ଆବେଦନରୁ ଆଡ୍‌ମିଶନ

ପିଲାଏ ମାଟ୍ରିକ୍‌ ପରୀକ୍ଷାରେ ପାସ୍‌ କରିବା ପରେ ଯୁକ୍ତଦୁଇ, ଆଇଟିଆଇ, ଡିପ୍ଲୋମା ଇଂଜିନିୟରିଂ ଆଦି କଲେଜରେ ଆଡ୍‌ମିଶନ ପାଇଁ ଚାଲେ ଆବେଦନ ପ୍ରକ୍ରିୟା। ଏହି ଆବେଦନ ପାଇଁ ରଖିଥିବା ନମ୍ବର, ରହୁଥିବା ଅଞ୍ଚଳ, ଆବେଦନ କରୁଥିବା ସ୍କୁଲ ବା କଲେଜର ପୂର୍ବ କଟ୍‌ ଅଫ୍‌ ମାର୍କକୁ ବିଚାରକୁ ନେଇଥା’ନ୍ତି ପିଲାଏ ଓ ତାଙ୍କ ଅଭିଭାବକ। ତେବେ ସାଧାରଣତଃ ସାମ୍‌ସ ପୋର୍ଟାଲରେ ଲକ୍ଷ ଲକ୍ଷ ଛାତ୍ରୀଛାତ୍ର ଆବେଦନ କରିଥା’ନ୍ତି। ରେଜିଷ୍ଟ୍ରେଶନ କରିବାପରେ ଲଗ୍‌ଇନ୍‌ କରି ଆବେଦନ କରାଯାଇଥାଏ। ଏହି ରେଜିଷ୍ଟ୍ରେଶନ ପାଇଁ ପିଲାମାନଙ୍କ ଆଧାରରେ ଲିଙ୍କ୍‌ ହୋଇଥିବା ମୋବାଇଲ ନମ୍ବରକୁ ବ୍ୟବହାର କରିବାକୁ ପଡ଼ିଥାଏ। ତେବେ ଅଧିକାଂଶ କ୍ଷେତ୍ରରେ ଏହି ମୋବାଇଲ ନମ୍ବର ମାତାପିତାଙ୍କର ହୋଇଥାଏ। ଦେଖାଯାଏ, ଏ ସମ୍ବନ୍ଧୀୟ ଧାରଣା ଯେତେବେଳେ ପିତାମାତାମାନେ ପାଆନ୍ତି, ସେତେବେଳେ ସେମାନେ ତାଙ୍କ ପିଲାଟିର ଆଧାର କାର୍ଡ ଓ ସେଥିରେ ଥିବା ମୋବାଇଲ ନମ୍ବରକୁ ଯାଞ୍ଚ କରନ୍ତି। ଅଧିକାଂଶସ୍ଥଳେ ଏହି ମୋବାଇଲ ନମ୍ବର କାମ କରୁନଥାଏ ବା ଲିଙ୍କେଜ୍‌ ହୋଇନଥାଏ କିମ୍ବା ଆଧାରକାର୍ଡରେ ଥିବା ତଥ୍ୟର ସଂଶୋଧନ ଆବଶ୍ୟକତା ଥାଏ। ଏଥିପାଇଁ ମାତାପିତାମାନେ ନିକଟସ୍ଥ ସହଜ ସେବାକେନ୍ଦ୍ର, ପୋଷ୍ଟ ଅଫିସ୍‌, ବ୍ୟାଙ୍କକୁ ଧଁା ଧଉଡ଼ କରନ୍ତି। କେବଳ ଆଧାର କାର୍ଡ କାହିଁକି, ସ୍ଥାୟୀ ବାସସ୍ଥାନ ପ୍ରମାଣପତ୍ର, ଆୟ ପ୍ରମାଣପତ୍ର, ଜାତିଗତ ପ୍ରମାଣପତ୍ର ଇତ୍ୟାଦି ଆବେଦନ କରନ୍ତି। ଫଳରେ ଏହିସବୁ କେନ୍ଦ୍ରରେ ଭିଡ଼ ପରିଲକ୍ଷିତ ହୁଏ। କେନ୍ଦ୍ରରେ କାର୍ଯ୍ୟରତ କର୍ମଚାରୀଙ୍କ ଅଧୀନ ବିଷୟ ହୋଇଥିଲେ ସମାଧାନ ହୁଏ, ନଚେତ୍‌ ଉପରିସ୍ଥ ବିଭାଗକୁ ଯିବାକୁ ପଡ଼େ। ତେବେ ଆଡ୍‌ମିଶନ ପ୍ରକ୍ରିୟାର ଅବଧି ମଧ୍ୟରେ ଏହି କାର୍ଯ୍ୟ ଯେତେ ଡେରି ହୁଏ, ଶୀଘ୍ର ତାକୁ ନେଇ ଅଭିଭାବକ ଓ ପିଲାମାନଙ୍କ ମଧ୍ୟରେ ବ୍ୟଗ୍ରତା ବଢ଼ିଯାଏ। ତାଛଡ଼ା ସେମାନେ ପ୍ରଥମଥର ଏହି ଅନ୍‌ଲାଇନ ଆବେଦନ ପ୍ରକ୍ରିୟା ମଧ୍ୟକୁ ଆସୁଥିବାରୁ ସେମାନେ ଦ୍ୱନ୍ଦ୍ୱରେ ପଡ଼ନ୍ତି। କାରଣ ପୂର୍ବ ସଚେତନତା ଥିଲେ ପ୍ରାକ୍‌ ପ୍ରସ୍ତୁତି କରିଥାନ୍ତେ। ଯଦି ଆବେଦନକାରୀ ବା ତାଙ୍କ ମାତାପିତା ଅପହଞ୍ଚ ଅଞ୍ଚଳର ହୋଇଥା’ନ୍ତି, ତେବେ ତାଙ୍କୁ ଦୂର ରାସ୍ତା, ଅସଚେତନତା, ନେଟ୍‌ଓ୍ବର୍କ ଆଦି ଅସୁବିଧାର ସାମ୍ନା କରିବାକୁ ପଡ଼ିଥାଏ। ଏହି ଘଟଣାକୁ ଉପଯୁକ୍ତ ଭାବରେ ଧ୍ୟାନ ଦେଇ କାର୍ଯ୍ୟ ନ କଲେ ପିଲାଟି ଆଡ୍‌ମିଶନ ପ୍ରକ୍ରିୟାକୁ ଆସିବାରେ ବିଳମ୍ବ ହୁଏ ବା ବାଦ୍‌ ପଡ଼ିଯାଏ। ଯଦିଓ ଆବେଦନ କରାଯାଏ, ତଥାପି ନିଜର ପସନ୍ଦକୁ ଅଗ୍ରାଧିକାର, କଲେଜଗୁଡ଼ିକର କଟ୍‌ ଅଫ୍‌ ମାର୍କ, ପରବର୍ତ୍ତୀ ପ୍ରକ୍ରିୟାରେ ଚୟସ ଲକିଂ, ସ୍ଲାଇଡିଂ ଅପ୍‌ ଆଦି ପ୍ରଭାବିତ ହୁଏ। କାରଣ ଆବେଦନକାରୀ ଆବେଦନ କଲାବେଳେ ଅନ୍ୟ ଉପରେ ନିର୍ଭର କରି ଆବେଦନକୁ ସଠିକ ଓ ଆବଶ୍ୟକତା ଅନୁସାରେ କରିପାରିନଥାଏ। ଫଳରେ ତା’ର ଯୋଗ୍ୟତା ଥିଲେ ମଧ୍ୟ ନିଜ ପସନ୍ଦ ମୁତାବକ ଅନୁଷ୍ଠାନ, ବିଷୟରେ ଆଡ୍‌ମିଶନ ପାଇଁ ସୁଯୋଗ ପାଏନାହିଁ।
ଅପରପକ୍ଷରେ ପ୍ରଥମ ସିଲେକ୍ସନରେ ତାକୁ ବାଧ୍ୟତାମୂଳକ ଭାବରେ ଆଡ୍‌ମିଶନ କରିବାକୁ ପଡୁଥିବାରୁ ଆଡ୍‌ମିଶନ ସଂକ୍ରାନ୍ତ ସାର୍ଟିଫିକେଟ୍‌, ଅର୍ଥରାଶି ଜମାଦେବାକୁ ପଡ଼େ। ମାନସିକ ବିଷାଦ ମଧ୍ୟରେ ଗତିକରେ। ପରବର୍ତ୍ତୀ ସମୟରେ ନିଜ ପସନ୍ଦ ମୁତାବକ ଅନ୍ୟ ଏକ ବିଭାଗ ଅନ୍ତର୍ଗତ ଶିକ୍ଷାନୁଷ୍ଠାନରୁ ସୁଯୋଗ ଆସିଲେ ପୂର୍ବ ଶିକ୍ଷାନୁଷ୍ଠାନରେ ଜମା ଦେଇଥିବା ଅର୍ଥ ହରାଇବାକୁ ପଡ଼େ। ଏକ୍ଷେତ୍ରରେ ଜଣେ ମାତୃପିତୃହୀନ ପିଲାର ଅଭିଭାବକ, ପିତା ବା ମାତା ଜଣେ ବଞ୍ଚତ୍ଥିବା ପିଲାଟିର ପିତାମାତା ବା ଅଭିଭାବକ, ଗରିବଶ୍ରେଣୀୟ, ଦିନମୁଜୁରିଆ ପିତାମାତାଙ୍କ ପାଇଁ କଷ୍ଟକର ପରିସ୍ଥିତି ଦେଇ ଗତି କରେ। ଏମାନଙ୍କ ମଧ୍ୟରୁ ଅନେକ ପାଠ ବିଷୟରେ ବୁଝନ୍ତି ନାହିଁ କି ଜଣନ୍ତି ନାହିଁ। ବେଳେବେଳେ ଦେଖାଯାଏ, ଏହି ପିଲାମାନେ ବା ମାତାପିତାଙ୍କର ମୋବାଇଲ ନଥାଏ ବା ଚଏସ ଲକ୍‌ିଂ, ସ୍ଲାଇଡିଂ ଆଦିିର ସୁବିଧାକୁ ଅଣଦେଖା କରିଦେଇଥା’ନ୍ତି କିମ୍ବା ଜାଣିପାରିନଥା’ନ୍ତି। ସେହି ସମୟ ଅତିକ୍ରାନ୍ତ ହେବା ପରେ ପିଲାଟି ଆବଶ୍ୟକ ପାଠ୍ୟକ୍ରମ ବା କଲେଜରେ ସାମିଲ ହୋଇପାରେ ନାହିଁ। ଏହି ପ୍ରକ୍ରିୟା ମାଟ୍ରିକ୍‌ ପାସ୍‌ ହୋଇଥିବା ଛାତ୍ରୀଛାତ୍ର ଓ ମାତାପିତାଙ୍କ ନିମନ୍ତେ ପ୍ରଥମ ହୋଇଥିବାରୁ ଏପରି ହେବା ସ୍ବାଭାବିକ କଥା। କିନ୍ତୁ ଏହି ଅସଚେତନତା ପାଇଁ ପିଲାଟିର ଇଚ୍ଛାମୁତାବକ ପାଠ୍ୟକ୍ରମ ନ ମିଳିବା କିମ୍ବା ଆଡ୍‌ମିଶନରୁ ସଂପୂଣ୍ଣର୍ର୍ ବାଦ୍‌ ପଡ଼ିବା ପରିତାପର ବିଷୟ।
ଥରେ ଜଣେ ମା’ ତାଙ୍କର ଝିଅଟିକୁ ଧରି ଜଣେ ଅଧିକାରୀଙ୍କ ନିକଟକୁ ଗଲେ। ଅଧିକାରୀ ଜଣକ ସହୃଦୟତାର ସହିତ ମା’ଙ୍କ କଥାକୁ ଶୁଣିଲେ ଓ ପିଲାଟିର ଆଡ୍‌ମିଶନ ହୋଇ ପାରିନଥିବା କଥା ଜାଣି ଦୁଃଖ ବ୍ୟକ୍ତ କଲେ। ତୁରନ୍ତ ବିଭିନ୍ନ ଶିକ୍ଷାନୁଷ୍ଠାନରୁ ବୁଝିବାରୁ ଜଣାପଡ଼ିଲା ବୈଷୟିକ ପ୍ରତିଷ୍ଠାନରେ ସ୍ପଟ ଆଡ୍‌ମିଶନ ପ୍ରକ୍ରିୟା ଚାଲିଛି। ସେ ପରାମର୍ଶ ଦେଇ ତୁରନ୍ତ ତାଙ୍କୁ ସେଠାକୁ ପଠାଇବାରୁ ତାଙ୍କର ଆଡ୍‌ମିଶନ ହୋଇଗଲା। ଅନ୍ୟ ଏକ ସମାନ ଘଟଣାରେ ଗୋଟିଏ ପିଲାର ପାଠ ପଢ଼ିବାକୁ କମ୍‌ ଆଗ୍ରହ ଥିବା, ପରୀକ୍ଷାରେ କମ୍‌ ମାର୍କ ରଖିବା ଓ ତା’ର ମାଆଙ୍କ ଆବେଦନ ବିଷୟରେ ଅଜ୍ଞତା କାରଣରୁ ସେ ପିଲାଟି ଆଡ୍‌ମିଶନ କରିବାକୁ ଚାହୁଁନଥିଲା। ଏଠାରେ ପରାମର୍ଶ ସେବା ଓ ସେମାନଙ୍କୁ ସହଯୋଗର ଆବଶ୍ୟକତା ରହିଛି। ଜଣେ ସମାଜସେବୀ ସେହି ପିଲାଟିର ଏକ ଧନ୍ଦାମୂଳକ ଶିକ୍ଷା ସଂସ୍ଥାରେ ଆଡ୍‌ମିଶନ କରାଇଦେଲେ। ଅନ୍ତତଃ ଛଅମାସ ତା’ର ଧନ୍ଦାମୂଳକ ଶିକ୍ଷା ଓ ସ୍ବ-ନିୟୋଜନରେ କଟିଯିବ। ଅନେକ ସ୍ଥଳରେ ପିଲାଏ ବା ଅଭିଭାବକ ଶିକ୍ଷା ନିମନ୍ତେ ହରିଜନ, ଆଦିବାସୀ ଛାତ୍ରୀମାନଙ୍କ ପାଇଁ ଥିବା ପଢ଼ିବା ସୁବିଧା, ସ୍କଲାରଶିପ୍‌, ସହାୟତା ବିଷୟରେ ଜାଣିନଥା‘ନ୍ତି। ଏ ସଂକ୍ରାନ୍ତରେ ସରକାରୀ ବେସରକାରୀ ଯୋଜନାମାନଙ୍କ ବିଷୟରେ ସେମାନେ ଅଜ୍ଞ ଥାଆନ୍ତି। ଫଳରେ ଏ ସଂପର୍କିତ ସାର୍ଟିଫିକେଟ କାଗଜପତ୍ର ଯୋଗାଡ଼ କରିନଥିବା କାରଣରୁ ପିଲାଟି ଶେଷରେ ସୁବିଧାରୁ ବଞ୍ଚତ୍ତ ହୁଏ। ଭାବନ୍ତୁ ତ ଗୋଟିଏ ମାତୃପିତୃହୀନ ଶିଶୁ, ଯାହାର ଦେଖାଶୁଣା କରିବାକୁ ଜେଜେମା’ ବା ଆଈଙ୍କ ଛଡ଼ା କେହି ନ ଥିବେ, ଯିଏ କୌଣସି ସଂସ୍ଥାରେ ରହି ପାଠ ପଢ଼ୁଥିବ, କୌଣସି କାରଣରୁ ଘରୁ ଚାଲି ଆସିଥିବା ପିଲା, ଯେଉଁ ପିଲାଟି ପାଇଁ ଘର ଅସୁରକ୍ଷିତ ବା ସେ ଘରକୁ ଫେରିବାର ସମ୍ଭାବନା କମ୍‌ ଥିବ, ସେ କେଉଁଠାରୁ ମୋବାଇଲ ଫୋନ ଆଣିବ ଯେ ରେଜିଷ୍ଟ୍ରେଶନ କରିବ, ଫୋନ ନମ୍ବର ସହିତ ଆଧାର ଲିଙ୍କେଜ୍‌ କରିବ, ଅନ୍‌ଲାଇନ ପଢ଼ିବ ଇତ୍ୟାଦି! ଏଥିପ୍ରତି ଧ୍ୟାନ ଦେବାର ଆବଶ୍ୟକତା ରହିଛି।
ଏ ସବୁକୁ ସୁଗମ ସରଳ କରିବାକୁ ହେଲେ ପରୀକ୍ଷା ପରେ ହେଉଥିବା ଛୁଟିଗୁଡ଼ିକରେ ବିଦ୍ୟାଳୟ, ମହାବିଦ୍ୟାଳୟ ଆଦିରେ ଛାତ୍ରୀଛାତ୍ର, ମାତାପିତା, ଅଭିଭାବକମାନଙ୍କୁ ନେଇ କ୍ୟାରିୟର ସୁବିଧା, ଅନ୍‌ଲାଇନ ଆବେଦନର ସଂପୂର୍ଣ୍ଣ ପ୍ରକ୍ରିୟାଗୁଡ଼ିକ ବିଷୟରେ ଭଲ ଭାବରେ ସଚେତନ ଆଲୋଚନା କରାଇଲେ କିମ୍ବା ପାଠ ପଢ଼ିଥିବା ବିଦ୍ୟାଳୟରେ ଆବେଦନ କ୍ୟାମ୍ପ କରାଇ ମାଗଣା ପରାମର୍ଶ ଓ ଆବେଦନର ସୁବିଧା ପ୍ରଦାନ କଲେ ସେମାନେ ହଇରାଣ ହରକତ ହୁଅନ୍ତେ ନାହିଁ। ଛାତ୍ରୀଛାତ୍ର ଓ ଅଭିଭାବକମାନେ ସମ୍ପୃକ୍ତ ବିଦ୍ୟାଳୟ ପ୍ରତି ଅଧିକ ଅନୁରକ୍ତି ପ୍ରକାଶ କରନ୍ତେ।
ଏହାଛଡ଼ା ଆନ୍ତଃ ବିଭାଗୀୟ ସମନ୍ବୟରେ ମହାବିଦ୍ୟାଳୟ, ବୈଷୟିକ ବିଦ୍ୟାଳୟଗୁଡ଼ିକର ଆବେଦନର ସମସ୍ତ ପ୍ରକ୍ରିୟାକୁ ସମନ୍ବିତ କରିବା ଜରୁରୀ। ଏକକ ସମୟସୀମା ଯଥା ଆବେଦନର, ଚଏସ୍‌ ଲକିଂ, ସ୍ଲାଇଡିଂ ଅପ୍‌, ସିଲେକ୍ସନର ଶେଷ ତାରିଖ ରଖିଲେ ଆବେଦନକାରୀ ସବୁ ସୁଯୋଗରୁ ନିଜ ଦକ୍ଷତା ମୁତାବକ ପସନ୍ଦରେ ଆଡ୍‌ମିଶନ କରିପାରନ୍ତେ।

ଶୁଭନାରାୟଣ ଶତପଥୀ
ବିଜିପୁର, ବ୍ରହ୍ମଗିରି, ପୁରୀ
ମୋ: ୯୪୩୮୪୩୨୦୨୩


Enter your email to get our daily news in your inbox.

All Right Reserved By Dharitri.Com

ବହୁ ଚର୍ଚ୍ଚିତ କ୍ଷୀର ବ୍ୟବସାୟୀ ହତ୍ୟା ମାମଲାର ରାୟ ପ୍ରକାଶ: ୫ ଅଭିଯୁକ୍ତଙ୍କୁ ଆଜୀବନ ଜେଲ

ବ୍ରହ୍ମପୁର,୩୦ା୧(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଗୋଷାଣିନୂଆଗାଁ ଥାନା ଅନ୍ତର୍ଗତ ହିଲପାଟଣାରେ କ୍ଷୀର ବ୍ୟବସାୟୀ ଲମ୍ବୋଦର ମୁନି ହତ୍ୟା ମାମଲାର ରାୟ ଶୁକ୍ରବାର ପ୍ରକାଶ ପାଇଛି। ବ୍ରହ୍ମପୁର ଅତିରିକ୍ତ…

ୱାର୍ଡସଭ୍ୟଙ୍କୁ ଦୁର୍ବ୍ୟବହାର: କର୍ମଚାରୀ କଲେ ଆନ୍ଦୋଳନ

ଖଡ଼ିଆଳ, ୩୦ା୧ (ସୁଜିତ କୁମାର ପ୍ରଧାନ)- ନୂଆପଡ଼ା ଜିଲା ଖଡିଆଳ ଏନ୍‌ଏସିର ଜଣେ ୱାର୍ଡସଭ୍ୟ ଦୁର୍ବ୍ୟବହାର କରିଥିବା ଅଭିଯୋଗ କରି ଶୁକ୍ରବାର କର୍ମଚାରୀମାନେ କଲମ ଛାଡ ଆନ୍ଦୋଳନ…

ଭୁଲ୍‌ ଇଲେକ୍ଟ୍ରି ବିଲ୍‌ ଆସୁଛି କି? ଜାଣନ୍ତୁ କେଉଁଠି କରିବେ ଅଭିଯୋଗ, ଶିଖନ୍ତୁ ଏହି ସହଜ ଉପାୟ…

ପ୍ରତ୍ୟେକ ପରିବାର ପାଇଁ ପ୍ରତି ମାସରେ ପ୍ରାପ୍ତ ହେଉଥିବା ଇଲେକ୍ଟ୍ରି ବିଲ୍‌ ଏକ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ। ଏଥିରେ ମାସିକ ଇଲେକ୍ଟ୍ରି ବ୍ୟବହାର ଏବଂ ବିଲ୍‌ ବିଷୟରେ ବିବରଣୀ…

ଗୋଲାପଙ୍କୁ ପୋଡ଼ି ମାରିବାକୁ ଉଦ୍ୟମ କରିଥିଲେ ଶ୍ୱଶୁର ଘର ଲୋକେ: ପୋଲିସ ନେଲା…

ଆନନ୍ଦପୁର, ୩୦।୧(ସୁଶାନ୍ତ କୁମାର ସାହୁ): ବୋହୂଙ୍କୁ ଘର ଭିତରେ କବାଟ ଦେଇ ପୋଡି ମାରିଦେବାକୁ ଉଦ୍ୟମ କଲେ ଶ୍ୱଶୁର ଘର ଲୋକେ। ଏଭଳି ଏକ ସମ୍ବେଦନଶୀଳ ଘଟଣା…

୪ ମନ୍ଦିରରୁ ଏକାବେଳକେ ଚୋରି କଲେ ଦୁର୍ବୃତ୍ତ: ନେଇଗଲେ …

ଆନନ୍ଦପୁର,୩୦।୧(ସୁଶାନ୍ତ କୁମାର ସାହୁ): ଏକ ସାଙ୍ଗରେ ଚାରୋଟି ମନ୍ଦିରର ଚୋରି। ମନ୍ଦିର ତାଲା ଭାଙ୍ଗି ଲୁଟିନେଲେ ଦେବା ଦେବୀଙ୍କ ସୁନା ରୁପା ଅଳଙ୍କାର। ସହ ଦାନ ବାକ୍ସ।…

୧, ୨ କି ୩ ନୁହେଁ, ୯ଟି ଶୁଭ ସଂଯୋଗରେ ଆସିବ ଏଥର ବଜେଟ୍‌

ନୂଆଦିଲ୍ଲୀ,୩୦।୧: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଫେବୃଆରୀ ୧ରେ ସାଧାରଣ ବଜେଟ ଉପସ୍ଥାପନ କରିବେ। ବଜେଟ ଦିବସ ସମସ୍ତ ବର୍ଗର ଲୋକଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଦିନ। ଗୁରୁତ୍ୱପୂର୍ଣ୍ଣ…

ଧାର ଟଙ୍କା ମାଗିବାରୁ ଗୁଳିମାଡ଼, ନଷ୍ଟ ହେଲା ବ୍ୟକ୍ତିଙ୍କ ଆଖି

ଭୁବନ,୩୦ା୧(ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ଥାନା ବାରୁଆ (ଖ) ଗ୍ରାମର ପଞ୍ଚାନନ ରାଉତ ଧାନ କିଣିବା ପାଇଁ ଦେଇଥିବା ଟଙ୍କା ମାଗିବାରୁ ଗୁରୁବାର ରାତି…

ବିନା ଗ୍ରାମସଭାରେ ‘ଇଡକୋ’କୁ ଜମି ହସ୍ତାନ୍ତର ଅଭିଯୋଗ: ତହସିଲଦାରଙ୍କ ଦ୍ୱାରସ୍ଥ ହେଲେ ଗ୍ରାମବାସୀ

ଥୁଆମୁଳ ରାମପୁର,୩୦।୧(ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲା ଥୁଆମୁଳ ରାମପୁର ବ୍ଲକରେ ଜମି ଅଧିକାରକୁ ନେଇ ପୁଣିଥରେ ସ୍ବର ତୀବ୍ର ହୋଇଛି। ଗୁଣପୁର ପଞ୍ଚାୟତର ପୁଲିଙ୍ଗପଦର ଗ୍ରାମବାସୀ ନିଜର ସାମ୍ବିଧାନିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri