ବାବୁଙ୍କ ଆର୍ଥିକ କ୍ଷମତା ବୃଦ୍ଧି: ପ୍ରଶାସନିକ ଅଧିକାରୀଙ୍କୁ ୫୦କୋଟିର ଟେଣ୍ଡର କ୍ଷମତା

ଭୁବନେଶ୍ୱର, ୯ା୭ (ରବିନାରାୟଣ ଜେନା):ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ଟେଣ୍ଡର ନିଲାମବେଳେ ପୂର୍ବରୁ ଅଧିକାରୀଙ୍କୁ ଯେଉଁ ଆର୍ଥିକ କ୍ଷମତା ଦିଆଯାଇଥିଲା ତାକୁ ଏବେ ସରକାର ବୃଦ୍ଧି କରିଛନ୍ତି। ଏପରିକି ବିଭିନ୍ନ କାର୍ଯ୍ୟର ଟେଣ୍ଡର ବେଳେ ଆକଳନ ଖର୍ଚ୍ଚ(ଏଷ୍ଟିମେଟେଡ୍‌ କଷ୍ଟ) ୫୦ କୋଟି ଟଙ୍କା ପର୍ଯ୍ୟନ୍ତ କ୍ଷମତା ଅଧିକାରୀଙ୍କୁ ପ୍ରଦାନ କରାଯାଇଛି। ଯଦି କୌଣସି କାମର ଆନୁମାନିକ ଖର୍ଚ୍ଚ ୫୦ କୋଟି ଟଙ୍କା ପର୍ଯ୍ୟନ୍ତ ଥାଏ ଏବଂ ଟେଣ୍ଡର ଦ୍ୱାରା ଦିଆଯାଇଥିବା ମୂଲ୍ୟ ଆନୁମାନିକ ଖର୍ଚ୍ଚଠାରୁ ୧୦% କିମ୍ବା ତାହାଠାରୁ ଅଧିକ ରହିଥାଏ, ତେବେ ନିଲାମ ଦେବା ପୂର୍ବରୁ ସଂପୃକ୍ତ ଅଧିକାରୀଙ୍କୁ ଆଉ ପରବର୍ତ୍ତୀ ଉଚ୍ଚ ଅଧିକାରୀଙ୍କ ଅନୁମୋଦନ ନେବା ଆବଶ୍ୟକ ହେବ। ତେବେ ଯେଉଁ କ୍ଷେତ୍ରରେ ପ୍ରଶାସନିକ ବିଭାଗ(ଆଡ୍‌ମିନିଷ୍ଟ୍ରେଟିଭ୍‌ ଡିପାର୍ଟମେଣ୍ଟ)ର ସଂପୃକ୍ତ ଅଧିକାରୀ ଭାବେ ନିଲାମ କାର୍ଯ୍ୟ କରିବେ ସେକ୍ଷେତ୍ରରେ ପରବର୍ତ୍ତୀ ଉଚ୍ଚ ଅଧିକାରୀଙ୍କର ଅନୁମୋଦନ ଦରକାର ପଡ଼ିବ ନାହିଁ।
ଅର୍ଥ ବିଭାଗ ପକ୍ଷରୁ ଓଡ଼ିଶା ଜେନେରାଲ ଫାଇନାନ୍‌ସିଆଲ ରୁଲ୍ସ-୨୦୨୩ର ସଂଶୋଧନ ନିୟମ ଅନୁଯାୟୀ, ବିଭାଗୀୟ ଅଧିକାରୀମାନେ ଏଣିକି ଏହି ନିୟମ ଅନୁଯାୟୀ ବିଭିନ୍ନ କାର୍ଯ୍ୟର ଟେଣ୍ଡର କରିପାରିବେ କିମ୍ବା ଦ୍ରବ୍ୟ କ୍ରୟ କରିପାରିବେ ବୋଲି ଅର୍ଥ ବିଭାଗ ପ୍ରମୁଖ ସଚିବ ଶାଶ୍ୱତ ମିଶ୍ର ଦର୍ଶାଇଛନ୍ତି।
ଅର୍ଥ ବିଭାଗର ସଂଶୋଧିତ ନିୟମ ଅନୁଯାୟୀ, ପ୍ରଶାସନିକ ବିଭାଗଗୁଡ଼ିକ ୧୦କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଟେଣ୍ଡର କରିପାରିବେ। ସଂପୃକ୍ତ ବିଭାଗୀୟ ଅଧିକାରୀ ନିଜେ ଟେଣ୍ଡର ଗ୍ରହଣ କରିବା ସହ ଆଉ ଉଚ୍ଚ ଅଧିକାରୀଙ୍କୁ ଫାଇଲ ପ୍ରେରଣ କରିବାକୁ ପଡ଼ିବନାହିଁ। ସେହିପରି ଯଦି ସର୍ବୋଚ୍ଚ ଯନ୍ତ୍ରୀ କୌଣସି କାର୍ଯ୍ୟରେ ଟେଣ୍ଡର କରୁଛନ୍ତି ତେବେ ସେ କ୍ଷେତ୍ରରେ ଆବଶ୍ୟକସ୍ଥଳେ ବିଭାଗର ପ୍ରଶାସନିକ ଅଧିକାରୀଙ୍କଠାରୁ ଅନୁମତି ନେଇପାରିବେ। ସର୍ବୋଚ୍ଚ ଯନ୍ତ୍ରୀଙ୍କ କ୍ଷମତା ୭ କୋଟିରୁ ୧୦ କୋଟି ମଧ୍ୟରେ ରଖାଯାଇଛି। ମୁଖ୍ୟଯନ୍ତ୍ରୀମାନଙ୍କୁ ଟେଣ୍ଡର କ୍ଷମତା ୪ରୁ ୭ କୋଟି ଟଙ୍କା ପର୍ଯ୍ୟନ୍ତ ପ୍ରଦାନ କରାଯାଇଥିବାବେଳେ ଅଧୀକ୍ଷଣ ଯନ୍ତ୍ରୀଙ୍କୁ ୧ରୁ ୪ କୋଟି ଟଙ୍କା ପର୍ଯ୍ୟନ୍ତ ଟେଣ୍ଡର କ୍ଷମତା ପ୍ରଦାନ କରାଯାଇଛି।
ତେବେ ପୂର୍ବରୁ ୫୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଟେଣ୍ଡର ନିଲାମ ବେଳେ ଯଦି ନିଲାମ ଅର୍ଥରେ କୌଣସି ବ୍ୟତିକ୍ରମ ଦେଖାଦେଲା କିମ୍ବା ଅଧିକ ଫରକ ରହିଲା, ତେବେ ସେ କ୍ଷେତ୍ରରେ ସଂପୃକ୍ତ ବିଭାଗ ମନ୍ତ୍ରୀଙ୍କର ଅନୁମୋଦନ ଆବଶ୍ୟକ ପଡୁଥିଲା। ଅର୍ଥ ବିଭାଗର ଏହି ସଂଶୋଧିତ ନିୟମ ଅନୁଯାୟୀ, ଆଉ ଅର୍ଥ ବିଭାଗକୁ ଏସବୁ କ୍ଷେତ୍ରରେ ବାରମ୍ବାର ଫାଇଲ ଯିବନାହିଁ କି ବିଭାଗୀୟ ମୁଖ୍ୟ କିମ୍ବା ମନ୍ତ୍ରୀଙ୍କ ଅନୁମୋଦନ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ ନାହିଁ।
ସଂଶୋଧିତ ନିୟମ ଅନୁଯାୟୀ, ବିଭାଗୀୟ ଅଧିକାରୀମାନେ ଏଣିକି ୫୦ ହଜାର ଟଙ୍କା ପର୍ଯ୍ୟନ୍ତ କୌଣସି ଦ୍ରବ୍ୟ ସଂଗ୍ରହବେଳେ ଆଉ କୋଟେଶନ ଗ୍ରହଣ କରିବାକୁ ପଡ଼ିବନାହିଁ। ମାତ୍ର ସଂପୃକ୍ତ ଅଧିକାରୀଙ୍କୁ ଏକ ସାର୍ଟିଫିକେଟ୍‌ ଦେବାକୁ ପଡ଼ିବ, ଯେଉଁଥିରେ ସେ ଉଲ୍ଲେଖ କରିବେ ଯେ ଦ୍ରବ୍ୟ ଯେଉଁଠାରୁ କ୍ରୟ କରୁଛନ୍ତି ସଂପୃକ୍ତ ଭେଣ୍ଡର ଉପରେ ତାଙ୍କର ସମ୍ପୂର୍ଣ୍ଣ ଭରସା ରହିଛି। ଏହାବାଦ୍‌ ୨୫ ଲକ୍ଷ ଟଙ୍କାର ଦ୍ରବ୍ୟ କିମ୍ବା ସାମଗ୍ରୀ କ୍ରୟବେଳେ ଲୋକାଲ ପର୍ଚେଜ୍‌ କମିଟି ଜରିଆରେ କିଣାଯାଇ ପାରିବ। ଦ୍ରବ୍ୟ କ୍ରୟ ସମୟରେ ଲୋକାଲ ପର୍ଚେଜ୍‌ କମିଟିରେ ୩ ଜଣ ସଭ୍ୟଙ୍କ ଜରିଆରେ ଏହାର ମୂଲ୍ୟ ନିରୂପଣ ହେବ। ଉକ୍ତ କମିଟି ଯେଉଁ ମୂଲ୍ୟ ସ୍ଥିର କରିବ ସେନେଇ ସୁପାରିସ୍‌ କରିବେ। ତେବେ ଲୋକାଲ ପର୍ଚେଜ୍‌ କମିଟିର ଯେଉଁ ତିନିଜଣ ସଭ୍ୟ ଦ୍ରବ୍ୟ ସଂଗ୍ରହ କମିଟିରେ ରହିବେ ସେମାନେ ସଂପୃକ୍ତ କ୍ଷମତାପ୍ରାପ୍ତ ଅଧିକାରୀଙ୍କ ଦ୍ୱାରା ସ୍ବୀକୃତିପ୍ରାପ୍ତ ହୋଇଥିବା ଆବଶ୍ୟକ। ଏହିଭଳି ବିଭିନ୍ନ କ୍ଷେତ୍ରରେ ଅଧିକାରୀଙ୍କ କ୍ଷମତା ବଢ଼ାଯାଇଥିବା ନେଇ ଅର୍ଥ ବିଭାଗର ସଂଶୋଧିତ ନିର୍ଦ୍ଦେଶନାମାରେ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଦିଗପହଣ୍ଡି ଏନଏସି କାଉନସିଲ ପକ୍ଷରୁ ପରିବର୍ଦ୍ଧିତ ସଭାରେ ଯୋଗଦେଲେ ବିଧାୟକ, ବିଦ୍ୟୁତ-ପାନୀୟ….

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲର ୨୨ ତମ ପରିବର୍ଦ୍ଧିତ ଆଲୋଚନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri