ସମ୍ଭାବ୍ୟ ବାଣିଜ୍ୟିକ ବ୍ୟବସ୍ଥା

ଆମେରିକାରେ ଯେତେବେଳେ ବି ରିପବ୍ଲିକାନ ରାଷ୍ଟ୍ରପତି କ୍ଷମତାକୁ ଆସିଛନ୍ତି ସେମାନେ ନୂଆ ଯୁଦ୍ଧ ଆରମ୍ଭ କରିନାହାନ୍ତି କିମ୍ବା ଚାଲିଥିବା ଯୁଦ୍ଧକୁ ପ୍ରୋତ୍ସାହନ ଦେଇନାହାନ୍ତି। ସେହି ପ୍ରଥାକୁ ଏବକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ବଜାୟ ରଖିଛନ୍ତି। ଏହି କ୍ରମରେ ଦେଖିଲେ ଟ୍ରମ୍ପ୍‌ ସାଢ଼େ ୩ ବର୍ଷ ଧରି ରୁଷିଆ-ୟୁକ୍ରେନ୍‌ ମଧ୍ୟରେ ଚାଲିଆସିଥିବା ଯୁଦ୍ଧରେ ପୂର୍ଣ୍ଣଚ୍ଛେଦ ପକାଇବା ଲାଗି ଚାହୁଁଛନ୍ତି। ହେଲେ ତାହା ଫଳବତୀ ହୋଇପାରୁନାହିଁ। ସଦ୍ୟ ଘଟଣାକୁ ଦେଖିଲେ ଆମେରିକାର ଆଲାସ୍କାରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ଓ ତାଙ୍କ ମଧ୍ୟରେ ଅଗଷ୍ଟ ୧୫ରେ ବହୁ ପ୍ରତୀକ୍ଷିତ ଆଲୋଚନା ଅନୁଷ୍ଠିତ ହୋଇଯାଇଛି। ଯୁଦ୍ଧ ବନ୍ଦ କରିବା ସକାଶେ ଦୁହେଁ କୌଣସି ଚୁକ୍ତିନାମାରେ ପହଞ୍ଚତ୍ ନ ଥିବା ବୈଠକ ଶେଷରେ ଟ୍ରମ୍ପ୍‌ କହିଛନ୍ତି। କିଛି ମାସ ପୂର୍ବରୁ ପୁଟିନ୍‌ଙ୍କୁ ଗାଳି ଦେଉଥିବା ଟ୍ରମ୍ପ୍‌ ଅତର୍କିତ ରୁଷିଆ-ୟୁକ୍ରେନ୍‌ ମଧ୍ୟରେ ମଧ୍ୟସ୍ଥତା କରିବା ପଛରେ ବଡ଼ ଅଭିସନ୍ଧି ଥିବା ଆଲୋଚନା ହେଉଛି। ସମ୍ଭବତଃ ନୋବେଲ ଶାନ୍ତି ପାଇବା ପାଇଁ ତାଙ୍କ ମନ ହାଇଁପାଇଁ ହେଉଛି ବୋଲି କେତେକେ କହୁଛନ୍ତି। ଏଥିସହିତ ଟ୍ରମ୍ପ୍‌ ଚାହୁଁଛନ୍ତି ଯେ ଆମେରିକୀୟ ଡଲାରକୁ ଦୁର୍ବଳ କଲା ଭଳି କୌଣସି ଦେଶ ମଧ୍ୟରେ ବାଣିଜି୍ୟକ ତଥା ମୌଦ୍ରିକ ଏକୀକରଣ ନ ହେଉ। ଅର୍ଥାତ୍‌ ଆମେରିକାର ଇଚ୍ଛା ଅନୁଯାୟୀ ବିଶ୍ୱ ବାଣିଜ୍ୟ ପରିଚାଳିତ ହେଉ। ସବୁ ଦେଶର ପରସ୍ପର ମଧ୍ୟରେ ହେଉଥିବା ବାଣିଜି୍ୟକ ସମ୍ପର୍କର ଏକମାତ୍ର ବିନିମୟ ମୁଦ୍ରା ଭାବେ ଆମେରିକୀୟ ଡଲାର ରାଜ୍‌ କରୁ। ଟ୍ରମ୍ପ୍‌ଙ୍କ ଇତିହାସକୁ ଦେଖିଲେ ତାଙ୍କର ଏହି ଆଭିମୁଖ୍ୟ ଏବକାର ନୁହେଁ। ପ୍ରଥମ ରାଷ୍ଟ୍ରପତି ପାଳି ପୂର୍ବରୁ ଅନେକ ଟେଲିଭିଜିନ ଓ ରେଡିଓ ସାକ୍ଷାତ୍‌କାରରେ ଟ୍ରମ୍ପ୍‌ଙ୍କ ମନ୍ତବ୍ୟ ସବୁବେଳେ ଯୁଦ୍ଧବିରୋଧୀ ଓ ‘ଆମେରିକା ଆଗ’ ଆଭିମୁଖ୍ୟ ଲମ୍ବା ସମୟ ଧରି ରହିଆସିଛି। ଗୋଳାବାରୁଦ ବିକ୍ରି କରି ଅର୍ଥ ଅର୍ଜନ ରହିଛି ଡେମୋକ୍ରାଟିକ୍‌ ଦଳର ମୁଖ୍ୟ ବାଣିଜି୍ୟକ ନୀତି। କିନ୍ତୁ ଟ୍ରମ୍ପ୍‌ଙ୍କ ପୂର୍ବ କଥାକୁ ଶୁଣିଲେ ମନେହୁଏ ଯେପରି ତାଙ୍କ ଇଚ୍ଛା ଆମେରିକା ସବୁ ବୃହତ୍‌ ବ୍ୟବସାୟିକ ଚୁକ୍ତିରେ ଲାଭବାନ ହେବା ଦରକାର। ଆଜିକାର ଭାରତରେ ନୀତି ନିର୍ଦ୍ଧାରଣ କରୁଥିବା ବ୍ୟକ୍ତିମାନେ ଟ୍ରମ୍ପ୍‌ଙ୍କ ଇତିହାସକୁ ଭଲଭାବେ ବୁଝି ନ ଥିବାରୁ ଆମେରିକାର ନୀତି ସହିତ ତାଳ ମିଳାଇ ପାରୁନାହାନ୍ତି।
ଏଭଳି ପ୍ରଚ୍ଛଦପଟରେ ବ୍ରାଜିଲ, ରୁଷିଆ, ଭାରତ, ଚାଇନା ଓ ଦକ୍ଷିଣ ଆଫ୍ରିକାକୁ ନେଇ ମୁଖ୍ୟତଃ ଗଠିତ ବ୍ରିକ୍ସର କଳେବରକୁ ଦୁର୍ବଳ କରିବା ଲକ୍ଷ୍ୟ ଟ୍ରମ୍ପ୍‌ଙ୍କର ରହିଛି। ହେଲେ ଏଭଳି କୌଶଳକୁ ଭାରତ ବୁଝିବାରେ ଅକ୍ଷମ ହେଉଥିବାରୁ ଆମର ନେତୃତ୍ୱ ଭଡ଼ଭଡ଼ ହୋଇ ପ୍ରତିକ୍ରିୟା ଦେବାକୁ ଆଗେଇ ଆସୁଛନ୍ତି। ଏପରି ଅଗ୍ରଗତିକୁ ଦେଖିଲେ ବୈଶ୍ୱିକ କୂଟନୀତିକୁ ଉପଯୁକ୍ତ ଭାବେ ପରିଚାଳନା କରିବାରେ ନୂଆଦିଲ୍ଲୀ ବିଫଳ ହେଉଥିବାର ଦୃଷ୍ଟାନ୍ତ ମିଳୁଛି। ଉଦାହରଣ ସ୍ବରୂପ, ପହଲଗାମ୍‌ ଆତଙ୍କବାଦୀ ଆକ୍ରମଣକୁ ବିରୋଧ କରି ଭାରତ କରିଥିବା ‘ଅପରେଶନ ସିନ୍ଦୂର’ର ଫାଇଦା ପାକିସ୍ତାନ ନେବାରେ ସକ୍ଷମ ହୋଇଛି। କାରଣ ପାକିସ୍ତାନ ବିଶ୍ୱ ସମୁଦାୟ ବିଶେଷକରି ଆମେରିକା ନିକଟରେ ଭାରତ ବିରୋଧୀ ବ୍ୟାଖ୍ୟାନ କରିବାରେ ଚତୁରତା ଦେଖାଇପାରିଛି। ପାକିସ୍ତାନ ଫିଲ୍ଡ ମାର୍ଶାଲ ଅସିମ୍‌ ମୁନିର ‘ଅପରେଶନ ସିନ୍ଦୁର’ ପରେ ଦୁଇ ଥର ଆମେରିକା ଗସ୍ତ କରି ଟ୍ରମ୍ପ୍‌ଙ୍କ ପ୍ରିୟଭାଜନ ହୋଇପାରିଛନ୍ତି। ଫଳସ୍ବରୂପ ପାକିସ୍ତାନ ଉପରେ ଆମେରିକା ଲାଗୁ କରିଆସୁଥିବା ୨୯ ପ୍ରତିଶତ ଟାରିଫ୍‌କୁ କମାଇ ୧୯ ପ୍ରତିଶତରେ ପହଞ୍ଚାଇଦେଇଛି। ଅନ୍ୟପକ୍ଷରେ ଭାରତ ଉପରେ ଟ୍ରମ୍ପ୍‌ ୫୦ ପ୍ରତିଶତ ଟାରିଫ୍‌ ଲଗାଇ ଜଣାଇ ଦେଇଛନ୍ତି ଯେ, ତାଙ୍କୁ ରଗେଇ ଦେଇ କେହି କେବେ ଫାଇଦା ନେଇପାରିବେ ନାହିଁ। ତତ୍‌କ୍ଷଣାତ୍‌ ପ୍ରତିକ୍ରିୟା କୂଟନୈତିକ ଅଗ୍ରଗତିକୁ ଧିମା କରିଦେଇଥାଏ।
ଏଭଳି ପରିପ୍ରେକ୍ଷୀରେ ରୁଷିଆ ଓ ଚାଇନା କୂଟନୈତିକ ଶୈଳୀକୁ ଭାରତ ଅନୁଧ୍ୟାନ କରିବା ଦରକାର। ରୁଷିଆ ରାଷ୍ଟ୍ରପତି ପୁଟିନ୍‌ଙ୍କୁ ଟ୍ରମ୍ପ୍‌ ଯେଭଳି ସ୍ବାଗତ କରିଥିବାର ଫଟୋ ଗଣମାଧ୍ୟମରେ ପ୍ରକାଶ ପାଇଲା ସେଥିରୁ ଜଳଜଳ ଦିଶୁଥିଲା ଆମେରିକା ଯେଭଳି ରୁଷିଆକୁ ଗୁରୁତ୍ୱ ଦେଉଛି। ସମସ୍ତେ ଜାଣନ୍ତି ସବୁ ଦୃଷ୍ଟିରୁ ଆମେରିକା ବିଶ୍ୱରେ ଏକନମ୍ବର ରାଷ୍ଟ୍ର ହୋଇରହିଛି। ଅନ୍ୟପକ୍ଷରେ ଅର୍ଥନୀତି ଦିଗକୁ ପଛରେ ରଖି ଅନ୍ୟାନ୍ୟ କ୍ଷେତ୍ରରେ ରୁଷିଆକୁ ତଉଲା ଗଲେ ତା’ର ଚମକ ମଧ୍ୟ ହ୍ରାସ ପାଇଲାଣି। ବିଶେଷକରି ୟୁକ୍ରେନ୍‌ ଭଳି ଏକ ଛୋଟ ଦେଶ ଯେଉଁଭଳି ରୁଷିଆକୁ ଦୀର୍ଘ ସମୟ ଧରି ଅଟକାଇ ରଖିଛି, ସେଥିରୁ ପ୍ରମାଣ ମିଳୁଛି ମିଲିଟାରୀ ଶକ୍ତିରେ ମଧ୍ୟ ରୁଷିଆ ପଛରେ ପଡ଼ିଗଲାଣି। ଅନ୍ୟପଟେ ଚାଇନା ତା’ର ବ୍ୟବସାୟିକ ସ୍ବାର୍ଥକୁ ଦେଖି ସମଗ୍ର ପୃଥିବୀରେ କାୟା ବିସ୍ତାର କରିସାରିଲାଣି। ଚାଇନାର ସାମରିକ ଶକ୍ତି ମଧ୍ୟ ଆମେରିକା ତୁଳନାରେ ଗୌଣ ନୁହେଁ। କିନ୍ତୁ ରୁଷିଆ ଭଳି ଯୁଦ୍ଧ ପରିବର୍ତ୍ତେ ବାଣିଜ୍ୟ ମାଧ୍ୟମରେ ପୃଥିବୀକୁ ଜିତି ପାରୁଛି ଚାଇନା। ସେଥିପାଇଁ ଟ୍ରମ୍ପ୍‌ ତାଙ୍କ ପ୍ରଥମ ରାଷ୍ଟ୍ରପତି ପାଳିରେ ଚାଇନାକୁ ଲକ୍ଷ୍ୟ କରି ଅନେକ ପଦକ୍ଷେପ ନେଇଥିଲେ। ଏବେ ସେହି ଟ୍ରମ୍ପ୍‌ ନିଜର ଆଭିମୁଖ୍ୟରେ ପରିବର୍ତ୍ତନ ଆଣିଥିବା ଭଳି ମନେହେଉଛି। ରୁଷିଆକୁ ଧରି ଶାନ୍ତି ପ୍ରତିଷ୍ଠା ଉଦ୍ୟମ କରୁଥିବା ବେଳେ ଚାଇନା ସହିତ ବ୍ୟବସାୟିକ ସମ୍ପର୍କ ଗଢ଼ିବାର ଇଚ୍ଛା ଟ୍ରମ୍ପ୍‌ଙ୍କର ରହିଥିବା ଭଳି ଜଣାପଡ଼ୁଛି। ଡେମୋକ୍ରାଟ୍‌ ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ସମୟରେ ଦକ୍ଷିଣ ଚାଇନା ସମୁଦ୍ରରେ ଅନେକ ଦେଶକୁ ଚାଇନା ବିରୋଧରେ ଏକଜୁଟ କରାଇବାକୁ ଚେଷ୍ଟା ହେବା ସହିତ କ୍ୱାଡ୍‌ ଭଳି ସାମରିକ ଗୋଷ୍ଠୀ ପାଇଁ ଆମେରିକା ଚେଷ୍ଟା କରିଥିଲା। ତେବେ ଟ୍ରମ୍ପ୍‌ଙ୍କ ଦ୍ୱିତୀୟ ରାଷ୍ଟ୍ରପତି ପାଳିରେ ସେହିସବୁ ଚାଇନା ବିରୋଧୀ ପଦକ୍ଷେପକୁ ପଛରେ ପକାଇ ଦିଆଯାଇଛି। ସମ୍ଭବତଃ ଏହି ନୂତନ ନୀତି ବ୍ୟବସ୍ଥାରେ ଭାରତର ଗୁରୁତ୍ୱ ହ୍ରାସ ପାଉଛି। ଆମେରିକା ପାଇଁ ଚାଇନାର ବ୍ୟବସାୟିକ କ୍ଷମତାକୁ ସାଥିରେ ରଖିବା ସହିତ ରୁଷିଆ ସହିତ ସଙ୍ଗାତ ବସିବା ଅଧିକ ଗୁରୁତ୍ୱ ଲାଭ କରୁଛି। ଏଭଳି ସ୍ଥିତିରେ ୟୁକ୍ରେନ ଯୁଦ୍ଧରୁ ଓହରିବା ପାଇଁ ହୁଏତ ରୁଷିଆ ରାଜି ହୋଇପାରେ ଏବଂ ଚାଇନାର କୋପଦୃଷ୍ଟି ତାଇଓ୍ବାନ ଉପରୁ ଉଠିଯାଇପାରେ। ତାହା ଯଦି ଟ୍ରମ୍ପ୍‌ଙ୍କ ଦ୍ୱାରା ସମ୍ଭବ ହୁଏ, ତେବେ ପୃଥିବୀରେ ଏକ ନୂତନ ଅର୍ଥନୈତିକ ବ୍ୟବସ୍ଥା ଜନ୍ମ ନେଇପାରେ; ଯେଉଁଥିରେ ଆମେରିକାର ପ୍ରାଧାନ୍ୟ ହ୍ରାସ ପାଇବା ପରିବର୍ତ୍ତେ ବଢ଼ିଯାଇପାରେ।
ଏହା କହିଲା ବେଳକୁ ମନେରଖିବାକୁ ହେବ ଯେ, ଟ୍ରମ୍ପ୍‌ ଘଟାଉଥିବା ବିପୁଳ ବ୍ୟବସାୟିକ ବାଧା ବା ଓଲଟପାଲଟ ଏକ ସମ୍ପୂର୍ଣ୍ଣ ଭିନ୍ନ ମୋଡ଼ ମଧ୍ୟ ନେଇପାରେ। ଆମେରିକାର ଟାରିଫ୍‌ରୁ ବ୍ୟସ୍ତ ହୋଇ ଅନେକ ଦେଶ କିମ୍ବା ଅନେକ ରାଷ୍ଟ୍ରୀୟ ଗୋଷ୍ଠୀ ଏକ ନୂତନ ମୁଦ୍ରା ଓ ବ୍ୟବସାୟିକ ବ୍ୟବସ୍ଥା ସୃଷ୍ଟି କରିବା ପାଇଁ ବାଧ୍ୟ ହୋଇପାରନ୍ତି। ସେଭଳି ପରିସ୍ଥିତି ଘଟିଲେ ସେହି ନୂତନ ସଙ୍ଗଠନ ଭିତରେ ପ୍ରବେଶ କରିବା ଚାଇନା ପାଇଁ ସହଜ ହୋଇପାରେ, କିନ୍ତୁ ଭବିଷ୍ୟତରେ ଆମେରିକାର ସମସ୍ୟା ବଢ଼ିପାରେ।


Enter your email to get our daily news in your inbox.

All Right Reserved By Dharitri.Com

ବୈଭବଙ୍କର ଏହି ଘାତକ କୌଶଳକୁ ଚୋରି କରିବାକୁ ଚାହୁଁଛନ୍ତି ସୂର୍ଯ୍ୟକୁମାର? ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ

ନୂଆଦିଲ୍ଲୀ,୨୧।୯: ବୈଭବ ସୂର୍ଯ୍ୟବଂଶୀ ମାତ୍ର ୧୫ ବର୍ଷ ବୟସରେ ରେକର୍ଡ ଭାଙ୍ଗୁଛନ୍ତି। ଆନ୍ତର୍ଜାତୀୟ କ୍ରିକେଟରୁ ଆରମ୍ଭ କରି ଆଇପିଏଲ (IPL) ପର୍ଯ୍ୟନ୍ତ, ସେ ମାତ୍ର ୩୫ ବଲରେ…

ପୁଣି ରାଜଧାନୀରେ ଫୁଟିଲା ଗୁଳି, ଫେସ୍‌ବୁକ୍‌ ଲାଇଭ୍‌ରେ ବିବାଦୀୟ ମନ୍ତବ୍ୟ ପରେ…

ଭୁବନେଶ୍ୱର,୨୧ା୯: ରାଜଧାନୀ ଭୁବନେଶ୍ୱରର ଭରତପୁର ଥାନା ଅଞ୍ଚଳରେ ଚାପା ଉତ୍ତେଜନା ଦେଖାଯାଇଛି। ଏହି ଥାନା ଅଞ୍ଚଳରେ ଫୁଟିଛି ଗୁଳି। ଗଣେଶ ପୂଜାର ବିସର୍ଜନ ଉତ୍ସବ, ଆଉ ନାଚଗୀତରେ…

ଭାଜପାକୁ ବଡ଼ ଝଟକା, ଦଳ ଛାଡ଼ିଲେ ପୁନାଓ୍ବାଲା ହେଲେ କାହିଁକି? ଜାଣନ୍ତୁ ଏହାର ଭିତିରି କଥା

ନୂଆଦିଲ୍ଲୀ,୨୧।୯: ଭାରତୀୟ ଜନତା ପାର୍ଟି (ଭାଜପା)ର ପୂର୍ବତନ ମୁଖପାତ୍ର ଶେହଜାଦ ପୁନାୱାଲାଙ୍କ ଦଳ ଛାଡ଼ିବା ପଛର ପ୍ରକୃତ କାରଣ କ’ଣ ଥିଲା? ସେ ଏହି ବିଷୟରେ ଖୋଲାଖୋଲି…

ଶଙ୍ଖଭବନରୁ ଆସିଲା ଖୁସି ଖବର, ପୌର ନିର୍ବାଚନ ପୂର୍ବରୁ ଈଶ୍ୱର-ପୂର୍ଣ୍ଣଙ୍କୁ ମିଳିଲା ଗୁଡ଼ାରିର ବଡ଼ ଦାୟିତ୍ୱ

ଗୁଡ଼ାରି,୨୧ା୯(ପ୍ରମୋଦ କୁମାର ପତି): ଶଙ୍ଖଭବନରୁ ଆସିଲା ଖୁସି ଖବର। ବିଜୁ ଜନତା ଦଳର ଗୁଡ଼ାରି ନଗର କମିଟି ସଭାପତି ଭାବେ ବିଜେଡି ନେତା ଈଶ୍ୱର ପାଣିଗ୍ରାହୀଙ୍କୁ ଦଳ…

ନିର୍ବାଚନ ପ୍ରଚାର ସମୟରେ ପ୍ରାର୍ଥୀଙ୍କୁ ହତ୍ୟା, ଦେଖନ୍ତୁ ଛାତିଥରା ଭିଡ଼ିଓ

ଲିମା,୨୧।୯: ପେରୁର ଆଙ୍କାଶ (Ancash) ଅଞ୍ଚଳରେ ଏକ ନିର୍ବାଚନ ପ୍ରଚାର ସମୟରେ ସାମ୍ବାଦିକା ତଥା ଆଞ୍ଚଳିକ ଗଭର୍ଣ୍ଣର ପ୍ରାର୍ଥୀ ସୁସି ଆପୋଣ୍ଟେ ପୋଲୋଙ୍କୁ ଗୁଳି କରି ହତ୍ୟା…

ଗଭୀର ଅବପାତକୁ ନେଇ ଗଞ୍ଜାମ ଜିଲା ପ୍ରଶାସନର ଆଗୁଆ ପ୍ରସ୍ତୁତି, ଅଧିକାରୀ ହେଡ୍‌କ୍ୱାର୍ଟର ନ ଛାଡ଼ିବାକୁ ନିର୍ଦ୍ଦେଶ

ଛତ୍ରପୁର,୨୧ା୯(ଦିଲ୍ଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ଯୋଗୁ ସମ୍ଭାବ୍ୟ ପ୍ରବଳ ବର୍ଷା ଓ ପ୍ରତିକୂଳ ପାଣିପାଗକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ଗୋରୁ ବୋଝେଇ ପିକଅପ ଜବତ: ୯ ଗୋରୁ ଉଦ୍ଧାର, ୨ ଜଣ ଅଟକ

ପାଟଣା, ୨୧।୯,(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ କର୍ମଚାରୀଙ୍କୁ ବଡ ସଫଳତା ମିଳିଛି। ବିଶସ୍ତ ସୂତ୍ରରୁ ଖବର ପାଇ କେନ୍ଦୁଝର ଡି ଏଫ ଓ…

‘ତୁମେ ଭଜା ଚଣା ବିକିବାକୁ ଯାଇଥିଲ…’ ବାବର ଆଜମଙ୍କ ବୟାନ ଉପରେ ବର୍ଷିଲେ ୱାସିମ ଆକ୍ରମ

ଇସଲାମାବାଦ,୨୧।୯: ବାବର ଆଜମଙ୍କ ଅଧିନାୟକତ୍ୱ ଉପରେ ପ୍ରଶ୍ନ ଉଠାଇ ଓ୍ବାସିମ ଆକ୍ରମ କହିଛନ୍ତି ଯେ ଲର୍ଡସରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟ ପରେ ହିଁ ତାଙ୍କର ତୁରନ୍ତ ପଦରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?