‌ଠାରୁ ଗ୍ରାହକଙ୍କ ପାଖରେ ପହଞ୍ଚତ୍ବା ପର୍ଯ୍ୟନ୍ତ ଉପତ୍ାଦର ପରିବହନ ବିଷୟରେ ସମସ୍ତ ସୂଚନା ଦେଇଥାଏ। ଏପରିକି ସତେଜ, ସ୍ବଚ୍ଛ ଏବଂ ପୁଷ୍ଟିକର ଅଣ୍ଡା ଉପତ୍ାଦନ କରି ଏକ ସୁସ୍ଥ ସମାଜ ଗଢିବାର ମିଶନ ପାଇଁ ଆମେ ପ୍ରତିଶ୍ରୁତିବନ୍ଧ ରହିଛୁ ବୋଲି ମିଶ୍ର ବିସ୍ତୃତ ଭାବେ ଆଲୋକପାତ କରିଥିଲେ। ଉଲ୍ଲେଖଯୋଗ୍ୟ, ବ୍ରାଣ୍ଡ୍‌ର ସମସ୍ତ ଅଣ୍ଡା ଉପରେ ଥିବା କ୍ୟୁଆର୍‌ କୋଡ୍‌ ବ୍ୟବହାର କରି ଗ୍ରାହକମାନେ ଫାର୍ମର ଅବସ୍ଥିତି, ପ୍ରକ୍ରିୟାକରଣ ତାରିଖ, ପ୍ୟାକେଜିଂ ଏବଂ ସେମାନେ କିଣୁଥିବା ଉତ୍ପାଦର ପରିବହନ ବିବରଣୀ ଭଳି ସୂଚନା ପାଇପାରିବେ। ଅପରପକ୍ଷରେ ଓଭୋର ଫ୍ଲାଗ୍‌ଶିପ୍‌ ବ୍ରାଣ୍ଡ୍‌ କେନ୍‌କୋ ହାଇ ପ୍ରୋ, ବ୍ରାଉନ୍‌, ଇମ୍ୟୁନୋ, ମୋର୍‌ଓଭୋ ଏବଂ ଅନ୍‌-ଡେ ଭଳି ୬ଟି ବର୍ଗର ସାମଗ୍ରୀ ଯୋଗାଉଛି, ଯାହା ୬, ୧୦ ଏବଂ ୨୦ଟି ଅଣ୍ଡାର ପ୍ୟାକେଟ୍‌ ଆକାରରେ ଉପଲବ୍ଧ ରହିଛି। ପ୍ରତ୍ୟେକ ଉପତ୍ାଦର ନିଜସ୍ବ ପୁଷ୍ଟିକର ଉପଯୋଗିତା ରହିଛି। ଅଣ୍ଡାଗୁଡିକ ବିନା କୌଣସି ମଣିଷ ସ୍ପର୍ଶରେ ଫାର୍ମରୁ ସିଧାସଳଖ ଷ୍ଟୋରକୁ ଆସିଥାଏ। ନିକଟରେ ଓଭୋ ଫାର୍ମ ଓଡ଼ିିଶାର ପ୍ରଥମ ସ୍ବତନ୍ତ୍ର ଅଣ୍ଡା ରିଟେଲ୍‌ ଷ୍ଟୋର୍‌ ତଥା ନିଜର ଫ୍ଲାଗ୍‌ଶିପ୍‌ ଷ୍ଟୋର୍‌ କେନ୍‌କୋ ଏଗ୍‌ଷ୍ଟ୍ରା ଭୁବନେଶ୍ୱରର ନୟାପଲ୍ଲୀ ଠାରେ ଆରମ୍ଭ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ୟବସାୟୀଙ୍କ ଘରୁ ଚୋରି କରି ଧରାପଡ଼ିଲେ

ଖଡ଼ିଆଳ,୧୮।୨: ନୂଆପଡ଼ା ଜିଲା ୧୧ ନମ୍ବର ୱାର୍ଡ ପୁଟୁପଡ଼ାରେ ରହୁଥିବା ଜଣେ ବ୍ୟବସାୟୀଙ୍କ ଘରୁ ବଡ଼ଧରଣର ଚୋରି ହୋଇଥିଲା। ପୋଲିସ ବୁଧବାର ଉକ୍ତ ଘଟଣାର ପର୍ଦ୍ଦାଫାଶ କରିଛି।…

ବୋଲଗଡ଼ ବିଡିଓଙ୍କୁ ହଟାଇବା ଦାବିରେ ତାତିଲେ ଆନ୍ଦୋଳନକାରୀ; ପୋଲିସ ସହ ଠେଲାପେଲା, କାର୍‌ ଭାଙ୍ଗିଲେ…

ଖୋର୍ଦ୍ଧା,୧୮।୨(ପ୍ରଭାତ ପାଣିଗ୍ରାହୀ): ଉଗ୍ରରୂପ ନେଲା ବ୍ଲକ ସମୁଖ ଆନ୍ଦୋଳନ । ବୋଲଗଡ଼ ବ୍ଲକ ପରିସରରେ ବିଡିଓ ବିବାଦକୁ ନେଇ ଉତ୍ତେଜନା ଦେଖାଯାଉଥିବା ବେଳେ ବିଡିଓଙ୍କ ଗାଡି ଭଙ୍ଗାରୁଜା…

ପୌର ପରିଷଦ କାର୍ଯ୍ୟାଳୟ ଗେଟରେ ତାଲା ପକାଇଲେ ସଫେଇ କର୍ମଚାରୀ

ଯାଜପୁରରୋଡ଼,୧୮।୨(ପବିତ୍ର ରଞ୍ଜନ ମହାନ୍ତି): ବ୍ୟାସନଗର ପୌର ପରିଷଦ କାର୍ଯ୍ୟାଳୟ ଗେଟରେ ତାଲା ପକାଇ ବୁଧବାର ସଫେଇ କର୍ମଚାରୀମାନେ ଆନ୍ଦୋଳନ କରିଛନ୍ତି। କର୍ମଚାରୀଙ୍କ ଅଭିଯୋଗ ମୁତାବକ ସେମାନେ ୩…

ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର, ହୋଲି ପୂର୍ବରୁ ବଢ଼ିପାରେ DA!

ନୂଆଦିଲ୍ଲୀ,୧୮।୨: ଚଳିତ ବର୍ଷର ହୋଲି କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଏକ ସ୍ୱତନ୍ତ୍ର ହୋଇପାରେ। ହୋଲି ଉତ୍ସବ ପୂର୍ବରୁ ସରକାର ମହଙ୍ଗା ଭତ୍ତା (DA)…

୧୭ ଜଣଙ୍କୁ ପଛରେ ପକାଇ ଉପରକୁ ଉଠିଲେ ଇଶାନ କିଷାନ

ନୂଆଦିଲ୍ଲୀ,୧୮।୨: ICC ଟି-୨୦ ରାଙ୍କିଙ୍ଗ ପ୍ରକାଶ ପାଇଛି। ଏଥିରେ ପ୍ରଭାବଶାଳୀ ପ୍ରଦର୍ଶନ କରିଥିବା ଇଶାନ କିଷାନଙ୍କ ତାଙ୍କୁ ଶ୍ରେଷ୍ଠ ୧୦ରେ ସ୍ଥାନ ମିଳିଛି। ସେ ୧୭ ବ୍ୟାଟସମ୍ୟାନଙ୍କୁ…

ଭେଣ୍ଟିଲେଟରରେ ସଲମାନଙ୍କ ବାପା: ସ୍ବାସ୍ଥ୍ୟାବସ୍ଥାକୁ ନେଇ ଆସିଲା ବଡ଼ ଅପଡେଟ୍‌

ବଲିଉଡର ବରିଷ୍ଠ ସ୍କ୍ରିନ୍‌ରାଇଟର୍‌ ସଲିମ ଖାନ ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ତାଙ୍କ ସ୍ବାସ୍ଥ୍ୟବସ୍ଥା ଖରାପ ହେବା ପରେ ତାଙ୍କୁ ଫେବୃଆରୀ ୧୭ ସକାଳେ ହସ୍ପିଟାଲକୁ ଅଣାଯାଇଥିଲା।…

କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ମନ୍ତ୍ରୀ ଜୟରାମ ପାଙ୍ଗୀ, କହିଲେ ଏହି କାରଣ

ଭୁବନେଶ୍ବର,୧୮।୨: କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ମନ୍ତ୍ରୀ ଜୟରାମ ପାଙ୍ଗୀ । ବୁଧବାର ସେ ଇସ୍ତଫା ପତ୍ର ପିସିସି ସଭାପତି ଭକ୍ତଚରଣ ଦାସଙ୍କ ନିକଟକୁ ପଠାଇଛନ୍ତି ।…

ବାସନ ଧୋଇଲେ ପାକିସ୍ତାନ ଖେଳାଳି: ହୋଟେଲରେ ହେଲେ ହଟହଟା

ଇସଲାମାବାଦ୍‌,୧୮।୨: ପାକିସ୍ତାନ ଜାତୀୟ ହକି ଦଳର ସାମ୍ପ୍ରତିକ ଅଷ୍ଟ୍ରେଲିଆ ଗସ୍ତ ପୁଣି ଥରେ ଦେଶର କ୍ରୀଡ଼ା ପ୍ରଶାସନ ପୋଲ ଖୋଲିଛି। FIH ପ୍ରୋ ଲିଗର ଦ୍ୱିତୀୟ ପର୍ଯ୍ୟାୟକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri