ପ୍ରତିକାର ପାଇଁ ପ୍ରଶାସନିକ ତତ୍ପରତା

ବରଗଡ଼,୨୯।୮(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହର ଉପକଣ୍ଠ ଟୁକୁର୍ଲା(ଖେଦାପାଲି)ସ୍ଥିତ ଜିଲା ମୁଖ୍ୟ ଡାକ୍ତରଖାନାର ଆବର୍ଜନା ନିକଟସ୍ଥ ଜଳାଶୟକୁ ପଶିବା ଘଟଣାକୁ ନେଇ ଅସନ୍ତୋଷ ଲାଗି ରହିଛି। ଏହାର ପ୍ରତିବାଦରେ ସୋମବାର ଟୁକୁର୍ଲା ଗ୍ରାମବାସୀ ଜିଲା ମୁଖ୍ୟ ଡାକ୍ତରଖାନା ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ତେବେ ଗ୍ରାମବାସୀଙ୍କ ବିକ୍ଷୋଭ ପରେ ଏହାର ପ୍ରତିକାର ପାଇଁ ପ୍ରଶାସନିକ ତପତ୍ରତା ପ୍ରକାଶ ପାଇଛି। ଏହି କ୍ରମରେ ବୁଧବାର ଜିଲାପାଳ ଆଦିତ୍ୟ ଗୋୟଲଙ୍କ ନିର୍ଦ୍ଦେଶକ୍ରମେ ଏକ ଟିମ୍‌ ଘଟଣାସ୍ଥଳକୁ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଉକ୍ତ ଟିମ୍‌ରେ ସ୍ବାସ୍ଥ୍ୟ, ପୂର୍ତ୍ତ ଏବଂ ରାଜସ୍ବ ବିଭାଗର ଅଧିକାରୀମାନେ ଥିଲେ। ଏହି ଟିମ୍‌ ସ୍ଥିତି ଅନୁଧ୍ୟାନ କରି ଗ୍ରାମବାସୀଙ୍କ ସହିତ ଆଲୋଚନା କରିଥିଲେ। ସେହି ସମସ୍ୟାର ପ୍ରତିକାର ବ୍ୟବସ୍ଥା ସକାଶେ ନିର୍ଭର ପ୍ରତିଶ୍ରୁତି ଦେଇଥିଲେ।
ପ୍ରକାଶ ଯେ, ଜିଲା ମୁଖ୍ୟ ଡାକ୍ତରଖାନାର ଅନତିଦୂରରେ ଏକ ଜଳାଶୟ ରହିଛି। ଏହି ଜଳାଶୟ ଉପରେ ଟୁକୁର୍ଲା ଗ୍ରାମବାସୀ ନିର୍ଭର କରିଥାନ୍ତି। ପୂଜାପାଠ ପାଇଁ ପାଣି ସଂଗ୍ରହ କରିବାଠାରୁ ଆରମ୍ଭ କରି ସ୍ନାନ ପାଇଁ ଜଳାଶୟ ପାଣି ବ୍ୟବହାର କରିଥାନ୍ତି। କିନ୍ତୁ ନୂତନ ଜିଲା ମୁଖ୍ୟ ଡାକ୍ତରଖାନା କାର୍ଯ୍ୟକ୍ଷମ ହେବା ପରେ ଜଳାଶୟ ସମସ୍ୟା ବଢ଼ି ଯାଇଛି। ଡାକ୍ତରଖାନାରୁ ନିର୍ଗତ ଦୂଷିତ ପାଣି ସହିତ ଆବର୍ଜନା ଉକ୍ତ ଜଳାଶୟକୁ ପଶୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ତେବେ ପ୍ରଶାସନ ପାଖରେ ଏଭଳି ଅଭିଯୋଗ ବାରମ୍ବାର କରିବା ସତ୍ତ୍ୱେ କିଛି ପଦକ୍ଷେପ ନିଆଯାଉ ନ ଥିବା ପ୍ରତିବାଦରେ ଗ୍ରାମବାସୀ ସୋମବାର ମୁଖ୍ୟ ଡାକ୍ତରଖାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।
ମୁଖ୍ୟ ଡାକ୍ତରଖାନାରେ ଗ୍ରାମବାସୀଙ୍କ ବିକ୍ଷୋଭ ଜାରି ରହିଥିବାବେଳେ ଜିଲାପାଳ ଗୋୟଲଙ୍କ ସମେତ ବରଗଡ଼ ଏମ୍‌ପି ପ୍ରଦୀପ ପୁରୋହିତ, ବରଗଡ଼ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ ଏବଂ ଅତାବିରା ବିଧାୟକ ନିହାର ରଞ୍ଜନ ମହାନନ୍ଦ ପ୍ରମୁଖ ସେଠାକୁ ସିଟିସ୍କାନ ମେଶିନ ଲୋକାର୍ପଣ ସମାରୋହରେ ଯୋଗଦେବା ପାଇଁ ପହଞ୍ଚିଥିଲେ। ବିକ୍ଷୋଭକାରୀ ସେତେବେଳେ ସେହି ସମସ୍ୟା ଜିଲାପାଳ ଏବଂ ଉପସ୍ଥିତ ଜନ ପ୍ରତିନିଧିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ତେବେ ଡାକ୍ତରଖାନା ଆବର୍ଜନା ଟ୍ରିଟମେଣ୍ଟ ପ୍ଲାଣ୍ଟ ପାଇଁ ସରକାର ୪କୋଟି ମଞ୍ଜୁର କରି ସାରିଥିବା ସୂଚନା ପାଇବା ପରେ ଆନ୍ଦୋଳନରୁ ସେତେବେଳେ ଗ୍ରାମବାସୀ ଓହରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜୁନିୟର ମହିଳା ହକି: ଓ୍ବେଲ୍ସକୁ ହରାଇଲା ଭାରତ

ସାଣ୍ଟିଆଗୋ, ୮ା୧୨: ଏଫ୍‌ଆଇଏଚ୍‌ ଜୁନିୟର ମହିଳା ହକି ବିଶ୍ୱକପ୍‌ର ୯ମ ସ୍ଥାନ ପାଇଁ ହୋଇଥିବା ଏକ କ୍ଲାସିଫିକେଶନ ମ୍ୟାଚ୍‌ରେ କ୍ୱାର୍ଟରଫାଇନାଲ ଦୌଡ଼ରୁ ବାଦ୍‌ ପଡ଼ିଥିବା ଭାରତ...

ଏକାଠି ହେଲେ ହଳଦିଆ ତୈଳିକ ବୈଶ୍ୟ ସମାଜ ସଭ୍ୟ, ବିଭିନ୍ନ ସମସ୍ୟା ନେଇ

ଦିଗପହଣ୍ଡି,୮ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଚିକିଟି ଓ ଖେମୁଣ୍ଡି ହଳଦିଆ ତୈଳିକ ବୈଶ୍ୟ ସମାଜର ଏକ ଆଲୋଚନା ସଭା ସାନଖେମୁଣ୍ଡି ବ୍ଲକ ଜିଉରା ଗ୍ରାମ...

ଯାଉଥିବାବେଳେ ହଠାତ୍‌ ସାମ୍ନାକୁ ଚାଲିଆସିଲା ଏମିତି ଏକ ଜନ୍ତୁ, ତା’ପରେ…

ଭଞ୍ଜନଗର,୮।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଫୁଲବାଣୀ ମୁଖ୍ୟ ରାସ୍ତାର ସୋରାଦେବୀ ମନ୍ଦିର ନିକଟରେ ସୋମବାର ସନ୍ଧ୍ୟାରେ ଏକ ଅଜଣା ଜନ୍ତୁକୁ ଧକ୍କା ଦେଇ ଜଣେ...

ଏହି ଷ୍ଟାର ଫୁଟ୍‌ବଲ ଖେଳାଳିଙ୍କୁ ବ୍ଲାକ୍‌ମେଲ କରି ଜେଲଗଲେ ମହିଳା

ସିଓଲ,୮ା୧୨: ଫୁଟବଲ ଷ୍ଟାର ସନ୍‌ ହିଅଙ୍ଗ ମିନ୍‌ଙ୍କୁ ବ୍ଲାକ୍‌ମେଲ କରିଥିବା ଅଭିଯୋଗରେ ଦକ୍ଷିଣ କୋରିଆର ଏକ କୋର୍ଟ ଜଣେ ମହିଳାଙ୍କୁ ୪ବର୍ଷ ଜେଲ ଦଣ୍ଡ କରିଛି।...

ପାନ ଦୋକନ ଆଗରେ ଯୁବକଙ୍କ ମୁଣ୍ଡକୁ ପଥରରେ ଛେଚିଲେ

ଭୁବନେଶ୍ୱର,୧୨।୮: ପାନ ଦୋକନ ଆଗରେ ଯୁବକଙ୍କ ମୁଣ୍ଡକୁ ପଥରରେ ଛେଚିଦେଲେ। ଏଭଳି ଘଟଣା ଘଟିଛି ଭୁବନେଶ୍ୱର ସହିଦ୍‌ନଗରରେ। ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ମରଣାତ୍ମକ ଆକ୍ରମଣ ହୋଇଛି।...

ଭୟାବହ ଅଗ୍ନିକାଣ୍ଡ: କ୍ଷତିପୂରଣ ଦାବିରେ ରାସ୍ତାରୋକୋ କଲେ ଫଳ ଦୋକାନୀ, ତହସିଲଦାର କଲେ ଆଲୋଚନା

ବଲାଙ୍ଗୀର, ୮।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସରକାରୀ ବସଷ୍ଟାଣ୍ଡ ସମ୍ମୁଖ ତଥା ଜିଲାପାଳ କାର୍ଯ୍ୟାଳୟ ନିକଟ ଫଳ ମାର୍କେଟରେ ସୋମବାର ଅପରାହ୍ନ ପ୍ରାୟ ୩ଟା ସମୟରେ...

ଓଡ଼ିଶା ସରକାରଙ୍କ ବିଭିନ୍ନ ଯୋଜନାକୁ ଗ୍ରହଣ କରିବେନି ବୋଲି ଏକାଠି ହେଲେ୭ ଗ୍ରାମବାସୀ  

ପଟ୍ଟାଙ୍ଗି,୮।୧୨(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତର ଫାଟୁସିନେରୀ ଗ୍ରାମ ନିକଟ ଓଡିଶା-ଆନ୍ଧ୍ର ସୀମାନ୍ତ ଏକ ସ୍ଥାନରେ ପଞ୍ଚାୟତର ୭ଟି...

ଡିସେମ୍ବର ୩୧ ସୁଦ୍ଧା ଶେଷ କରନ୍ତୁ ଏହି ଗୁରୁତ୍ୱପୂର୍ଣ୍ଣ କାମ, ନଚେତ୍‌ ଆଉ ମିଳିବନି ବାରମ୍ବାର ସୁଯୋଗ

ନୂଆଦିଲ୍ଲୀ,୮।୧୨: ଡିସେମ୍ବର ଆରମ୍ଭ ହେବା ସହିତ, ଟିକସ, ଡକ୍ୟୁମେଣ୍ଟ ଏବଂ ସରକାରୀ ଯୋଜନା ସହିତ ଜଡିତ ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟର ଶେଷ ତାରିଖ ପାଖେଇ ଆସୁଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri