ପୁନଃନିର୍ମାଣ ପାଇଁ ପ୍ରଶାସନିକ ନିର୍ଦ୍ଦେଶ

କୁଆଁରମୁଣ୍ଡା,୧୦।୯(ଡି.ଏନ.ଏ.): ନବ ନିର୍ମିତ ୪ ଥାକିଆ ୧୪୩ ନମ୍ବର ଜାତୀୟ ରାଜପଥର ବୀରମିତ୍ରପୁରଠାରୁ କୁଆଁରମୁଣ୍ଡା ଯମୁନାନାକି ପର୍ଯ୍ୟନ୍ତ ପ୍ରାୟ ୧୮ କି.ମି ଢଳେଇ ରାସ୍ତାର ଅଧିକାଂଶ ସ୍ଥାନରେ ଏବେ ଫାଟ ସୃଷ୍ଟି ହୋଇଛି। ରାଜପଥର ଏହି ଅଂଶ ନିର୍ମାଣ ଶେଷ ହେବାର ମାତ୍ର ୪ ମାସ ନ ପୁରୁଣୁ ଢଳେଇ ରାସ୍ତା ଫାଟି ଉଠିଯିବା ଘଟଣା ନିମ୍ନମାନର ନିର୍ମାଣ କାର୍ଯ୍ୟକୁ ସ୍ପଷ୍ଟ ଅଙ୍ଗୁଳି ନିର୍ଦ୍ଦେଶ କରୁଛି। ଏ ନେଇ ଗତ ଅଗଷ୍ଟ ୨୯ରେ କୁଆଁରମୁଣ୍ଡାରେ ଅନୁଷ୍ଠିତ ସୁନ୍ଦରଗଡ଼ ଜିଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ କୁଆଁରମୁଣ୍ଡା ନାଗରିକ କମିଟି ପକ୍ଷରୁ ଯୁବନେତା ରାଜେଶ କେର୍କେଟା, ରାଜୁ ତିୱାରୀ, ରାଜେଶ ହାସଦା, ଦିଲ୍ଲୀପ ଏକ୍କା, ସଂଜୀବ ପ୍ରତାପ ସିଂଦେଓ, ବୁଲୁ ଚାନ୍ଦ, ବୀରେନ୍ଦ୍ର ଯାଦବ, କମଳାକାନ୍ତ ଦାସ, ଦୁଷ୍ମନ୍ତ ପଟ୍ଟନାୟକ ପ୍ରମୁଖ ଏକ ଲିଖିତ ଅଭିଯୋଗ କରିଥିଲେ। ଜିଲାପାଳ ଡା.ପରାଗ ହର୍ଷଦ ଗଭାଲି ଏହି ଅଭିଯୋଗକୁ ଗ୍ରହଣ କରି ଏହାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଅନୁରୂପଭାବେ ଏହି ନିର୍ଦ୍ଦେଶ ଅନୁସାରେ ଶୁକ୍ରବାର ପାନପୋଷ ଉପଜିଲାପାଳ ଦୌଲତ ଚନ୍ଦ୍ରାକାର, ଜାତୀୟ ରାଜପଥ କର୍ତ୍ତୃପକ୍ଷ ବୀରମିତ୍ରପୁରରୁ ଯମୁନାନାକି ପର୍ଯ୍ୟନ୍ତ ନିର୍ମାଣାଧିନ ୪ ଥାକିଆ ୧୪୩ ନମ୍ବର ଜାତୀୟ ରାଜପଥକୁ ମିଳିତଭାବେ ଯାଞ୍ଚ କରିଛନ୍ତି। ଏହି ସମୟରେ କୁଆଁରମୁଣ୍ଡା ନାଗରିକ କମିଟି ପକ୍ଷରୁ ରାଜେଶ କେର୍କେଟା, ବୀରମିତ୍ରପୁର ପୌରପାଳିକା ଅଧ୍ୟକ୍ଷ ସନ୍ଦୀପ ମିଶ୍ର, ରାଜୁ ତିୱାରୀ, ସଂଜୀବପ୍ରତାପ ସିଂଦେଓ, କମଳାକାନ୍ତ ଦାସ, ଦିଲ୍ଲୀପ ଏକ୍କା, ବୁଲୁ ଚାନ୍ଦ ପ୍ରମୁଖଙ୍କ ସହ ବହୁ ସ୍ଥାନୀୟ ବ୍ୟକ୍ତି ଉପସ୍ଥିତ ରହି ନିମ୍ନମାନର ରାଜପଥ ନିର୍ମାଣ ସ୍ଥାନଗୁଡିକ ବୁଲାଇ ଦେଖାଇଥିଲେ। ଦୀର୍ଘ ୧୮ କି.ମି ରାଜପଥ ନିର୍ମାଣ କାର୍ଯ୍ୟ ତଦାରଖ କରିବା ପରେ ବାସ୍ତବରେ ନିମ୍ନମାନର କାର୍ଯ୍ୟ ହୋଇଥିବା ଅନୁଭବ କରିବା ପରେ ଉକ୍ତ ଢଳେଇକୁ ଖୋଳି ତାହାକୁ ପୁନର୍ବାର ନିର୍ମାଣ କରିବାକୁ ଏହି ଅବସରରେ ଉପସ୍ଥିତ ପ୍ରଶାସନିକ ଅଧିକାରୀମାନେ ଜାତୀୟ ରାଜପଥ କତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି। ଅନ୍ୟପକ୍ଷରେ କୁଆଁରମୁଣ୍ଡା-ପଦମପୁର ରାସ୍ତା ମଧ୍ୟ ଦେଇ ଯାଇଥିବା ୧୪୩ ନମ୍ବର ଜାତୀୟ ରାଜପଥରେ ଏକ ଅଣ୍ଡରପାସ ନିର୍ମାଣ ସହ କୁଆଁରମୁଣ୍ଡା ଡାଏରୀ ଫାର୍ମ ନିକଟସ୍ଥ ବାଇପାସ୍‌ ରୋଡରୁ ବୈଷ୍ଣୋଭି ପେଟ୍ରୋଲ ପମ୍ପ ପର୍ଯ୍ୟନ୍ତ ରାଜପଥରେ ଆଲୋକୀକରଣ ବ୍ୟବସ୍ଥା ଓ କୁଆଁରମୁଣ୍ଡା ବଜାର ରାସ୍ତାକୁ ନୂତନଭାବେ ନିର୍ମାଣ ସହ ଉଭୟ ପାର୍ଶ୍ୱରେ ଡ୍ରେନ କରାଯିବ ବୋଲି ଉପଜିଲାପାଳ ଚନ୍ଦ୍ରାକାର ଉପସ୍ଥିତ ନାଗରିକ କମିଟି ସଦସ୍ୟଙ୍କୁ ପ୍ରତିଶ୍ରୃତି ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri