ଇଂଲଣ୍ଡର ବିଜୟକୁ ନେଇ ଟୁଇଟ୍‌ କରି ଫସିଲେ ଅଦ୍‌ନାନ: ପାକିସ୍ତାନ କ୍ରିକେଟ ପ୍ରଶଂସକଙ୍କ ଟ୍ରୋଲିଂ ପରେ ନେଲେ ଏହି ବଡ଼ ନିଷ୍ପତ୍ତି

ବମ୍ବେ: ବିଶ୍ୱକପ୍‌ ଫାଇନାଲରେ ଇଂଲଣ୍ଡର ବିଜୟକୁ ନେଇ ଏକ ଟୁଇଟ୍‌ କରି ଫସିଛନ୍ତି ଜଣାଶୁଣା ଗାୟକ ତଥା ମ୍ୟୁଜିକ୍‌ କମ୍ପୋଜର ଅଦନାନ ସାମି। ଏହାକୁ ନେଇ ତାଙ୍କୁ ପାକିସ୍ତାନୀ ପ୍ରଶଂସକ ପୁଣିଥରେ ଟାର୍ଗେଟ କରିବା ଆରମ୍ଭ କରିଛନ୍ତି। ଗାୟକ ଏହାକୁ ନେଇ ଖପ୍ପା ହେବା ସହ ପାକିସ୍ତାନୀ କର୍ତ୍ତୃପକ୍ଷଙ୍କ ଉପରେ ବର୍ଷିଛନ୍ତି। ସେ ଟୁଇଟରରେ ଏକ ଲମ୍ବା ନୋଟ୍‌ ଲେଖିଛନ୍ତି। ଦୀର୍ଘଦିନ ଧରି ତାଙ୍କ ସହ କେଉଁଭଳି ବ୍ୟବହାର କରାଯାଇଛି, ଯାହା ତାଙ୍କର ପାକିସ୍ତାନ ଛାଡ଼ିବାର କାରଣ ପାଲଟିଥିଲା, ସବୁକିଛିର ସେ ଖୁଲାସା କରିବେ ବୋଲି ଅଦନାନ କହିଛନ୍ତି।

ବିଶ୍ୱକପ୍‌ ଫାଇନାଲରେ ପାକିସ୍ତାନ ପରାଜୟକୁ ନେଇ ଅଦନାନ ଟୁଇଟ୍‌ କରି କହିଥିଲେ ‘ଭଲ ଟିମ୍‌ ଜିତିଲା । ଇଂଲଣ୍ଡକୁ ଶୁଭେଚ୍ଛା।’ ଏଥିସହ ସେ ବପ୍ପି ଲେହେରୀଙ୍କ ଏକ ଗୀତ ‘ମେରେ ତୋ ଲଗ୍‌ ଗଏ..’ର କ୍ଲିପ୍‌ ଶେୟାର କରିଥିଲେ। ଏହାକୁ ନେଇ ପାକିସ୍ତାନୀ କ୍ରିକେଟ ପ୍ରଶଂସକ ତାଙ୍କୁ ଟାର୍ଗେଟ କରିଥିଲେ। ଅଦନାନ ତାଙ୍କର ବିଶ୍ୱାସନୀୟତା ପ୍ରମାଣ ଦେବାକୁ ଚେଷ୍ଟା କରୁଥିବା କହିଥିଲେ।

ଏଭଳି କଥାର ଜବାବ ଦେଇ ଅଦନାନ କହିଥିଲେ, ଆମର ବିଶ୍ୱାସନୀୟତା କେବଳ ଗୋଟିଏ ଦେଶ ପାଇଁ-ଭାରତ। ଅନ୍ୟପକ୍ଷରେ ଆପଣ ଦ୍ୱନ୍ଦ୍ୱରେ ଅଛନ୍ତି। ବିଶ୍ୱାସନୀୟତା ପାଇଁ? କେତେବେଳେ ଆର୍ମି ପାଇଁ? କେବେ ଆମେରିକା ପାଇଁ? କେବେ ଚାଇନା ପାଇଁ? କେବେ ସାଉଦ ଆରବ ପାଇଁ? ଆପଣଙ୍କର ଆଗାମୀ ପୀଢ଼ି ସତରେ ଦ୍ୱନ୍ଦ୍ୱରେ ପଡ଼ିବେ।

ଏଭଳି ଜବାବ ଦେଖି ପାକିସ୍ତାନୀ ପ୍ରଶଂସକ ପୁଣିଥରେ ଟ୍ରୋଲ କରିଥିଲେ। ସୋମବାର ସକାଳେ ଅଦନାନ ଆଉ ଏକ ଟୁଇଟ୍‌ କରି କହିଛନ୍ତି, ବହୁତ ଲୋକ ଭାବନ୍ତି ମୁଁ କାହିଁକି ପାକିସ୍ତାନକୁ ଏତେ ଘୃଣା କରେ। ସତ ଏହା ଯେ ପାକିସ୍ତାନର ଜନସାଧାରଣଙ୍କୁ ମୁଁ ଘୃଣା କରେ ନାହିଁ। ସେମାନେ ସବୁବେଳେ ଭଲ ବ୍ୟବହାର କରିଛନ୍ତି। ହେଲେ କିଛି ସଂସ୍ଥା ସହ ମୋର ଅସୁବିଧା ରହିଛି। ଯେଉଁମାନେ ମୋତେ ବ୍ୟକ୍ତିଗତ ଭାବେ ଜାଣନ୍ତି ସେମାନେ ମୋର ପାକିସ୍ତାନ ଛାଡ଼ିବାର କାରଣ ଜାଣନ୍ତି। ଦିନେ, ଖୁବ୍‌ଶୀଘ୍ୟ ମୁଁ ସେସବୁ ସତର ଖୁଲାସା କରିବି। ବହୁତ ବର୍ଷ ଧରି ଚୁପ୍‌ ରହିଛି, ହେଲେ ଦୁନିଆକୁ ଏନେଇ କହିବାକୁ ସଠିକ ସମୟ ଚୟନ କରିବି ବୋଲି ସେ ଜବାବ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅନଲାଇନ ପେମେଣ୍ଟ କଲେ ଦିଗପହଣ୍ଡି ଚାଷୀଙ୍କୁ ମିଳୁଛି ସାର, ହନ୍ତସନ୍ତ ହେଉଛନ୍ତି….

ଦିଗପହଣ୍ଡି,୨୩।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଥିବା ପ୍ରାଥମିକ ସେବା ସମବାୟ ସମିତିରେ ଚଳିତବର୍ଷ ଅନଲାଇନ୍ ଜରିଆରେ ଚାଷୀଙ୍କୁ ସାର ବିକ୍ରୀ ବ୍ୟବସ୍ଥାକୁ ନେଇ…

ଅବ୍ୟବସ୍ଥାରେ ବଡ଼ଛତ୍ରଙ୍ଗ ହାଇସ୍କୁଲ, ଛାତରୁ ଝରୁଛି ପାଣି, ନାହାନ୍ତି ଶିକ୍ଷକ

ଥୁଆମୂଳ ରାମପୁର,୨୩।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଐତିହାସିକ ସରକାରୀ ଉଚ୍ଚ ବିଦ୍ୟାଳୟ ବଡ଼ଛତ୍ରଙ୍ଗରେ ଶିକ୍ଷାବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ୧୯୬୬ରୁ ସ୍ଥାପିତ ଏହି…

କଲମ୍ବୋ ଟେଷ୍ଟରେ ଗିଲଙ୍କ ରେକର୍ଡ: ଭାଙ୍ଗିଲେ କୋହଲି-ଧୋନିଙ୍କ ରେକର୍ଡ

ନୂଆଦିଲ୍ଲୀ,୨୩।୮: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ଦ୍ୱିତୀୟ ମୁକାବିଲା କଲମ୍ବୋର SSC ଗ୍ରାଉଣ୍ଡରେ ଖେଳାଯାଉଛି । ଟସ୍ ଜିତି ଭାରତୀୟ ଅଧିନାୟକ ଶୁଭମନ…

ଲଗାଣ ବର୍ଷାରେ ପାପଡ଼ାହାଣ୍ଡିରେ ବନ୍ୟା, ଭାଙ୍ଗିଲା ୩୮ ଘର, ୧୦୦ଜଣଙ୍କୁ ସ୍ଥାନାନ୍ତର

ପାପଡ଼ାହାଣ୍ଡି, ୨୩।୮(ସ୍ବପ୍ନଜିତ ପଟ୍ଟନାୟକ): ଗତ ୨ ଦିନ ଧରି ଲାଗି ରହିଥିବା ଲଗାଣ ବର୍ଷାରେ ରବିବାର ପାପଡ଼ାହାଣ୍ଡି ବ୍ଲକରେ ବନ୍ୟା ପରିସ୍ଥିତି ଉପୁଜିଛି। ପାପଡ଼ାହାଣ୍ଡି ସଦର ସମେତ…

‘ମୁଁ ଏଠାକାର ଖେଳାଳି’, ନଦୀରେ ଡେଇଁ ଭିଡିଓ ପୋଷ୍ଟ କଲେ କିରେନ ରିଜିଜୁ, ରାହୁଲ ଗାନ୍ଧୀଙ୍କ ସହ ତୁଳନାରେ ଦେଲେ ଏମିତି ଜବାବ

ନୂଆଦିଲ୍ଲୀ,୨୩।୮: ଅରୁଣାଚଳ ପ୍ରଦେଶର ଏମପି ତଥା କେନ୍ଦ୍ରମନ୍ତ୍ରୀ କିରେନ ରିଜିଜୁ ସୋସିଆଲ ମିଡିଆରେ ନିଜର ଏକ ଭିଡିଓକୁ ନେଇ ଚର୍ଚ୍ଚାରେ ଅଛନ୍ତି । ନଦୀରେ ଡେଇଁ ତୀବ୍ର…

ଦୋକାନ ଭିତରୁ ମିଳିଲା ମାଲିକାଣୀଙ୍କ ରକ୍ତାକ୍ତ ମୃତଦେହ, ଭାଇ ଆଣିଲେ ହତ୍ୟା ଅଭିଯୋଗ

କେନ୍ଦୁଝର,୨୩।୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ ଥାନା ଅଧୀନ ଘୁଟୁରୁରେ ଥିବା ଏକ ଶୋରୁମ ଭିତରୁ ଜଣେ ମହିଳାଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ତାଙ୍କ ନାମ…

ରନ୍ଧନ ଗ୍ୟାସକୁ ନେଇ କେନ୍ଦ୍ର ସରକାରଙ୍କ ବଡ଼ ନିୟମ: ଏହା ଥିଲେ ବନ୍ଦ ହେବ LPG ସିଲିଣ୍ଡର

ନୂଆଦିଲ୍ଲୀ,୨୩।୮: ଦେଶର ଘରୋଇ ରୋଷେଇ ଗ୍ୟାସ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ଆଣିବା ଦିଗରେ କେନ୍ଦ୍ର ସରକାର ପଦକ୍ଷେପ ନେଉଛନ୍ତି । ଯେଉଁ ଅଞ୍ଚଳରେ ପୂର୍ବରୁ PNG (Piped…

ସ୍କୁଲ ବନ୍ଦ କରି ଚାଲିଗଲେ ଶିକ୍ଷକ: ଭିତରେ ଫସି ରହିଲେ ଛାତ୍ରୀ, କାନ୍ଦ ବୋବାଳି….

ବଲାଙ୍ଗୀର,୨୩ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପାଟଣାଗଡ ଭାଇଁସା ସରକାରୀ ପ୍ରାଥମିକ ଉଚ୍ଚ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗତକାଲି ଶନିବାର ଦିନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri